କପେ ଚା’ର ମୂଲ୍ୟ

ରେ ଗୋଟିଏ ବ୍ୟକ୍ତିଗତ କାମ ନେଇ ଆମ ବ୍ଲକ କାର୍ଯ୍ୟାଳୟକୁ ଯାଇଥିବା ଅବସରରେ ସମସ୍ତଙ୍କ ମୁହଁରେ ବଡ଼ବାବୁ (ହେଡ୍‌କ୍ଲର୍କ)ଙ୍କ ପ୍ରଶଂସା ଶୁଣିବାକୁ ପାଇଲି। ଫଳରେ ମୋ କାମଟି ସହଜ ଓ ସରଳରେ ହୋଇଯିବ ବୋଲି ଭାବି ଯେତିକି ଆନନ୍ଦିତ ହେଉଥିଲି ତା’ଠାରୁ ଅଧିକ ଉଲ୍ଲସିତ ହେଉଥିଲି।
ସେଠାକାର ଅମଲାମାନଙ୍କ କଥା ହେଲା ଆମ ବଡ଼ବାବୁ ଚା କପ୍‌ଟେ ପିଅନ୍ତି ନାହିଁ କି କଷା ଗୁଆ ଖଣ୍ଡେ ମଧ୍ୟ ଚୋବାନ୍ତି ନାହିଁ। ମୁଁ ଭାବିଲି ଯିଏ ପାନ ଖାଏନାହିଁ କିମ୍ବା ଚା ପିଏନାହିଁ ସିଏ ସଚ୍ଚୋଟ ହେବା କ’ଣ ପ୍ରମାଣ ଆଧାରିତ ? ଏକଥା ମନରେ ରଖି ବଡ଼ବାବୁଙ୍କୁ କଥାଛଳରେ ପାନ-ଚା ବିବର୍ଜିତ କରିବାର କାରଣ ପଚାରିବାରୁ ସିଏ ତା’ର ଯେଉଁ ଉତ୍ତର ଦେଇଥିଲେ ତାହା ବେଶ୍‌ ତାତ୍ପଯ୍ୟପୂର୍ଣ୍ଣ, ସମୟୋପଯୋଗୀ ଏବଂ ଉପଦେଶାତ୍ମକ ଥିଲା। ସିଏ କହିଲେ ପିଲାବେଳେ ମୋ ମା’ ଶିଖାଇଥିଲା ‘ଚା, ପାନ ନୁହେଁ ଛୋଟିଆ ନିଶା, ଧୀରେଧୀରେ ସିଏ ଟାଣେ ପଇସା’ ା ମୋ ଭଳି ଜଣେ ଗରିବ ଘରର ପିଲା ଏ ପ୍ରକାର ନିଶାର ବଶର୍ବତ୍ତୀ ହେବିନାହିଁ ବୋଲି ସେବେଠାରୁ ମନେମନେ ନିଷ୍ପତ୍ତି ନେଇଥିଲି। ଚାକିରି କରିବା ପରେ ଗରିବୀ ହଟିଗଲା। ଚା ପାନ ପାଇଁ ମୋ ପାଖରେ ଆଉ ଟଙ୍କା ପଇସାର ଅଭାବ ନାହିଁ କିନ୍ତୁ ମୋତେ କାଳେ କିଏ ଧୀରେଧୀରେ ଚା କପେ କିମ୍ବା ପାନ ଖଣ୍ଡେ ଦେଇ ବଶ କରିଦେବ ଏବଂ କୌଣସି ଅନ୍ୟାୟ ଅନୀତି କରିବା ପାଇଁ ପ୍ରବର୍ତ୍ତାଇବ କିମ୍ବା ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରିବ ସେ କଥା ଭାବି ଏହା ଗ୍ରହଣ କରୁନାହିଁ। ମୋ ଉତ୍ତର ଜୀବନରେ ଚା କପେ ପାଇଁ କାଳେ କାହା ଉପରେ ନିର୍ଭରଶୀଳ ହୋଇଯିବି ଏବଂ ଅଯଥାରେ ଏଥିପାଇଁ କାଳେ କାହାର ମନରେ ଅଶାନ୍ତି ଆସିବ ଯାହାଦ୍ୱାରା