ଗଞ୍ଜାମ,୧୨ା୫(ବିଦ୍ୟାଧର ସାହୁ): ଜିଲା ସଦର ମହକୁମା ଛତ୍ରପୁରଠାରୁ ପୁରୁଷୋତ୍ତମପୁର ରାସ୍ତାରେ ଯାତ୍ରୀବାହୀ କ୍ୟାଣ୍ଟର ଓ ବସ୍ଗୁଡ଼ିକର ମନମାନି ଯୋଗୁ ଅନେକ ସମୟରେ ଅପେକ୍ଷାରତ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସରକାରୀ କାର୍ଯ୍ୟ ହେଉ କିମ୍ବା ବ୍ୟକ୍ତିଗତ କାର୍ଯ୍ୟରେ ଯାଇଥିବା ଯାତ୍ରୀ ଗାଡ଼ିକୁ ଅପେକ୍ଷା କରି ନିର୍ଦ୍ଧାରିତ ଗାଡ଼ିରେ ବସିଲା ବେଳକୁ ଗାଡ଼ି ନିର୍ଦ୍ଧାରିତ ସ୍ଥଳକୁ ନ ଯାଇ ଅଧା ରାସ୍ତାରେ ଯାତ୍ରୀକୁ ଛାଡ଼ିଦେବା ଅନେକ ସମୟରେ ଘଟୁଥିବା ଜଣେ ଯାତ୍ରୀ ଅଭିଯୋଗ କରିଛନ୍ତି। ଫଳରେ ଏହି ଗ୍ରୀଷ୍ମ କାଳରେ ଗରମରେ ଯାତ୍ରୀ ଅସୁବିଧାରେ ସମ୍ମୁଖୀନ ହୁଅନ୍ତି।
ଛାତ୍ରୀଛାତ୍ର ବିଦ୍ୟାଳୟ, ମହାବିଦ୍ୟାଳୟ ଓ ରୋଗୀ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଯିବା ଆସିବା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି l ଛତ୍ରପୁରରେ ଥିବା ପୁରୁଷୋତ୍ତମପୁର ବସ୍ ପାଇଁ କିଛି ସୂଚନାଫଳକ ନ ଥିବା ବେଳେ ବସ୍ କର୍ମଚାରୀଙ୍କ ନିଷ୍ପତ୍ତି ହିଁ ନିର୍ଦ୍ଧାରିତ ସମୟ ବୋଲି ଧରାଯାଏ l ଛତ୍ରପୁରରୁ ପୁରୁଷୋତ୍ତମପୁର ମଧ୍ୟରେ ଡାଇରେକ୍ଟ କୌଣସି ସରକାରୀ ବସ୍ ଚଳାଚଳ ନ ହେବା ଫଳରେ ଘରୋଇ ବସ୍ବାଲାଙ୍କ ଏଭଳି ମନମାନି ଦେଖିବାକୁ ମିଳୁଛି। ଏଥିପାଇଁ ସରକାରୀ କର୍ତ୍ତୃପକ୍ଷ କୌଣସି ନିର୍ଦ୍ଦେଶନାମା ଜାରି କରି ନାହାନ୍ତି। ତେଣୁ ଏହି ରାସ୍ତାରେ ସରକାରୀ ବସ୍ ଚଳାଚଳ ପାଇଁ ବ୍ୟବସ୍ଥା କରିବା ସହ ଘରୋଇ ବସ ଚଳାଚଳରେ ନିର୍ଦ୍ଦିଷ୍ଟ ନିୟମ କଡ଼ାକଡ଼ି କରିବାକୁ ନିୟମ ପ୍ରସ୍ତୁତ କରିବା ପାଇଁ ସାଧାରଣରେ ଦାବି ହେଉଛି।
Posted inHome Left, ଆମ ଜିଲା ଖବର, ଗଞ୍ଜାମ View All
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

