ଗଞ୍ଜାମ,୧୨ା୫(ବିଦ୍ୟାଧର ସାହୁ): ଜିଲା ସଦର ମହକୁମା ଛତ୍ରପୁରଠାରୁ ପୁରୁଷୋତ୍ତମପୁର ରାସ୍ତାରେ ଯାତ୍ରୀବାହୀ କ୍ୟାଣ୍ଟର ଓ ବସ୍ଗୁଡ଼ିକର ମନମାନି ଯୋଗୁ ଅନେକ ସମୟରେ ଅପେକ୍ଷାରତ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସରକାରୀ କାର୍ଯ୍ୟ ହେଉ କିମ୍ବା ବ୍ୟକ୍ତିଗତ କାର୍ଯ୍ୟରେ ଯାଇଥିବା ଯାତ୍ରୀ ଗାଡ଼ିକୁ ଅପେକ୍ଷା କରି ନିର୍ଦ୍ଧାରିତ ଗାଡ଼ିରେ ବସିଲା ବେଳକୁ ଗାଡ଼ି ନିର୍ଦ୍ଧାରିତ ସ୍ଥଳକୁ ନ ଯାଇ ଅଧା ରାସ୍ତାରେ ଯାତ୍ରୀକୁ ଛାଡ଼ିଦେବା ଅନେକ ସମୟରେ ଘଟୁଥିବା ଜଣେ ଯାତ୍ରୀ ଅଭିଯୋଗ କରିଛନ୍ତି। ଫଳରେ ଏହି ଗ୍ରୀଷ୍ମ କାଳରେ ଗରମରେ ଯାତ୍ରୀ ଅସୁବିଧାରେ ସମ୍ମୁଖୀନ ହୁଅନ୍ତି।
ଛାତ୍ରୀଛାତ୍ର ବିଦ୍ୟାଳୟ, ମହାବିଦ୍ୟାଳୟ ଓ ରୋଗୀ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଯିବା ଆସିବା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି l ଛତ୍ରପୁରରେ ଥିବା ପୁରୁଷୋତ୍ତମପୁର ବସ୍ ପାଇଁ କିଛି ସୂଚନାଫଳକ ନ ଥିବା ବେଳେ ବସ୍ କର୍ମଚାରୀଙ୍କ ନିଷ୍ପତ୍ତି ହିଁ ନିର୍ଦ୍ଧାରିତ ସମୟ ବୋଲି ଧରାଯାଏ l ଛତ୍ରପୁରରୁ ପୁରୁଷୋତ୍ତମପୁର ମଧ୍ୟରେ ଡାଇରେକ୍ଟ କୌଣସି ସରକାରୀ ବସ୍ ଚଳାଚଳ ନ ହେବା ଫଳରେ ଘରୋଇ ବସ୍ବାଲାଙ୍କ ଏଭଳି ମନମାନି ଦେଖିବାକୁ ମିଳୁଛି। ଏଥିପାଇଁ ସରକାରୀ କର୍ତ୍ତୃପକ୍ଷ କୌଣସି ନିର୍ଦ୍ଦେଶନାମା ଜାରି କରି ନାହାନ୍ତି। ତେଣୁ ଏହି ରାସ୍ତାରେ ସରକାରୀ ବସ୍ ଚଳାଚଳ ପାଇଁ ବ୍ୟବସ୍ଥା କରିବା ସହ ଘରୋଇ ବସ ଚଳାଚଳରେ ନିର୍ଦ୍ଦିଷ୍ଟ ନିୟମ କଡ଼ାକଡ଼ି କରିବାକୁ ନିୟମ ପ୍ରସ୍ତୁତ କରିବା ପାଇଁ ସାଧାରଣରେ ଦାବି ହେଉଛି।
Posted inHome Left, ଆମ ଜିଲା ଖବର, ଗଞ୍ଜାମ View All
ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ
ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…
କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…
ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…
ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ
ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…
ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!
ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…
ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା
ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…
DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’
ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…
ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି
ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…
ହଠାତ୍ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ
ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…
Archives