ମୋ ମନ ଅଯଥାରେ ଊଣା ହେବ ସେଥିପାଇଁ ମଧ୍ୟ ଉତ୍ତର ଜୀବନରେ ଚା କପେ ପିଇବି ନାହିଁ ବୋଲି ମୁଁ ନିଷ୍ପତ୍ତି ନେଇଛି। ଚା କପ୍‌କୁ ନେଇ ଏ ପ୍ରକାର ହିସାବ-କିତାବ ତଥା ଜୀବନଦର୍ଶନ କଥା ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ମୋର ମନେ ହେଲା। ଏହି କପେ ଚା’ର ହିସାବକିତାବକୁ ନେଇ ମୋ ମନରେ ଅନେକ ପ୍ରଶ୍ନ ଉଙ୍କିମାରିଲା ଯାହା ଅଦ୍ୟାବଧି ଅସମାହିତ ହୋଇ ରହିଆସିଛି।
ଇତିହାସ ପୃଷ୍ଠା ଓଲଟାଇଲେ ଜଣାପଡ଼େ ଲୋକମାନ୍ୟ ବାଲ୍‌ଗଙ୍ଗାଧର ତିଲକ ଥରେ କିଛି ଖ୍ରୀଷ୍ଟିଆନ ବନ୍ଧୁମାନଙ୍କ ସହିତ ମିଶି ଚା ପିଇଦେଇଥିବାରୁ ତାଙ୍କୁ ନିଜ ଜାତି ମଧ୍ୟରେ ଲୋକମାନଙ୍କର ବିରୋଧର ଶିକାର ହେବାକୁ ପଡିଥିଲା, ଯାହାଫଳରେ ତାଙ୍କ ଭୁଲ୍‌ର ପ୍ରାୟଶ୍ଚିତ୍ତ ସ୍ବରୂପ ନିଜକୁ ସଂସ୍କାରିତ କରିସାରି ପୁଣିଥରେ ନିଜ ଜାତିକୁ ଫେରିବାକୁ ପଡିଥିଲା। କାରଣ ଚା ପିଇବା ବଡ଼କଥା ନୁହେଁ ବରଂ ଏହାକୁ କିଏ ବନାଇଥିଲା ଏବଂ କାହା ସାଙ୍ଗରେ ଏବଂ କେତେବେଳେ ବସି ଚା ପିଉଥିଲେ ତାହା ଗୁରୁତ୍ୱ ବହନ କରୁଥିଲା। ଜାତୀୟତାବାଦୀ ଚିନ୍ତାଧାରାରେ ଦୀକ୍ଷିତ ତିଲକଙ୍କର କପେ ଚା ପିଇବା ସେତେବେଳର ରକ୍ଷଣଶୀଳ ଚିନ୍ତାଧାରା ଦ୍ୱାରା ହଜମ ନ ହେବା ସ୍ବାଧୀନତା ସଂଗ୍ରାମର ପରିପନ୍ଥୀ ଥିଲା ବୋଲି ଅନେକଙ୍କର ମତ। ଆମ ସମାଜରେ କପେ ଚା ସମ୍ପର୍କର ସେତୁ ବାନ୍ଧିବାର ସାହାଯ୍ୟ କରିବା ସହିତ ଆତିଥ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଭାବେ ମନେ କରାଯାଇଥାଏ।
ଏହାକୁ ଆଧାର କରି ଗାଁ ଠାରୁ ସହର ପର୍ଯ୍ୟନ୍ତ ବିଭିନ୍ନ ଆସର ଜମିଥାଏ। ତେବେ ଚା ପିଇବାର ଆସର ଯଦି କୌଣସି କାରଣରୁ ଆକ୍ଷେପ-ପ୍ରତିଆକ୍ଷେପ ମୂଳକ ହୋଇଯାଇ ଅଶାନ୍ତିର କାରଣ ସାଜେ ତାହା କ’ଣ କପେ ଚା ପିଇବାର ଦୋଷ?
ବର୍ତ୍ତମାନର ନିର୍ବାଚନ ରାଜନୀତିରେ ଭୋଟ ଗ୍ରହଣ ସମୟରେ ବୁଥ୍‌ର ଅନତି ଦୂରରେ ଅସ୍ଥାୟୀ ଭାବେ ଚା-ପାନ ଦୋକାନ ଖୋଲାଯାଇଥିବା ଦେଖାଯାଇଥାଏ। ଭୋଟ ଦେବାକୁ ଆସୁଥିବା ଭୋଟର ତଥା ସମ୍ପର୍କୀୟଙ୍କୁ କପେ ଚା କିମ୍ବା ଖଣ୍ଡେ ପାନ ଖୁଆଇ ଦେଇ ବିଭିନ୍ନ ଦଳର ଏଜେଣ୍ଟମାନେ ଆତିଥେୟତା ଦେଖାଇବା ବାହାନାରେ ନିଜ ଦଳ ପ୍ରତି ଆକର୍ଷିତ କରିବା ପାଇଁ ପ୍ରୟାସ କରିଥାଆନ୍ତି। ତେବେ ଏଇଠି ପ୍ରଶ୍ନ ଉଠେ ନିଜ ଗାଁଠାରୁ ଦେଶ ପର୍ଯ୍ୟନ୍ତ ଭାଗ୍ୟ ନିର୍ଦ୍ଧାରଣ କରୁଥିବା ଗୋଟିଏ ଗୋଟିଏ ଭୋଟ୍‌ର ମୂଲ୍ୟ କ’ଣ ଏହି କପେ ଚା ନିର୍ଦ୍ଧାରଣ କରିପାରିବ?
ଏବେ ପୁଣି ଚା କପ୍‌ର ଗୁଣବତ୍ତା ନେଇ ଚିକିତ୍ସାବିଜ୍ଞାନୀମାନେ ଅନେକ ପରାମର୍ଶ ଦେଉଛନ୍ତି।
ସେମାନଙ୍କ ମତରେ ପ୍ଲାଷ୍ଟିକ୍‌ କିମ୍ବା କାଗଜ କପ୍‌କୁ ବର୍ଜନ କରିବା ଦରକାର। ଯାହାକୁ ଆଧାର କରି କିଛି ବର୍ଷ ପୂର୍ବେ ରେଳ ଯାତ୍ରା ସମୟରେ ମାଟିରେ ତିଆରି ‘କୁଡୁଆ କପ୍‌’ ପ୍ରଚଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ଯାହା ସ୍ବାସ୍ଥ୍ୟ, ପରିବେଶ ଏବଂ ଅର୍ଥନୀତିର ଦୃଷ୍ଟିକୋଣରୁ ଭଲଥିଲା ବୋଲି ବିଚାର କରାଯାଏ। ତେବେ ଅନେକ କାରଣରୁ ବର୍ତ୍ତମାନ ଆଉ ତାହା ପ୍ରାୟତଃ କାର୍ଯ୍ୟକାରୀ ହେଉନାହିଁ। ଅନ୍ୟପକ୍ଷରେ ଗୋଟେ କପ୍‌ ଚା’ର ମୂଲ୍ୟ କେଉଁଠି ୫ ଟଙ୍କା ହୋଇଥିବା ବେଳେ ଆଉ କେଉଁଠି ତାହା ୫ ଶହ ଟଙ୍କା ହୋଇଯାଏ। ତା’ହେଲେ କ’ଣ ଚା ନା ସ୍ଥାନକୁ ଆଧାର କରି ତା’ର ଦାମ୍‌ ବଢି ଯାଏ? ଜୀବନ ଦର୍ଶନ ଆମକୁ ତ ଏୟା ଶିଖାଏ।
ତୁମେ କ’ଣ କରୁଛ କିମ୍ବା କହୁଛ ବଡ଼କଥା ନୁହେଁ ବରଂ (କେଉଁଠି, କେତେବେଳେ ଏବଂ କାହାକୁ) ଅର୍ଥାତ୍‌ ସ୍ଥାନ, କାଳ, ପାତ୍ରର ହିସାବ କରିବା ଗୁରୁତ୍ୱପୂର୍ଣ୍ଣ। ଅନ୍ୟପକ୍ଷରେ ଅର୍ଥକରୀ ଫସଲ ଭାବେ ପରିଗଣିତ କରାଯାଉଥିବା ଚା ଚାଷ ଅନେକ ବିବର୍ଣ୍ଣ ସ୍ମୃତି ଉପରେ ପର୍ଯ୍ୟବସିତ।
ଊନବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧି ବେଳକୁ ଆସାମରେ ଇଂରେଜମାନଙ୍କ ଦ୍ୱାରା ଚା ଚାଷ ଆରମ୍ଭ କରାଯାଇଥିଲା। ଚା ଚାଷ ହେଉଥିବା ଅଞ୍ଚଳଗୁଡିକ ଅସ୍ବାସ୍ଥ୍ୟକର ଥିବା ସହିତ ବିଭିନ୍ନ ପ୍ରକାର ଜ୍ୱରର କେନ୍ଦ୍ରବିନ୍ଦୁ ଥିଲା। ସେଠାରେ କାମ କରିବା ପାଇଁ ଯଥେଷ୍ଟ ଶ୍ରମିକ ମିଳୁ ନ ଥିଲେ, ତେଣୁ ଇଂରେଜମାନେ ଅନ୍ୟ ରାଜ୍ୟରୁ ଶ୍ରମିକମାନଙ୍କୁ ଜୋର୍‌ଜୁଲମ କରି ନେଇ ଆସୁଥିଲେ।
ଦିନରେ ଲମ୍ବା ଅବଧି ଧରି ଅସ୍ବାସ୍ଥ୍ୟକର ପରିବେଶରେ କାମ କରିବା ଯୋଗୁ ଶ୍ରମିକମାନେ ମୃତ୍ୟୁମୁଖରେ ପଡୁଥିଲେ ଏବଂ ଅନେକ ସ୍ଥଳରେ ଉପଯୁକ୍ତ ଚିକିତ୍ସା ଅଭାବରୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ମରି ଯାଉଥିଲେ। କାଳେ ମୃତ ଶ୍ରମିକମାନେ କ୍ଷତିପୂରଣ ଦାବି କରିବେ ତେଣୁ ଉକ୍ତ ପରିବାରବର୍ଗଙ୍କ ପାଖରେ ଏହି ଖବର ପହଞ୍ଚା ଯାଉ ନ ଥିଲା। ଫଳତଃ ଚା ଚାଷ ଇଂରେଜମାନଙ୍କ ପାଇଁ ଲାଭଦାୟକ ହୋଇଥିବା ବେଳେ ତାହା ଭାରତୀୟ ଶ୍ରମିକମାନଙ୍କ ଲୁହ ଓ ଲହୁର ଫଳ କହିଲେ ଅତ୍ୟୁକ୍ତି ହେବନାହିଁ। ତେଣୁ ଚା’କପ୍‌ର ମୂଲ୍ୟ ଇତିହାସଠାରୁ ବର୍ତ୍ତମାନ, ଗାଁଠାରୁ ସହର, ଘରଠାରୁ ବାହାର ପର୍ଯ୍ୟନ୍ତ ସବୁଠି ଅଲଗା। ଯାହା କେବଳ ଏହାର ମାନ/ଗୁଣବତ୍ତା ଉପରେ ନିର୍ଭରଶୀଳ ନୁହେଁ ବରଂ ଏହାକୁ କେନ୍ଦ୍ରକରି ଗଢ଼ି ଉଠୁଥିବା ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଜୀବନ ତଥା ସମ୍ପର୍କର ପ୍ରଭାବକୁ ମଧ୍ୟ ପ୍ରତିଫଳିତ କରିଥାଏ।

ଡ. ସୀତାକାନ୍ତ ତ୍ରିପାଠୀ
ଭଦ୍ରକ
ମୋ: ୯୭୭୮୭୬୪୩୯୪


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri