Posted inଫୁରସତ

ମଲା ମଶା ଧରି କୋର୍ଟରେ କଏଦୀ

ମୁମ୍ବାଇ: ଜେଲରେ ମଶାମାନଙ୍କ ପାଦୁର୍ଭାବ ଟିକେ ଅଧିକ। ତେବେ ମଶାକାମୁଡ଼ାରେ ଅତିଷ୍ଠ ହୋଇ ମୁମ୍ବାଇରେ ଜଣେ କଏଦୀ ଅଜବ ଘଟଣା ଘଟେଇ ଦେଇଛନ୍ତି। କଏଦୀ ଜଣକ ହେଉଛନ୍ତି ମୋଷ୍ଟ ଓ୍ବାଣ୍ଟେଡ୍‌ ଗ୍ୟାଙ୍ଗ୍‌ଷ୍ଟର ଲକଡଓ୍ବାଲା। ଗୁରୁବାର କୋର୍ଟରେ ତାଙ୍କୁ ହାଜର କରାଯାଇଥିବାବେଳେ ସେ ମଲା ମଶା ଥିବା ଏକ ବୋତଲ କୋର୍ଟରେ ଉପସ୍ଥାପନ କରିଛନ୍ତି। ଜେଲରେ ରହୁଥିବା କଏଦୀମାନେ ମଶାମାନଙ୍କ ପାଇଁ ରାତିରେ ଶୋଇ ପାରୁ ନ ଥିବା କହିଥିଲେ। ରାତିରେ ଶୋଇବାବେଳେ ଲକଡଓ୍ବାଲାଙ୍କୁ ମଶାରି ବ୍ୟବହାର ପାଇଁ ଅନୁମତି ଦେବା ଲାଗି ସେ ବିଚାରପତିଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଜଜ୍‌ ତାଙ୍କୁ ଏଥିରେ କୌଣସି ପ୍ରକାର ସହଯୋଗ କରିପାରିବେ ନାହିଁ ବୋଲି ସିଧା ମନା କରିଦେଇଥିଲେ। ଦାଉଦ୍‌ ଇବ୍ରାହିମଙ୍କ ସହଯୋଗୀ ଭାବେ ଲକଡଓ୍ବାଲା କାମ କରୁଥିବାବେଳେ ତାଙ୍କ ବିରୋଧରେ ଅନେକ ମାମଲା ରହିଛି। ଚଳିତ ବର୍ଷ ମେ’ରେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ମଶାରି ବ୍ୟବହାର କରିବାକୁ ଅନୁମତି ଦେଇଥିଲେ ହେଁ ସୁରକ୍ଷା ଦୃଷ୍ଟିକୁ କେନ୍ଦ୍ର କରି ତାଙ୍କ ନିକଟରୁ ମଶାରି ନିଆଯାଇଥିଲା। ୨୦୨୦ ଜାନୁୟାରୀରେ ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ସେ କାଲୋଜା ଜେଲରେ ସଜା କାଟୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?