Posted inଖେଳ

ଇଂଲଣ୍ଡ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ବରିଷ୍ଠ ଖେଳାଳି କରୋନା ପଜିଟିଭ୍‌…

କୋଲକାତା,୧୫।୭: ଇଂଲଣ୍ଡ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ସମସ୍ୟା ବଢ଼ିବାରେ ଲାଗିଛି। ଦଳର ବରିଷ୍ଠ ଖେଳାଳିଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସମ୍ପୃକ୍ତ ଖେଳାଳିଙ୍କୁ ଆଇସୋଲେଶନରେ ରଖାଯାଇଛି। ତେବେ ସେମାନେ ଯେଉଁ ଖେଳାଳିମାନଙ୍କ ସହିତ ମିଳାମିଶା କରିଛନ୍ତି ସେମାନଙ୍କ ମଧ୍ୟ ଅଲଗା ରଖାଯାଇଛି। ସେମାନଙ୍କର ନମୁନା ପରୀକ୍ଷା କରାଯିବ। ଇଂଲଣ୍ଡ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ ସଦସ୍ୟମାନେ ଜୁଲାଇ ୨୦ରୁ ଅଭ୍ୟାସ ମ୍ୟାଚ୍‌ ଖେଳିବାର ଯୋଜନା ରହିଛି। ଟିମ୍‌ ଇଣ୍ଡିଆ ଇଂଲଣ୍ଡରେ ୩ ଦିନ ଧରି କାଉଣ୍ଟି ଅଭ୍ୟାସ ମ୍ୟାଚ୍‌ ଖେଳିବ। କରୋନା ପଜିଟିଭ୍‌ ହୋଇଥିବା ୨ ଜଣ ଖେଳାଳିଙ୍କ ମଧ୍ୟରୁ ଜଣଙ୍କର ଆଇସୋଲେଶନ ଅବଧି ସମ୍ପୂର୍ଣ୍ଣ ହୋଇଛି। ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ସେ ଜୁଲାଇ ୧୮ରେ ଟିମ୍‌ରେ ଯୋଗଦେବେ ବୋଲି କୁହାଯାଉଛି। ଟିମ୍‌ ଇଣ୍ଡିଆର ରିଷଭ ପନ୍ଥଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏହାକୁ ନେଇ ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନୂଆ ଜର୍ସି ପିନ୍ଧି ବିଶ୍ୱକପ୍‌ ଖେଳିବ ଭାରତ

ମୁମ୍ବାଇ,୮।୧୦: ଆସନ୍ତା ୧୭ ତାରିଖରୁ ୟୁଏଇ ଏବଂ ଓମାନଠାରେ ଆରମ୍ଭ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍‌। ଏହି ବିଶ୍ୱକପ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆକୁ...

ଟସ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

ଅହମ୍ମଦାବାଦ,୯।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ଟସ୍‌ ଜିତି ପ୍ରଥମେ...

ଇଣ୍ଡିଆନ ସୁପରଲିଗ୍‌: ଇଷ୍ଟବେଙ୍ଗଲକୁ ହରାଇଲା ମୁମ୍ବାଇ

ବାମ୍ବୋଲିମ୍‌, ୨।୧୨- ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ସିଟି ଏଫସି ୩-୦ ଗୋଲରେ ଇଷ୍ଟବେଙ୍ଗଲକୁ ପରାସ୍ତ କରିଛି। ୩ ମ୍ୟାଚରୁ ୨ୟ...

ସର୍ବଭାରତୀୟ ଦିବାରାତ୍ର ଭଲିବଲ: ଦିଲ୍ଲୀ ଚାମ୍ପିୟନ

ଧର୍ମଶାଳା,୪ା୨(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ କମାଗଡ଼ ଖେଳ ପଡିଆରେ ସର୍ବଭାରତୀୟ ଏକ ଦିବସୀୟ ଦିବାରାତ୍ର ଭଲିବଲ ଟୁର୍ନାମେଣ୍ଟର ଫାଇନାଲ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚେନ୍ନାଇକୁ ୩-୦...

ଜାତୀୟ ସବ୍‌ଜୁନିୟର ମହିଳା ହକି: ସେମିଫାଇନାଲରେ ଓଡ଼ିଶା

ଭୁବନେଶ୍ୱର, ୧୬।୩(କ୍ରୀଡ଼ା ପ୍ରତିନିଧି)-ଝାଡ଼ଖଣ୍ଡର ସିମଡେଗାଠାରେ ଚାଲିଥିବା ୧୧ତମ ଜାତୀୟ ସବ୍‌ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌ର ସେମିଫାଇନାଲରେ ଓଡ଼ିଶା ପ୍ରବେଶ କରିଛି। ସୋମବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ...

ଫର୍ମୁଲା ଓ୍ବାନ୍‌ ସୁପରଷ୍ଟାର

ଲୁଇସ୍‌ ହାମିଲଟନ ଷଷ୍ଠଥର ପାଇଁ ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରି ମାଇକେଲ ସୁମାକରଙ୍କଠାରୁ ଗୋଟିଏ ପାଦ ଦୂରରେ ରହିଛନ୍ତି। ୩୪ ବର୍ଷରେ ପଦାର୍ପଣ କରିଥିବାରୁ...

ବୟସଜନିତ ପ୍ରଶ୍ନକୁ ନେଇ ହରଭଜନଙ୍କ ଜବାବ: ହଁ, ମୁଁ ଏବେ ୨୦ ବର୍ଷର ନୁହେଁ; ସ୍ତ୍ରୀ କହିଲେ ମୋତେ ଖେଳିବା ଉଚିତ…

ନୂଆଦିଲ୍ଲୀ,୧।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୧ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ପକ୍ଷରୁ ଖେଳିବାକୁ ଯାଉଛନ୍ତି ଅଫ୍‌ ସ୍ପିନର ହରଭଜନ ସିଂ। ୪୦ ବର୍ଷୀୟ ଏହି କ୍ରିକେଟର ଗତ...

ଇଂଲଣ୍ଡକୁ ଭାରତ ୩୦ ଜଣିଆ ଦଳ ପଠାଇବ: ଭାରତ ‘ଏ’ ଦଳର ଇଂଲଣ୍ଡ ଗସ୍ତ ସ୍ଥଗିତ

ଲଣ୍ଡନ, ୧୪।୪(ପି.ଟି.)- ଚଳିତ ଗ୍ରୀଷ୍ମଋତୁରେ ଭାରତ ‘ଏ’ ଦଳର ଇଂଲଣ୍ଡ ଗସ୍ତକୁ ସ୍ଥଗିତ ରଖାଯାଇଛି। ତେବେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ...

Advertisement
Archives

Model This Week