Posted inଜାତୀୟ

୧୧ ଜାତୀୟ ଶିଶୁ ପୁରସ୍କାର ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୪।୧ : ଜାତୀୟ ଶିଶୁ ପୂରସ୍କାରରେ ସମ୍ମାନିତ ୧୧ ଛୋଟପିଲାଙ୍କୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଛନ୍ତି। ସୋମବାର ଦିନ ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ପିଲାମାନଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିଥିଲେ। ପ୍ରଧାନମନ୍ତ୍ରୀ ଏହି ପିଲାମାନଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି, ଯେଉଁମାନେ ନିଜ କ୍ଷେତ୍ରରେ କଠିନ ପରିଶ୍ରମ ଏବଂ ଉତ୍ସାହ ସହିତ କିଛି ନୂଆ କରିଛନ୍ତି ।

ବୈଠକ ସମୟରେ କୁନିକୁନି ପିଲାମାନଙ୍କର ଉତ୍ସାହ ଦୃଶ୍ୟମାନ ହୋଇଥିଲା। ନବସୃଜନ, ସାମାଜିକ ସେବା, ଏକାଡେମିକ, କ୍ରୀଡା, କଳା-ସଂସ୍କୃତି ଏବଂ ସାହସିକତା ଆଦି ୬ ଟି ବର୍ଗରେ ଅସାଧାରଣ ସଫଳତା ପାଇଁ ଭାରତ ସରକାର ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ପ୍ରଦାନ କରିଥାନ୍ତି।

ପ୍ରତ୍ୟେକ ପୁରସ୍କାର ପ୍ରାପ୍ତ ପିଲାଙ୍କୁ ପଦକ, ଏକ ଲକ୍ଷ ଟଙ୍କା ନଗଦ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ଚୟନ କରାଯାଇଥିବା ୧୧ ଜଣ ପିଲାଙ୍କ ମଧ୍ୟରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୬ ଜଣ ବାଳକ ଏବଂ ୫ ବାଳିକା ଅଛନ୍ତି।

ସୂଚନାଯୋଗ୍ୟ,ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ବିଜ୍ଞାନ ଭବନରେ ଏକ ପୁରସ୍କାର ବିତରଣ ଉତ୍ସବରେ ୧୧ ଜଣ ପିଲାଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏଲର ଏହି ଫ୍ରାଞ୍ଚାଇଜ ମାଲିକ ଦେଲେ ୩୦ କୋଟି ଟଙ୍କା

ନୂଆଦିଲ୍ଲୀ,୧୦।୫: ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ କୋଭିଡ୍‌-୧୯ ରିଲିଫ୍‌ କାର୍ଯ୍ୟ ପାଇଁ ଆଇପିଏଲ ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦ ମାଲିକା ସନ ଟିଭି...

‘ଗୋ କ୍ୟାବିନେଟ’ର ପ୍ରଥମ ବୈଠକ କଲେ ଶିବରାଜ

ଭୋପାଳ,୨୨ ।୧୧: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରବିବାର ଭୋପାଳରେ ‘ଗୋ କ୍ୟାବିନେଟ’ର ପ୍ରଥମ ବୈଠକ ଆୟୋଜନ କରିଛନ୍ତି । ଏଥିରେ ସେ କହିଛନ୍ତି...

ସୀମା ସ୍ଥିତି ଅନୁଧ୍ୟାନ କଲେ ସେନାମୁଖ୍ୟ

ନୂଆଦିଲ୍ଲୀ,୪ା୯(ପି.ଟି.) :ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍‌.ଏମ୍‌. ନରଓ୍ବଣେ ଗୁରୁବାର ଲଦାଖକୁ ଦୁଇଦିନିଆ ଗସ୍ତରେ ଯାଇ ଉକ୍ତ ଅଞ୍ଚଳର ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି। ନିକଟରେ ଚାଇନା...

୫ ଶହ କିଲୋଗ୍ରାମ୍‌ ଆମ୍ବରେ ହେଲା ବାଲାଜୀଙ୍କ ଆମ୍ରାଭିଷେକ

ଇନ୍ଦୋର,୮।୬: ମଧ୍ୟପ୍ରଦେଶ ଇନ୍ଦାରଠାରେ ଥିବା ତିରୁପତି ବାଲାଜୀଙ୍କ ମନ୍ଦିରରେ କରାଯାଇଛି ଏକ ସ୍ବତନ୍ତ୍ର ଅଭିଷେକ। ୫ କିଲୋଗ୍ରାମ୍‌ ଅମ୍ବରେ ଭଗବାନ ବାଲାଜୀଙ୍କ ଆମ୍ରାଭିଷେକ ହୋଇଛି। ଅତ୍ୟଧିକ...

ଗୋଟିଏ ପରିବାରର ୪ ସଦସ୍ୟ କଲେ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି ଏମିତି କଥା…

ଜୟପୁର,୨୨।୨: ରାଜସ୍ଥାନର ସିକରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଗୋଟିଏ ପରିବାରର ୪ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ଏହି ପରିବାର ପୁଅ ମୃତ୍ୟୁରେ ମାନସିକ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ

ଶ୍ରୀନଗର, ୨୧।୬: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଶ୍ରୀନଗରର ଜାଦିବଲରେ କିଛି ଆତଙ୍କବାଦୀ ଲୁଚିଥିବା ଗୋଇନ୍ଦା ସୂତ୍ରରୁ ଖବର ମିଳିଥିଲା। ଖବର...

ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ନିଜ ହାତରେ ରୋଷେଇ କରି ଖୁଆଇବେ ମୁଖ୍ୟମନ୍ତ୍ରୀ

ଜଳନ୍ଧର,୮।୯: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ରାଜ୍ୟର ଅଲିମ୍ପିକ ପଦକ ବିଜେତାମାନଙ୍କୁ ବୁଧବାର ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରିଛନ୍ତି। ରାତ୍ରୀ ଭୋଜନ ପାଇଁ...

ଭାଜପାକୁ ଚାନ୍ଦ-ତାରା ମାଗି ନ ଥିଲି: ଉଦ୍ଧବ

ମୁମ୍ବାଇ,୩।୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ସେ ଭାଜପା ହାତଛାଡି କଂଗ୍ରେସ ଓ ଏନ୍‌ସିପି ସହ ମିଶି ସରକାର...

Advertisement
Archives

Model This Week