ନାମ ପାଇଁ ଦାମ୍‌

ଏ ଜଗତରେ ଜଡ଼ ହେଉ ବା ଜୀବ, ସଭିଙ୍କ ଥାଏ ନାଁ/ ନାମ। ନାଁ ସବୁର ପୁଣି ଅର୍ଥ ଥାଏ। ତେବେ ସମସ୍ତଙ୍କ ନାଁ ଥାଉ ଥାଉ କାହିଁକି କେତେକ ନାଁ ନେବା ଉଦ୍ଦେଶ୍ୟରେ ବିକଳ ହୁଅନ୍ତି। ବିକଳିଆ ରହନ୍ତି। ଭଲ କାମ କଲେ, ଭଲ କାମରେ ରହିଲେ ତ ନାଁକରା ହେବେ। ଅବଶ୍ୟ ଆଜିର ଦିନରେ ଭଲ କାମ କଲେ ବି ନିନ୍ଦୁକ ନିନ୍ଦା କରନ୍ତି। ଅସହିଷ୍ଣୁ ହୋଇ, ଅସହିଷ୍ଣୁ ରହି ତଥାକଥିତ ଭଲ ଲୋକଙ୍କୁ ଘେରିଥାନ୍ତି କେହି କେହି। ନିନ୍ଦୁକ/ଅସହିଷ୍ଣୁ ନିଜେ କିଛି କରିବେ ନାହିଁ, ଅଥଚ ଈର୍ଷାବଶତଃ ଈର୍ଷାଳୁ ସାଜି ଭଲଲୋକଙ୍କୁ ହଇରାଣ କରନ୍ତି। ଅଯଥା ବାଦ କରନ୍ତି। ବାଦରେ ରହନ୍ତି। ବାଦ ସୃଷ୍ଟି କରନ୍ତି। ଅଯଥା ବିବାଦକୁ ଆମନ୍ତ୍ରଣ କରନ୍ତି। ଅନ୍ୟପକ୍ଷେ ଭଲ ଲୋକର ଭଲ କାର୍ଯ୍ୟକୁ ବି ଘୋର ନାପସନ୍ଦ କରନ୍ତି। କଟୁ ମତ ରଖନ୍ତି। ବିରୋଧ କରନ୍ତି ଓ ଅଜବ ମତ ବି ରଖନ୍ତି ଅସହିଷ୍ଣୁ, ସେ କାହିଁକି କରିବ ନା ? ଧରାଯାଉ ଯେ କେହି ନିଜ ଉଦ୍ୟମରେ କିଛି ଗୋଟାଏ ସାରସ୍ବତ କାର୍ଯ୍ୟକ୍ରମ ହାତକୁ ନେବାକୁ ଉଦ୍ୟମ ଆରମ୍ଭ କଲେ କେଉଁଠି। ଏହା ତ ସ୍ବାଗତଯୋଗ୍ୟ କଥା। ସ୍ବାଗତଯୋଗ୍ୟ ହେବା ଚାହଁି ସେଠି ଯଦି କିଛି କେବେ କରି ନ ଥିବା ବ୍ୟକ୍ତି ଅଯଥା ବିବାଦ ସେ ନେଇ କରନ୍ତି, ତାକୁ କ’ଣ କୁହାଯିବ? ନିହାତି ଦୁର୍ଭାଗ୍ୟଜନକ କଥା ସେୟା। ନାଁ ନେଇଯିବ ବୋଲି କେହି ବିରୋଧ କରିବା ମଧ୍ୟ ଅନୁଚିତ। ଯିଏ ସେଭଳିଆ ଭାବନା ରଖେ, ସେ ବ୍ୟକ୍ତି ନିଜେ କିଛି କାମ କରି ନାଆଁ ଅର୍ଜିବା ଉଚିତ। କିନ୍ତୁ ତାହା ନ କରି କରୁଥିବା ଲୋକର ଗୋଡ଼ ଟାଣିବା ଅସୁନ୍ଦର କଥା ନିଶ୍ଚୟ। ଭଲ ଲୋକ ହୁଏତ ସାମୟିକଭାବେ ଦବିଯାଇପାରେ, ହେଲେ ବିରୋଧ ସ୍ଥିତିରେ ବି ମୁଣ୍ଡ ଟେକି କିଛି କରିବା ଲକ୍ଷ୍ୟରୁ ସମ୍ପୂର୍ଣ୍ଣ ବିରତ ହୋଇନଥାନ୍ତି ଭଲ ଲୋକ।
