ସେରାଓ୍ବିକ୍‌ ସମ୍ମାନ ପାଇବେ ପ୍ରଧାନମନ୍ତ୍ରୀ

ହୋଷ୍ଟନ, ୨୮ା୨: ଭାରତରେ ପରିବେଶ ଓ ଉର୍ଜା କ୍ଷେତ୍ରରେ ସ୍ଥାୟୀ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେରାଓ୍ବିକ୍‌ ଗ୍ଲୋବାଲ ଏନର୍ଜି ଆଣ୍ଡ ଏନ୍‌ଭାରଇନମେଣ୍ଟ ପୁରସ୍କାର ପ୍ରଦାନ କରାଯିବ। ମାର୍ଚ୍ଚ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଅନ୍ତର୍ଜାତୀୟ ସେରାଓ୍ବିକ୍‌ କନ୍‌ଫରେନ୍ସ-୨୦୨୧ରେ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ଆୟୋଜକ ଆଇଏଚ୍‌ଏସ୍‌ ମାର୍କିଟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସେରାଓ୍ବିକ୍‌ର ୩୯ ତମ ସମ୍ମିଳନୀ ଭର୍ଚୁଆଲ ମାଧ୍ୟମରେ ଆୟୋଜନ କରାଯିବ। ଏଥିରେ ମୋଦି ମଧ୍ୟ ବକ୍ତବ୍ୟ ରଖିବେ। ଅଥନୈତିକ ବିକାଶ, ଦାରିଦ୍ର୍ୟ ହ୍ରାସ ତଥା ନୂତନ ଶକ୍ତିର ଭବିଷ୍ୟତ ଆଡକୁ ଗତି କରିବାରେ ଭାରତ ବିଶ୍ୱ ଶକ୍ତି ଭାବେ ଉଭା ହୋଇଛି ବୋଲି ଆଇଏଚ୍‌ଏସ୍‌ ମାର୍କିଟର ଉପାଧ୍ୟକ୍ଷ ଡାନିଏଲ ୟର୍ଗିନ କହିଛନ୍ତି। ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦେଶ ଭାରତର ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ଦୃଷ୍ଟିକୋଣ ଓ ଆଭିମୁଖ୍ୟ ଜାଣିବା ପାଇଁ ସେ ଉତ୍ସାହିତ ଥିବା ୟର୍ଗିନ କହିଛନ୍ତି। ଏହି ସମ୍ମିଳନୀରେ ମୁଖ୍ୟ ପ୍ରବକ୍ତା ଭାବେ ଜଳବାୟୁ ପାଇଁ ଆମେରିକାର ସ୍ବତନ୍ତ୍ର ରାଷ୍ଟ୍ରଦୂତ ଜନ୍‌ କେରୀ, ବିଲ୍‌ ଏବଂ ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେଶନର ସହଅଧ୍ୟକ୍ଷ ଆମିନ୍‌ ନାସିର ପ୍ରମୁଖ ଉପସ୍ଥିତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଏସିଆରେ ଆତଙ୍କବାଦ, ୨୨ ବର୍ଷରେ ଲକ୍ଷେ ୪୦ ହଜାରରୁ ଅଧିକ ଆକ୍ରମଣ…

ନୂଆଦିଲ୍ଲୀ/କାବୁଲ/ଇସଲାମାବାଦ, ୨୬।୪ : ଭାରତ ସମେତ ଦକ୍ଷିଣ ଏସିଆରେ ଆତଙ୍କବାଦୀ ଆକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଗତ ୨୨ ବର୍ଷ ମଧ୍ୟରେ ଦକ୍ଷିଣ ଏସିଆର...

ଆଫଗାନିସ୍ତାନର ରାଷ୍ଟ୍ରପତି ଭାବେ ଶପଥ ନେଲେ ଘନି

କାବୁଲ,୯।୩: ଆଫଗାନିସ୍ତାନର ରାଷ୍ଟ୍ରପତି ଭାବେ ଦ୍ୱିତୀୟଥର ଶପଥ ନେଇଛନ୍ତି ଅଶରଫ ଘନି। କାବୁଲରେ ଥିବା ରାଷ୍ଟ୍ରପତି ଭବନରେ ସୋମବାର ଘନି ଶପଥ ଗ୍ରହଣ କରିଛନ୍ତି। ଏହି...

