୨୫% ବୃଦ୍ଧି ପାଇଛି ପ୍ରତ୍ୟକ୍ଷ ଟିକସ ସଂଗ୍ରହ

ନୂଆଦିଲ୍ଲୀ,୧୨।୧: ଗତ ମାସ ଭଳି ଚଳିତ ମାସରେ ମଧ୍ୟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ବୃଦ୍ଧି ପାଇଛି। ଏପରିକି ଚଳିତ ବର୍ଷ ଜାନୁୟାରୀ ୧୦ ତାରିଖ ମଧ୍ୟରେ ପ୍ରାୟ ୧୫ ଲକ୍ଷ କୋଟି ଟଙ୍କା ଟିକସ ଆକାରରେ ଆଦାୟ କରାଯାଇଛି। ବିଶେଷ କରି ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ପ୍ରାୟ ୨୫% (୨୪.୫୮%) ବୃଦ୍ଧି ଘଟିଥିବା କେନ୍ଦ୍ରୀୟ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ପକ୍ଷରୁ ବୁଧବାର ବିସ୍ତୃତ ସୂଚନା ଦିଆଯାଇଛି। ଏତଦ୍‌ବ୍ୟତୀତ ଦେଶରେ ନେଟ୍‌ ପ୍ରତ୍ୟକ୍ଷ ଟିକସ ବାବଦକୁ ୧୨.୩୧ ଲକ୍ଷ କୋଟି ଟଙ୍କା ସଂଗ୍ରହ ହୋଇଥିବା ଜଣାପଡିଛି, ଯାହାକି ଗତବର୍ଷ ସମାନ ଅବଧି ତୁଳନାରେ ଏହା ୧୯.୫୫% ଅଧିକ ରହିଛି ବୋଲି ସିବିଡିଟି ପକ୍ଷରୁ କୁହାଯାଇଛି।

ସେହିଭଳି ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ମୋଟ ବଜେଟ ଆକଳନରୁ ନେଟ୍‌ ସଂଗ୍ରହ ୮୬.୬୮% ଏବଂ ବଜେଟରେ ଏହି ଆର୍ଥିକ ବର୍ଷରେ ୧୪.୨୦ ଲକ୍ଷ କୋଟି ଟଙ୍କା ପ୍ରତ୍ୟକ୍ଷ ଟିକସ ସଂଗ୍ରହ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆକଳନ କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ କର୍ପୋରେଟ ଟିକସ ବାବଦକୁ ୧୯.୭୨% ବୃଦ୍ଧି ପାଇଥିବାବେଳେ ବ୍ୟକ୍ତିଗତ ଆୟକର ଟ୍ୟାକ୍ସ ସଂଗ୍ରହରେ ୩୦.୪୬% ବୃଦ୍ଧି ଘଟିଛି। ସେହିପରି ଚଳିତ ବର୍ଷ ଜାନୁୟାରୀ ୧୦ ମଧ୍ୟରେ ଦେଶର ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୧୪.୭୧ ଲକ୍ଷ କୋଟି ଟଙ୍କା ରହିଛି, ଯାହାକି ମୋଟ ସଂଗ୍ରହଠାରୁ ୨୪.୫୮% ଅଧିକ ବୋଲି ସିବିଟିଡି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଦେଖିବାକୁ ଯାଇଥିଲେ ଯୁବକ; ଗୋଡ଼ାଇଲା ମାଈ ହାତୀ, ତାପରେ…

ପାଟଣା,୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜର ପାଟଣା ସେକ୍ସନ ଅନ୍ତର୍ଗତ ରାମଚନ୍ଦ୍ରପୁର ନିକଟରେ ସୋମବାର ୧୯ଟିକିଆ ବଣୁଆ ହାତୀପଲ ଡେରା ପକାଇଥିଲେ । ଏହି…

୧୬ ଅଗଷ୍ଟ ସୁଦ୍ଧା ସାରିଦିଅନ୍ତୁ ଏହି କାମ, ନଚେତ୍ ମିଳିନପାରେ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ,୪।୮: ଏଲପିଜି ଗ୍ରାହକମାନେ ଅଗଷ୍ଟ ୧୫ ପୂର୍ବରୁ ସେମାନଙ୍କର ଇ-କେୱାଇସି କରିବା ବାଧ୍ୟତାମୂଳକ ରହିଛି । ସମୟ ମଧ୍ୟରେ ଇ-କେୱାଇସି ପୂରଣ ନକଲେ ଅଧିକ ମୂଲ୍ୟରେ ସିଲିଣ୍ଡର…

କି ଦଣ୍ଡ ମିଳିବ ଉଦୟନିଧି ଷ୍ଟାଲିନଙ୍କୁ ,ସେ ତ୍ରିଶାଙ୍କ ବିଷୟରେ କ’ଣ କହିଥିଲେ? ଥାଲାପତି ବିଜୟଙ୍କ ସହ ଅଭିନେତ୍ରୀଙ୍କ ସମ୍ପର୍କ କ’ଣ? ଜାଣନ୍ତୁ ….

ଚେନ୍ନାଇ,୪।୮: ତ୍ରିଶା କୃଷ୍ଣନଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେଇ ଉପ ମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଗୁରୁତର ସମସ୍ୟାରେ ପଡ଼ିଛନ୍ତି। ଜଣେ ଘନିଷ୍ଠ ବନ୍ଧୁଙ୍କ ବିଷୟରେ ଏହି ମନ୍ତବ୍ୟ…

ବିଦେଶରେ ଥାଇ ଏମିତି କାମ କଲେ ପ୍ରିୟଙ୍କା ଚୋପ୍ରା: ସମସ୍ତେ କହୁଛନ୍ତି ବାଃ ବାଃ

ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ସବୁଠି ରାଜ କରୁଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଚର୍ଚ୍ଚାରେ। ବଲିଉଡରେ ସଫଳତା ହାସଲ କରିବା ପରେ ସେ ଅନେକ ବର୍ଷ ଧରି…

ଭାଜପାର ପରାଜୟ ପରେ ମୋଦିଙ୍କ ସହ ବଡ଼ ଆଲୋଚନା କଲେ ନୀତିନ ନବୀନ? ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ,୪।୮: ସଂସଦ ଅଧିବେଶନ ମଧ୍ୟରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ‘ମଙ୍ଗଳ ମିଳନ’ ସମାବେଶରୁ ଏକ ଆକର୍ଷଣୀୟ ଫଟୋ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପା…

ଚିଚର୍ଲା ଉଦ୍ୟାନ ବିଭାଗରେ ନାହିଁ ପାଣି ସୁବିଧା: ଶ୍ରୀହୀନ ପଡ଼ିଛି ନର୍ସରି

କେସିଙ୍ଗା,୪।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବୋରିଆ ପଞ୍ଚାୟତ ଚିଚର୍ଲା ଗାଁ ନିକଟରେ ଥିବା ଜାତୀୟ ରାଜପଥ ୨୬ ନିକଟରେ ଥିବା ଉଦ୍ୟାନ ବିଭାଗର…

ଆସାମ ଲଜ୍ଜା: ନାବାଳିକାଙ୍କୁ ବଳାତ୍କାର-ହତ୍ୟା ମାମଲାରେ ତିନି ନାବାଳକ ଗିରଫ

ଦିସପୁର,୪।୮: ଆସାମର ହାଇଲାକାଣ୍ଡି ଜିଲାରେ ଜଣେ ୧୫ ବର୍ଷୀୟା ଝିଅକୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ଅପରାଧରେ ତିନି ଜଣ ଅଭିଯୁକ୍ତଙ୍କୁ ଅଭିଯୁକ୍ତ କରାଯାଇଛି, ସେମାନଙ୍କ…

କଦଳୀ ଚାଷୀଙ୍କୁ ମିଳୁନି ସରକାରୀ ପ୍ରୋତ୍ସାହନ: ଶୀତଳ ଭଣ୍ଡାର ନିର୍ମାଣ ଦାବି

କେସିଙ୍ଗା,୪।୮(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ଗାଁରେ ପ୍ରାୟତଃ ଅଧିକାଂଶ ଲୋକ ଚାଷ ଉପରେ ସବୁବେଳେ ନିର୍ଭର କରନ୍ତି l ଏହି ଅଞ୍ଚଳ ରେତ ନଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri