ଅମୂଲ୍ୟ ପଞ୍ଚଭୂତ

ଅଲେଖ ଚନ୍ଦ୍ର ମିଶ୍ର

ନିକଟ ଅତୀତରେ ଖବରକାଗଜରେ ପ୍ରକାଶ ପାଇଥିଲା ଏକ କ୍ଷୁଦ୍ର ଅଥଚ ଗୁରୁତ୍ୱପୂର୍ଣ୍ଣ ଖବର। ଦିଲ୍ଲୀରେ ବିଶୁଦ୍ଧ ବାୟୁ ପ୍ୟାକେଟ ଭିତରେ ସଂଗୃହୀତ ହୋଇ ୫୦୦ ଗ୍ରାମ୍‌ ପ୍ୟାକେଟ୍‌କୁ ୫୫୦୦ ଟଙ୍କାରେ ବିକ୍ରି କରାଯାଉଛି। କଥାଟା ସତ। କାରଣ ଦିଲ୍ଲୀ ଭଳି ସର୍ବାଧିକ ବାୟୁପ୍ରଦୂଷିତ ସହରରେ (ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ୨୦୧୮ ରିପୋର୍ଟ ଅନୁସାରେ ପୃଥିବୀର ସର୍ବାଧିକ ବାୟୁ ପ୍ରଦୂଷିତ ୧୫ଟି ସହର ମଧ୍ୟରେ ଭାରତରେ ୧୪ ଏବଂ ଦିଲ୍ଲୀ ତନ୍ମଧ୍ୟରୁ ପ୍ରଥମ) ଶୁଦ୍ଧବାୟୁ ବି ଦୁର୍ଲଭ ହୋଇଗଲାଣି। ଯେ କୌଣସି ବସ୍ତୁ ଦୁଷ୍ପ୍ରାପ୍ୟ ହୋଇଗଲେ ତା’ର ବାଣିଜି୍ୟକ ଚାହିଦା ସୃଷ୍ଟି ହେବା ସ୍ବାଭାବିକ। ଏମିତିରେ ତ ବାୟୁ ବିକ୍ରି ହେବା କିଛି ନୂଆ କଥା ନୁହେଁ । ଆମର ଦୈନନ୍ଦିନ ଜୀବନରେ ପରୋକ୍ଷ ଭାବରେ ଆମେ ବିଞ୍ଚଣା, ପଙ୍ଖା, କୁଲର, ଏସି ଇତ୍ୟାଦି ମାଧ୍ୟମରେ ପବନ କିଣୁ। ତା’ଛଡା ପାଣିରେ ବୁଡୁଥିବା ବୁଡାଳି,ଆକାଶରେ ଭ୍ରମୁଥିବା ମହାକାଶଚାରୀ, ଚିକିତ୍ସାଳୟରେ ମିଳୁଥିବା ଅମ୍ଳଜାନ ଥଳି, ଇନହେଲର ବା ନେବୁଲାଇଜର୍‌ ଏ ପ୍ରତ୍ୟେକ କ୍ଷେତ୍ରରେ ବାୟୁ ଏକ ମୂଲ୍ୟବାନ ସମ୍ବଳ କିନ୍ତୁ ବଜ଼ାର ହାଟରେ ଖୋଲାରେ ବିକ୍ରିହେବା ଦେଖିଲେ ଦୁଃଖ ଲାଗେ। ଏବେ ଜଳ କଥା ଚିନ୍ତା କରାଯାଉ, କାରଣ ଏହା ଏକ ଚୋରିଯୋଗ୍ୟ ସାମଗ୍ରୀ ପାଲଟି ଗଲାଣି। ୨୦୧୯ ମେ ମାସର ଘଟଣା। ମହାରାଷ୍ଟ୍ରର ନାସିକ୍‌ର ବାସିନ୍ଦା ବିଲାସ ଅହିରେ ସ୍ଥାନୀୟ ଶ୍ରୀବସ୍ତିନଗର ଥାନାରେ ଏକ ଲିଖିତ ଅଭିଯୋଗ କଲେ ଯେ ସେ ତାଙ୍କ ଘର ଛାତ ଉପରେ ଦୁଇଟି କୁଣ୍ଡରେ ସଞ୍ଚିତ କରି ରଖିଥିବା ୫୦୦ ଲିଟର ପିଇବା ପାଣିରୁ କେହି ଅଧା ଚୋରିକରି ନେଇଯାଇଛି। ସଂପୃକ୍ତ ଥାନା ଅଧିକାରୀ ସୁରେଶ କୁମାର ଧୂସର ଏହା ସତ୍ୟ ବୋଲି ସ୍ବୀକାର କରିଛନ୍ତି। ଏହାପୂର୍ବରୁ ଦିଲ୍ଲୀର ରାସ୍ତା ଘାଟରେ ଠେଲା ଗାଡ଼ିରେ ବିକ୍ରି ହେଉଥିବା ପାଣି ଦିନେ ଭ୍ରୂକୁଞ୍ଚନ ସୃଷ୍ଟି କରିଥିଲା। କିନ୍ତୁ ଏବେ ତାହା ଏକ ରୀତିମତ ବ୍ୟବସାୟରେ ପରିଣତ ହୋଇ ଛୋଟ ଚା’ ଗ୍ଲାସ ପିଛା ଦଶ ପଇସାରୁ ଆରମ୍ଭ ହୋଇ ଦୁଇ ଟଙ୍କାରେ ପହଞ୍ଚିଲାଣି ଏବଂ ପ୍ରତି ଗଳିକନ୍ଦିରେ ସ୍ବଚ୍ଛନ୍ଦରେ ବିକ୍ରି ହେଉଛି। ଅନ୍ୟାନ୍ୟ ସ୍ଥାନରେ ବାଲତି ହିସାବରେ ପାଣି ବିକ୍ରି ହେଉଛି। ଫଳରେ ଜଳ ଏକ ସାଧାରଣ ପଣ୍ୟ ସାମଗ୍ରୀ ହୋଇ ଗଲାଣି, ଯାହା ବୋତଲଠାରୁ ପାଇପ ଯାଏ, ନଦୀଜଳ ବଣ୍ଟନରୁ କାରଖାନାକୁ ଜଳଯୋଗାଣ ଯାଏ ସବୁଠାରେ ବିପଣନ ହେଉଛି। ଜଳସମ୍ପଦ ଓ ପାନୀୟ ଜଳ ପାଇଁ ସରକାରୀ ସ୍ତରରେ ସ୍ବତନ୍ତ୍ର ବିଭାଗ ବି ଖୋଲା ଯାଇଛି।
ସେହିପରି ମାଟିର ଅବସ୍ଥା। ଜମି କିଣାବିକାଠାରୁ ମାଟି, ବାଲି, ଗୋଡି, ପଥର, ଚିପ୍ସ ଯାଏ ପ୍ରତ୍ୟକ୍ଷ ଭାବରେ ଏବଂ କଣ୍ଢେଇ, ମୂର୍ତ୍ତି, ହାଣ୍ଡି, କୁଡୁଆ, ଦୀପ, ଇଟା ଇତ୍ୟାଦି ରୂପରେ ପରୋକ୍ଷ ଭାବରେ କିଣାବିକା ହୋଇ ମାଟି ବି ଏକ ବିକ୍ରିଯୋଗ୍ୟ ସମ୍ପଦର ସ୍ଥାନ ନେଇଛି। ଏବେ ସୂର୍ଯ୍ୟକିରଣ ବି ଏକ ଅର୍ଥକରୀ ସାମଗ୍ରୀ ଭାବରେ ବ୍ୟବହୃତ ହେଉଛି। ସୌର ଚୁଲା, ସୌର ଶକ୍ତି ସଞ୍ଚୟ, ସୌର ଶକ୍ତିରୁ ସ୍ବୟଂଚାଳିତ ଯାନ ପାଇଁ ଇନ୍ଧନ ଇତ୍ୟାଦି ଯୋଗୁ ଅନେକ ଧନ ଖର୍ଚ୍ଚ ହେଉଛି। ଶେଷରେ ଆକାଶ। ବର୍ତ୍ତମାନ ପୃଥିବୀର ଜନସଂଖ୍ୟା ଯେମିତି ବଢିଚାଲିଛି ଆଗାମୀ ଦିନରେ କୃତ୍ରିମ ଉପଗ୍ରହ ମାଧ୍ୟମରେ ଗ୍ରହାନ୍ତରରେ ବସବାସ କରିବା ପାଇଁ ଅସୁମାରୀ ଧନ ଖର୍ଚ୍ଚ ହୋଇ ପ୍ରତିଯୋଗିତା ଚାଲିଛି। ଅତଏବ ଏହି ପାଞ୍ଚଟି ପଦାର୍ଥ ଏବେ ବିକ୍ରୟଯୋଗ୍ୟ ସାମଗ୍ରୀ ହୋଇଗଲାଣି।
କିନ୍ତୁ ବାସ୍ତବ ଦୃଷ୍ଟିକୋଣରୁ ଦେଖିଲେ ଉପରୋକ୍ତ ପାଞ୍ଚଗୋଟି ପଦାର୍ଥ (ମାଟି, ପାଣି, ସୂର୍ଯ୍ୟ, ବାୟୁ ଓ ଆକାଶ) ପ୍ରକୃତିର ସ୍ବାଭାବିକ ଦାନ (ଫ୍ରି ଗିଫ୍ଟ ଅଫ ନେଚର୍‌) ଯାହା ବ୍ୟବସାୟ ପାଇଁ ଉଦ୍ଦିଷ୍ଟ ନୁହେଁ I ସନାତନ ଧର୍ମର ମୂଳପିଣ୍ଡ ବେଦ ଅନୁସାରେ ଏଗୁଡ଼ିକୁ ପଞ୍ଚଭୂତ (କ୍ଷିତି , ଆପ, ତେଜ, ମରୁତ, ବ୍ୟୋମ) କୁହାଯାଏ। ଏହା ପଚିଶ ତତ୍ତ୍ବର ଅଂଶ ବିଶେଷ, ଯାହା ବିନା ଜୀବଜଗତର ସୃଷ୍ଟି ଓ ସ୍ଥିତି ଅସମ୍ଭବ। ଏଗୁଡିକ ଜୀବନର ନିଦାନ ହୋଇଥିବାରୁ ପ୍ରକୃତି ତାକୁ ପ୍ରଚୁର ଭାବରେ ଦେଇଛି। ତେଣୁ ଏ ପ୍ରତ୍ୟେକ ବସ୍ତୁ ସ୍ବୟମ୍ଭୂ ଏବଂ ପ୍ରାକୃତିକ ଉପାୟରେ ସ୍ବୟଂ ପରିଚାଳିତ, ପରିପୂରକ ତଥା ନିୟନ୍ତ୍ରିତ। ସାଧରଣ ଭାଷାରେ ଉପରୋକ୍ତ ପାଞ୍ଚଟି ଉପାଦାନ ‘ବାପାମାଆ’ର ନିଦର୍ଶନ (ବା-ବାୟୁ, ପା -ପାଣି, ମା -ମାଟି, ଆ -ଆକାଶ ଏବଂ ଜନନୀର ଜଠର ତେଜ)।
କିନ୍ତୁ ଦୁର୍ଭାଗ୍ୟର କଥା ବିଜ୍ଞାନର ଅଗ୍ରଗତି ସହିତ ଆମେ ଏପରି ଅମୂଲ୍ୟ ପ୍ରାକୃତିକ ଉପାଦାନଗୁଡିକୁ କୃତ୍ରିମତା ଭିତରକୁ ଟାଣିଆଣି ସେଥିରୁ ବୈଭବିକ ଫାଇଦା ଉଠାଉଛୁ ଏବଂ ତା’ର ଦୁରୁପଯୋଗ କରୁଛୁ। ପରିଣାମ ସ୍ବରୂପ ପ୍ରାକୃତିକ ଭାରସାମ୍ୟ ରକ୍ଷା ହୋଇ ପାରୁନାହିଁ ଏବଂ ଅନେକ ବିପର୍ଯ୍ୟୟ ଘଟୁଛି: ଯଥା ଗ୍ରେଟ୍‌ ବାରିଆର୍‌ ରିଫ (ପ୍ରବାଳ ପ୍ରାଚୀର) ର ବ୍ଲିଚିଂ, ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ, ଆଣ୍ଟାର୍କଟିକାରେ ବରଫ ତରଳିବା, ଉର୍ବର ଭୂମି ଶୁଷ୍କ ପାଲଟିଯିବା, ଆଗ୍ନେୟଗିରିର ଅସ୍ବାଭାବିକ ଉଦ୍‌ଗିରଣ, ଅଚାନକ ଭୂକମ୍ପ, ଆକସ୍ମିକ ଝଡତୋଫାନ ଓ ସାମୁଦ୍ରିକ ଝଡ, ଫ୍ଲାସ୍‌ ଫ୍ଲଡ, ପର୍ଯ୍ୟାବରଣରେ ଅସନ୍ତୁଳନ (ଇକୋଲୋଜିକାଲ୍‌ ଇମ୍ବାଲାନ୍ସ) ଏବଂ ଜୈବ ବିବିଧତI (ବାଇଓଡାଇଭରସିଟି)ରେ ବିବର୍ତ୍ତନ ।
ଏଥି ପ୍ରତି ସଚେତନ ନ ରହିଲେ ହୁଏତ ଏମିତି ଦିନ ଆସିବ ପଇସା ବିନିମୟରେ ବି ଏସବୁ ଜିନିଷ କିଣିବାକୁ ମିଳିବନି ଏବଂ ମାନବଜୀବନ ଅଚିରେ ଧ୍ବଂସ ପାଇବ। ଏକଥା ବି କେତେକ ବିଶିଷ୍ଟ ବୈଜ୍ଞାନିକ ଭବିଷ୍ୟତବାଣୀ କରିସାରିଲେଣି।
ସାରଦାଶ୍ରୀ,୯୦୪, ଶାସ୍ତ୍ରୀନଗର,
ୟୁନିଟ-୪, ଭୁବନେଶ୍ୱର
ମୋ:- ୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri