ଓଡ଼ିଶାବାସୀଙ୍କ ପାଇଁ ଖୁସିଖବର: ୨୧ଟି ଅମୃତ ଷ୍ଟେଶନ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨୩।୨(ଅନୁରାଧା ମହାରଣା) :ଦେଶର ରେଳ ଭିତ୍ତିଭୂମିରେ ପରିବର୍ତ୍ତନ ବ୍ୟାପକ ପରିବର୍ତ୍ତନ ହେଉଛି। ଆସନ୍ତା ୨୬ ତାରିଖରେ ୫୫୪ଟି ରେଳ ଷ୍ଟେଶନ, ୧୫୦୦ ରୋଡ୍‌ ଓଭର ବ୍ରିଜ (ଆର୍‌ଓବି) ଓ ରୋଡ୍‌ ଅଣ୍ଡର ବ୍ରିଜ୍‌ (ଆର୍‌ୟୁବି) ପ୍ରକଳ୍ପର ପୁନଃବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳାନ୍ୟାସ କରିବେ। ଶୁକ୍ରବାର ରେଳ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜର ମନୋଜ ଶର୍ମା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ୯୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଓଡ଼ିଶାରେ ୨୧ଟି ଅମୃତ ଷ୍ଟେଶନ ନିର୍ମାଣ ହେବ। ଏହି ତାଲିକାରେ ବିମଳାଗଡ଼, ଜରୋଳି, ରାଇରଙ୍ଗପୁର, ପାନପୋଷ, ବାଲେଶ୍ୱର, ବେତନଟୀ, ସମ୍ବଲପୁର ସିଟି, ଝାରସୁଗୁଡ଼ା ରୋଡ୍‌, ଟିଟିଲାଗଡ଼, କେସିଙ୍ଗା, ରାୟଗଡ଼ା, ପାରଳାଖେମୁଣ୍ଡି, କୋରାପୁଟ, ଜୟପୁର, ତାଳଚେର, ରଘୁନାଥପୁର, ପାରାଦୀପ, କେନ୍ଦୁଝରଗଡ଼, ଭଦ୍ରକ, ବେଲପାହାଡ଼ ଓ ବ୍ରଜରାଜନଗର ଷ୍ଟେଶନ ରହିଛି।
ଏହାବାଦ୍‌ ପୂର୍ବତଟ ରେଳପଥର ଜୋନ୍‌ (ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼) ମଧ୍ୟରେ ୭୯୦ କୋଟି ଟଙ୍କା ବ୍ୟୟ ଅଟକଳରେ ଆଉ ୨୨ଟି ଅମୃତ ଭାରତ ରେଳ ଷ୍ଟେଶନରେ ଶିଳାନ୍ୟାସ କରାଯିବ। ଏହି ଷ୍ଟେଶନଗୁଡ଼ିକ ହେଲା ନଉପଡ଼ା, ସିଂହଚଲମ, ବବିଲି, ଶ୍ରୀକାକୁଲମ ରୋଡ୍‌, ପାର୍ବତୀପୁରମ୍‌, ଚିପୁରୁପାଲ୍ଲେ, ସମ୍ବଲପୁର ସିଟି, ଝାରସୁଗୁଡ଼ା ରୋଡ୍‌, ଟିଟିଲାଗଡ଼, କେସିଙ୍ଗା, ରାୟଗଡ଼ା, ପାରଳାଖେମୁଣ୍ଡି, କୋରାପୁଟ, ଜୟପୁର, ତାଳଚେର, ରଘୁନାଥପୁର, ପାରାଦୀପ, କେନ୍ଦୁଝରଗଡ, ଭଦ୍ରକ, ଆରାକୁ, କୋଟାଭାଲାସା, ଇଚ୍ଛାପୁରମ୍‌ ଆଦି ରହିଛି। ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶରେ ଉଲ୍ଲେଖନୀୟ ପ୍ରୋତ୍ସାହନ ମିଳୁଛି। ଶିଳାନ୍ୟାସ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ ଓଡ଼ିଶାର ମୋଟ ୫୨ଟି ଆର୍‌ଓବି ଏବଂ ଆର୍‌ୟୁବି ରହିଛି। ଏଥିପାଇଁ ୧୪୨୦ କୋଟି ଟଙ୍କା ବ୍ୟୟମଞ୍ଜୁର କରାଯାଇଛି। କେବଳ ପୂର୍ବତଟ ରେଳପଥ ଜୋନ୍‌ରେ ୧୨୮୮ କୋଟି ଟଙ୍କା ବ୍ୟୟରେ ୩୦ଟି ଆର୍‌ଓବି/ଆରୟୁବିର ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?