ଲଣ୍ଡନ, ୧୧ା୫: ବ୍ରିଟେନ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟ (୯୬) ଚାଲିବାରେ ଅସୁବିଧା ଯୋଗୁ ମଙ୍ଗଳବାର ଆରମ୍ଭ ହୋଇଥିବା ବ୍ରିଟିଶ ପାର୍ଲାମେଣ୍ଟ ଅଧିବେଶନରେ ଉପସ୍ଥିତ ହୋଇପାରିନାହାନ୍ତି। ପରମ୍ପରା ଅନୁସାରେ ମହାରାଣୀ ପ୍ରଥମେ ଅଭିଭାଷଣ ଦେବା କଥା। କିନ୍ତୁ ତାଙ୍କ ଅନୁପସ୍ଥିତିରେ ପ୍ରଥମ ଥର ପାଇଁ ପ୍ରିନ୍ସ ଚାର୍ଲସ୍ ପ୍ୟାଲେସ୍ ଅଫ୍ ଓ୍ବେଷ୍ଟମିନାରରେ ଏହି ଅଭିଭାଷଣ ପଢ଼ିଛନ୍ତି। ନିକଟରେ ଏକ ଟେବୁଲରେ ମହାରାଣୀଙ୍କ ମୁକୁଟ ରଖାଯାଇଥିଲା। ଏହି ବକ୍ତବ୍ୟ ବ୍ରିଟେନ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ। ଏଥିରେ ସରକାରୀ ଏଜେଣ୍ଡା ସ୍ଥାନିତ ହୋଇଥାଏ। ଅଭିଭାଷଣ ଆରମ୍ଭରେ ମହାରାଣୀ ‘ମାଇ ମାଜେଷ୍ଟି’ ପଢ଼ିଥାନ୍ତି। ତେବେ ପ୍ରିନ୍ସ ଚାର୍ଲସ ଏହା ବଦରେ ‘ହର ମାଜେଷ୍ଟି’ରୁ ବକ୍ତବ୍ୟ ଆରମ୍ଭ କରିଥିଲେ। ବିଶ୍ୱର ସବୁଠୁ ଦୀର୍ଘ ସମୟ (୭୦ ବର୍ଷ) ପର୍ଯ୍ୟନ୍ତ ମହାରାଣୀ ଥିବା ଏଲିଜାବେଥ ଗର୍ଭବତୀ ଥିବାବେଳେ ୧୯୫୯ ଓ ୧୯୬୩ରେ ଅଭିଭାଷଣ ପ୍ରଦାନ କରି ନ ଥିଲେ।