ଗଞ୍ଜାମ ସହରରେ ଗୋଷ୍ଠୀ ସଂକ୍ରମଣ ରୋକିବା, ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ

ଗଞ୍ଜାମ,୯।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ମହାମାରୀ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏଠାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ସମାନ ଅବସ୍ଥା ଗଞ୍ଜାମ ଏନ୍‌ଏସିରେ ମଧ୍ୟ ଦେଖିବାକୁ ମିଳିଛି। ତେବେ କରୋନା ମୁକାବିଲା କରିବା ଏବେ ସ୍ଥାନୀୟ ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଏହାକୁ ରୋକିବାକୁ ତହସିଲଦାର ଅବନୀ କୁମାର ସାହୁ, ବିଡ଼ିଓ ପ୍ରଦୀପ କୁମାର ପଣ୍ଡା, ଥାନା ଆଇଆଇସି ଦିଲ୍ଲୀପ କୁମାର ସାହୁ, ଏସ୍‌ଆଇ ଶ୍ରୀଚନ୍ଦନ ବେହେରା, ସୁକାନ୍ତ ପ୍ରଧାନ ପ୍ରମୁଖ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ। ଅପରପକ୍ଷେ ଗୁରୁବାର ୱାର୍ଡ ନଂ ୫ର ଜଣେ ନାବାଳକଙ୍କ ନିକଟରେ କରୋନା ଲକ୍ଷଣ ଦେଖାଯିବା ପରେ ସଙ୍ଗେ ସଙ୍ଗେ ପ୍ରଶାସନ ପକ୍ଷରୁ ଉକ୍ତ ନାବାଳକଙ୍କୁ ଶିତଳପଲ୍ଲୀ କୋଭିଡ କେୟାର ସେଣ୍ଟରକୁ ପଠାଇ ଦିଆଯାଇଛି। ବର୍ତମାନ ୭ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ସୁସ୍ଥ ହୋଇଥିବା ନେଇ ଏନ୍‌ଏସି ଇଓ ପ୍ରଭୁ କଲ୍ୟାଣ ଦାସ ସୂଚନା ଦେଇଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

ବଲାଙ୍ଗୀର ଅଫିସ, ୨୨ା୪: କରୋନା ପରିସ୍ଥିତିର ମୁକାବିଲା ପାଇଁ ସମ୍ବଲପୁର ଧର୍ମାଞ୍ଚଳ, ଉତ୍ତର ଭାରତ ମଣ୍ଡଳୀ ପକ୍ଷରୁ ୧ଲକ୍ଷ ଟଙ୍କା ଚେକ୍‌ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ...

କଟକରେ କଡ଼ା କଟକଣା: ଗ୍ରୀନ କରିଡରରେ ଆସିଲେ ଗର୍ଭବତୀ

କଟକ ଅଫିସ୍‌, ୪ା୪- ସଟ୍ ଡାଉନରେ ଫସିଥିବା ଜଣେ ଗର୍ଭବତୀଙ୍କୁ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପୋଲିସ ପ୍ରସ୍ତୁତ କରିଥିଲା ଗ୍ରୀନ କରିଡର ।...

ଭଞ୍ଜନଗରରେ ପାୱାର କଟ୍‌, ଲୋକେ ଛଟପଟ

ଭଞ୍ଜନଗର,୨୪।୪(ଡି.ଏନ.ଏ): ରାଜ୍ୟରେ ଯେତିକି ପରିମାଣର ବିଦ୍ୟୁତ୍‌ ଆବଶ୍ୟକ ବର୍ତ୍ତମାନ ସେହି ଅନୁପାତରେ ବିଦ୍ୟୁତ୍‌ ଉପତ୍ାଦନ ହେଉନାହିଁ। ତେଣୁ ପାୱାର କଟ୍‌ ହେଉଛି। ଭଞ୍ଜନଗରରେ ଦିନକୁ ୩ଥର ପାୱାର...

ମ୍ୟୁନିସିପାଲିଟି ନଜରରେ ଉଠାଦୋକାନ

ନୟାଗଡ଼ ଅଫିସ,୩।୭-ନୟାଗଡ଼ ମ୍ୟୁନିସିପାଲିଟି ଓ ଟାଉନ ପୋଲିସ ପକ୍ଷରୁ ନୟାଗଡ଼ ସହରର ବିଭିନ୍ନ ଉଠାଦୋକାନ ଉପରେ ସୋମବାର ଠାରୁ ଚଢ଼ାଉ ଆରମ୍ଭ ହୋଇଛି। ମଙ୍ଗଳବାର ଦ୍ୱିତୀୟ...

ଯୁବ ପ୍ରତିଭା ରୁଦ୍ରମାଧବ: ସଙ୍ଗୀତରେ ନିଜେ ହଜି ଅନ୍ୟକୁ ହଜାନ୍ତି

ଭକ୍ତି ସଙ୍ଗୀତ ହେଉ କି ଆଧୁନିକ ଗୀତ ଏହାର ଦରଦୀ ସ୍ବର ଭିତରେ ରୂପ ନେଇଥାଏ ଜୀବନ-ସଙ୍ଗୀତ। ଆନନ୍ଦ ହିଁ ସଙ୍ଗୀତର ଉତ୍ସ, ଯାହା ମଣିଷ...

ରାଜ୍ୟରେ ଆଉ ୨ ଜଣ କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ୱର,୯।୧୨(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ହଜାର ୪୨୮କୁ ବୃଦ୍ଧି ପାଇଛି।...

କୃଷି ମନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ କରୋନା

ଭୁବନେଶ୍ୱର,୩୧।୮(ବ୍ୟୁରୋ): କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସୋମବାର ସେ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ବର୍ତ୍ତମାନ...

କରୋନା କଟକଣା : ବିନା ଭକ୍ତରେ ମା’ ତାରାତାରିଣୀଙ୍କ ନବରାତ୍ର ପର୍ବ

ପୁରୁଷୋତ୍ତମପୁର,୧୭ା୧୦(ଡି.ଏନ୍‌.ଏ.): ଶାରଦୀୟ ପୂଜା ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ନବରାତ୍ର ପର୍ବ କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି। ପ୍ରଶାସନ...

Advertisement
Archives

Model This Week