ଜନସ୍ବାର୍ଥ ପ୍ରତି ପ୍ରାଥମିକତା

ବଡ଼ ବିଚିତ୍ର ଏ ରାଜନୀତି। ତା’ଠାରୁ ବିଚିତ୍ର ରାଜନେତାଙ୍କ ମତିଗତି। ବିରୋଧୀ ଦଳରେ ଥିବାବେଳେ ସରକାରର ସମସ୍ତ ଦୋଷ ଦୁର୍ବଳତାକୁ ନେଇ ବିଧାନସଭା ହୁଏ ରଣାଙ୍ଗନ। ବନ୍ଦ ପାଳନ, ଧର୍ମଘଟ ଓ ସତ୍ୟାଗ୍ରହ ମାଧ୍ୟମରେ ଜନତାଙ୍କ ମନରେ ପ୍ରତ୍ୟୟ ସୃଷ୍ଟିର ପ୍ରୟାସ କରାଯାଏ ଯେ ସରକାର ଅପାରଗ, ଜନସ୍ବାର୍ଥ ବିରୋଧୀ, ଦୁର୍ନୀତିଗ୍ରସ୍ତ ଓ ଆଇନ ଶୃଙ୍ଖଳା ରକ୍ଷା କରିବାରେ ଅସମର୍ଥ। ଆମ ଦଳ କ୍ଷମତାକୁ ଆସିଲେ ରାଜ୍ୟ ତଥା ଜନତାଙ୍କ ସ୍ବାର୍ଥକୁ ପ୍ରାଥମିକତା ଦିଆଯିବ। ଆଇନ ଶୃଙ୍ଖଳା ସହ ଦୁର୍ନୀତିର ଶୂନ୍ୟ ସହନଶୀଳତାକୁ ପ୍ରାଧାନ୍ୟ ଦିଆଯିବ। ସମୟ ଚକ୍ର ଘୂରିଯାଏ। କାଲି ଯେ ବିରୋଧୀ ଭାବେ ସରକାର ବିରୋଧରେ ବିଷୋଦ୍‌ଗାର କରୁଥିଲେ ଆଜି ସରକାରୀ ଆସନରେ। ଆମେ ଜାଣିଛେ ଯେ ବିକ୍ରମାଦିତ୍ୟଙ୍କ ବତ୍ରିଶ ସିଂହାସନର ବିଶେଷତ୍ୱ ଥିଲା ଏହାକୁ ଯେ ଆରୋହଣ କରୁଥିଲେ ସେ ଯେତେ ଅନ୍ୟାୟୀ ହୋଇ ଥିଲେ ମଧ୍ୟ କେବଳ ସତ୍ୟଧର୍ମ ଓ ନ୍ୟାୟ ହିଁ ଆଚରଣ କରୁଥିଲେ। କିନ୍ତୁ ଆଜିର ଯୁଗରେ ରାଜନୀତି ସିଂହାସନର ମାହାତ୍ମ୍ୟ ହେଉଛି, ଏହାକୁ ଯେ ଦଖଲ କରିବ ସତ୍ୟ, ଧର୍ମ ଓ ନ୍ୟାୟ ତା’ଠାରୁ ଅନ୍ତର୍ହିତ ହୋଇ ସମସ୍ତ ବିପରୀତ ଗୁଣର ଅଧିକାରୀ ହେବ।
ଓଡ଼ିଶା ପରିପ୍ରେକ୍ଷୀରେ ଆଲୋଚନା ପ୍ରାସଙ୍ଗିକ ମନେହୁଏ। ଓଡ଼ିଶାରେ କଂଗ୍ରେସ ସରକାର ଅମଳରେ ନିଶ୍ଚିତ ଭାବେ ଅନୁଗୋଳ ନାଲ୍‌କୋ ପ୍ରକଳ୍ପ, ତାପଜ ବିଦ୍ୟୁତ୍‌ ଶିଳ୍ପ ପରି ଅନେକ ଲୋକହିତକର କାର୍ଯ୍ୟ ହୋଇଛି। ସମତାଳରେ କିଛି ଅରୁଚିକର ଘଟଣା ମଧ୍ୟ ଘଟିଛି। ଆମ ଲୋକଚରିତ୍ର ବୈଶିଷ୍ଟ୍ୟ ହେଲା- ଆମେ ଶହେ ଭଲକାମକୁ ଭୁଲିଯାଉ ଓ ଗୋଟିଏ ମନ୍ଦ କାମକୁ ଗଣ୍ଠିକରି ଧରୁ। ବିରୋଧୀଙ୍କର ଲକ୍ଷ୍ୟ ହେଲା ସରକାରକୁ ସବୁ କାର୍ଯ୍ୟରେ ବିରୋଧ କରିବା। ନାରୀ ନିର୍ଯାତନା ସବୁ ସରକାର ଅମଳରେ ଘଟେ। ଘଟଣା ଘଟିଲା ପରେ କିଭଳି କାର୍ଯ୍ୟାନୁଷ୍ଠାନ ହେଉଛି ତା’ ଉପରେ ସମସ୍ତଙ୍କର ନଜର। କଂଗ୍ରେସ ସରକାର ସମୟରେ ଛବିରାଣୀ ବଳାକତ୍ାର ଓ ହତ୍ୟା ଘଟଣା ଚାରିଦଶନ୍ଧି ପରେ ମଧ୍ୟ ଲୋକ ସ୍ମୃତିରେ ଉଜ୍ଜୀବିତ ଅଛି। ସେହିପରି ଅଞ୍ଜନାଙ୍କ ପ୍ରତି ବର୍ବରତା ସବୁ ସୀମା ଟପିଗଲା, ଯାହା ସରକାରର ପତନ ଘଟାଇଲା। ପରେ ଦୀର୍ଘ ୨୪ ବର୍ଷ ବିଜୁ ଜନତା ଦଳ ଓଡ଼ିଶାରେ ଶାସନ କରିବା ପରେ ୨୦୨୪ ନିର୍ବାଚନରେ ପରାସ୍ତ ହୋଇ କ୍ଷମତାରୁ ଓହରି ଯାଇଛି। ବିଜୁ ଜନତା ଦଳର ଭଲ କାମଗୁଡିକର ତାଲିକା ଯେତିକି ଲମ୍ବା ସମାଲୋଚନାର ଫର୍ଦ୍ଦ ମଧ୍ୟ ସେତିକି ଦୀର୍ଘ। କୁନ୍ଦୁଲି ପୀଡ଼ିତା, ଟିକିରି ଘଟଣା, ବେବିନା, ଇତିଶ୍ରୀଙ୍କ ମାର୍ମିକ ବେଦନା, ପରୀ ନିଖୋଜ ଘଟଣା ଓ ସର୍ବୋପରି ମମିତା ମେହେରଙ୍କ ମର୍ମନ୍ତୁଦ ହତ୍ୟା ଘଟଣା ଗୋଟିଏ ଗୋଟିଏ କଳା ଫର୍ଦ୍ଦ। ଲୋକେ ଭୁଲିନାହାନ୍ତି ଫରେଷ୍ଟ ରେଞ୍ଜର ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ହତ୍ୟା ଓ ମାହାଙ୍ଗା ଡବଲ ମର୍ଡର ଘଟଣା। ସବୁଠାରୁ ଚର୍ଚ୍ଚିତ ଘଟଣା ହେଲା ନବ ଦାସଙ୍କ ପରି ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା କରାଯିବା। ସେତେବେଳର ପ୍ରମୁଖ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟିର ସ୍ଲୋଗାନ ଥିଲା ଦଳ କ୍ଷମତାକୁ ଆସିଲେ ଏ ସମସ୍ତ ଘଟଣାର ପର୍ଦ୍ଦାଫାଶ କରାଯାଇ ଦୋଷୀଙ୍କୁ ଦଣ୍ଡ ଦିଆଯିବ ଯେପରି ଆଉ କେହି ଏପରି ଘଟଣା