ଭଲ ଲୋକ କେବେ ବି ନଁା ବିକଳିଆ ନ ଥାନ୍ତି। ନାଁ ନେବା ପାଇଁ ହାଇଁପାଇଁ ହୁଅନ୍ତିନି। ଯୋଗ୍ୟ ତ ତା’ କାମ ପାଇଁ ନାଁ ନେବାର ଶ୍ରେୟ ନେବା ଉଚିତ। ତାହା ତାଙ୍କର ପ୍ରାପ୍ୟ। ଯେଉଁମାନେ ବିନା କାମରେ ଯୋଗ୍ୟ ନ ଥାଇ, ଯୋଗ୍ୟତା ନ ଥାଇ ନାନା ଗଳାବାଟ ଦେଇ ଗଳିଯାଇ ନାଁ ନିଅନ୍ତି, ତାଙ୍କୁ କୁହାଯିବ କ’ଣ? ବିନା ସଫଳତାରେ ବି ନଁାକରା ସାଜନ୍ତି ନଁା କାଙ୍ଗାଳ। ସ୍ଥଳବିଶେଷରେ ନାମ ପାଇଁ ଦାମ୍‌ ବା ମୂଲ୍ୟ ଦିଅନ୍ତି। ଦେବାକୁ କୁଣ୍ଠାବୋଧ ବି କରନ୍ତି ନାହିଁ ନଁାକାଙ୍ଗାଳ। ଏ ପ୍ରକାର ବିକଳ ଚିତ୍ର ସାମ୍ନାକୁ ଆସୁଛି ଅନେକ ସମୟରେ। ସବୁଜ ସାରସ୍ବତ କ୍ଷେତ୍ରର ସବୁଜିମା ଆଜି ନଷ୍ଟ ହେବାକୁ ବସିଲାଣି ସାହିତ୍ୟ କ୍ଷେତ୍ରରେ ଅସାହିତି୍ୟକଙ୍କ ଗହଳ ଚହଳ ବଢ଼ୁଥିବାରୁ। ସାହିତ୍ୟର ଧାର ଧରୁ ନ ଥିବା/ଧରି ନ ଥିବା ଆତ୍ମଘୋଷିତ ଅସାହିତି୍ୟକ-ସାହିତି୍ୟକ ଆଜି ପଙ୍କିଳ କରିସାରିଲେଣି ପବିତ୍ର ସାରସ୍ବତ କ୍ଷେତ୍ରକୁ। ଏମାନେ ଆଜି ନାଁ ପାଇଁ ବେଶି ହାଇଁପାଇଁ ହେଉଛନ୍ତି। ଗଳାବାଟ ଖୋଜୁଛନ୍ତି। ଗଳାବାଟ ଧାରା ଧରି ଦେଲେ ପୂରା ମାଡ଼ିଯାନ୍ତି ପୁରସ୍କାର ହାତେଇପାରନ୍ତି ଏଇଠୁ ସେଇଠୁ କ’ଣ କେମିତି କରି? ପୁରସ୍କାର ବିପଣି ଏଠି ସେଠି କୁଆଡେ ଖୋଲିଛି, ତାକୁ ଠାବକରି ସେଠି ପହଞ୍ଚତ୍ ପାରିଲେ ହେଲା। ପୁରସ୍କାର ବିପଣି ସାଜୁଛନ୍ତି ଏଠାର ସେଠାର ସାହିତ୍ୟ ପ୍ରଚାର ଓ ପ୍ରସାର ପାଇଁ କାମ କରୁଥିବା ନେଇ ଦାବି କରୁଥିବା କିଛି ସାହିତ୍ୟ ଅନୁଷ୍ଠାନ। ସେସବୁ କାମ ପାଇଁ ଅର୍ଥର ନିଶ୍ଚିତ ଆବଶ୍ୟକତା ଥାଏ ଏବଂ ସେଇ ଆବଶ୍ୟକତାକୁ ପରିପୂରଣ କରେ ପୁରସ୍କାରରୁ ସଂଗୃହୀତ କିଛି ଅର୍ଥ। ପୁରସ୍କାରର ପୁଣି ବିଭିନ୍ନ ଦର ଥାଏ। ଧରାଯାଉ ଗୋଟେ ଅନୁଷ୍ଠାନ ତିନି ଚାରିଟି ଉତ୍ସବ ପାଳନ କରେ। ବାର୍ଷିକ ଉତ୍ସବର ପୁରସ୍କାରର ଦାମ୍‌ କୁଆଡ଼େ ଅଧିକ ରହେ। ଗୋଟେ ଉତ୍ସବରେ ପୁଣି ବିଭିନ୍ନ ପର୍ଯ୍ୟାୟରେ ଦିଆଯାଏ ପୁରସ୍କାର। ବିଭିନ୍ନ ପର୍ଯ୍ୟାୟର ବିଭିନ୍ନ ଅତିଥିଙ୍କ ହାତରୁ ନେବା ପୁରସ୍କାରର ଦର ମଧ୍ୟ ସ୍ଥିରୀକୃତ ଥାଏ ଅଲଗା ଅଲଗା।
ସତରେ କି ସୁନ୍ଦର ବ୍ୟବସ୍ଥା! ସୁସଂଯୋଜିତ ଥାଏ ପୁରସ୍କାର ପାଇଁ ଅନୁଷ୍ଠାନଗୁଡ଼ିକରେ। ଏଠି ଫରକ, ଆଗରୁ ଦେଇଥିବା ଅର୍ଥକୁ କେହି ଦେଖି ନ ଥାନ୍ତି। ପାଇଥିବା ପୁରସ୍କାର ଟଙ୍କାକୁ ଉପସ୍ଥିତ ଦର୍ଶକ ଦେଖନ୍ତି। ସେ କଥା କେବଳ ଜାଣିଥାନ୍ତି ଦାତା-ଗ୍ରହୀତା ଓ ଗ୍ରହୀତା-ଦାତା। ଏମିତି କେତେ ଗୁମର ଛପି ରହିଥାଏ ପୁରସ୍କାର ଦେଣ-ନେଣ ବ୍ୟାପାର ଭିତରେ। ପୁରସ୍କାର ବ୍ୟାପାର ତ ନୁହେଁ, ପୁରସ୍କାର ବେପାର କୁହାଯିବା ଏଠି ଅଧିକ ପ୍ରାସଙ୍ଗିକ ହୋଇପାରେ।
ଆମ ମାଟି ମୁଲକରେ ବି ଅତୀତରେ ଏ ନେଇ ଅଭିଯୋଗ ମୁଣ୍ଡ ଟେକିଛି। ବିବାଦ ଉପୁଜିଛି। ଅବଶ୍ୟ ସମୟ ସୁଅରେ ତାହା ଥମିଛି। ଯେଉଁଠି ବଡ଼ ବଡ଼ ହତ୍ୟାକାଣ୍ଡ ଛପିଯାଉଛି, ସେଇଠି ସାହିତ୍ୟ ପୁରସ୍କାର ବିବାଦ କଥାକୁ କିଏ ପଚାରୁଛି ? ଶେଷ କଥା – ଏଠି ‘ନାମ ପାଇଁ ଦାମ୍‌’ ଦେବାକୁ ହୁଏ, ସବୁଠି ନ ହେଲେ ବି କେଉଁଠି କେଉଁଠି।

  • ଧ୍ରୁବ ଚରଣ ଘିବେଲା
    ବଉଦରାଜ, ବୌଦ୍ଧ
    ମୋ: ୯୪୩୭୪୭୮୪୬୬

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri