କୋଭିଡ୍‌, ଆର୍ଥିକ ସୁଧାରକୁ ପ୍ରାଥମିକତା

ଓ୍ବାଶିଂଟନ, ୧୦।୧୧(ପି.ଟି.): କୋଭିଡ୍‌-୧୯ ମହାମାରୀର ମୁକାବିଲା, ଦେଶରେ ଦେଖାଦେଇଥିବା ଆର୍ଥିକ ସଙ୍କଟରେ ସୁଧାର ଆଣିବା, ବର୍ଣ୍ଣଗତ ସମାନତା ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନ ସର୍ବାଧିକ ପ୍ରାଥମିକତା ଦେବ। ବାଇଡେନ୍‌ ଓ ନବନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ୍‌ ଦେଶରେ ଅନେକ ପରିବର୍ତ୍ତନ ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା ସେମାନଙ୍କ ଟିମ୍‌ ସୂତ୍ରରୁ ଜଣାପଡିଛି।
ନିର୍ବାଚନ ଫଳାଫଳକୁ ନେଇ କିଛିଦିନର ଉତ୍କଣ୍ଠା ଓ ଉତ୍ତେଜନା ପରେ ଶନିବାର ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ବାଇଡେନ୍‌ ପେନ୍‌ସିଲଭାନିଆରେ ବିଜୟୀ ହୋଇ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ। ତାଙ୍କ ସହଯୋଗୀ କମଲା ପ୍ରଥମ ମହିଳା ଭାବେ ଉପରାଷ୍ଟ୍ରପତି ହୋଇ ଇତିହାସ ସୃଷ୍ଟି କରିଛନ୍ତି। ଏବେ ବାଇଡେନ୍‌ଙ୍କ ଟିମ୍‌ ଓ୍ବେବ୍‌ସାଇଟରେ ପରିବର୍ତ୍ତନ କରି ଆଗାମୀ ପ୍ରଶାସନ ୪ଟି ନୀତି କୋଭିଡ୍‌-୧୯, ଆର୍ଥତ୍କ ସୁଧାର, ଜାତିଗତ ସମାନତା ଓ ଜଳବାୟୁ ପରିବର୍ତ୍ତନକୁ ସର୍ବାଧିକ ଗୁରୁତ୍ୱ ଦେବ ବୋଲି ଉଲ୍ଲେଖ କରିଛନ୍ତି। ପୂର୍ବ କାର୍ଯ୍ୟକୁ ଜାରି ନ ରଖି ଯାହା ସବୁଠୁ ଭଲ ହେବ ତାହା କରାଯିବ ବୋଲି ବାଇଡେନ୍‌-ହାରିସ୍‌ ଟ୍ରାଞ୍ଜିଶନ ଟିମ୍‌ ସୂଚନା ଦେଇଛନ୍ତି। ତଦନୁଯାୟୀ ଶପଥ ଗ୍ରହଣ ପରେ କରୋନା କବଳରୁ କିପରି ଦେଶବାସୀ ମୁକ୍ତ ହେବେ ତାହା ଉପରେ ନୂଆ ନେତୃତ୍ୱ ଧ୍ୟାନ ଦେବେ। କରୋନା ମହାମାରୀରେ ଆମେରିକା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ସେଠାରେ ପାଖାପାଖି ୧ କୋଟି ଲୋକ ସଂକ୍ରମିତ ହୋଇଥିବାବେଳେ ୨ ଲକ୍ଷ ୩୭ ହଜାର ଲୋକଙ୍କ ଜୀବନ ଗଲାଣି। ସେହିପରି ଆର୍ଥତ୍କ ସୁଧାରକୁ ଦ୍ୱିତୀୟ ପ୍ରାଥମିକତା ଦିଆଯିବ। ନବନିର୍ବାଚିତ ରାଷ୍ଟ୍ରପତି ଲକ୍ଷାଧିକ ନୂତନ ନିଯୁକ୍ତି ସୃଷ୍ଟି କରିବା ଲାଗି ଯୋଜନା କରୁଛନ୍ତି। କର୍ମଚାରୀମାନଙ୍କୁ ସଂଘ ଗଢ଼ିବା ଓ ସମ୍ମିଳିତ ଭାବେ ମୂଲଚାଲ କରିବା ଲାଗି ସୁଯୋଗ ମିଳିବ। ନିଯୁକ୍ତି ସଙ୍କଟ ଟାଳିବାକୁ ହେଲେ ପ୍ରଥମେ ଜନସ୍ବାସ୍ଥ୍ୟ ସଙ୍କଟର ସମାଧାନ କରିବାକୁ ହେବ ବୋଲି ବାଇଡେନ୍‌ କହିଛନ୍ତି। ଦେଶରେ ବଢ଼ୁଥିବା ଆର୍ଥତ୍କ ଅସମାନତାକୁ ଦୂର କରିବାକୁ ହେବ।
ଦେଶର ଅଣଶ୍ୱେତାଙ୍କ ଓ ଧୂସର (ବ୍ରାଉନ୍‌) ସମ୍ପ୍ରଦାୟର ଆର୍ଥତ୍କ ବିକାଶ ଲାଗି ବାଇଡେନ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବେ। ପ୍ରତି ଆମେରିକୀୟ ଯେପରି କାର୍ଯ୍ୟକ୍ଷେତ୍ରକୁ ଫେରିବେ ଓ ଆଗକୁ ଯିବା ଲାଗି ସମାନ ସୁଯୋଗ ପାଇବେ ଅର୍ଥନୀତିକୁ ସେହିଭଳି ପ୍ରସ୍ତୁତ କରିବା ଦିଗରେ ବାଇଡେନ୍‌ ପ୍ରଶାସନ କାର୍ଯ୍ୟ କରିବ। ଜଳବାୟୁକୁ ନେଇ ବିଶ୍ୱରେ ଯେଉଁଭଳି ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଛି ତାହାର ସମାଧାନରେ ନୂତନ ରାଷ୍ଟ୍ରପତି ନେତୃତ୍ୱ ନେବେ। ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନଠାରୁ ନୂତନ ପ୍ରଶାସନକୁ କିପରି ସୁରୁଖୁରୁରେ କ୍ଷମତା ହସ୍ତାନ୍ତର ହେବ ସେହି ଦାୟିତ୍ୱ ଟ୍ରାଞ୍ଜିଶନ ଟିମ୍‌କୁ ଦିଆଯାଇଛି।
ବାଣିଜ୍ୟ ଯୋଜନା ଓ ଭାରତ ଉପରେ ପ୍ରଭାବ

ବାଇଡେନ୍‌ ପ୍ରଶାସନ ଏହାର କେତେକ ନୀତିକୁ ଅନୁମୋଦନ କରାଇବାରେ ସିନେଟ ଓ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। ସେଥିପାଇଁ ତାଙ୍କୁ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କେତେକ ନୀତି ସହ କାର୍ଯ୍ୟ କରିବାକୁ ପଡ଼ିପାରେ। ତେବେ ଭାରତର କେତେକ ସେକ୍ଟେରରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିବା ଆଶା କରାଯାଉଛି। ଭାରତୀୟ ଶେୟାର ବଜାରରେ ଓ୍ବାଲ ଷ୍ଟ୍ରିଟ୍‌ର ଅନୁକୂଳ ପ୍ରଭାବ ପଡ଼ିବ। ଅନିଶ୍ଚିତତାର ଅନ୍ତ ହୋଇଥିବାରୁ ନିବେଶ ମନୋଭାବ ବୃଦ୍ଧି ପାଇବ। ଭାରତ ସହ ରଣନୀତି, ଆର୍ଥିକ ଓ ବାଣିଜ୍ୟ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲାଗି ଆମେରିକାର ନୀତି କାଏମ ରହିବାକୁ ଥିବାରୁ ଚାଇନା ସହ ବାଣିଜ୍ୟ ଯୁଦ୍ଧ ବଢ଼ିପାରେ। ସ୍ବାସ୍ଥ୍ୟ କ୍ଷେତ୍ରରେ ବାଇଡେନ୍‌ ପ୍ରଶାସନ ଅଧିକ ନିବେଶ କରିବାକୁ ଥିବାରୁ ଭାରତର ଫାର୍ମା ସେକ୍ଟର ଲାଭବାନ ହୋଇପାରନ୍ତି।
ଭିଜା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ହେବାର ନ ଥିଲେ ମଧ୍ୟ ବାଇଡେନ୍‌ଙ୍କ ପ୍ରସ୍ତାବିତ ଏଚ୍‌-୧ବି ଭିଜା ସଂସ୍କାର ଯୋଗୁ ଆଇଟି କମ୍ପାନୀଗୁଡ଼ିକ ଆଶ୍ୱସ୍ତ ହେବେ। ଆମେରିକା ବାଣିଜ୍ୟ ନୀତିରେ ବିଶେଷ ପରିବର୍ତ୍ତନ ହୋଇ ନ ପାରେ। ତେଣୁ ଭାରତ ଟ୍ରାନ୍ସ-ପାସିଫିକ୍‌ ପାର୍ଟନରଶିପ୍‌ ଚୁକ୍ତିନାମାରେ ସାମିଲ ହେବାକୁ ବାଧ୍ୟ ହୋଇପାରେ ବୋଲି କୁହାଯାଉଛି। ଚାଇନାରୁ ଯୋଗାଣ ଶୃଙ୍ଖଳକୁ ବଦଳାଇବାକୁ ଆମେରିକା ଚାହୁଁଥିବାରୁ ଏଥିରୁ ଭାରତ ଲାଭବାନ ହୋଇପାରେ। ବାଇଡେନ୍‌ ପ୍ରଶାସନ ଜଳବାୟୁ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେବାକୁ ଥିବାରୁ ଆର୍ଥତ୍କ ସହାୟତା ଦୃଷ୍ଟିରୁ ଭାରତ ଲାଭରେ ରହିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ISRO ଘରୋଇକରଣକୁ ନେଇ କର୍ମଚାରୀଙ୍କ ମଧ୍ୟରେ ବଢିଲା ଚିନ୍ତା, ମୁଖ୍ୟଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଲେ

ବେଙ୍ଗାଲୁରୁ,୬।୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର କର୍ମଚାରୀମାନେ ଘରୋଇ କମ୍ପାନୀଗୁଡ଼ିକ ପାଇଁ ମହାକାଶ କ୍ଷେତ୍ର ଖୋଲାଯିବା ନେଇ ଚିନ୍ତିତ ହେଉଛନ୍ତି। ହଜାର ହଜାର ISRO କର୍ମଚାରୀଙ୍କ…

ବିଷାକ୍ତ ମଦ ପିଇ ଚାଲିଗଲା ୧୦ ଜୀବନ, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା

ଭୋପାଳ,୬ା୯: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଆଉ ୩ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତେବେ ମୃତ୍ୟୁସଂଖ୍ୟା…

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

କିଏ ପିନ୍ଧିପାରିବେ କଣ୍ଠି ମାଳା? ଜାଣିରଖନ୍ତୁ ତୁଳସୀ ମାଳା ପିନ୍ଧିବାର ନିୟମ, ନହେଲେ ଭୋଗିବେ…

ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ…

ଶିକ୍ଷୟିତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହ୍ୱଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ଶନିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri