ତିନି ଦଶକରେ ମୂଲ୍ୟବୃଦ୍ଧି ସର୍ବୋଚ୍ଚ

ବଜାରରେ ପ୍ରତିଦିନ ମୂଲ୍ୟବୃଦ୍ଧି ନିଆଁ ଜଳୁଛି। ଗତ ମେ ୧୭ରେ କେନ୍ଦ୍ର ସରକାରଙ୍କ ସରକାରୀ ପରିସଂଖ୍ୟାନରେ ଏହାର କିଛି ପ୍ରତିଫଳନ ଦେଖିବାକୁ ମିଳିଛି। ପାଇକାରୀ ମୂଲ୍ୟ ସୂଚକାଙ୍କ ଏପ୍ରିଲ ମାସରେ ପହଞ୍ଚିଛି ୧୫.୦୮ ପ୍ରତିଶତରେ। ଚାଲୁ ସିରିଜ (୨୦୧୧-୧୨) ଭି’ ଅନୁସାରେ ଏହା ସର୍ବୋଚ୍ଚ। ୨୦୧୨-୧୩ଠାରୁ ଏହି ସିରିଜରେ ପରିସଂଖ୍ୟାନ ଦିଆଯାଉଛି। ଏପରି କି ପୁରୁଣା ସିରିଜକୁ ଧରିଲେ ୧୯୯୧-୧୯୯୨ର ଅଗଷ୍ଟରେ ୧୬.୦୬ ପ୍ରତିଶତ ହେବାପରେ ଏହି ହାରରେ ମୂଲ୍ୟବୃଦ୍ଧି କେବେ ହୋଇନାହିଁ। ଅର୍ଥାତ୍‌ ତିନି ଦଶକରେ ସର୍ବୋଚ୍ଚ ମୂଲ୍ୟବୃଦ୍ଧିି ହୋଇଛି ଏପ୍ରିଲରେ।
ଗତ ବର୍ଷର ଏପ୍ରିଲ ତୁଳନାରେ ଏହି ଏପ୍ରିଲରେ ହାରାହାରି ୧୫ ପ୍ରତିଶତରୁ ବେଶି ଦାମ୍‌ ବଢ଼ିଯାଇଛି। ବସ୍ତୁତଃ ପର ୧୩ ମାସ ପାଇକାରୀ ମୂଲ୍ୟବୃଦ୍ଧିର ହାର ଦୁଇଅଙ୍କରୁ ବେଶି। ଗତବର୍ଷ ଏପ୍ରିଲରେ ମୂଲ୍ୟବୃଦ୍ଧିର ହାର ଥିଲା ୧୦.୭୪ ପ୍ରତିଶତ। ଏ ବର୍ଷର ମାର୍ଚ୍ଚରେ ୧୪.୫୫ ପ୍ରତିଶତ। ଦରବୃଦ୍ଧିରେ ଏବେ କୌଣସି ଲଗାମ ନାହିଁ। ଖାଦ୍ୟଦ୍ରବ୍ୟ ବେପାରୀ ମୋଦିଙ୍କ ଘନିଷ୍ଠ ବ୍ୟବସାୟୀ ଗୌତମ ଆଦାନୀଙ୍କ ଆୟ ପୂର୍ବବର୍ଷ ତୁଳନାରେ ଶେଷ ହୋଇଥିବା ଆର୍ଥିକ ବର୍ଷ ୨୦୨୧-୨୨ରେ ବଢ଼ିବାର ହାର ହେଉଛି ୪୬ ପ୍ରତିଶତ। ଆୟ ହେଉଛି ୫୪ହଜାର ୨୧୪ କୋଟି ଟଙ୍କା। ଖାଦ୍ୟଦ୍ରବ୍ୟ ବେପାରରେ ମୁନାଫା ଅର୍ଜନରେ ଆଦାନୀ ସହଜରେ ହରାଇ ଦେଇଛନ୍ତି ହିନ୍ଦୁସ୍ଥାନ ଲିଭରକୁ।
ଖାଦ୍ୟ ବଜାରରେ ମୂଲ୍ୟବୃଦ୍ଧିରେ ଯେଉଁ ସମୟରେ ହାହାକାର ଆରମ୍ଭ ହୋଇଯାଇଛି, ସେତେବେଳେ ମୁନାଫାର ଊର୍ଦ୍ଧ୍ୱଗତିର ଚିତ୍ର ଦେଖାଯାଉଛି ନୂଆ କରି ଏହି ବଜାରକୁ ଆସିଥିବା କର୍ପୋରେଟ ଖାଦ୍ୟ କାରବାରୀଙ୍କର। ବିଶେଷ କରି ଖାଦ୍ୟଦ୍ରବ୍ୟ ବଜାରକୁ ଝାମ୍ପି ପଡ଼ିଛନ୍ତି ଆଦାନୀ ଓ ଅମ୍ବାନୀଙ୍କ ପରି କର୍ପୋରେଟ୍‌ମାନେ। ଦେଖାଯାଏ ଖାଦ୍ୟଦ୍ରବ୍ୟର ଦାମ୍‌ ଯେତିକି ବଢ଼ିଛି, ଠିକ୍‌ ସେତିକି ପରିମାଣର ଖାଦ୍ୟଦ୍ରବ୍ୟ ବ୍ୟବସାୟରେ ମୁନାଫାର ଊର୍ଦ୍ଧ୍ୱଗତି ହୋଇଛି। କେନ୍ଦ୍ରର ପରିସଂଖ୍ୟାନ (ଏନ୍‌ଏସ୍‌ଓ) ଦପ୍ତର ସୂତ୍ରରୁ ଜଣାପଡ଼ିଛି ଚଳିତବର୍ଷରେ ଖାଦ୍ୟଦ୍ରବ୍ୟର ଖୁଚୁରା ମୂଲ୍ୟବୃଦ୍ଧିର ହାର ବଢ଼ି ହୋଇଛି ୭.୭୯ ପ୍ରତିଶତ, ଯାହା ଗତବର୍ଷ ଥିଲା ୩.୧୫ ପ୍ରତିଶତ। ବଜାରରେ ଦୁଇଗୁଣରୁ ଅଧିକ ହାରରେ ମୂଲ୍ୟବୃଦ୍ଧିି ଘଟିଛି। ଅନ୍ୟପକ୍ଷରେ ବାଣିଜ୍ୟ ମନ୍ତ୍ରଣାଳୟ ଜଣାଇଛି ଏପ୍ରିଲ ମାସରେ ପାଇକାରୀ ମୂଲ୍ୟବୃଦ୍ଧିର ହାର ହେଲା ୧୪-୧୫ ପ୍ରତିଶତ। ପାଇକାରୀ ବଜାରରେ ମୂଲ୍ୟବୃଦ୍ଧିିର ହାର ବଢ଼ିଯିବାର ଅର୍ଥ ହେଉଛି, ଏହାର ପ୍ରତିଫଳନ ଖୁଚୁରା ବଜାରରେ ଦେଖାଯିବ। ଫଳରେ ଚଳିତବର୍ଷରେ ଖୁଚୁରା ବଜାରରେ ବେଶି ଦାମ୍‌ ବୃଦ୍ଧି ହେବାର ପ୍ରବଣତା ଜାରି ରହିବ।
ମୋଦି ସରକାରଙ୍କ ଅମଳରେ ଖାଦ୍ୟଦ୍ରବ୍ୟ ବଜାରରେ ମହଜୁଦକାରୀଙ୍କ କଳା କାରବାର ଚାଲିଛି। ବେଶି ମୁନାଫା ହୋଇଛି ଅମ୍ବାନୀ ଓ ଆଦାନୀଙ୍କ ପରି କାରବାରୀଙ୍କର। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଖାଦ୍ୟଦ୍ରବ୍ୟ ବଜାରରେ ଏମାନଙ୍କର ଏକଚାଟିଆ ଦଖଲ। ଆଦାନୀଙ୍କ ଖାଦ୍ୟଦ୍ରବ୍ୟର ବେପରବାୟ ମୂଲ୍ୟବୃଦ୍ଧିର ଚଢ଼ା ବଜାରରେ ପ୍ୟାକେଟ ତେଲ, ଚାଉଳ, ଡାଲି, ଅଟା, ମଇଦାର ବିକ୍ରିରେ ଆୟ ବଢ଼ିଛି ୪୫ ପ୍ରତିଶତ ହାରରେ। ଏ ବର୍ଷରେ ଆୟ ହୋଇଛି ୫୪ ହଜାର ୨୧୪ କୋଟି ଟଙ୍କା, ଯେଉଁଠି ଗତବର୍ଷରେ ଆୟ ଥିଲା ୩୭ ହଜାର ୬୦ କୋଟି ଟଙ୍କା। ଏହି ଆୟର ୮୪ ପ୍ରତିଶତ ଆସିଛି ଖାଇବା ତେଲ ବିିକ୍ରି ଆୟରୁ। ଏ ବର୍ଷ ଖାଇବା ତେଲ ଆଦାନୀ ବିକ୍ରି କରିଛନ୍ତି ୪୫ ହଜାର ୪୦୧ କୋଟି ଟଙ୍କା। ଗତବର୍ଷ ଯେଉଁଠି ତେଲ ବିକ୍ରି କରି ଆୟ କରିଥିଲେ ୩୦,୮୧୮କୋଟି ଟଙ୍କା। ଆଦାନୀଙ୍କ ତେଲର ଦାମ୍‌ ୮୦ ଟଙ୍କା କେଜିରୁ ବଢ଼ି ହୋଇଛି ୧୮୦ ଟଙ୍କା। ଖାଦ୍ୟଦ୍ରବ୍ୟ ମଧ୍ୟରେ କେବଳ ରନ୍ଧନ ତୈଳର ଏହି ହାରରେ ମୂଲ୍ୟବୃଦ୍ଧିିି ଦେଶରେ କୌଣସି ସମୟରେ ଦେଖାଯାଇ ନାହିଁ। ଆଉ ଏହା ସହ ଏତେ ଲାଭରେ ଏଭଳି ବିପୁଳ ବୃଦ୍ଧି କେବେ ଆଗରୁ ଦେଖାଯାଇ ନ ଥିଲା।
ଏକପକ୍ଷରେ କର୍ପୋରେଟ୍‌ଙ୍କ ମୁନାଫା, ଅନ୍ୟପକ୍ଷରେ ସରକାର ନିଜେ ମଧ୍ୟ ରନ୍ଧନ ଗ୍ୟାସ୍‌ଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ, କିରୋସିନ ସହ ସବୁ ଜାଳେଣିର ଦାମ ବଢ଼ାଇ ଚାଲିଛନ୍ତି। ମୋଦି ସରକାର ଗରିବର ପ୍ରୟୋଜନୀୟ ଜାଳେଣି କିରୋସିନ ଉପରୁ ସବ୍‌ସିଡ଼ି ଉଠାଇ ଦେଇଛନ୍ତି। ଏହାପରେ ତାହାର ଦାମ୍‌ ୧୪ ଟଙ୍କା ଲିଟରରୁ ବଢ଼ାଇ ଦିଆଯାଇଛି ୮୦ ଟଙ୍କା। ରନ୍ଧନ ଗ୍ୟାସ୍‌ ଦାମ୍‌ ଗତ ୧ ବର୍ଷ ମଧ୍ୟରେ ୭୫ ପ୍ରତିଶତ ବଢ଼ିଛି। ଗତ ଏକବର୍ଷ ମଧ୍ୟରେ ସିଲିଣ୍ଡର ଦାମ୍‌ ୫୭୮ ଟଙ୍କାରୁ ବଢ଼ି ୧ହଜାର ୩୦ ଟଙ୍କା କରାଯାଇଛି। ବାଣିଜି୍ୟକ ଗ୍ୟାସ୍‌ର ଦାମ୍‌ ବଢ଼ିଛି ଏହି ସମୟ ମଧ୍ୟରେ ୧୨୬ ପ୍ରତିଶତ ହାରରେ। ଏହା ୧୦୫୯ଟଙ୍କା ସିଲିଣ୍ଡର ପିଛା ବଢ଼ି ହୋଇଛି ୨ ହଜାର ୩୫୭ ଟଙ୍କା। ବାଣିଜି୍ୟକ ଗ୍ୟାସ୍‌ର ଦୁଇଗୁଣ ଦାମ୍‌ ବଢ଼ିବାରେ ଛୋଟମୋଟ ଖାଦ୍ୟ ଓ ଫାଷ୍ଟଫୁଡ୍‌ ଦୋକାନରେ ସବୁ ଖାଦ୍ୟଦ୍ରବ୍ୟର ଦାମ୍‌ ଏପରି କି ଗୁପଚୁପ୍‌, ବରା, ପିଆଜିର ଦାମ୍‌ ଦୁଇଗୁଣା ବଢ଼ିଛି।
ଅନ୍ୟପକ୍ଷରେ କର୍ପୋରେଟ୍‌ ଖାଦ୍ୟଦ୍ରବ୍ୟ ବ୍ୟବସାୟୀଙ୍କ ପ୍ୟାକେଜ ଖାଦ୍ୟର ତାଲିକାରେ ଥିବା ଖାଦ୍ୟଦ୍ରବ୍ୟର ଦାମ ଗତ ପାଞ୍ଚ ବର୍ଷରେ ବିପୁଳ ହାରରେ ବଢ଼ିଛି। ଯେପରି ୨୦୧୯ରୁ ୨୦୨୨ ଏହି ଚାରିବର୍ଷରେ ଚାଉଳର ଦାମ୍‌ ବଢ଼ିଛି ୨୪ ପ୍ରତିଶତ। ଗହମ ବଢ଼ିଛି ୨୪ ପ୍ରତିଶତ। ଖାଇବା ତେଲର ଦାମ୍‌ ମଧ୍ୟରେ ସୋରିଷ ତେଲର ଦାମ୍‌ ୧୨୦ ପ୍ରତିଶତ ଓ ବନସ୍ପତିର ଦାମ୍‌ ବଢ଼ିଛି ୧୧୨ ପ୍ରତିଶତ। ଗତ ପାଞ୍ଚବର୍ଷରେ ଆଳୁର ଦାମ୍‌ ବୃଦ୍ଧିର ହାର ହେଲା ୬୫ ପ୍ରତିଶତ। ପିଆଜର ଦାମ୍‌ ବୃଦ୍ଧି ୬୯ ପ୍ରତିଶତ ଏବଂ ସର୍ବାଧିକ ବୃଦ୍ଧି ହାର ଟମାଟୋର। ତାହା ୧୬୫ପ୍ରତିଶତ। ସରକାରଙ୍କ ପକ୍ଷରୁ କୁହାଯାଇଛି, ଖାଉଟି ମୂଲ୍ୟସୂଚକାଙ୍କ ଭି’ରେ ମୂଲ୍ୟବୃଦ୍ଧିର ହାର ମୋଦି ସରକାରଙ୍କ ଆଠବର୍ଷ ମଧ୍ୟରେ ସର୍ବୋଚ୍ଚ। ଏପ୍ରିଲ ମାସରେ ଏହି ହାର ଥିଲା ସେ କ୍ଷେତ୍ରରେ ମୂଲ୍ୟବୃଦ୍ଧିି ହାରର ୮.୭୮ ପ୍ରତିଶତ। ମୋଟ ମୂଲ୍ୟବୃଦ୍ଧିିର ହାର ଏବେ ୮.୩୩ ପ୍ରତିଶତ। ଏହା ମଧ୍ୟ ମୋଦି ସରକାରଙ୍କ ଅମଳରେ ସର୍ବୋଚ୍ଚ।
ଖୁଚୁରା ବଜାରରେ ମୂଲ୍ୟବୃଦ୍ଧିର ହିସାବ ପ୍ରକାଶର ଦିନ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଏକ ହାଲୁକା ମନ୍ତବ୍ୟ ଦେଇ କହିଛି ଯେ ମୂଲ୍ୟବୃଦ୍ଧିରେ ଉଚ୍ଚ ବିର୍ଗଙ୍କର କ୍ଷତି ହେଉଛି, ନିମ୍ନ ଆୟର ଲୋକଙ୍କର ସେଭଳି କ୍ଷତି ହେଉ ନାହିଁ। ପ୍ରଶ୍ନ ଉଠେ, କ’ଣ ଅର୍ଥମନ୍ତ୍ରୀ ଓ ମନ୍ତ୍ରଣାଳୟର ବାବୁମାନେ ବଜାରରେ ପନିପରିବା, ଖାଇବା ତେଲ, ଗହମ ଅଟାର ଦାମ୍‌ ଜାଣନ୍ତି ନାହିଁ। ଏମାନଙ୍କର ପରିବାର କ’ଣ ଏସବୁ ଛଡ଼ା ଖାଇବା ପିଇବା କରନ୍ତି? ନିମ୍ନ ଆୟକାରୀ ଗୋଷ୍ଠୀ ଏସବୁ ଖାଦ୍ୟ ଛାଡ଼ି ଦିଅନ୍ତୁ।
ସରକାରଙ୍କ ପକ୍ଷରୁ ସଫେଇ ଦିଆଯାଉଛି ବର୍ତ୍ତମାନର ମୂଲ୍ୟବୃଦ୍ଧିି ପାଇଁ ଆନ୍ତର୍ଜାତିକ ପରିସ୍ଥିତିର କାରଣ, ବିଶେଷତଃ ୟୁକ୍ରେନ ଯୁଦ୍ଧକୁ ଦାୟୀ କରାଯାଉଛି କିନ୍ତୁ ପ୍ରଶ୍ନ ହେଉଛି ୧୩ ମାସ ପୂର୍ବରୁ ଅର୍ଥାତ୍‌ ଏପ୍ରିଲ ୨୦୨୧ରେ ୟୁକ୍ରେନରେ ଯୁଦ୍ଧ ନ ଥିଲା, ତା’ହେଲେ ସେହି ସମୟରେ ୧୦ପ୍ରତିଶତରୁ ବେଶି ମୂଲ୍ୟବୃଦ୍ଧିି କାହିଁକି ହୋଇଥିଲା। ଦରବୃଦ୍ଧିର ମୂଳ କାରଣ ସରକାରଙ୍କ ବଜାର ଉପରେ ନିୟନ୍ତ୍ରଣ ନାହିଁ।
ମୋ:୯୪୩୭୩୮୪୮୬୭


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri