ନାମ ପାଇଁ ଦାମ୍‌

ଏ ଜଗତରେ ଜଡ଼ ହେଉ ବା ଜୀବ, ସଭିଙ୍କ ଥାଏ ନାଁ/ ନାମ। ନାଁ ସବୁର ପୁଣି ଅର୍ଥ ଥାଏ। ତେବେ ସମସ୍ତଙ୍କ ନାଁ ଥାଉ ଥାଉ କାହିଁକି କେତେକ ନାଁ ନେବା ଉଦ୍ଦେଶ୍ୟରେ ବିକଳ ହୁଅନ୍ତି। ବିକଳିଆ ରହନ୍ତି। ଭଲ କାମ କଲେ, ଭଲ କାମରେ ରହିଲେ ତ ନାଁକରା ହେବେ। ଅବଶ୍ୟ ଆଜିର ଦିନରେ ଭଲ କାମ କଲେ ବି ନିନ୍ଦୁକ ନିନ୍ଦା କରନ୍ତି। ଅସହିଷ୍ଣୁ ହୋଇ, ଅସହିଷ୍ଣୁ ରହି ତଥାକଥିତ ଭଲ ଲୋକଙ୍କୁ ଘେରିଥାନ୍ତି କେହି କେହି। ନିନ୍ଦୁକ/ଅସହିଷ୍ଣୁ ନିଜେ କିଛି କରିବେ ନାହିଁ, ଅଥଚ ଈର୍ଷାବଶତଃ ଈର୍ଷାଳୁ ସାଜି ଭଲଲୋକଙ୍କୁ ହଇରାଣ କରନ୍ତି। ଅଯଥା ବାଦ କରନ୍ତି। ବାଦରେ ରହନ୍ତି। ବାଦ ସୃଷ୍ଟି କରନ୍ତି। ଅଯଥା ବିବାଦକୁ ଆମନ୍ତ୍ରଣ କରନ୍ତି। ଅନ୍ୟପକ୍ଷେ ଭଲ ଲୋକର ଭଲ କାର୍ଯ୍ୟକୁ ବି ଘୋର ନାପସନ୍ଦ କରନ୍ତି। କଟୁ ମତ ରଖନ୍ତି। ବିରୋଧ କରନ୍ତି ଓ ଅଜବ ମତ ବି ରଖନ୍ତି ଅସହିଷ୍ଣୁ, ସେ କାହିଁକି କରିବ ନା ? ଧରାଯାଉ ଯେ କେହି ନିଜ ଉଦ୍ୟମରେ କିଛି ଗୋଟାଏ ସାରସ୍ବତ କାର୍ଯ୍ୟକ୍ରମ ହାତକୁ ନେବାକୁ ଉଦ୍ୟମ ଆରମ୍ଭ କଲେ କେଉଁଠି। ଏହା ତ ସ୍ବାଗତଯୋଗ୍ୟ କଥା। ସ୍ବାଗତଯୋଗ୍ୟ ହେବା ଚାହଁି ସେଠି ଯଦି କିଛି କେବେ କରି ନ ଥିବା ବ୍ୟକ୍ତି ଅଯଥା ବିବାଦ ସେ ନେଇ କରନ୍ତି, ତାକୁ କ’ଣ କୁହାଯିବ? ନିହାତି ଦୁର୍ଭାଗ୍ୟଜନକ କଥା ସେୟା। ନାଁ ନେଇଯିବ ବୋଲି କେହି ବିରୋଧ କରିବା ମଧ୍ୟ ଅନୁଚିତ। ଯିଏ ସେଭଳିଆ ଭାବନା ରଖେ, ସେ ବ୍ୟକ୍ତି ନିଜେ କିଛି କାମ କରି ନାଆଁ ଅର୍ଜିବା ଉଚିତ। କିନ୍ତୁ ତାହା ନ କରି କରୁଥିବା ଲୋକର ଗୋଡ଼ ଟାଣିବା ଅସୁନ୍ଦର କଥା ନିଶ୍ଚୟ। ଭଲ ଲୋକ ହୁଏତ ସାମୟିକଭାବେ ଦବିଯାଇପାରେ, ହେଲେ ବିରୋଧ ସ୍ଥିତିରେ ବି ମୁଣ୍ଡ ଟେକି କିଛି କରିବା ଲକ୍ଷ୍ୟରୁ ସମ୍ପୂର୍ଣ୍ଣ ବିରତ ହୋଇନଥାନ୍ତି ଭଲ ଲୋକ।
