Posted inଜାତୀୟ

ଆରୋଗ୍ୟ ବନ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୩୧ା୧୦(ପିଆଇବି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ଗସ୍ତରେ ଯାଇ ଶୁକ୍ରବାର କଓ୍ବେଡିଆଠାରେ ବିଭିନ୍ନ ସମନ୍ବିତ ବିକାଶ ପରିଯୋଜନାର ଉଦ୍‌ଘାଟନ କରିଛନ୍ତି। ଆରୋଗ୍ୟ ବନ, ଆରୋଗ୍ୟ କୁଟୀରର ସେ ଶୁଭ ଉଦ୍‌ଘାଟନ କରିବା ସହ ଏକତା ମଲ୍‌ ଓ ଶିଶୁ ପୋଷଣ ଉଦ୍ୟାନକୁ ମଧ୍ୟ ସେ ଲୋକାର୍ପିତ କରିଛନ୍ତି। ପ୍ରାୟ ୧୭ ଏକର ଜାଗା ପରିମିତ ଆରୋଗ୍ୟ ବନରେ ୩୮୦ ପ୍ରକାର ଭିନ୍ନ ଭିନ୍ନ ୫ ଲକ୍ଷ ବୃକ୍ଷ ରହିଛି। ଆରୋଗ୍ୟ କୁଟୀରରେ ବିଭିନ୍ନ ପ୍ରକାର ପୁରୁଣାକାଳର ଚିକିତ୍ସା ବ୍ୟବସ୍ଥା ରହିଛି। ଏହାକୁ ଶାନ୍ତିଗିରି ଓ୍ବେଲ୍‌ନେସ୍‌ ସେଣ୍ଟର ଭାବେ ନାମିତ କରାଯାଇଛି। ଆୟୁର୍ବେଦ, ସିଦ୍ଧ ଓ ପଞ୍ଚକର୍ମ ସହ ଏହା ସ୍ବାସ୍ଥ୍ୟସେବା ଯୋଗାଇବାରେ ସହାୟକ ହୋଇପାରିବ।
ମଲ୍‌ରେ ଭାରତର ବିଭିନ୍ନ ପ୍ରକାର ହସ୍ତଶିଳ୍ପ ଓ ପାରମ୍ପରିକ ବସ୍ତୁ ରହିଛି। ଏହା ଏକତାର ପ୍ରତୀକ ଭାବେ ରହି ୩,୫୦୦ ବର୍ଗଫୁଟ ମଧ୍ୟରେ ରହିଛି। ଏଠାରେ ୨୦ ଏମ୍ପୋରିୟମ ରହିଛି। ମାତ୍ର ୧୧୦ ଦିନରେ ଏହାକୁ ନିର୍ମାଣ କରାଯାଇଛି। ସେଠାରେ ସେହିଭଳି ୩୫,୦୦୦ ବର୍ଗଫୁଟରେ ଶିଶୁ ପୋଷଣ ଉଦ୍ୟାନ ନିର୍ମାଣ କରାଯାଇଛି। ଏହାର ଚାରିପଟେ ଏକ ନ୍ୟୁଟ୍ରି ଟ୍ରେନ୍‌ ବୁଲୁଥିବାର ଦେଖିବାକୁ ମିଳିଛି। ଏହା ଶିଶୁ ପୋଷଣ ନେଇ ସଚେତନତାର ବାର୍ତ୍ତା ପ୍ରଦାନ କରୁଛି।
ମୋଦି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ପ୍ରାଣୀ ଉଦ୍ୟାନ ସହ ମୋଟ ୧୭ ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି। ଏଥିସହ ୪ ନୂଆ ପ୍ରକଳ୍ପ ଲାଗି ଶିଳାନ୍ୟାସ କରିଛନ୍ତି। ନାଭିଗେଶନ ଚ୍ୟାନେଲ, ନୂଆ ଗେରା ସେତୁ, ଏକତା କ୍ରୁଜ୍‌ ସେବା, ବସ୍‌ ବେ ଟର୍ମିନସ୍‌ ଆଦି ଏହି ପ୍ରକଳ୍ପରେ ସାମିଲ ଅଛି। ଜାହାଜରେ ଯାତ୍ରାକରିବା ସହ ଷ୍ଟାଚ୍ୟୁ ଅଫ୍‌ ୟୁନିଟିର ମଜା ଏଥିରେ ନିଆଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁକନ୍ୟାର ମୁଣ୍ଡ ଉପରେ ଚଢ଼ିଗଲା ମିନିଟ୍ରକ୍‌

ନବରଙ୍ଗପୁର,୨୮ା୬(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଉମରକୋଟରୁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଏବଂ ହୃଦୟ ବିଦାରକ ଖବର। ୪ ବର୍ଷର ଏକ ଶିଶୁକନ୍ୟାଙ୍କ ଉପରେ ଚଢ଼ିଗଲା ମିନିଟ୍ରକ୍‌।…

ଚଳନ୍ତା ବାଇକ୍‌ରେ ଶାଶୁଙ୍କୁ ହତ୍ୟା, ପରିବାର ଲୋକଙ୍କୁ କହିଲେ ହାର୍ଟ ଆଟାକ୍‌, ମାତ୍ର ଏମିତି ରହସ୍ୟ ଖୋଲିଦେଲା ପୋଲିସ…

ହାଇଦ୍ରାବାଦ,୨୮ା୬: ତେଲଙ୍ଗାନାର କରିମନଗର ଜିଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଜ୍ୱାଇଁ ତାଙ୍କ ଶାଶୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି।…

ୟୁରୋପରେ ତାତିର ତାଣ୍ଡବ! ୧୦୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ,୨୮।୬: ପଶ୍ଚିମ ୟୁରୋପରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତାପମାତ୍ରା ରେକର୍ଡ ଭାଙ୍ଗୁଥିବା ବେଳେ ଲୋକେ ଆଉଟୁପାଉଟୁ ହେଉଥିବା ନେଇ ଖବର ସାମ୍ନାକୁ ଆସିଛି ।…

ମୋଦିଙ୍କୁ ମିଳିଲା ଏହି ଦେଶର ସର୍ବୋଚ୍ଚ ସମ୍ମାନ, ସ୍ଥାୟୀ ଅଭିବୃଦ୍ଧି…

ଭିକ୍ଟୋରିଆ,୨୮।୬: ସେଚେଲ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍’ ସମ୍ମାନରେ ସମ୍ମାନିତ କରାଯାଇଛି। ପରିବେଶ ସଂରକ୍ଷଣ ଏବଂ ସ୍ଥାୟୀ ବିକାଶରେ…

୬ ନମ୍ବର ରାଜ୍ୟ ରାଜପଥ ପାଲଟିଛି ମରଣଯନ୍ତା: ପୂର୍ତ୍ତ ବିଭାଗର ନୀରବଦ୍ରଷ୍ଟା ନେଇ ବଢିବାରେ ଲାଗିଛି ଜନ ଅସନ୍ତୋଷ

ଲାଞ୍ଜିଗଡ,୨୮।୬(ରମେଶ ଚନ୍ଦ୍ର ନାୟକ) : କଳାହାଣ୍ଡି ଜିଲା ଭବାନୀପାଟଣା ଠାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ପାଲଟିଛି ମରଣଯନ୍ତା । ବିଶେଷ କରି…

ସାନ ଭାଇ, ବାପାଙ୍କୁ କଟୁରିରେ ହାଣିଲେ ବଡ଼ ଭାଇ: ଜମିଜମା ବିବାଦରୁ ଘଟିଲା ରକ୍ତାକ୍ତ…

ଉଦଳା: ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଶିରାଥଳି ଗାଁରେ ଜମିଜମା ବିବାଦକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ଘଟିଛି। ଜମି ବଣ୍ଟନକୁ ନେଇ ପରିବାର…

୧୦୦-୨୦୦ ଟଙ୍କିଆ ନୋଟ୍‌କୁ ନେଇ ବଡ଼ଖବର; ଘରେ ଜମା କରିବା ଆରମ୍ଭ କଲେଣି ଲୋକେ, ଜାଣନ୍ତୁ କଣ ରହିଛି କାରଣ…

ନୂଆଦିଲ୍ଲୀ, ୨୮।୬: ନିକଟ ଦିନଗୁଡ଼ିକରେ ୧୦୦ ଏବଂ ୨୦୦ ଟଙ୍କିଆ ନୋଟକୁ ନେଇ ଏକ ନୂଆ ଧାରା ଦେଖିବାକୁ ମିଳୁଛି। ଲୋକମାନେ ପୂର୍ବ ଅପେକ୍ଷା ନିଜ ଘରେ…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ୩ ବର୍ଷ ତଳେ କରିଥିଲେ ପ୍ରେମବିବାହ, ଆଜି ସକାଳୁ…

ଝାରସୁଗୁଡ଼ା,୨୮ା୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଏଚ୍‌. କଣ୍ଟାପାଳି (ଗଣ୍ଠିଆବୁଡ଼) ଗାଁରେ ରବିବାର ସକାଳୁ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ପାରିବାରିକ କଳହକୁ କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri