‘ଘରୋଇ ଶିକ୍ଷାନୁଷ୍ଠାନ ସରକାରଙ୍କୁ ମାନୁନାହାନ୍ତି’

ଭୁବନେଶ୍ୱର, ୪।୧୦(ବ୍ୟୁରୋ): ଘରୋଇ ସ୍କୁଲ ଏବଂ କଲେଜଗୁଡ଼ିକ ରାଜ୍ୟ ସରକାରଙ୍କୁ ଭ୍ରୂକ୍ଷେପ କରୁନାହାନ୍ତି। କରୋନା ପରିସ୍ଥିତିରେ ଯେତେବେଳେ ଲୋକେ ରୋଜଗାର ହରାଇଛନ୍ତି ଏବଂ ବଞ୍ଚିବାକୁ ସଂଗ୍ରାମ କରୁଛନ୍ତି ସେତେବେଳେ ଘରୋଇ ସ୍କୁଲ ଓ କଲେଜ ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କ ତଣ୍ଟିଚିପି ଅର୍ଥ ଆଦାୟ କରୁଛନ୍ତି। ହେଲେ ଏନେଇ ଏ ପର୍ଯ୍ୟନ୍ତ ସରକାର କୌଣସି ନିଷ୍ପତ୍ତି ନେଲେ ନାହିଁ ବୋଲି ଅଖିଳ ଭାରତ ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସମ୍ପାଦକ ରୋଶନଲାଲ ବିଟୁ ଅଭିଯୋଗ କରିଛନ୍ତି।
କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟରେ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ରୋଶନଲାଲ କହିଛନ୍ତି, ଆଡମିଶନ ଫି, ଟ୍ୟୁଶନ ଫି, ପାଣି ବିଲ୍‌ ଓ ଇଲେକ୍ଟ୍ରି ବିଲ୍‌ ଏବଂ ସ୍କୁଲର ଅନ୍ୟାନ୍ୟ ଫି କମାଇବା ପାଇଁ ସରକାରଙ୍କ ତରଫରୁ ସିଧାସଳଖ ନିର୍ଦ୍ଦେଶ ଦିଆଯାଉ ନାହିଁ। ଅଭିଭାବକମାନେ ଘରୋଇ ସ୍କୁଲର ମାଲିକଙ୍କ ଚାପରେ ପେଷି ହୋଇଯାଉଥିବା ବେଳେ ରାଜ୍ୟ ସରକାର ଛାତ୍ରୀଛାତ୍ରଙ୍କ ଦୁରବସ୍ଥା ପ୍ରତି ଧ୍ୟାନ ଦେଉନାହାନ୍ତି। ଘରୋଇ ସ୍କୁଲ ଓ କଲେଜ ମାଲିକ ଏବଂ ରାଜ୍ୟ ସରକାରଙ୍କ ଭିତିରି ବୁଝାମଣା ହୋଇଥିବା ଅଭିଯୋଗ ହେଉଛି। ତୁରନ୍ତ ସ୍କୁଲ ଏବଂ କଲେଜରେ ଆଡମିସନ ଫି’ ସହ ଅନ୍ୟାନ୍ୟ ସମସ୍ତ ଫି’ କମାଇବା ପାଇଁ ଛାତ୍ର କଂଗ୍ରେସ ଦାବି କରିଛି। ଓଡ଼ିଶା ସରକାର ବିଶ୍ୱବିଦ୍ୟାଳୟ ଆଇନ ୧୯୮୯ର ଯେଉଁ ସଂଶୋଧନ କରିଛନ୍ତି, ତାହାକୁ ପ୍ରତ୍ୟାହାର କରିବାପାଇଁ ଛାତ୍ର କଂଗ୍ରେସ ଦାବି କରୁଛି ବୋଲି ସେ କହିଛନ୍ତି। ସେହିପରି ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ଉତ୍ତରପ୍ରଦେଶ ପୋଲିସର ଆକ୍ରମଣ ଘଟଣା ଗଣତନ୍ତ୍ରର ହତ୍ୟା ହୋଇଛି ବୋଲି ବିଟୁ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାପିଟାଲ ହସ୍ପିଟାଲ ପରିସରରେ ଜମୁଛି ଅଟୋ ଡ୍ରାଇଭରଙ୍କ ଆଡ୍ଡା : ବଢୁଛି ନାନା ସମସ୍ୟା

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲ ପରିସରରେ ଆଡ୍ଡା ଜମାଉଥିବା ଅଟୋ ଓ ଏହାର ଚାଳକଙ୍କୁ ହଟାଇବା ଉଦ୍ୟମ ବିଫଳ ହୋଇଛି। ନାନା ସମସ୍ୟା ସୃଷ୍ଟି ହେବାରୁ ଶେଷରେ...

