୯ ଜେଲରେ କ୍ଷମତାଠୁ ଅଧିକ କଏଦୀ

କଟକ ଅଫିସ,୧।୮: ଜେଲ୍‌ରେ କରୋନା ସଂକ୍ରମଣ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଉଚ୍ଚ କ୍ଷମତାସମ୍ପନ୍ନ କମିଟିର ବୈଠକ ଭିଡିଓ କନଫରେନ୍ସରେ ଆୟୋଜିତ ହୋଇଛି। ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ ରହିବା, ଜେଲ୍‌ରେ ସଙ୍ଗରୋଧ କେନ୍ଦ୍ର, କୋଭିଡ୍‌ କେୟାର ସେଣ୍ଟର କରାଯିବା, ନୂଆ କଏଦୀଙ୍କ କୋଭିଡ୍‌ ଟେଷ୍ଟ, ଉତ୍ତମ ଚିକିତ୍ସା ସୁବିଧା ପ୍ରଦାନ ଓ ଜେଲ୍‌ରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ପାଇଁ ଏଥିରେ ଗୁରୁତ୍ୱାରାପ କରାଯାଇଛି। ହାଇକୋର୍ଟ ବିଚାରପତି ତଥା ରାଜ୍ୟ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଡିଜି (ଜେଲ୍‌) ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଥିଲେ ଯେ ସର୍ବଶେଷ ତଥ୍ୟ ମୁତାବକ ୬୩ ଜଣ କଏଦୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ କଟକ ସର୍କଲ ଜେଲ୍‌ର ୮, ପୁରୀ ଜିଲା ଜେଲ୍‌ର ୧, ଖୋର୍ଦ୍ଧା ସବ୍‌-ଜେଲ୍‌ର ୬, ବ୍ରହ୍ମପୁର ସର୍କଲ ଜେଲ୍‌ର ୩୬, କୋଦଳା ସବ୍‌-ଜେଲ୍‌ର ୧୨ ଜଣ ରହିଛନ୍ତି। ବର୍ତ୍ତମାନ ବିଭିନ୍ନ ଜେଲ୍‌ରେ ୨୧୧୨ ଜଣ କଏଦୀ ସଙ୍ଗରୋଧରେ ଅଛନ୍ତି। ଜେଲ୍‌ଗୁଡ଼ିକର ସ୍ଥିତି ନେଇ ଜିଲା ଜଜ୍‌ମାନେ କମିଟିକୁ ରିପୋର୍ଟ ଦେଇଛନ୍ତି। ସେହି ଅନୁଯାୟୀ ଜେଲ୍‌ରୁ ଭିଡ଼ କମାଇବା ପାଇଁ ପଦକ୍ଷେପ ନିଆଯାଇଛି। ପାରୋଲ ଓ ଜାମିନ ଦିଆଯାଇଛି। କିନ୍ତୁ ୯ଟି ଜେଲ୍‌ରେ ଏବେ ବି କ୍ଷମତାଠାରୁ ଅଧିକ କଏଦୀ ରହିଛନ୍ତି। ସେଗୁଡ଼ିକ ହେଲା ନୂଆପଡ଼ା ସବ୍‌ ଜେଲ୍‌, ଫୁଲବାଣୀ ଜିଲା ଜେଲ୍‌, ବାଲିଗୁଡ଼ା ସବ୍‌ ଜେଲ୍‌, ଝାରସୁଗୁଡ଼ା ସବ୍‌ ଜେଲ୍‌, ବୌଦ୍ଧ ସବ୍‌ ଜେଲ୍‌, ଯାଜପୁର ସବ୍‌ ଜେଲ୍‌, ଭବାନିପାଟଣା ଜିଲା ଜେଲ୍‌, ଧର୍ମଗଡ଼ ସବ୍‌ ଜେଲ୍‌ ଓ ସମ୍ବଲପୁର ଜିଲା ଜେଲ୍‌। ସମ୍ବଲପୁର ଜିଲା ଜେଲ୍‌ କ୍ଷମତା ୬୦୪ ଥିବାବେଳେ ୬୯୦ ଜଣ କଏଦୀ ରହିଛନ୍ତି। କେତେକ କଏଦୀଙ୍କୁ ଅନ୍ୟ ଜେଲ୍‌କୁ ପଠାଇବା ପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ଅଧିକାଂଶ ଜେଲ୍‌ରେ ସଙ୍ଗରୋଧ ୱାର୍ଡ଼ ଗଠନ କରାଯାଇଛି। କିନ୍ତୁ ଆଠଗଡ଼ ଓ ବଡ଼ମ୍ବା ସବ୍‌-ଜେଲ୍‌ରେ ତାହା ନାହିଁ। ସନ୍ଦିଗ୍ଧ କଏଦୀଙ୍କୁ ଚୌଦ୍ୱାର ସର୍କଲ୍‌ ଜେଲ୍‌ ଓ ନରସିଂହପୁର ସବ୍‌ ଜେଲ୍‌କୁ ପଠାଯାଇଛି। ତେଣୁ ସମସ୍ତ ଜେଲ୍‌ରେ ସଙ୍ଗରୋଧ ବ୍ୟବସ୍ଥା କରିବା ପାଇଁ ଡିଜି (ଜେଲ୍‌)ଙ୍କୁ ନିର୍ଦ୍ଦେଶ ହୋଇଛି। ବ୍ରହ୍ମପୁର ସର୍କଲ୍‌ ଜେଲ୍‌କୁ କୋଭିଡ୍‌ କେୟାର୍‌ ସେଣ୍ଟର କରାଯାଇଛି। ଗଞ୍ଜାମ ଜିଲାର ଭଞ୍ଜନଗର, ଛତ୍ରପୁର, ଆସିକା, କୋଦଳା, ସୋରଡ଼ା ଓ ଦିଗପହଣ୍ଡି ଜେଲ୍‌ରେ ମଧ୍ୟ କୋଭିଡ୍‌ କେୟାର ସେଣ୍ଟର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କଏଦୀଙ୍କ ସ୍ବାବ୍‌ ସଂଗ୍ରହ ଓ ରିପୋର୍ଟ ଠିକ୍‌ରେ ହେଉନାହିଁ। ନୂଆ କଏଦୀଙ୍କ କୋଭିଡ୍‌ ଟେଷ୍ଟ କରାଯାଉ ନାହିଁ। ଏ ଦିଗରେ ପଦକ୍ଷେପ ପାଇଁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ହୋଇଛି। ଭିଡିଓ କନଫରେନ୍ସ ଜରିଆରେ ଶୁଣାଣି ପାଇଁ ଜେଲ୍‌ରେ ବ୍ୟବସ୍ଥା କରାଯାଇଛି। ଜି. ଉଦୟଗିରି ସବ୍‌ ଜେଲ୍‌ରେ ଏହି ବ୍ୟବସ୍ଥା ନ ଥିବାବେଳେ ସମ୍ବଲପୁର ଜେଲ୍‌ରେ ତାହା ଅକାମୀ ପଡ଼ିଛି। ତୁରନ୍ତ ଏ ଦିଗରେ ପଦକ୍ଷେପ ପାଇଁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri