Odisha Elections 2024
Posted inଜାତୀୟ

ଭୋଟ ବଦଳରେ ନୋଟ ମାମଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା: କହିଲେ…

ନୂଆଦିଲ୍ଲୀ,୪।୩: ଭୋଟ ବଦଳରେ ନୋଟ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପରେ ସୋମବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ସେ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି।
ପ୍ରଧାନମନ୍ତ୍ରୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି -ସ୍ବାଗତ! ମାନ୍ୟବର ସୁପ୍ରିମକୋର୍ଟଙ୍କ ଏହା ଏକ ବଡ ନିଷ୍ପତ୍ତି ଯାହା ସ୍ବଚ୍ଛ ରାଜନୀତିକୁ ସୁନିଶ୍ଚିତ କରିବ ଏବଂ ସମଗ୍ର ବ୍ୟବସ୍ଥାରେ ଲୋକଙ୍କ ବିଶ୍ୱାସକୁ ଆହୁରି ଗଭୀର କରିବ।
ବିଧାନସଭାରେ ଭାଷଣ ଦେବା କିମ୍ବା ଭୋଟ ଦେବା ପାଇଁ ଏମ୍‌ପି ଓ ବିଧାୟକମାନଙ୍କୁ ଆଇନଗତ ସୁରକ୍ଷା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଭୋଟ ବଦଳରେ ନୋଟ ନେଉଥିବା ଏମ୍‌ପି/ ବିଧାୟକଙ୍କ ଆଇନଗତ ସୁରକ୍ଷା ନାହିଁ। ୭ ଜଣ ବିଚାରପତି ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ଦେଇଛନ୍ତି।
ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ୍‌, ଜଷ୍ଟିସ ଏସ ବୋପାନ୍ନା, ଜଷ୍ଟିସ ଏମ ସୁନ୍ଦରେଶ, ଜଷ୍ଟିସ ପିଏସ ନରସିଂହ, ଜେବି ପାର୍ଦିୱାଲା, ଜଷ୍ଟିସ ସଞ୍ଜୟ କୁମାର ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ବେଞ୍ଚ ଏହି ରାୟ ପ୍ରଦାନ କରିଛି। ସୁପ୍ରିମକୋର୍ଟ ଏହି ରାୟ ଦେବାବେଳେ କହିଛନ୍ତି, ଭୋଟ ଦେବା ପାଇଁ ଲାଞ୍ଚ ନେଇଥିବା ଏମ୍‌ପି/ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରାଯାଇପାରିବ। ୧୯୯୮ ପି.ଭି ନରସିଂହ ରାଓ ମାମଲାରେ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚର ନିଷ୍ପତ୍ତିକୁ ରଦ୍ଦ କରିଦିଆଯାଇଛି।
ଶୁଣାଣି ସମୟରେ ସୁପ୍ରିମକୋର୍ଟ ୧୯୯୮ର ନରସିଂହ ରାଓଙ୍କ ନିଷ୍ପତ୍ତିକୁ ଖାରଜ କରିଦେଇଥିଲେ। ଏହି ମାମଲାରେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ୭ ଜଣ ବିଚାରପତିଙ୍କ ମିଳିତ ନିଷ୍ପତ୍ତ। ଏହାହା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ର ସୀତା ସୋରେନଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ। ଯେତେବେଳେ ସେ ଜଣେ ବିଧାୟକ ଥିଲେ, ସେ ୨୦୧୨ ରାଜ୍ୟ ସଭା ନିର୍ବାଚନରେ ଭୋଟ ଦେବା ପାଇଁ ଲାଞ୍ଚ ନେବା ମାମଲାରେ ଆଶ୍ୱସ୍ତି ମାଗିଥିଲେ।
ଏମ୍‌ପିମାନଙ୍କୁ ଧାରା ୧୦୫ (୨) ଏବଂ ଧାରା ୧୯୪ (୨) ଅନୁଯାୟୀ, ଗୃହ ଭିତରେ କାର୍ଯ୍ୟକଳାପ ପାଇଁ ମୋକଦ୍ଦମାରୁ ଆଶ୍ୱସ୍ତି ମିଳିପାରିବ। ଲାଞ୍ଚ ନେବା ମାମଲାରେ ଏହି ଛାଡ ଦିଆଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦଳ ହେବ ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ହେଡେନ୍‌

ନୂଆଦିଲ୍ଲୀ,୧୭।୫: ଅଷ୍ଟ୍ରେଲୀୟ ପୂର୍ବତନ କିମ୍ବଦନ୍ତୀ ମାଥ୍ୟୁ ହେଡେନ ଆଇପିଏଲ ୨୦୨୪ ବିଜେତା ସମ୍ବନ୍ଧରେ ପୂର୍ବାନୁମାନ କରିଛନ୍ତି। ଏକ ସାକ୍ଷାତକାରରେ ହେଡେନ ରାଜସ୍ଥାନ ଏଥର କପ୍‌ ନେବ...

Video: ସ୍ୱାତୀ ମାଲିୱାଲଙ୍କୁ ଏହିପରି ଦୁର୍ବ୍ୟବହାର କରିଥିଲେ ବୈଭବ କୁମାର

ନୂଆଦିଲ୍ଲୀ,୧୭।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଦଳର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ସହ ଅସଦାଚରଣ ମାମଲାରେ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି। ଏହି...

କୋଭାକ୍ସିନ ନେବାର ବର୍ଷେ ପରେ ୩୦% ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ

ନୂଆଦିଲ୍ଲୀ,୧୭/୫:ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା କମ୍ପାନୀ ପ୍ରସ୍ତୁତ କୋଭିଶିଲ୍ଡ ଟିକା ନେଇଥିବା ଲୋକଙ୍କଠାରେ ରକ୍ତ ଜମାଟ ବାନ୍ଧିବା ଓ ପ୍ଲେଟ୍‌ଲେଟ୍‌ କାଉଣ୍ଟ କମିଯିବା ଭଳି ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିବା...

”୭-୮ ଚାପୁଡ଼ା, ଛାତି, ପେଟକୁ ଗୋଇଠା ମାରିଲେ”: FIR’ରେ ଲେଖିଲେ ସ୍ୱାତୀ ମାଲିୱାଲ

ନୂଆଦିଲ୍ଲୀ,୧୭।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଦଳର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ସହ ଅସଦାଚରଣ ମାମଲାରେ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି। କେଜ୍ରିୱାଲଙ୍କ...

ତାସ ଭଳି ଅଲଗା ହୋଇଗଲେଣି ବିରୋଧୀ, ବାରାବାଙ୍କିରେ ମୋଦିଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରପ୍ରଦେଶର ବାରବାଙ୍କି ଠାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି। ଏଠାରେ ସେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ...

ମହାରାଷ୍ଟ୍ରକୁ ନେଇ ବଡ ଭବିଷ୍ୟବାଣୀ କଲେ ଉଦ୍ଧବ ଠାକରେ

ମୁମ୍ବାଇ,୧୭।୫: ନିର୍ବାଚନ ପରିବେଶ ମଧ୍ୟରେ ଶିବସେନା (ୟୁବିଟି ଦଳ) ମୁଖ୍ୟ ଉଦ୍ଧବ ଠାକରେ ଏକ ବଡ଼ ଦାବି କରିଛନ୍ତି। ସେ ଆଶା କରୁଛନ୍ତି ଯେ ୨୦୨୪...

ରତନ ଟାଟାଙ୍କ ଏୟାର ଇଣ୍ଡିଆ ବିରୋଧରେ ମାମଲା ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭ା୫: ଏୟାର ଇଣ୍ଡିଆ ଲିମିଟେଡ ସମ୍ବନ୍ଧରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମେ’ ୧୬ରେ ସୁପ୍ରିମକୋର୍ଟ କହିଛନ୍ତି, ଜାନୁଆରୀ ୨୦୨୨ରେ ଏୟାର...

ଓଡ଼ିଶା ପାଇଁ ଭାଜପା ଖୋଜୁଛି ମୁଖ୍ୟମନ୍ତ୍ରୀ ଫେସ୍‌, ଆଗରେ ଅଛନ୍ତି ଧର୍ମେନ୍ଦ୍ରଙ୍କ ସମେତ ଏସବୁ ନେତା

ନୂଆଦିଲ୍ଲୀ/ଭୁବନେଶ୍ୱର,୧୭।୫: ଲୋକ ସଭା ନିର୍ବାଚନ ସହିତ ଓଡ଼ିଶାରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଉଛି। ରାଜ୍ୟରେ ନିର୍ବାଚନରେ ଭାଜପା ଜୋରଦାର ପ୍ରତିଦ୍ୱନ୍ଦ୍ୱିତା କରୁଛି। କାରଣ ବିଜୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri