ସାମୂହିକ ଛୁଟିରେ ଗଲେ ପ୍ରାଥମିକ ଶିକ୍ଷକ

ନୟାଗଡ଼,୧୪।୯(ଲୋକନାଥ ମିଶ୍ର)ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନ ଭୁବନେଶ୍ୱର ଡାକରାରେ ସାରା ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ତଥା ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନେ ଛୁଟିରେ ଯିବା ପରେ ବୁଧବାରଠାରୁ ପାଠପଢ଼ାରେ ଅଚଳାବସ୍ଥା ଦେଖା ଦେଇଛି। ଜିଲାର ୮ଟି ବ୍ଲକରେ ଥିବା ୧୦୬୬ ସ୍କୁଲରୁ ପ୍ରାୟ ୭୦୫ ସ୍କୁଲରେ ତାଲା ଝୁଲିଥିବା ଦେଖିବାକୁ ମିଳିଲାଣି। ବୁଧବାର କେତେଜଣ ଛାତ୍ରୀଛାତ୍ର ବିଦ୍ୟାଳୟକୁ ଆସି ତାଲା ପଡିଥିବା ଦେଖି ଫେରିଛନ୍ତି। ଅନ୍ୟପକ୍ଷେ ମଧ୍ୟାହ୍ନ ୧୨ଟା ପରେ ଛାତ୍ରୀଛାତ୍ରଙ୍କୁ ଛୁଟି କରି ଶିକ୍ଷକମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜିଲାର ପ୍ରତି ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଚାଲିଛି। ଜିଲାର ରଣପୁର ବ୍ଳକରେ ୧୮୭ ସ୍କୁଲ ମଧ୍ୟରୁ ୧୮୫, ଓଡ଼ଗାଁ ବ୍ଳକରେ ୧୮୨ରୁ ୧୫୨, ଗଣିଆ ବ୍ଳକରେ ୪୪ରୁ ୪୪, ଦଶପଲ୍ଲା ବ୍ଳକରେ ୧୨୭ରୁ ୮୭, ନୂଆଗାଁ ବ୍ଳକରେ ୧୩୫ରୁ ୮୦, ଭାପୁର ବ୍ଳକରେ ୧୧୬ରୁ ୧୧୬ ସ୍କୁଲରେ ତାଲା ଝୁଲିଛି। ନୟାଗଡ଼ ବ୍ଳକରେ ୧୩୮ ସ୍କୁଲରୁ ୨୧ଟିି ବିଦ୍ୟାଳୟରେ ସ୍କୁଲ ଖୋଲିବା ପୂର୍ବରୁ ତାଲା ଝୁଲିଥିଲା। ମଧ୍ୟାହ୍ନ ପରେ ପୁଣି ୨୫ଟି ସ୍କୁଲରେ ତାଲା ଝୁଲିଲା।

ଏକ୍ସ କ୍ୟାଡର ଶିକ୍ଷକ ଆନ୍ଦୋଳନରେ ସାମିଲ: ନିଖିଳ ଉକତ୍ଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ଆନ୍ଦୋଳନକୁ ନୟାଗଡ଼ ଜିଲାରେ ଲେବୁଲ ଭି ପ୍ରାଥମିକ ଏକ୍ସ କ୍ୟାଡର ଶିକ୍ଷକ ସଂଘ ସମର୍ଥନ କରି ଗୁରୁବାରଠାରୁ ସାମିଲ ହେବ ବୋଲି ନିଷ୍ପତ୍ତି ହୋଇଛି। ଏକ୍ସ କ୍ୟାଡର ଶିକ୍ଷକ ସଂଘ ସମର୍ଥନ ପରେ ଗୁରୁବାର ଅଧିକାଂଶ ସ୍କୁଲରେ ତାଲା ଝୁଲିବ। ଏନେଇ ଲେବୁଲ ଭି ପ୍ରାଥମିକ ଏକ୍ସ କ୍ୟାଡର ଶିକ୍ଷକ ସଂଘର ସଭାପତି ଉମେଶ ସ୍ବାଇଁ ଓ ନୟାଗଡ ବ୍ଳକର ଉପସଭାପତି ବିଜୟ କୁମାର ପଟ୍ଟନାୟକ କୁହନ୍ତି, ସଂଘ ନିଷ୍ପତ୍ତି କ୍ରମେ ଗୁରୁବାରଠାରୁ ଆମେ ସ୍କୁଲକୁ ନ ଯାଇ ମାସ୍‌ ଲିଭ୍‌ରେ ରହି ଆନ୍ଦୋଳନରେ ସାମିଲ ହେବୁ।

ପ୍ରାଥମିକ ଶିକ୍ଷକ ସଂଘରେ ଫାଟ: ପୁରୁଣା ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ(ଓପିଏସ୍‌) ଅଧିକାଂଶ ଆନ୍ଦୋଳନରେ ସାମିଲ ହୋଇଥିବାବେଳେ କେତେଜଣ ଏହାକୁ ବିରୋଧ କରି ସାମିଲ ହୋଇ ନ ଥିବାରୁ ଶିକ୍ଷକ ସଂଘରେ ଫାଟ ଦେଖିବାକୁ ମିଳିଛି। ଏହା ଦ୍ୱାରା ସମୂହ ଛୁଟି ନେଇ ସବୁ ସ୍କୁଲରେ ତାଲା ପଡିବା ଘଟଣା ପ୍ରହସନରେ ପରିଣତ ହୋଇଛି। ନୟାଗଡ଼ ଜିଲାର ୭ଟି ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ସ୍କୁଲକୁ ପୁରୁଣା ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକମାନେ ଯାଉ ନ ଥିବାବେଳେ ନୟାଗଡ଼ ବ୍ଳକରେ ଓଲଟା ଚିତ୍ର ଦେଖିବାକୁ ମିଳିଛି। ନିଖିଳ ଉକତ୍ଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ଏକ ପାର୍ଟ କୁହାଯାଉଥିବା ପୁରୁଣା ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ଜିଲା ସଭାପତି ଆନ୍ଦୋଳନରେ ସାମିଲ ହୋଇଥିବାବେଳେ ନୟାଗଡ଼ ବ୍ଳକ ସମ୍ପାଦକ ଆନ୍ଦୋଳକୁ ବିରୋଧ କରି ସ୍କୁଲରେ ଡ୍ୟୁଟି କରୁଛନ୍ତି। ଏନେଇ ପୁରୁଣା ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ନୟାଗଡ଼ ବ୍ଲକ ସମ୍ପାଦକ ଭକ୍ତ ବଲ୍ଲଭ ବଟ କୃଷ୍ଣ ମିଶ୍ର କୁହନ୍ତି, ଆମ ରାଜ୍ୟ ସଭାପତି ରମଣୀ ରଞ୍ଜନ ତ୍ରିପାଠୀ ଆନ୍ଦୋଳନରେ ସାମିଲ ହୁଅନି ବୋଲି କହୁଛନ୍ତି। କାରଣ ଆନ୍ଦୋଳନ ନେଇ କାର୍ଯ୍ୟକାରୀ କମିଟିରେ କିଛି ଆଲୋଚନା ହୋଇ ନାହିଁ। ଅନ୍ୟପକ୍ଷେ ଆମର କିଛି ଦାବି ନାହିଁ। ଆମେ ଅଯଥାରେ ଆନ୍ଦୋଳନରେ ସାମିଲ ହୋଇ ସରକାରଙ୍କ ଚକ୍ଷୁଶୀଳ ହେବାକୁ ଚାହୁଁନୁ। ଆମେ କେବଳ ନୟାଗଡ଼ ବ୍ଳକରେ ନୁହେଁ କେତେଜଣ ନୂଆଗାଁ ବ୍ଳକରେ ଶିକ୍ଷକ ଏହି ଆନ୍ଦୋଳନକୁ ବିରୋଧ କରୁଛନ୍ତି। ଅନ୍ୟ କିଛି ଜିଲାରେ ମଧ୍ୟ ବିରୋଧ ହେଉଛି। ଏଣୁ ଆମେ ଆନ୍ଦୋଳନ କରିବୁ ନାହିଁ, ମାସ୍‌ ଲିଭରେ ନ ରହି ସ୍କୁଲରେ ପାଠ ପଢ଼ାଇବ ବୋଲି ବ୍ଳକ ଶିକ୍ଷା ଅଧିତ୍କାରୀଙ୍କୁ ଅବଗତ କରାଇ କାର୍ଯ୍ୟ କରୁଛୁ। ଜିଲା ସଭାପତି ଜ୍ୟୋତି ରଞ୍ଜନ ଦାଶ କୁହନ୍ତି, ନିଖିଳ ଉକତ୍ଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ନିଷ୍ପତ୍ତି ଅନୁସାରେ ଆମେ ଆନ୍ଦୋଳନ କରୁଛୁ। ସଂଘ ନିଷ୍ପତ୍ତିକୁ ଅବମାନନା କରି ହେବ ନାହିଁ। ନୟାଗଡ଼ ବ୍ଳକ ସଭାପତି କାହିଁକି ସଂଘ ନିଷ୍ପତ୍ତି ମାନୁ ନାହାନ୍ତି ଆମେ ଏନେଇ ରାଜ୍ୟ ସଂଘକୁ ଅବଗତ କରାଇଛୁ। ନୟାଗଡ଼ ବ୍ଳକକୁ ଛାଡିଦେଲେ ଆମକୁ ସବୁ ବ୍ଳକରେ ସହଯୋଗ ମିଳିଛି। ସ୍କୁଲରେ ତାଲା ପଡିବା ବଢ଼ିବାରେ ଲାଗିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ନିର୍ବାଚନ ପୂର୍ବରୁ AAPର ବଡ଼ ଘୋଷଣା; ଏହି ଦଳ ସହ କଲା ମେଣ୍ଟ

