ଭାରତକୁ ସହାୟତା ପାଇଁ ଆଗକୁ ଆସିଲେ ପ୍ରିୟଙ୍କା-ନିକ୍‌; ଦୂରରେ ଥାଇ ବି…

ବମ୍ବେ: ଭାରତରେ ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ। ତଦନୁଯାୟୀ ଡାକ୍ତରଖାନାରେ ଭେଣ୍ଟିଲେଟର, ଅକ୍ସିଜେନ ସିଲିଣ୍ଡର ଏବଂ ଔଷଧ ଆଦିର ଅଭାବ ଦେଖାଦେଇଛି। ବିପଦର ଏଭଳି ପରିସ୍ଥିତିରେ ମନୋରଞ୍ଜନଜଗତ ସହ ଜଡ଼ିତ ଅନେକ କଳାକାର ସହାୟତା ପାଇଁ ଆଗେଇ ଆସୁଛନ୍ତି। ଏହି କ୍ରମରେ ଏବେ ପ୍ରିୟଙ୍କା ଚୋପ୍ରା ଜୋନାସ ଏବଂ ସ୍ବାମୀ ନିକ୍‌ ଜୋନାସ ଭାରତକୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ଉଭୟ ନିଜର ଫାଉଣ୍ଡେଶନ ଜରିଆରେ ପାଣ୍ଠି ସଂଗ୍ରହ କରୁଛନ୍ତି।

ପ୍ରିୟଙ୍କା ନିଜର ସୋସିଆଲ ମିଡିଆରେ ଭାରତକୁ ସହାୟତା କରିବାକୁ ଅପିଲ କରୁଛନ୍ତି। କୋଭିଡ ବିରୋଧରେ ଯୁଦ୍ଧ ପାଇଁ ନିଜର ଯୋଗଦାନ ଦେବାକୁ ଅନୁରୋଧ କରୁଛନ୍ତି। ଇତିମଧ୍ୟରେ ସେ ୩.୮୪ କୋଟି ଟଙ୍କା ଜମା କରିସାରିଛନ୍ତି। ହେଲେ ସେ ୭,୪୦,୯୫,୫୦୩ କୋଟି ଟଙ୍କା ଦାନ ଦେବାକୁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି।

ଫଲୋଅର୍ସମାନଙ୍କ ପାଇଁ ଏକ ବାର୍ତ୍ତାରେ ପ୍ରିୟଙ୍କା କହିଛନ୍ତି, ଭାରତ ପାଇଁ ଏକଜୁଟ ହେବାକୁ ପଡ଼ିବ। ସମସ୍ତଙ୍କର ସହଯୋଗ ଏବଂ ଦାନ ପାଇଁ ଧନ୍ୟବାଦ। ଏହା କୋଭିଡ ସହ ଯୁଦ୍ଧରେ ବହୁମୂଲ୍ୟ ଭୂମିକା ନିର୍ବାହ କରିବ। ଏବେ ବି ବହୁତ କିଛି କରିବା ବାକି ଅଛି ବୋଲି ସେ କହିଛନ୍ତି।

ପୂର୍ବରୁ ସେ ଓ ନିକ୍‌ ନିଜସ୍ବ ଭାବେ ଦାନ କରିସାରିଛନ୍ତି। ଅନ୍ୟମାନେ ମଧ୍ୟ ସେହିଭଳି ଦାନ କରନ୍ତୁ। ମହାମାରୀ କେତେ ଶୀଘ୍ର ବ୍ୟାପିପାରେ ତାହା ସମସ୍ତେ ଦେଖିଛୁ। ଯେତେ ପର୍ଯ୍ୟନ୍ତୁ ଗୋଟିଏ ସଂକ୍ରମିତ ଅଛନ୍ତି, ସେତେ ପର୍ଯ୍ୟନ୍ତ କେହି ସୁରକ୍ଷିତ ନାହାନ୍ତି। ବହୁତ ଲୋକ ଭିନ୍ନ ଭିନ୍ନ ପ୍ରକାରେ ସହାୟତା ପାଇଁ ଆଗକୁ ଆସୁଛନ୍ତି। ଏହା ବେଶ ସ୍ବାଗତଯୋଗ୍ୟ। ଆମକୁ ଏକଜୁଟ ହୋଇ ଏହି ଭାଇରସକୁ ହରାଇବାର ଆବଶ୍ୟକତା ଅଛି ବୋଲି ପିସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାୟାନୀଙ୍କ ଭିନ୍ନ ଅବତାର

ମୁମ୍ବାଇ: ଅଭିନେତ୍ରୀ ସାୟାନୀ ଗୁପ୍ତା ଅନୁଭବ ସିହ୍ନାଙ୍କ ‘ଆର୍ଟିକିଲ୍‌ ୧୫’ରେ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିବେ। ଏହି ଭୂମିକା ତାଙ୍କ ପାଇଁ ନୂଆ ହୋଇଥିଲେ...

ଗୋଟିଏ ରାତିରେ ଘଟିଲା ଏପରି କିଛି ସବୁଦିନ ପାଇଁ ଅମିତାଭଙ୍କ ଜୀବନରୁ ଦୂରେଇ ଗଲେ ରେଖା

ବଲିଉଡ୍‌ର ପ୍ରେମ କାହାଣୀ ସମ୍ପର୍କରେ କହିଲେ ପ୍ରଥମେ ବିଗ୍‌ବି ଅମିତାଭ ବଚ୍ଚନ ଓ ରେଖାଙ୍କ ନାମ ସାମ୍ନାକୁ ଆସିବ। ଉଭୟ ଅନେକ ଫିଲ୍ମରେ ଏକାଠି କାମ...

ରାଜନୀତିରେ ଯୋଗଦେବିନି

ଓଡ଼ିଆ ସଙ୍ଗୀତ ଦୁନିଆରେ ଜଣେ ଆଗଧାଡ଼ିର ବ୍ୟକ୍ତିତ୍ୱ ହେଉଛନ୍ତି ଅଭିଜିତ୍‌ ମଜୁମ୍‌ଦାର। ୧୯୮୯ରେ ସମ୍ବଲପୁରୀ ଗୀତରୁ କ୍ୟାରିୟର ଆରମ୍ଭ କରିଥିବା ଅଭିଜିତ୍‌ ୧୯୯୬ରେ କଟକ ଆସି...

ମାଳଦ୍ୱୀପରେ ଛୁଟି କାଟୁଛନ୍ତି କିଆରା-ସିଦ୍ଧାର୍ଥ

ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀ କିଆରା ଆଡଭାନି ଓ ସିଦ୍ଧାର୍ଥ ମଲହୋତ୍ରା ଏ ପର୍ଯ୍ୟନ୍ତ ରିଲେଶନଶିପ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି। କିନ୍ତୁ ସବୁ କିଛି ପ୍ରକାଶ...

ଆରପାରିରେ ଅଭିନେତା ରତନ ଚୋପ୍ରା

ପୁଣି ଜଣେ ବଲିଉଡ୍‌ କଳାକାରଙ୍କ ପରଲୋକ ଘଟିଛି। ବଲିଉଡର ବରିଷ୍ଠ ଅଭିନେତା ରତନ ଚୋପ୍ରା ୭୦ ବର୍ଷ ବୟସରେ ସମସ୍ତଙ୍କୁ ଅଲବିଦା କହିଛନ୍ତି। ରତନ ବହୁଦିନ...

ହାତକୁ ଦି’ ହାତ ହେବେ ଆଲିଆ-ରଣବୀର

ମୁମ୍ବାଇ: ବିବାହ ଋତୁ ଆରମ୍ଭରୁ ବଲିଉଡ୍‌ର ଯୋଡ଼ିକୁ ନେଇ ଚର୍ଚ୍ଚା ଚାଲିଛି। ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ ଓ ଭିକି କୌଶଲଙ୍କ ବିବାହ ଚର୍ଚ୍ଚାରେ ଥିବା...

ଏହି ଫିଲ୍ମରେ ନଜର ଆସିବେ ରାଖୀ ସାୱନ୍ତ

ମୁମ୍ବାଇ: ବି-ଟାଉନର ଡ୍ରାମାକୁଇନ କୁହାଯାଉଥିବା ରାଖୀ ସାୱନ୍ତ ବ୍ୟକ୍ତିଗତ ଜୀବନର ସମସ୍ୟାକୁ ଏଡାଇ ଏବେ ନିଜ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି। ପ୍ରଥମେ ସେ ତାଙ୍କ...

ପ୍ରଶଂସକଙ୍କୁ ଖୁସିଖବର ଦେଲେ ମଲାଇକା

ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା କିଛି ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇ ହୋମ ଆଇସୋଲେସନରେ ଥିଲେ। ଏବେ ସେ କରୋନାରୁ ସୁସ୍ଥ ହୋଇଛନ୍ତି। ଏହି...

Advertisement
Archives

Model This Week