ଘରୋଇ ବିଦ୍ୟାଳୟ ଆରଟିଇ ନିୟମ ମାନୁନାହାନ୍ତି

ରାଜନଗର,୭ା୪(ଡି.ଏନ.ଏ.): ଶିକ୍ଷା ଅଧିକାର ଆଇନ (ଆରଟିଇ)କୁ ଶିକ୍ଷାକୁ ବ୍ୟବସାୟରେ ପରିଣତ କରିଥିବା କେତେଗୋଟି ଘରୋଇ ବିଦ୍ୟାଳୟ ମାନୁନାହଁାନ୍ତି। ଘରୋଇ ବିଦ୍ୟାଳୟଗୁଡିକରେ ଆର୍ଥତ୍କ ଅନଗ୍ରସର ପିଲାଙ୍କୁ ମାଗଣାରେ ପାଠ ପଢ଼ାଇବାର ନିୟମ ଥିବାବେଳେ ରାଜନଗରର କୌଣସି ଘରୋଇ ବିଦ୍ୟାଳୟ ୧୦ବର୍ଷ ଭିତରେ ଏହାକୁ ପାଳନ କରି ନ ଥିବାର ଗୁରୁତର ଅଭିଯୋଗ ହୋଇଛି। ବିଶେଷକରି ରାଜନଗରଠାରେ ଥିବା ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲରେ ଆର୍ଥତ୍କ ଅନଗ୍ରସର ପିଲାଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ରହିଛି। କେବଳ ଆର୍ଥତ୍କ ଅନଗ୍ରସର ପିଲା ନୁହଁନ୍ତି, ସବୁବର୍ଗର ଛାତ୍ରୀଛାତ୍ରଙ୍କୁ ଆଡମିଶନ ଫିସ୍‌ ବାଦ ଅନ୍ୟ ଦେୟ ଓ ବିଶେଷକରି ବହି, ଖାତା, ୟୁନିଫର୍ମକୁ ମାର୍କେଟଠାରୁ ଚଢ଼ାଦରରେ ବିକ୍ରି କରୁଛନ୍ତି।
ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ନ୍ୟାଶନାଲ କାଉସିଲ ଅଫ୍‌ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନ୍‌ସିଇଆରଟି) ଦ୍ୱାରା ଧାର୍ଯ୍ୟ ପାଠ୍ୟ ପୁସ୍ତକ ବଦଳରେ ଏହି ଘରୋଇ ବିଦ୍ୟାଳୟରେ ଅନ୍ୟ ପୁସ୍ତକ ପିଲାଙ୍କୁ ବିକ୍ରି କରାଯାଉଛି। କେଉଁ ବହି କେଉଁ ଶ୍ରେଣୀରେ ପଢ଼ାଯିବ, ତାର ତାଲିକା ଅଭିଭାବକଙ୍କୁ ଦିଆ ନ ଯାଇ ବିଦ୍ୟାଳୟରୁ ଚଢ଼ା ଦରରେ ନେବାକୁ ବାଧ୍ୟ କରାଯାଉଛି। ଏହି ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲରେ ମଣ୍ଟେଶ୍ୱରୀ ୧, ୨ ଛାତ୍ରୀଛାତ୍ରଙ୍କ ପାଇଁ କେବଳ ବହି ବାବଦକୁ ୨୫ଶହ ଟଙ୍କା ଦେବାକୁ ପଡୁଛି। ଏହାବାଦେ ଖାତା, ଡ୍ରେସ, ଟାଏ ପାଇଁ ମଧ୍ୟ ୨ହଜାରରୁ ଅଧିକ ଟଙ୍କା ଦେବାକୁ ପଡୁଛି। ଘରୋଇ ବିଦ୍ୟାଳୟରେ ପାଠପଢ଼ା ବ୍ୟତିତ କୌଣସି ବହି ଖାତା କିମ୍ବା ଡ୍ରେସ୍‌ ବିକ୍ରି କରାଯାଇପାରିବ ନାହିଁ ବୋଲି ସରକାରୀ ନିୟମ ରହିଛି। ମାତ୍ର ଏହି ବିଦ୍ୟାଳୟର ପରିଚାଳକ ମନମାନି କରି ଜୋର ଜବରଦସ୍ତ ବିଦ୍ୟାଳୟରୁ ବହି ନେବାକୁ ଅଭିଭାବକମାନଙ୍କୁ ବାଧ୍ୟ କରୁଛନ୍ତି। ଷ୍ଟାଣ୍ଡାର୍ଡ ୫ରେ ପଢୁଥିବା ଆୟୁଶ ମିଶ୍ର ଓ ଷ୍ଟାଣ୍ଡାର୍ଡ ୨ରେ ପାଠ ପଢୁଥିବା ଆରାଧ୍ୟା ମିଶ୍ରଙ୍କ ବାପାଙ୍କ କହିବା କଥା ହେଲା ବହି ବିଦ୍ୟାଳୟରୁ ଦେଉଛନ୍ତି, ହେଲେ ରସିଦ ଦେଉନାହଁାନ୍ତି। ଆମେ ପଚାରିବାରୁ ଆମେ ଜାଣିନୁ, କ୍ଲାସ ଟିଚର ବହି ଯୋଗାଉଛନ୍ତି ବୋଲି ସଫେଇ ଦେଉଛନ୍ତି। ବଳିଗଣ୍ଡର ଓମପ୍ରିୟା ମହାନ୍ତିଙ୍କ ଅଭିଭାବକଙ୍କ କହିବା କଥା ହେଲା ଆମକୁ ବହି ପାଇଁ ୩୯୦୦ ଟଙ୍କା ପଡ଼ିବ ବୋଲି କହିଲେ। ମାତ୍ର ଆମଠାରୁ ଜୋର ଜବରଦସ୍ତ ୪୪୦୦ ଟଙ୍କା ନେଲେ। ଆମେ ପର୍ସନାଲ ବହି ଦେଉଛୁ କହି ରସିଦ୍‌ ଦେଉନାହଁାନ୍ତି। ରସିଦ ମାଗିଲେ ମଧ୍ୟ ଦେଉନାହଁାନ୍ତି ବୋଲି ଅଭିଯୋଗ କରୁଛନ୍ତି। କେବଳ ଏହି ୨ ଅଭିଭାବକ ନୁହଁନ୍ତି, ଏହି ବିଦ୍ୟାଳୟରେ ପଢୁଥିବା ୪ଶହରୁ ଅଧିକ ଛାତ୍ରୀଛାତ୍ର ଏଭଳି ଶୋଷଣର ଶିକାର ହେଉଛନ୍ତି। ଏ ସମ୍ପର୍କରେ ବିଦ୍ୟାଳୟର ସହକାରୀ ଅଧ୍ୟକ୍ଷ ବ୍ରଜ କିଶୋର ପ୍ରଧାନଙ୍କୁ ପଚାରିବାରୁ କ୍ଲାସ୍‌ ଟିଚର ଅର୍ଡର ନେଇ ବହି ଦେଉଛନ୍ତି। ମଣ୍ଟେଶ୍ୱରୀ-୧ରୁ ଦଶମ ଯାଏ ଏଠାରେ ପଢା ହେଉଛି। ଗତବର୍ଷ ଯେଉଁ ପବ୍ଲିକେଶନର ବହି ପଢ଼ା ହେଉଥିଲା, ଏ ବର୍ଷ ବହି ବଦଳିଛି ବୋଲି କହିଛନ୍ତି। ସୂଚନାଯୋଗ୍ୟ, ପ୍ରତିବର୍ଷ ଏହି ଘରୋଇ ବିଦ୍ୟାଳୟ ବହି ବିକ୍ରି ନଁାରେ ଶୋଷଣ କରୁଥିବା ନେଇ ଅଭିଭାବକମାନେ ଅଭିଯୋଗ କରୁଥିଲେ ମଧ୍ୟ ଶିକ୍ଷାବିଭାଗର ନିରବତା ସନ୍ଦେହ ସୃଷ୍ଟି କରିଛି। କେବଳ ଏହି ବିଦ୍ୟାଳୟ ନୁହେଁ, ରାଜନଗରରେ ଛତୁ ଫୁଟିବା ଭଳି ଗଢି ଉଠିଥିବା ଘରୋଇ ବିଦ୍ୟାଳୟଗୁଡିକ ବହି ଓ ଖାତା ବିକ୍ରି କରୁଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?