Posted inଖେଳ

ପ୍ରୋ-ଲିଗ୍‌ ବିଜେତାଙ୍କୁ ଏଣିକି ବିଶ୍ୱକପ୍‌, ଅଲିମ୍ପିକ୍ସ ଯୋଗ୍ୟତା

ନୂଆଦିଲ୍ଲୀ, ୨୨ା୧୦(ପି.ଟି.): ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ୨୦୨୩-୨୪ ସିଜନରେ ଉଭୟ ପୁରୁଷ ଓ ମହିଳା କାଟେଗୋରି ବିଜେତା ୨୦୨୬ ବିଶ୍ୱକପ୍‌ ଓ ୨୦୨୮ ଅଲିମ୍ପିକ ଗେମ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିବେ। ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ସିଇଓ ଥିଏରୀ ଓ୍ବିଲ ଶୁକ୍ରବାର ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ଏଫ୍‌ଆଇଏଚ୍‌ ସିଜନ ୨୦୨୨-୨୩ରୁ ପ୍ରୋ-ଲିଗ୍‌ରେ ବ୍ୟାପକ ପରିବର୍ତ୍ତନ ଆଣିବା ଲାଗି ଯୋଜନା କରାଯାଇଛି। ରିଲିଗେଶନ ଓ ପ୍ରମୋଶନ ବ୍ୟବସ୍ଥା ପ୍ରଚଳନ କରାଯିବ। ପୁରୁଷ ଓ ମହିଳା ପ୍ରତିଯୋଗିତା ସିଜନ ଶେଷରେ ଅନ୍ତିମ ସ୍ଥାନ ଅଧିକାର କରିଥିବା ଦଳ ନିମ୍ନ ପାହ୍ୟାକୁ ଖସି ନେଶନ୍ସ କପ୍‌ ଖେଳିବେ। ନେଶନ୍ସ କପ୍‌ ବିଜେତା ପ୍ରୋ-ଲିଗ୍‌କୁ ଉନ୍ନୀତ ହେବେ। ପ୍ରୋଲିଗ୍‌ର ୪ର୍ଥ ସଂସ୍କରଣ କ୍ଷୁଦ୍ର କରିଦିଆଯିବ। ଏହା ଅକ୍ଟୋବର ୨୮ରୁ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ। ସେଦିନ ଆୟୋଜନ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବ। କୋଭିଡ୍‌ ଜନିତ ଗମନାଗମନ କଟକଣା ଯୋଗୁ ନ୍ୟୁଜିଲାଣ୍ଡ ହକି ଦଳର ଏକ ବର୍ଷ ପରେ ପ୍ରୋ-ଲିଗ୍‌କୁ ଫେରିଛି। ଭାରତ ଓ ନ୍ୟୁଜିଲାଣ୍ଡ ବ୍ୟତୀତ ଏହି ଗ୍ରୁପ୍‌ରେ ତୃତୀୟ ଦଳ ସ୍ପେନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିବାହ ପରେ ବଲିଉଡ୍‌ର ବିଦାୟ ନେଇଥିଲେ ଏହି କ୍ରିକେଟରଙ୍କ ସ୍ତ୍ରୀ

ବଲିଉଡ ଅଭିନେତ୍ରୀ ଗୀତା ବସ୍ରା ବର୍ତ୍ତମାନ ଗର୍ଭବତୀ ଅଛନ୍ତି ଏବଂ ଜୁଲାଇ ସୁଦ୍ଧା ତାଙ୍କର ଦ୍ୱିତୀୟ ସନ୍ତାନ ଜନ୍ମ ଦେବେ। ବିବାହ ପରେ ଗୀତା ବଲିଉଡରୁ...

ଭଲପାଇବା ଦେଖି ଚକିତ ହେଲେ ଇଂଲଣ୍ଡ କ୍ରିକେଟର: କହିଲେ ‘ଭାରତରେ କ୍ରିକେଟ ଏବଂ ଧୋନୀଙ୍କ ପୂଜା କରାଯାଏ’

ନୂଆଦିଲ୍ଲୀ,୨।୬: ଆଇପିଏଲ୍‌ ୨୦୧୮ରେ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ) ପାଇଁ ଖେଳିଥିଲେ ଇଂଲଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ସାମ ବିଲିଙ୍ଗସ୍‌। ଏବେ ସେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରଶଂସାରେ...

ହେଲ୍ସଙ୍କଠାରେ କରୋନା ଲକ୍ଷଣ: ରାଜା

କରାଚୀ,୧୮।୩ (ପି.ଟି.)- ଚଳିତ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌)କୁ ସ୍ଥଗିତ ରଖିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମଙ୍ଗଳବାର ନିଷ୍ପତ୍ତି ନେଇଛି। ଜଣେ ବିଦେଶୀ ଖେଳାଳିଙ୍କଠାରେ...

ପାକିସ୍ତାନକୁ ବଡ଼ ଝଟ୍‌କା

କଲମ୍ବୋ,୧୩।୯: ୨୦୨୩ ଏସିଆ କପରେ ସେପ୍ଟେମ୍ବର ୧୪ରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଉଭୟ ଦଳ ପାଇଁ ଏହି ମ୍ୟାଚ ସେମିଫାଇନାଲରୁ କମ ନୁହେଁ।...

ଅଲିମ୍ପିକ୍ସରେ ମୁସଲମାନ ଖେଳାଳିଙ୍କ ପାଇଁ ମୋବାଇଲ ମସଜିଦ୍‌

ଟୋକିଓ:ଏଥର ଟୋକିଓ ଅଲିମ୍ପିକ୍ସରେ ମୁସଲମାନ ଖେଳାଳିଙ୍କ ପାଇଁ ନମାଜ ପଢିବାକୁ ମୋବାଇଲ ମସଜିଦ ବ୍ୟବସ୍ଥା କରାଯାଉଛି। ଏହି ମସଜିଦ ଷ୍ଟାଡିୟମ ବାହାରେ ରଖାଯିବ। ସେଥିରେ ହାତ...

ବିରାଟ-ଅନୁଷ୍କାଙ୍କ ରୋମାଣ୍ଟିକ୍‌ ଫଟୋ ଉଠାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍‌, ଦେଖିଲେ କହିବେ ସାବାସ୍‌

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ସେ ଏହି ସମୟକୁ ବେଶ୍‌ ଉପଭୋଗ କରୁଛନ୍ତି। ଗର୍ଭାବସ୍ଥାର ଅନୁଭବକୁ ନିଜ ପ୍ରଶଂସକଙ୍କ ସହ ବେଳେବେଳେ...

ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ଲାଗି ଦୂତୀଙ୍କ ନାମ ସୁପାରିସ୍‌

ଭୁବନେଶ୍ୱର,୨୯।୬: ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳ ରତ୍ନ ପାଇଁ ମହିଳା ଧାବକ ଦୂତୀ ଚାନ୍ଦଙ୍କ ନାମ ରାଜ୍ୟ ସରକାର ସୁପାରିସ କରିଛନ୍ତି।...

ରସିଦଙ୍କ ଅଲରାଉଣ୍ଡ ଶୋ: ସୁବିଧାଜନକ ସ୍ଥିତିରେ ଆଫଗାନିସ୍ତାନ

ଚିଟ୍ଟାଗଙ୍ଗ,୭।୯(ଏଏଫ୍‌ପି)- ତାରକା ଅଲରାଉଣ୍ଡର ରସିଦ ଖାଁ ଉଭୟ ବୋଲିଂ ଓ ବ୍ୟାଟିଂରେ ଦମ୍‌ଦାର ପ୍ରଦର୍ଶନ କରି ବାଂଲାଦେଶ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ସୁବିଧାଜନକ...

Advertisement
Archives

Model This Week