୪୦ ବର୍ଷରେ ବିବାହ କରିବାକୁ ଯାଉଛନ୍ତି ପ୍ରିୟଙ୍କା ଚୋପ୍ରାଙ୍କ ପୂର୍ବତନ ପ୍ରେମିକ

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପୂର୍ବତନ ପ୍ରେମିକ ତଥା ହ୍ରିତିକ୍‌ ରୋଶନଙ୍କ ଲୁକ୍‌ ଆଇକନ୍‌ ହରମନ ବାବେଜା(୪୦) ତାଙ୍କ ଭାବି ସ୍ତ୍ରୀଙ୍କୁ ମାର୍ଚ୍ଚ ୨୧ରେ ବିବାହ କରିବାକୁ ଯାଉଛନ୍ତି। ଏବେଠାରୁ ତାଙ୍କର ପ୍ରି ଓ୍ବେଡିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଶୁକ୍ରବାର ରାତିରେ ସେ ବନ୍ଧୁମାନଙ୍କ ସହ କକ୍‌ଟେଲ୍‌ ପାର୍ଟି କରିବା ସହ ଖୁବ୍‌ ମସ୍ତି ମଧ୍ୟ କରିଥିଲେ। ଏହି ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହରମନଙ୍କ ଏହି ପାର୍ଟିରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ, ରାଜ କୁନ୍ଦ୍ରା, ଆଶିଷ ଚୌଧୁରୀ, ଆମୀର ଅଲ୍ଲୀ ପ୍ରମୁଖ କଳକାରଙ୍କୁ ଦେଖିବାକୁ ମିଳିଛି। ରାଜ କୁନ୍ଦ୍ରା ହରମନଙ୍କ ପାର୍ଟିର କିଛି ଫଟୋ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର କରିଛନ୍ତି। ଏଥିସହ ସେ ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି, ଯେଉଁଥିରେ ହରମନ ନୃତ୍ୟ କରୁଥିବାର ଦେଖିବାକୁ ମିଳୁଛି। ହରମନଙ୍କ ବିବାହ ସାଶା ରାମଚନ୍ଦାନୀଙ୍କ ସହ ହେଉଛି। ଯିଏକି ପେଶାରେ ଜଣେ ନ୍ୟୁଟ୍ରେଶନ କୋଚ୍‌।
ଗତ ଡିସେମ୍ବରରେ ହରମନ ଏବଂ ସାଶାଙ୍କ ନିର୍ବନ୍ଧ ହୋଇଥିଲା। ଏହି ଅବସରରେ ଉଭୟଙ୍କ ପରିବାର ସଦସ୍ୟ ଏବଂ ବନ୍ଧୁଗଣ ଉପସ୍ଥିତ ଥିଲେ।
ହରମନ ତାଙ୍କ ବାପାଙ୍କ ଫିଲ୍ମ ‘ଲଭ୍‌ ଷ୍ଟୋରୀ ୨୦୫୦’ ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏଥିରେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ସାଜିଥିଲେ ପ୍ରିୟଙ୍କା ଚୋପ୍ରା। ଏହି ଫିଲ୍ମର ଶୁଟିଂ ସେଟ୍‌ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ପ୍ରାୟ ୨ ବଷର୍ର୍ ପର୍ଯ୍ୟନ୍ତ ରିଲେସନଶିପ୍‌ରେ ଥିଲେ। ମାତ୍ର ଶାହିଦ କପୁରଙ୍କ ପାଇଁ ପ୍ରିୟଙ୍କା ହରମାନଙ୍କ ଠାରୁ ଦୂରେଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅଙ୍କ ଟ୍ରୋଲ୍‌ ସହିପାରିଲେନି ବିଗ୍‌ ବି, ଦେଲେ ଏମିତି କଡ଼ା ଜବାବ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନ ପୁଅ ଅଭିଷେକଙ୍କୁ ପ୍ରଶଂସା କରି ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି। ‘ଦସବୀ’ର ଟ୍ରେଲର ରିଲିଜ ହେବା ସହିତ ଅଭିଷେକଙ୍କୁ...