ଭଲ ଲୋକ କେବେ ବି ନଁା ବିକଳିଆ ନ ଥାନ୍ତି। ନାଁ ନେବା ପାଇଁ ହାଇଁପାଇଁ ହୁଅନ୍ତିନି। ଯୋଗ୍ୟ ତ ତା’ କାମ ପାଇଁ ନାଁ ନେବାର ଶ୍ରେୟ ନେବା ଉଚିତ। ତାହା ତାଙ୍କର ପ୍ରାପ୍ୟ। ଯେଉଁମାନେ ବିନା କାମରେ ଯୋଗ୍ୟ ନ ଥାଇ, ଯୋଗ୍ୟତା ନ ଥାଇ ନାନା ଗଳାବାଟ ଦେଇ ଗଳିଯାଇ ନାଁ ନିଅନ୍ତି, ତାଙ୍କୁ କୁହାଯିବ କ’ଣ? ବିନା ସଫଳତାରେ ବି ନଁାକରା ସାଜନ୍ତି ନଁା କାଙ୍ଗାଳ। ସ୍ଥଳବିଶେଷରେ ନାମ ପାଇଁ ଦାମ୍‌ ବା ମୂଲ୍ୟ ଦିଅନ୍ତି। ଦେବାକୁ କୁଣ୍ଠାବୋଧ ବି କରନ୍ତି ନାହିଁ ନଁାକାଙ୍ଗାଳ। ଏ ପ୍ରକାର ବିକଳ ଚିତ୍ର ସାମ୍ନାକୁ ଆସୁଛି ଅନେକ ସମୟରେ। ସବୁଜ ସାରସ୍ବତ କ୍ଷେତ୍ରର ସବୁଜିମା ଆଜି ନଷ୍ଟ ହେବାକୁ ବସିଲାଣି ସାହିତ୍ୟ କ୍ଷେତ୍ରରେ ଅସାହିତି୍ୟକଙ୍କ ଗହଳ ଚହଳ ବଢ଼ୁଥିବାରୁ। ସାହିତ୍ୟର ଧାର ଧରୁ ନ ଥିବା/ଧରି ନ ଥିବା ଆତ୍ମଘୋଷିତ ଅସାହିତି୍ୟକ-ସାହିତି୍ୟକ ଆଜି ପଙ୍କିଳ କରିସାରିଲେଣି ପବିତ୍ର ସାରସ୍ବତ କ୍ଷେତ୍ରକୁ। ଏମାନେ ଆଜି ନାଁ ପାଇଁ ବେଶି ହାଇଁପାଇଁ ହେଉଛନ୍ତି। ଗଳାବାଟ ଖୋଜୁଛନ୍ତି। ଗଳାବାଟ ଧାରା ଧରି ଦେଲେ ପୂରା ମାଡ଼ିଯାନ୍ତି ପୁରସ୍କାର ହାତେଇପାରନ୍ତି ଏଇଠୁ ସେଇଠୁ କ’ଣ କେମିତି କରି? ପୁରସ୍କାର ବିପଣି ଏଠି ସେଠି କୁଆଡେ ଖୋଲିଛି, ତାକୁ ଠାବକରି ସେଠି ପହଞ୍ଚତ୍ ପାରିଲେ ହେଲା। ପୁରସ୍କାର ବିପଣି ସାଜୁଛନ୍ତି ଏଠାର ସେଠାର ସାହିତ୍ୟ ପ୍ରଚାର ଓ ପ୍ରସାର ପାଇଁ କାମ କରୁଥିବା ନେଇ ଦାବି କରୁଥିବା କିଛି ସାହିତ୍ୟ ଅନୁଷ୍ଠାନ। ସେସବୁ କାମ ପାଇଁ ଅର୍ଥର ନିଶ୍ଚିତ ଆବଶ୍ୟକତା ଥାଏ ଏବଂ ସେଇ ଆବଶ୍ୟକତାକୁ ପରିପୂରଣ କରେ ପୁରସ୍କାରରୁ ସଂଗୃହୀତ କିଛି ଅର୍ଥ। ପୁରସ୍କାରର ପୁଣି ବିଭିନ୍ନ ଦର ଥାଏ। ଧରାଯାଉ ଗୋଟେ ଅନୁଷ୍ଠାନ ତିନି ଚାରିଟି ଉତ୍ସବ ପାଳନ କରେ। ବାର୍ଷିକ ଉତ୍ସବର ପୁରସ୍କାରର ଦାମ୍‌ କୁଆଡ଼େ ଅଧିକ ରହେ। ଗୋଟେ ଉତ୍ସବରେ ପୁଣି ବିଭିନ୍ନ ପର୍ଯ୍ୟାୟରେ ଦିଆଯାଏ ପୁରସ୍କାର। ବିଭିନ୍ନ ପର୍ଯ୍ୟାୟର ବିଭିନ୍ନ ଅତିଥିଙ୍କ ହାତରୁ ନେବା ପୁରସ୍କାରର ଦର ମଧ୍ୟ ସ୍ଥିରୀକୃତ ଥାଏ ଅଲଗା ଅଲଗା।
ସତରେ କି ସୁନ୍ଦର ବ୍ୟବସ୍ଥା! ସୁସଂଯୋଜିତ ଥାଏ ପୁରସ୍କାର ପାଇଁ ଅନୁଷ୍ଠାନଗୁଡ଼ିକରେ। ଏଠି ଫରକ, ଆଗରୁ ଦେଇଥିବା ଅର୍ଥକୁ କେହି ଦେଖି ନ ଥାନ୍ତି। ପାଇଥିବା ପୁରସ୍କାର ଟଙ୍କାକୁ ଉପସ୍ଥିତ ଦର୍ଶକ ଦେଖନ୍ତି। ସେ କଥା କେବଳ ଜାଣିଥାନ୍ତି ଦାତା-ଗ୍ରହୀତା ଓ ଗ୍ରହୀତା-ଦାତା। ଏମିତି କେତେ ଗୁମର ଛପି ରହିଥାଏ ପୁରସ୍କାର ଦେଣ-ନେଣ ବ୍ୟାପାର ଭିତରେ। ପୁରସ୍କାର ବ୍ୟାପାର ତ ନୁହେଁ, ପୁରସ୍କାର ବେପାର କୁହାଯିବା ଏଠି ଅଧିକ ପ୍ରାସଙ୍ଗିକ ହୋଇପାରେ।
ଆମ ମାଟି ମୁଲକରେ ବି ଅତୀତରେ ଏ ନେଇ ଅଭିଯୋଗ ମୁଣ୍ଡ ଟେକିଛି। ବିବାଦ ଉପୁଜିଛି। ଅବଶ୍ୟ ସମୟ ସୁଅରେ ତାହା ଥମିଛି। ଯେଉଁଠି ବଡ଼ ବଡ଼ ହତ୍ୟାକାଣ୍ଡ ଛପିଯାଉଛି, ସେଇଠି ସାହିତ୍ୟ ପୁରସ୍କାର ବିବାଦ କଥାକୁ କିଏ ପଚାରୁଛି ? ଶେଷ କଥା – ଏଠି ‘ନାମ ପାଇଁ ଦାମ୍‌’ ଦେବାକୁ ହୁଏ, ସବୁଠି ନ ହେଲେ ବି କେଉଁଠି କେଉଁଠି।

  • ଧ୍ରୁବ ଚରଣ ଘିବେଲା
    ବଉଦରାଜ, ବୌଦ୍ଧ
    ମୋ: ୯୪୩୭୪୭୮୪୬୬

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?