ନୂଆଦିଲ୍ଲୀ,୧୩।୯: ଆମ ଆଦମୀ ପାର୍ଟି (AAP) ଗୋଆ ବିଧାନସଭା ନିର୍ବାଚନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘୋଷଣା କରିଛି। ଗୋଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର…

ଆମେରିକା ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କଲେ ସି ଜିନପିଙ୍ଗ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲେ…

ନୂଆଦିଲ୍ଲୀ,୧୩।୯: ଦିଲ୍ଲୀରେ ଅନୁଷ୍ଠିତ BRICS ସମ୍ମିଳନୀ ୨୦୨୬ରେ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ସହିତ ସମ୍ପର୍କ ଉନ୍ନତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ସୋସିଆଲ ମିଡିଆରେ ଚର୍ଚ୍ଚା; କିଶୋର କୁମାରଙ୍କ ଗୀତ ଗାଇଲେ ପ୍ରଧାନମନ୍ତ୍ରୀ, ସବୁ କହିଲେ….

ନୂଆଦିଲ୍ଲୀ,୧୩।୯: ଭାରତରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଗାଲା ଡିନରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ପୁଣି ଲଣ୍ଡନରେ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବାର ନଜର ଆସିଲେ ତ୍ରିଶା-ବିଜୟ; ଭିଡିଓ ଭାଇରାଲ, ପ୍ରଶଂସକ କହିଲେ…

ଚେନ୍ନାଇ,୧୩।୯: ସୁପରଷ୍ଟାର ଥାଲାପତି ବିଜୟ ଏବଂ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ଯୋଡ଼ିକୁ ପ୍ରଶଂସକମାନେ ଦୀର୍ଘ ଦିନ ଧରି ପସନ୍ଦ କରିଆସୁଛନ୍ତି। ଏହି ପସନ୍ଦ ସହିତ, ଉଭୟଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?