ମାତ୍ର ଗୋଟିଏ ଦିନର ପେଟ୍ରୋଲ ବାକି

କଲମ୍ବୋ,୧୬।୫: ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ପେଟ୍ରୋଲ ଷ୍ଟକ୍‌ ଆଉ ମାତ୍ର ଗୋଟିଏ ଦିନ ପାଇଁ ରହିଛି। ଏହି ଦ୍ୱୀପଦେଶର ଅର୍ଥନୀତି ଅନିଶ୍ଚିତ ସ୍ଥିତିରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂହେ କହିଛନ୍ତି। ଦେବାଳିଆ ହୋଇପଡ଼ିଥିବା ଦେଶକୁ ଆଗାମୀ ଦିନରେ ଅଧିକ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ସେଠାରେ ଦୈନିକ ୧୩ ଘଣ୍ଟା ବିଦ୍ୟୁତ୍‌ କାଟ୍‌ ହେଉଥିବା ବେଳେ ତାହା ୧୫ ଘଣ୍ଟାକୁ ବଢ଼ିବା ସମ୍ଭାବନା ରହିଛି। ସରକାର ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ମହିନ୍ଦା ରାଜପାକ୍‌ସେଙ୍କ ଇସ୍ତଫା ପରେ ଗତ ଗୁରୁବାର ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଥିବା ରାନିଲ ଏବେ କଠୋର ପରୀକ୍ଷାର ସମ୍ମୁଖୀନ ହୋଇଛନ୍ତି। ସଙ୍କଟର ସମାଧାନ ସୂତ୍ର ବାହାର କରିବା ନିମନ୍ତେ ସେ ସବୁ ରାଜନୈତିକ ଦଳଙ୍କୁ ନେଇ ଏକ ଜାତୀୟ ପରିଷଦ ଗଠନ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି। ଏଥିସହ ଶ୍ରୀଲଙ୍କା ଏୟାରଲାଇନ୍ସର ଘରୋଇକରଣ ଲାଗି ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି। ପୂର୍ବ ସରକାର ୨.୩ ଟ୍ରିଲିୟନ ଶ୍ରୀଲଙ୍କା ଟଙ୍କାର ରାଜସ୍ବ ସଂଗ୍ରହର ପୂର୍ବାନୁମାନ କରିଥିବା ବେଳେ ତାହା ୧.୬ ଟ୍ରିଲିୟନକୁ ହ୍ରାସ ପାଇବ ବୋଲି କୁହାଯାଇଛି। ଦେଶରେ ୧୪ଟି ଜରୁରୀ ଔଷଧର ଅଭାବ ଦେଖାଦେଇଥିବା ବେଳେ ଆଗାମୀ ଦିନରେ ଦରଦାମ୍‌ ଆହୁରି ବଢ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କର୍ମଚାରୀଙ୍କ ବେତନ ଓ ଜରୁରୀ ଖର୍ଚ୍ଚ ପାଇଁ ଟଙ୍କା ଛାପିବା ଜାରି ରଖିବାକୁ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଯୋଗୁ କେତେ କ୍ଷତି ସହିଲେ ଟପ୍‌ ବିଲିୟନେୟାର

କରୋନା ଯୋଗୁ ସାରା ବିଶ୍ୱ ବୃହତ୍ତ ପରିମାଣରେ କ୍ଷତି ସହୁଛି। ଲକଡାଉନ ଯୋଗୁ ବାଣିଜ୍ୟ କାରବାର ଠପ୍‌ ହୋଇ ପଡିଥିଲା। ବର୍ତ୍ତମାନ କଟକଣା କୋହଳ ହେବା...

ତାଲିବାନ୍‌ ହେଉଛି ଉଗ୍ର, ୫୦ ଭାରତୀୟ ଅଧିକାରୀଙ୍କୁ ଆଫଗାନିସ୍ତାନ ଛାଡ଼ିବାକୁ ପରାମର୍ଶ…

କାବୁଲ,୧୧।୭: ଆଫଗାନିସ୍ତାନର କାନ୍ଧାହାର ସ୍ଥିତ ଦୂତାବାସ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ୫୦ ଜଣ ଭାରତୀୟ ଅଧିକାରୀଙ୍କୁ ସ୍ବଦେଶ ଫେରିବାକୁ ପରାମର୍ଶ ଦିଆଯାଇଛି। ଆଫଗାନିସ୍ତାନରେ ତାଲିବାନ୍‌ ଆତଙ୍କବାଦୀ...

୫୭ଦିନରୁ ସୂର୍ଯ୍ୟ ଦେଖିନାହାନ୍ତି ସୁଡ଼ଙ୍ଗରେ ଫସିରହିଥିବା ୟୁକ୍ରେନବାସୀ

କ୍ୱିଭ୍‌,୨୪।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୨ମାସ ବିତିଥିବା ବେଳେ ମସ୍କୋ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ମାରିଆପୋଲ ସହରକୁ କବ୍‌ଜା କରିନେଇଥିବା ଦାବି...

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ସ୍ତ୍ରୀ ମେଲାନିଆଙ୍କୁ କରୋନା

ଓ୍ବାଶିଂଟନ,୨।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ମେଲାନିଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବ୍ୟକ୍ତିଗତ ପରାମର୍ଶଦାତା ହୋପ ହିକ୍ସ କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ...

ବିଶ୍ୱର ସମସ୍ତ ଦେଶ ମିଶି ଯୁଦ୍ଧ ବନ୍ଦ କରିବା ଦରକାର: ଜେଲେନ୍‌ସ୍କି

କ୍ୱିଭ୍‌,୨୪ ।୩: ରୁଷିଆ ଲଗାତାର ଭାବେ ପାଖାପାଖି ୧ ମାସଧରି ୟୁକ୍ରେନ୍ ଉପରେ ଆକ୍ରମଣ କରି ଚାଲିଛି । ୟୁକ୍ରେନ୍ ବି ଏହାର ପାଲଟା ଜବାବ...

ଗୋଟାବାୟା ଅସମର୍ଥ

କଲମ୍ବୋ,୬ା୪: ଘୋର ଆର୍ଥିକ ସଙ୍କଟକୁ ସାମ୍ନା କରୁଥିବା ଶ୍ରୀଲଙ୍କାର ସ୍ଥିତି ଦିନକୁ ଦିନ ଅତି ଖରାପ ଆଡ଼କୁ ଗତି କରୁଛି। ୪୨ ଏମ୍‌ପି ନିଜକୁ ସ୍ବାଧୀନ...

ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଲାଗିଲା ୨ ମିଲିୟନ୍‌ ଡଲାର ଜରିମାନା

ଓ୍ବାଶିଂଟନ୍‌,୮।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ୨ ମିଲିୟନ୍‌ ଆମେରିକା ଡଲାର ଜରିମାନା ଲାଗିଛି। ଆମେରିକାର ଏକ ଅଦାଲତ ଏହି ଜରିମାନା ଲଗାଇଛନ୍ତି। ୨୦୧୬ରେ...

କରୋନାରେ ପୀଡ଼ିତ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌

ଲଣ୍ଡନ,୨୭।୩: କରୋନା ଭାଇରସ ଏବେ ସାରା ବିଶ୍ୱ ପାଇଁ ଚ୍ୟାଲେଞ୍ଜ ହୋଇଯାଇଥିବା ବେଳେ ଏବେ ଏହା ଧନୀ ଗରିବ ସମସ୍ତଙ୍କୁ ତା’ କବଳକୁ ନେଇ ସାରିଲାଣି।...

Advertisement
Archives

Model This Week