ଭାରତକୁ ସହାୟତା ପାଇଁ ଆଗକୁ ଆସିଲେ ପ୍ରିୟଙ୍କା-ନିକ୍‌; ଦୂରରେ ଥାଇ ବି…

ବମ୍ବେ: ଭାରତରେ ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ। ତଦନୁଯାୟୀ ଡାକ୍ତରଖାନାରେ ଭେଣ୍ଟିଲେଟର, ଅକ୍ସିଜେନ ସିଲିଣ୍ଡର ଏବଂ ଔଷଧ ଆଦିର ଅଭାବ ଦେଖାଦେଇଛି। ବିପଦର ଏଭଳି ପରିସ୍ଥିତିରେ ମନୋରଞ୍ଜନଜଗତ ସହ ଜଡ଼ିତ ଅନେକ କଳାକାର ସହାୟତା ପାଇଁ ଆଗେଇ ଆସୁଛନ୍ତି। ଏହି କ୍ରମରେ ଏବେ ପ୍ରିୟଙ୍କା ଚୋପ୍ରା ଜୋନାସ ଏବଂ ସ୍ବାମୀ ନିକ୍‌ ଜୋନାସ ଭାରତକୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ଉଭୟ ନିଜର ଫାଉଣ୍ଡେଶନ ଜରିଆରେ ପାଣ୍ଠି ସଂଗ୍ରହ କରୁଛନ୍ତି।

ପ୍ରିୟଙ୍କା ନିଜର ସୋସିଆଲ ମିଡିଆରେ ଭାରତକୁ ସହାୟତା କରିବାକୁ ଅପିଲ କରୁଛନ୍ତି। କୋଭିଡ ବିରୋଧରେ ଯୁଦ୍ଧ ପାଇଁ ନିଜର ଯୋଗଦାନ ଦେବାକୁ ଅନୁରୋଧ କରୁଛନ୍ତି। ଇତିମଧ୍ୟରେ ସେ ୩.୮୪ କୋଟି ଟଙ୍କା ଜମା କରିସାରିଛନ୍ତି। ହେଲେ ସେ ୭,୪୦,୯୫,୫୦୩ କୋଟି ଟଙ୍କା ଦାନ ଦେବାକୁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି।

ଫଲୋଅର୍ସମାନଙ୍କ ପାଇଁ ଏକ ବାର୍ତ୍ତାରେ ପ୍ରିୟଙ୍କା କହିଛନ୍ତି, ଭାରତ ପାଇଁ ଏକଜୁଟ ହେବାକୁ ପଡ଼ିବ। ସମସ୍ତଙ୍କର ସହଯୋଗ ଏବଂ ଦାନ ପାଇଁ ଧନ୍ୟବାଦ। ଏହା କୋଭିଡ ସହ ଯୁଦ୍ଧରେ ବହୁମୂଲ୍ୟ ଭୂମିକା ନିର୍ବାହ କରିବ। ଏବେ ବି ବହୁତ କିଛି କରିବା ବାକି ଅଛି ବୋଲି ସେ କହିଛନ୍ତି।

ପୂର୍ବରୁ ସେ ଓ ନିକ୍‌ ନିଜସ୍ବ ଭାବେ ଦାନ କରିସାରିଛନ୍ତି। ଅନ୍ୟମାନେ ମଧ୍ୟ ସେହିଭଳି ଦାନ କରନ୍ତୁ। ମହାମାରୀ କେତେ ଶୀଘ୍ର ବ୍ୟାପିପାରେ ତାହା ସମସ୍ତେ ଦେଖିଛୁ। ଯେତେ ପର୍ଯ୍ୟନ୍ତୁ ଗୋଟିଏ ସଂକ୍ରମିତ ଅଛନ୍ତି, ସେତେ ପର୍ଯ୍ୟନ୍ତ କେହି ସୁରକ୍ଷିତ ନାହାନ୍ତି। ବହୁତ ଲୋକ ଭିନ୍ନ ଭିନ୍ନ ପ୍ରକାରେ ସହାୟତା ପାଇଁ ଆଗକୁ ଆସୁଛନ୍ତି। ଏହା ବେଶ ସ୍ବାଗତଯୋଗ୍ୟ। ଆମକୁ ଏକଜୁଟ ହୋଇ ଏହି ଭାଇରସକୁ ହରାଇବାର ଆବଶ୍ୟକତା ଅଛି ବୋଲି ପିସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ଗୋପବନ୍ଧୁଙ୍କ ତ୍ୟାଗ, ସେବା ଚିର ସ୍ମରଣୀୟ

କୋରାପୁଟ,୯।୧୦(ଅମିତାଭ ବେହେରା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଶୁକ୍ରବାର କୋରାପୁଟଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଆୟୋଜିତ ସ୍ମୃତି ସଭାରେ…

ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସରେ ଉତ୍କଣ୍ଠା, ନାମାଙ୍କନ ଦାଖଲ ପରେ…

ବଞ୍ଚୋ,୯ା୧୦(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଭାଜପା, ବିଜେଡି ଓ କଂଗ୍ରେସ ସମର୍ଥିତ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନପତ୍ର ଦାଖଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?