ଘଟାଇବାର ସାହସ କରିବେ ନାହିଁ। ଚକ୍ର ଘୂରିଛି। କାଲିର ବିରୋଧୀ ଆଜିର ସରକାର। ଇତି ମଧ୍ୟରେ ଓଡ଼ିଶାରେ ଭାଜପା ସରକାର ୧ବର୍ଷ ପୂର୍ତ୍ତି ପାଳନ କରିସାରିଛି। କିନ୍ତୁ ଶାସନ ବ୍ୟବସ୍ଥା ସବୁ ଅଧାପନ୍ତରିଆ। ମନ୍ତ୍ରିମଣ୍ଡଳ ପୂର୍ଣ୍ଣାଙ୍ଗ ପ୍ରାପ୍ତ ହୋଇପାରି ନାହିଁ, କର୍ପୋରେଶନଗୁଡିକର ପଦବୀ ପୂରଣ ହୋଇନାହିଁ। ଆଶା କରାଯାଏ ୨୦୨୫ ଶେଷ ସୁଦ୍ଧା ସେହିସବୁ ଗଠନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଗଲେ ସର୍ବାଦୌ ହିତକର ହେବ। ଅପର ପକ୍ଷେ ନୂତନ ସରକାର କିଛି ଜନକଲ୍ୟାଣ କାର୍ଯ୍ୟ ପ୍ରାକ୍‌ ନିର୍ବାଚନୀ ପ୍ରତିଶ୍ରୁତି ସ୍ବରୂପ ସଫଳତାର ସହ କରିପାରିଛି। ଧାନର ବିକ୍ରିମୂଲ୍ୟ ଉପରେ ୮୦୦ଟଙ୍କାର ବୋନସ ପ୍ରଦାନ, ସୁଭଦ୍ରା ଯୋଜନାର ରୂପାୟନ, ୮୦ବର୍ଷରୁ ଊଦ୍ଧର୍‌ବ ବ୍ୟକ୍ତିଙ୍କୁ ବର୍ଦ୍ଧିତ ହାରରେ ଭତ୍ତା ପ୍ରଦାନ, ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଓ ରତ୍ନଭଣ୍ଡାର ମରାମତି ଭଳି କାର୍ଯ୍ୟସମ୍ପନ୍ନ ହୋଇଛି। କିନ୍ତୁ ନୂତନ ସରକାରଠାରୁ ଲୋକେ ଆଶା କରୁଥିଲେ ଯେ ପୂର୍ବ ସରକାରର ଆର୍ଥିକ ଅନିୟମିତତା ଓ ଏଥିରେ ଜଡିତ ବ୍ୟକ୍ତି ବିଶେଷଙ୍କୁ ଲୋକଲୋଚନକୁ ଆଣିବା। ଅବଶ୍ୟ ମାଳ ମାଳ ଅସାଧୁ ସରକାରୀ ଅଧିକାରୀଙ୍କୁ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଧରାଯାଇ ବେଆଇନ ଓ ଆୟ ବହିର୍ଭୂତ ସମ୍ପତ୍ତିର ପର୍ଦ୍ଦାଫାଶ କରାଯାଉଛି। ମାତ୍ର ନାରୀ ନିର୍ଯାତନାର ଧାରା ଅବ୍ୟାହତ ରହିଛି। ଆଇନ ଶୃଙ୍ଖଳା ରକ୍ଷା ମଧ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ ଥିବା ପରି ଲୋକେ ଅନୁଭବ କରିପାରୁନାହାନ୍ତି। ପ୍ରତ୍ୟହ ନାରୀ ନିର୍ଯାତନାର କରୁଣ ଖବର ଗଣମାଧ୍ୟମରେ ପ୍ରକାଶ ପାଇ ଲୋକଙ୍କୁ ବ୍ୟଥିତ କରୁଛି। କିଟ୍‌ସ ବିଶ୍ୱବିଦ୍ୟାଳୟର ନେପାଳୀ ଛାତ୍ରୀ ଦୁହିଁଙ୍କର ଆତ୍ମହତ୍ୟା ବିଶ୍ୱରେ ଓଡ଼ଶାର ଛବି ମଳିନ କରିଛି। ବାଲେଶ୍ୱର ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମଦାହ ହେଉ କିମ୍ବା ପୁରୀ ଜିଲା ବଳଙ୍ଗା ନାବାଳିକାଙ୍କୁ ଦହନ ଘଟଣା ପରି ମାଳମାଳ ହୃଦୟ ବିଦାରକ ଘଟଣା ସମାଜ ପ୍ରତି ଗୋଟିଏ ଗୋଟିଏ ଆହ୍ବାନ।
ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ପୁରୀ ରାଜଭବନର ବରିଷ୍ଠ କର୍ମଚାରୀଙ୍କୁ ମାଡମାରି ଲହୁଲୁହାଣ କରିବା ପରି ଘଟଣା ଲୋକଲୋଚନ ଅଗୋଚରରେ ରହିଗଲା। ସରକାର କେବଳ ତଦନ୍ତ ନିର୍ଦ୍ଦେଶ ଦେଇ ନୀରବ ରହୁଛନ୍ତି। ପୂର୍ବ ଅଭିଜ୍ଞତାରୁ ଆମେ ଜାଣୁ ଯେ ଓଡ଼ିଶାରେ ବିଭିନ୍ନ ସମୟରେ ଯେଉଁସବୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ତା’ର ରିପୋର୍ଟ କେବେହେଲେ ସାର୍ବଜନୀନ ହୋଇନାହିଁ। ତଦନ୍ତ ନିର୍ଦ୍ଦେଶ ଏକ ଏପରି ଜିନିଷ ଯାହା କୌଣସି ସରକାରକୁ ଆସନ୍ନ ପ୍ରତିକୂଳ ପରିସ୍ଥିତିରୁ ରକ୍ଷା କରିବାର ଏକ ଶାଣିତ ଅସ୍ତ୍ର। ସବୁ ସରକାର ସମୟରେ ଯେତେସବୁ ଅଘଟଣ ଘଟିଛି ସରକାର ପ୍ରତିରକ୍ଷାତ୍ମକ ବ୍ୟବସ୍ଥା ମୁତାବକ ତଦନ୍ତ ନିର୍ଦ୍ଦେଶ ଦେଇ ଲୋକମତକୁ ପ୍ରଶମିତ କରିବାକୁ ଉଦ୍ୟମ କରିଛନ୍ତି। ସେପରି କୌଣସି ତଦନ୍ତ ରିପୋର୍ଟ ପ୍ରାୟତଃ ସାର୍ବଜନୀନ ହୋଇନାହିଁ। ସତୁରି ଦଶକଠାରୁ ସାମ୍ପ୍ରତିକ ସମୟ ପର୍ଯ୍ୟନ୍ତ ପୁରୀ ଶ୍ରୀମନ୍ଦିର ସଂକ୍ରାନ୍ତରେ ୧୮ଟି ନ୍ୟାୟିକ କମିଶନ ବସାଯାଇଥିଲେ ମଧ୍ୟ ତା’ର ନିର୍ଯାସ ସାର୍ବଜନୀନ କରାଯାଇନାହିଁ। କିମ୍ବା କେହି ଦୋଷୀସାବ୍ୟସ୍ତ ହୋଇ ଦଣ୍ଡ ପାଇଥିବାର ସେପରି କୌଣସି ଉଦାହରଣ ସୃଷ୍ଟି କରାଯାଇନାହିଁ। ତତ୍କାଳୀନ ରାଜ୍ୟପାଳ ଭାଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ନୀତି କାନ୍ତିକୁ ସୁବ୍ୟବସ୍ଥିତ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଢ଼ାଯାଇଥିଲା, ଯାହାର ରିପୋର୍ଟ ମଧ୍ୟ ସାର୍ବଜନୀନ ହୋଇପାରିଲା ନାହିଁ। ଏଥିରୁ ସ୍ପଷ୍ଟ ଯେ କୌଣସି ଦୁର୍ଘଟଣା ବା ଅନିୟମିତ କାର୍ଯ୍ୟାବଳୀ ବିରୋଧରେ ଜନମତକୁ ବିଭ୍ରାନ୍ତ କରିବା ପାଇଁ ଏକମାତ୍ର ଅସ୍ତ୍ର ହେଲା ତଦନ୍ତ କମିଶନ ନିଯୁକ୍ତି। କିନ୍ତୁ ତଦନ୍ତ ରିପୋର୍ଟ କାଳେ କାଳେ ଅପ୍ରକାଶିତ। ତଦନ୍ତ ସମ୍ବନ୍ଧରେ ଓଡ଼ିଶାର ସୁପ୍ରତିଷ୍ଠିତ କବି ତଥା ସମାଲୋଚକ ଗୋଦାବରୀଶ ମହାପାତ୍ରଙ୍କ ଉକ୍ତି ପ୍ରଣିଧାନ ଯୋଗ୍ୟ – ଓଡ଼ିଶାର ଚାରିଆଡ଼େ ଚାଲିଛି ତଦନ୍ତ -ତଦନ୍ତ ରିପୋର୍ଟ କିନ୍ତୁ ବିଗଳିତ ଦନ୍ତ। କାମୁଡ଼ିଲେ କାଟୁ ନାହିଁ ସତେକି ଚୁମ୍ବନ – ଜନତା ଆଖିକୁ ଦିଶେ ମହାବିଡ଼ମ୍ବନ। ଫସଲର ବାଡ଼ ଏଠି ପାଲଟିଛି ଗୋରୁ – ଯେ ଜଗୁଛି ସେ ଚୋର ଚୋର ଧରୁ । ସବୁ ସରକାର ସମାନ। କିନ୍ତୁ ଜନମତ ପ୍ରତି ଉଦାସୀନ ନ ରହି ଗୋଟିଏ ଜନପ୍ରିୟ ସରକାରର ଦାୟିତ୍ୱ ହେଲା ଜନସ୍ବାର୍ଥକୁ ପ୍ରାଥମିକତା ପ୍ରଦାନ। ସରକାର ଜନସ୍ବାର୍ଥ ପ୍ରତି ସଚେତନ ହେଲେ ଦୀର୍ଘ ସ୍ଥାୟୀ ହେବ।
ସିଦ୍ଧଳ, ଜଗତ୍‌ସିଂହପୁର
ମୋ:୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ଚାଞ୍ଚଲ୍ୟ… ଦିଲ୍ଲୀରେ IRS ଅଧିକାରୀଙ୍କ ଝିଅକୁ ବଳାତ୍କାର ପରେ ହତ୍ୟା, ମୋବାଇଲ ଚାର୍ଜରରେ କାଟିଦେଲେ ଗଳା

ନୂଆଦିଲ୍ଲୀ,୨୨ା୪: ଦିଲ୍ଲୀର ଅମର କଲୋନି ଅଞ୍ଚଳରେ ଜଣେ ଯୁବତୀଙ୍କ ବଳାତ୍କାର ଏବଂ ପରେ ହତ୍ୟା ସହିତ ଜଡିତ ଏକ ମାମଲା ସାମ୍ନାକୁ ଆସିଛି । ମୃତକ ଜଣକ…

ଆନନ୍ଦପୁର କଲେଜର ସାମ୍ସ ରୁମରେ ଅଗ୍ନିକାଣ୍ଡ, ୧୦ରୁ ଅଧିକ…

ବଞ୍ଚୋ,୨୨ା୪(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର କଲେଜର ସାମ୍ସ (SAMS) ରୁମରେ ଆଜି ହଠାତ୍ ଅଗ୍ନିକାଣ୍ଡ ଘଟିଛି । ରୁମ ଭିତରେ ହଠାତ୍ ନିଆଁ ଲାଗିଯାଇଥିବାରୁ ୧୦ରୁ…

ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର୍‌, ଶିକ୍ଷକଙ୍କ ଠାରୁ ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ

ଝାରସୁଗୁଡା,୨୨।୪(ଆଶିଷ ରଞ୍ଜନ ଦାଶ): ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଝାରସୁଗୁଡା ଜିଲା ମୁଖ୍ୟ ଚିକିତ୍ସାଳୟର ସେକ୍ସନ ଅଫିସର୍‌। ଜିଏନଏମ ଛାତ୍ରୀମାନଙ୍କୁ ପ୍ରାକ୍ଟିକାଲ ଟ୍ରେନିଂ ପାଇଁ ବିଭିନ୍ନ ପିଏଚସି…

ଜେଲ ପାଚେରୀ ଡେଇଁ କଏଦୀ ଫେରାର

ଭବାନୀପାଟଣା,୨୨।୪: କଳାହାଣ୍ଡି ଜେଲ ପାଚେରୀ ଡେଇଁ ଜଣେ ବିଚାରାଧୀନ କଏଦୀ ଫେରାର ହୋଇଯାଇଥିବା ଜଣାପଡିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଫେରାର…

ମହିଳା ବିଲ୍‌ ଆଣିବା ପଛରେ ରହିଥିଲା ଛଳନା: ଜୟଦେବ ଜେନା

କେନ୍ଦୁଝର,୨୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ସ୍ଥାନୀୟ କଂଗ୍ରେସ ଭବନ ଠାରେ ଜିଲା କଂଗ୍ରେସ ପକ୍ଷରୁ ମହିଳା ବିଲ ଓ ସୀମା ନିର୍ଦ୍ଧାରଣ ବିଲ୍‌କୁ ନେଇ ଏକ ପ୍ରେସ୍‌ମିଟ୍‌…

ଇରାନ-ଆମେରିକା ବିବାଦ ଉପରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଶ୍ଚର୍ଯ୍ୟଜନକ ବୟାନ, ଭାରତ ମଧ୍ୟସ୍ଥତା ଚେଷ୍ଟା….

ନୂଆଦିଲ୍ଲୀ,୨୨ା୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦ ମଧ୍ୟରେ, ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି। ଜର୍ମାନୀରେ ଭାଷଣ ଦେଇ ସେ…

ଅଟୋ ଓଲଟି ୭ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ: ୯ ଦିନ ପରେ ଅଭିଯୁକ୍ତ ଚାଳକଙ୍କୁ…

ଦିଗପହଣ୍ଡି,୨୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ବ୍ଲକ ବୀରମେଖପୁର ଗାଁ ନିକଟରେ ଗତ ୧୪ ତାରିଖ ଅପରାହ୍ନରେ ଅଟୋ (ନଂ. ଓଡି ୦୭ ବିବି -୯୧୨୧)…

ପ୍ରଚଣ୍ଡ ଖରା, ସୁନ୍ଦରଗଡ଼ ଜିଲାରେ ୨୭ ଯାଏ ସ୍କୁଲ ଛୁଟି ଘୋଷଣା

ସୁନ୍ଦରଗଡ,୨୨ା୪(ଜୟ ନାରାୟଣ ମେଣ୍ଡୁଳି): ବର୍ତ୍ତମାନ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ସୁନ୍ଦରଗଡ ଜିଲାରେ ଜନ ଜୀବନ ଦୁର୍ବିସହ ହୋଇପଡିଛି । ଦିନର ତାପମାତ୍ରା ଏବେ ୪୧ଡିଗ୍ରୀ ଡେଇଁ ଲାଣି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri