ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ଏହି ଦେଶର ସର୍ବୋଚ୍ଚ ସମ୍ମାନ: ଖୁସିରେ ଗଦ୍‌ଗଦ୍‌ ହୋଇ କହିଲେ,ଏହି ସମ୍ମାନ ୧୪୦ କୋଟି ଭାରତୀୟଙ୍କର

କଲମ୍ବୋ,୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଗସ୍ତରେ କଲମ୍ବୋରେ ପହଞ୍ଚିଛନ୍ତି। ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ବିଜିତା ହେରାଥ, ସ୍ବାସ୍ଥ୍ୟ ମନ୍ତ୍ରୀ ନଲିଣ୍ଡା ଜୟତିସା ଏବଂ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ରାମଲିଙ୍ଗମ ଚନ୍ଦ୍ରଶେଖରଙ୍କ ସମେତ ପାଞ୍ଚ ଜଣ ପ୍ରମୁଖ ମନ୍ତ୍ରୀ ତାଙ୍କୁ ସ୍ବତନ୍ତ୍ର ସ୍ବାଗତ କରିବା ପାଇଁ ବିମାନବନ୍ଦରରେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଷ୍ଟ୍ର ସମ୍ମାନ ସହିତ ସ୍ବାଗତ କରାଯାଇଥିଲା। ତାଙ୍କୁ ସ୍ବତନ୍ତ୍ର ଚୌକରେ ଗାର୍ଡ ଅଫ ଅନର ଏବଂ ୨୧ ତୋପ ସଲାମୀ ଦିଆଯାଇଥିଲା। ଏହା ତାଙ୍କର ଶ୍ରୀଲଙ୍କା ଚତୁର୍ଥ ଗସ୍ତ ଥିଲା। ଏଥର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶ୍ରୀଲଙ୍କା ମିତ୍ର ବିଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ଶ୍ରୀଲଙ୍କା ସରକାରଙ୍କ ସର୍ବୋଚ୍ଚ ନାଗରିକ ସମ୍ମାନ, ଯାହା ଶ୍ରୀଲଙ୍କା ସହିତ ଏକ ବିଶେଷ ବନ୍ଧୁତା ବଜାୟ ରଖିଥିବା ବିଦେଶୀ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ପ୍ରଦାନ କରାଯାଏ।

ଶ୍ରୀଲଙ୍କା ସରକାରଙ୍କ ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏହି ସମ୍ମାନ ୧୪୦ କୋଟି ଭାରତୀୟଙ୍କର। ଏହା ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ଗଭୀର ବନ୍ଧୁତା ଏବଂ ସମାନ ମୂଲ୍ୟବୋଧକୁ ପ୍ରତିଫଳିତ କରେ। ଏହି ସମ୍ମାନ ଦର୍ଶାଉଛି ଯେ, ଭାରତ କେବଳ ଏକ ପଡ଼ୋଶୀ ନୁହେଁ ବରଂ ଏକ ‘ପ୍ରକୃତ ବନ୍ଧୁ’।

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ କେବଳ କୂଟନୈତିକ ସମ୍ପର୍କ ନାହିଁ, ବରଂ ଭୂମିସ୍ତରୀୟ ବିକାଶ ପ୍ରକଳ୍ପ ମଧ୍ୟ ଚାଲିଛି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭାଷଣରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ, ଭାରତ ଶ୍ରୀଲଙ୍କାର ଚାଷୀମାନଙ୍କୁ ସିଧାସଳଖ ସହାୟତା ଯୋଗାଇବ। ସେ ଭାରତୀୟ ବଂଶୋଦ୍ଭବ ତାମିଲ (IOT) ସମ୍ପ୍ରଦାୟ ପାଇଁ ୧୦,୦୦୦ କୋଟି ଟଙ୍କାର ଗୃହ ଏବଂ ସାମାଜିକ ଯୋଜନା ଘୋଷଣା କରିଥିଲେ। ଏହା ବ୍ୟତୀତ, ସେ ଶ୍ରୀଲଙ୍କା ସରକାରଙ୍କ ସହିତ ନୂତନ ଚୁକ୍ତିନାମା କରିଛନ୍ତି, ଯେଉଁଥିରେ ଭିତ୍ତିଭୂମି, ଡିଜିଟାଲ ସଂଯୋଗୀକରଣ ଏବଂ ସବୁଜ ଶକ୍ତି ଭଳି କ୍ଷେତ୍ର ଅନ୍ତର୍ଭୁକ୍ତ।

ପ୍ରଧାନମନ୍ତ୍ରୀଙ୍କ ଶ୍ରୀଲଙ୍କା ଗସ୍ତ ଏପରି ଏକ ସମୟରେ ହେଉଛି ଯେତେବେଳେ ଦ୍ୱୀପ ଦେଶ ଆର୍ଥିକ ସଙ୍କଟରୁ ପୁନରୁଦ୍ଧାରର ସଙ୍କେତ ଦେଖାଉଛି। ତିନି ବର୍ଷ ପୂର୍ବେ, ଶ୍ରୀଲଙ୍କା ଏକ ବଡ଼ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିଲା ଏବଂ ଭାରତ ତାକୁ ୪.୫ ବିଲିୟନ ଆମେରିକୀୟ ଡଲାରର ଆର୍ଥିକ ସହାୟତା ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?