ତ୍ୱରାନ୍ବିତ ହେବ ରଥ ନିର୍ମାଣ କାର୍ଯ୍ୟ: ସମସ୍ତ ମହାରଣା, ସେବାୟତଙ୍କ ହେବ ସ୍ବାସ୍ଥ୍ୟ ପରୀକ୍ଷା

ପୁରୀ ଅଫିସ,୮।୫: ରଥ ନିର୍ମାଣ କାର୍ଯ୍ୟକୁ କିଭଳି ତ୍ୱରାନ୍ବିତ କରାଯିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ବିଶେଷକରି ରଥ...

ଫୋରେନ୍‌ସିକ୍‌ ଲାବଠୁ ଡିଜିଟାଲ ଦସ୍ତାବିଜ୍‌ ମାଗିଲା ଇଡି

ଭୁବନେଶ୍ୱର,୧୬।୧୨ (ବ୍ୟୁରୋ): ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁହାଁମୁହିଁ ଜେରା କରୁଛି। ଏପଟେ...

ଯୁକ୍ତ୨ ନାମଲେଖା ଆରମ୍ଭ

ଭୁବନେଶ୍ୱର, ୨୨।୯(ବ୍ୟୁରୋ): ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ସଂସ୍କୃତ ବିଭାଗରେ ନାମଲେଖା ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କରେ...

ନବୀକରଣ ନାଁରେ ନଷ୍ଟ ହେଉଛି ଐତିହ୍ୟ

ଭୁବନେଶ୍ୱର,୨।୩(ବ୍ୟୁରୋ): କୋରାପୁଟର ପ୍ରାଚୀନ ସମୟର ଦୁଇଟି କଳିଙ୍ଗନ ମନ୍ଦିର ନବୀକରଣ ନଁାରେ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି। ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୪୫ କିଲୋମିଟର ଦୂରରେ...

କଣାସାଲୁ ଜଙ୍ଗଲରେ କମ୍ବିଂ ଅପରେଶନ ଜୋରଦାର: ବିପୁଳ ପରିମାଣରେ ମାଓବାଦୀ ସାମଗ୍ରୀ ଜବତ

ଫୁଲବାଣୀ ଅଫିସ, ୧୬।୧୦: କନ୍ଧମାଳ ଓ କଳାହାଣ୍ଡି ଜିଲା ସୀମାନ୍ତ ବାଲିଗୁଡ଼ା ଥାନା ସୁଡ୍ରା ନିକଟସ୍ଥ କଣାସାଲୁ ଜଙ୍ଗଲରେ ଗତ ୯ ତାରିଖରୁ କମ୍ବିଂ ଅପରେଶନକୁ...

୫ ଦିନରେ ୪୦ରୁ ଅଧିକ ମାମଲା

ଭୁବନେଶ୍ବର,୭ା୧୦(ବ୍ୟୁରୋ):ଦୁର୍ଗାପୂଜାରେ ଚୋରି ଓ ଲୁଟ୍‌ ବଢ଼ିବା ଆଶଙ୍କା କରି କମିଶନରେଟ ପୋଲିସ ପକ୍ଷରୁ ଆଗୁଆ ସତର୍କ କରାଯିବା ସହ ଅପରାଧୀ ଦମନ ଅଭିଯାନ ଆରମ୍ଭ ହୋଇଥିଲା।...

ମହାନଦୀ ଶଯ୍ୟା ଅନୁଧ୍ୟାନ କଲା ଏନ୍‌ଜିଟି ଟିମ୍‌

କଟକ ଅଫିସ, ୮ା୪: ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ଙ୍କ ନିର୍ଦ୍ଦେଶରେ ଗଠିତ ୫ଜଣିଆ କମିଟି ବୁଧବାର ମହାନଦୀ ଶଯ୍ୟା ସମେତ ହାଡ଼ିଆ ପଠା ପରିଦର୍ଶନ କରିଛନ୍ତି। ଏହି...

Advertisement
Archives

Model This Week