ଚିକିତ୍ସାରେ ତ୍ରୁଟି ଯୋଗୁ ପ୍ରତିବର୍ଷ ଯାଉଛି ୨୬ ଲକ୍ଷରୁ ଅଧିକ ଜୀବନ: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଜେନେଭା,୨୮।୯: ପ୍ରତିବର୍ଷ ଚିକିତ୍ସାରେ ତ୍ରୁଟି ଯୋଗୁ ୨୬ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଉଛି। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ...

ଅଣ୍ଡର ଓ୍ବାଟର ମ୍ୟୁଜିକ୍‌ ଫେଷ୍ଟିଭାଲ

ସଙ୍ଗୀତ ପ୍ରେମୀଙ୍କ ଲାଗି ପ୍ରତିବର୍ଷ ଫ୍ଲୋରିଡାରେ ଏକ ନିଆରା ମ୍ୟୁଜିକ ଫେଷ୍ଟିଭାଲ ଆୟୋଜନ କରାଯାଏ, ଯାହା ସମୁଦ୍ର ଗର୍ଭରେ ଅନୁଷ୍ଠିତ ହୋଇଥାଏ। ଏହି ମ୍ୟୁଜିକ୍‌ ଫେଷ୍ଟିଭାଲର...

ଗ୍ଲୋବାଲ ଟାକ୍ସ ଦେବେ ବହୁରାଷ୍ଟ୍ରୀୟ କମ୍ପାନୀ

ପ୍ୟାରିସ, ୧୦ା୧୦: ଅନ୍ତର୍ଜାତୀୟସ୍ତରରେ ଟିକସ ପ୍ରଦାନ ଉପରେ ଅର୍ଥନୈତିକ ସହଯୋଗ ଓ ବିକାଶ ସଙ୍ଗଠନ (ଓଇସିଡି)ର ଏକ ବୈଠକରେ କେତେକ ସଂସ୍କାରକୁ ଅନୁମୋଦନ ମିଳିଛି। ଭାରତ...

କରୋନା ଭାଇରସ: ଚାଇନାରେ ମୃତ୍ୟୁ ସଂଖ୍ୟା ୨,୭୮୮

ବେଜିଂ,୨୮।୨: ଚାଇନାରେ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ବଢି ଚାଲିଛି। ଶୁକ୍ରବାର ସୁଦ୍ଧା ଏଠାରେ ମୃତ୍ୟୁସଂଖ୍ୟା ୨,୭୮୮ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି। ସେହିପରି...

ପୁଣି କ୍ଷେପଣାସ୍ତ୍ର ପରୀକ୍ଷଣ କଲେ କିମ୍‌: ବଢ଼ିଲା ଆମେରିକାର ଚିନ୍ତା

ସିଓଲ୍‌,୧୦।୮: ଉତ୍ତରକୋରିଆର ଏକଛତ୍ରବାଦୀ ଶାସନ କିମ୍‌ ଜୋଙ୍ଗ୍‌ ଉନ୍‌ ଶନିବାର ପୁଣି ୨ଟି କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଏହାକୁ ହେମହଙ୍ଗ୍‌ଠାରୁ ପୂର୍ବ ସାଗରକୁ ଉତ୍‌କ୍ଷେପଣ କରାଯାଇଛି।...

ପ୍ଲାଷ୍ଟିକରୁ ପ୍ରସ୍ତୁତ ହେଉଛି କାଠ

ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଏବେ ସାରା ପୃଥିବୀକୁ ଏକ ପ୍ରକାର ଅଡୁଆରେ ପକାଇ ଦେଇଛି। ତେଣୁ ଅନେକ ଦେଶ ପ୍ଲାଷ୍ଟିକ ବ୍ୟବହାର ଉପରେ ନିଷେଧାଜ୍ଞା ଜାରି କରିଛନ୍ତି।...

Advertisement
Archives

Model This Week