ଶାହାରୁଖ-ଗୌରୀଙ୍କ ପ୍ରେମକାହାଣୀ ଏହି ଫିଲ୍ମଠୁ ବି ଅଧିକ

ମୁମ୍ବାଇ: କିଙ୍ଗ୍‌ ଖାନ୍‌ ଶାହାରୁଖ ଏବଂ ଅଭିନେତ୍ରୀ କାଜଲଙ୍କ ଯୋଡ଼ି ଫିଲ୍ମ ପରଦାରେ ସୁପରହିଟ୍‌ ହୋଇଥାଏ। କିନ୍ତୁ ବାସ୍ତବ ଜୀବନରେ କିଙ୍ଗ୍‌ ଖାନ୍‌ଙ୍କ ସ୍ତ୍ରୀ ଗୌରୀଙ୍କ...

‘ଦ କଶ୍ମୀର ଫାଇଲ୍ସ’ର ସଫଳତା ପାଇଁ ନିର୍ଦ୍ଦେଶକଙ୍କୁ ଅଭିନନ୍ଦନ ଜଣାଇଲେ ସନ୍ନି

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଛି । ଫିଲ୍ମଟି ମାର୍ଚ୍ଚ ୧୧ରେ ରିଲିଜ୍‌ ହୋଇଥିବା ବେଳେ ଏହାକୁ...

ଆବର୍ଜନାରୁ ଉଠାଇ ଆଣିଥିବା ଝିଅକୁ ବାପାର ପରିଚୟ ଦେଇଛନ୍ତି ଏହି ଅଭିନେତା

ବଲିଉଡ ଅନେକ ତାରକା ଅଛନ୍ତି, ଯେଉଁମାନଙ୍କ ନିଜର ପିଲା ଥାଇ ସୁଦ୍ଧା ସେମାନେ ଅନାଥ ପିଲାମାନଙ୍କୁ ପୋଷ୍ୟ କରି ସେମାନଙ୍କୁ ବଞ୍ଚାଇ ଏକ ନୂତନ ଜୀବନ...

ସାଇଲେନ୍ସ-୨କୁ ନେଇ ଆଶାବାଦୀ ମନୋଜ ବାଜପେୟୀ…

ମୁମ୍ବାଇ : ଜାତୀୟ ପୁରସ୍କାର ବିଜେତା ଅଭିନେତା ମନୋଜ ବାଜପେୟୀଙ୍କ ଚଳଚ୍ଚିତ୍ର ସାଇଲେନ୍ସର ଦ୍ୱିତୀୟ ଭାଗକୁ ଅପେକ୍ଷା କରିଥିବା ଦର୍ଶକଙ୍କ ପ୍ରତୀକ୍ଷା ଶେଷ ହୋଇଛି। ଏହି...

ଏହି ପ୍ରୋଜେକ୍ଟରେ ଏକାଠି ନଜର ଆସିବେ କ୍ୟାଟ୍ରିନା-ଭିକି

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେବା ପରଠାରୁ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲ ଚର୍ଚ୍ଚାରେ ରହୁଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି...

କିଏ ଏହି କୁନି ଶିଶୁ, ଯାହାର ଚେହେରା ମିଶୁଛି କରୀନାଙ୍କ ପୁଅ ସହ

କରୀନା କପୁର ଏବଂ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍‌ ଷ୍ଟାର୍‌ କିଡ୍‌ ଭାବେ ଲୋକପ୍ରିୟତା ରହିଛି। ସୋସିଆଲ ମିଡିଆରେ ଏବେ ତୈମୁରଙ୍କ...

ରିଷି କପୁରଙ୍କୁ ଭେଟିଲେ ଅର୍ଜୁନ-ମଲାଇକା

ମୁମ୍ବାଇ: ବି ଟାଉନର ଚର୍ଚ୍ଚିତ ଯୋଡି ତଥା ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଓ ଆଇଟମ୍‌ ଗର୍ଲ ମଲାଇକା ଆରୋରା ଏବେ ନ୍ୟୁୟର୍କରେ ଛୁଟି କଟାଉଛନ୍ତି।...

Advertisement
Archives

Model This Week