Posted inଖେଳ

ପ୍ରଥମ ଥର ଦିନିକିଆ ଟିମ୍‌ରେ ସୁଯୋଗ ମିଳିବା ପରେ ଏହି ଦୁଇ କ୍ରିକେଟରଙ୍କ ଖୁସି କହିଲେ ନ ସରେ: କହିଲେ…

ନୂଆଦିଲ୍ଲୀ,୨୦।୩: ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଏଥିରେ କିଛି ନୂଆ ମୁହଁକୁ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ଦିନିକିଆ ଦଳରେ ସାମିଲ ହୋଇଥିବାରୁ କ୍ରୁଣାଳ ପାଣ୍ଡ୍ୟା ଏବଂ ପ୍ରସିଦ୍ଧ କ୍ରିଷ୍ଣା, ସୂର୍ଯ୍ୟକୁମାର ଯାଦବ ବେଶ୍‌ ଖୁସି ଅନୁଭବ କରିଛନ୍ତି। ଏନେଇ ଜଣାପଡ଼ିବା ପରେ ପ୍ରସିଦ୍ଧ ଏବଂ କ୍ରୁଣାଳ ଟୁଇଟ୍‌ କରି ନିଜ ପ୍ରତିକ୍ରିୟା ରଖିଛନ୍ତି।

୨୩ରୁ ୨୮ ମାର୍ଚ୍ଚ ଯାଏ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ପୁଣେସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯିବ। ଏହା ପୂର୍ବରୁ ନିଜର ଆନନ୍ଦକୁ ନେଇ କ୍ରୁଣାଳ ଲେଖିଛନ୍ତି, ବହୁତ ସମ୍ମାନିତ ଅନୁଭବ କରୁଛି। ପୁଣିଥରେ ଦେଶର ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଥିବାରୁ ଧନ୍ୟବାଦ ଜଣାଉଛି। ସେହିଭଳି ପ୍ରସିଦ୍ଧ ଲେଖିଛନ୍ତି, ଯେତେବେଳେ ଆପଣ ଦେଶ ପାଇଁ ଖେଳିବାର ସୁଯୋଗ ପ୍ରଥମ ଥର ପାଇଥାନ୍ତି, ସ୍ବପ୍ନ ଭଳି ଲାଗେ। ଏହା ଏକ ସ୍ବପ୍ନ ସତ ହେବା ଭଳି। ନିଜ ଭୂମିକା ନିର୍ବାହ କରିବା ଏବଂ ଦଳର ସଫଳତାରେ ଯୋଗଦାନ ଦେବା ପାଇଁ ଉତ୍ସାହିତ ଅଛି। ବିସିସିଆଇକୁ ଧନ୍ୟବାଦ। ଖେଳିବା ପାଇଁ ଅପେକ୍ଷା କରି ହେଉନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୋଲିଂ କୋଚ୍‌ ଭାବେ ଅଗରକରଙ୍କୁ ଚାହୁଁଛନ୍ତି ସିନିୟର ଖେଳାଳି

ମୁମ୍ବାଇ,୨୨।୨: ଭାରତୀୟ ଦଳର ବୋଲିଂ କୋଚ୍‌ ଭାବେ ପୂର୍ବତନ ଭାରତୀୟ ପେସର ଅଜିତ୍‌ ଅଗରକରଙ୍କୁ ନିଯୁକ୍ତ କରାଯାଉ ବୋଲି ସିନିୟର ଖେଳାଳି ଚାହୁଁଛନ୍ତି। ଏବେ ଟିମ୍‌...

ବିସିସିଆଇ ଘରୋଇ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ, ୪।୭(ପି.ଟି.)- ଆଗାମୀ ଘରୋଇ ସେସନ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବୁଧବାର ତା’ର ଘରୋଇ କାର୍ଯସୂଚୀ ଘୋଷଣା କରିଛି। ଏହି କାର୍ଯ୍ୟସୂଚୀରେ...

ଅଧାରୁ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ସିରିଜ ସ୍ଥଗିତ

ମେଲବୋର୍ନ,୧୪।୩- ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ସୀମିତ ଓଭର କ୍ରିକେଟ ସିରିଜ୍‌କୁ ଶନିବାର ସ୍ଥଗିତ କରି ଦିଆଯାଇଛି। କରୋନା ଭାଇରସର ଭୟାବହତାରୁ ବର୍ତ୍ତିବା ଲାଗି...

ୟାସିନ ମଲିକଙ୍କ ସମର୍ଥନରେ ବାହାରିଲେ ଆଫ୍ରିଦି: ଅମିତ୍‌ ମିଶ୍ର ଦେଲେ ମୁହଁତୋଡ଼ ଜବାବ

ନୂଆଦିଲ୍ଲୀ, ୨୫।୫: ଆତଙ୍କବାଦୀ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜମ୍ମୁ କଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟର...

ଇଂଲଣ୍ଡକୁ ହରାଇଲା ଦକ୍ଷିଣ ଆଫ୍ରିକା: ତଥାପି ମିଳିଲାନି ସେମି ଟିକେଟ

ଶାରଜା,୬।୧୧: ଟି୨୦ ବିଶ୍ୱକପ୍‌ ଗ୍ରୁପ୍‌-୧ର ଅନ୍ତିମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୧୦ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଅନ୍ତିମ ଓଭରରେ ହ୍ୟାଟ୍ରିକ ଉଇକେଟ ହାସଲ କରି...

କୋହଲିଙ୍କୁ ଆଉଟ୍‌ କରିବା ପରେ ସବୁଠୁ ଅଧିକ ଖୁସି ହୁଅନ୍ତି ଆଣ୍ଡରସନ୍‌, କାରଣ କଲେ ଖୁଲାସା

କ୍ରିକେଟ ପଡ଼ିଆରେ ବିରାଟ କୋହଲି ଏବଂ ଜେମ୍ସ ଆଣ୍ଡରସନଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଥାଏ। ୨୦୧୪ ପରଠାରୁ ବିରାଟ ଏବଂ ଆଣ୍ଡରସନଙ୍କ ମଧ୍ୟରେ ଟକ୍କର ଚାଲିଛି।...

ସୁଯୋଗ ହାତଛଡ଼ା କଲା ଓଡ଼ିଶା

ଫାଟୋର୍ଡା, ୨୫ା୧: ଆରମ୍ଭରୁ ଅଗ୍ରଣୀ ସତ୍ତ୍ୱେ ଓଡ଼ିଶା ଏଫ୍‌ସି ସୁଯୋଗ ହାତଛଡ଼ା କରି ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ରବିବାର ଖେଳାଯାଇଥିବା ବେଙ୍ଗାଲୁରୁ ଏଫ୍‌ସି ବିପକ୍ଷ...

ତୃତୀୟଥର ପିତା ହେବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌, ମାଗିଲେ ପୈତୃକ ଛୁଟି

ବାଂଲାଦେଶର ଷ୍ଟାର କ୍ରିକେଟର୍‌ ସାକିବ ଉଲ୍‌ ହାସନ ଖୁବ୍‌ଶୀଘ୍ର ପିତା ହେବାକୁ ଯାଉଛନ୍ତି। ସେ ବାଂଲାଦେଶ କ୍ରିକେଟ୍‌ ବୋର୍ଡକୁ ପୈତୃକ ଛୁଟି ଦେବାକୁ ଆବେଦନ କରିଛନ୍ତି।...

Advertisement
Archives

Model This Week