ପ୍ରଳୟର ଆରମ୍ଭ ଆଶଙ୍କା

ପୃଥିବୀରେ ତାପ ବୃଦ୍ଧି ଯୋଗୁ ୨୦୨୮ ବେଳକୁ ମଣିଷ ପାଇଁ ଜୀବନ ଅସହ୍ୟ ହେବ, ତାପ ବୃଦ୍ଧି ରୋକାଯାଇ ନ ପାରିଲେ ୨୦୩୦ ବେଳକୁ ବାୟବୀୟ ପ୍ରଳୟର ସୂତ୍ରପାତ ହେବ। ‘ଜର୍ନାଲ ଅଫ୍‌ ମ୍ୟାଥ୍‌ମେଟିକାଲ୍‌ ବାୟୋଲଜି’ରେ ୨୦୧୫ରେ ଗୋଟିଏ ପ୍ରବନ୍ଧ ପ୍ରକାଶ ପାଇଥିଲା ଯେ, ଯଦି ମହାସାଗରମାନଙ୍କରେ ଉଷ୍ମତା ବଢ଼ିଚାଲେ ୨୧୦୦ ବେଳକୁ ଏତେ ଗରମ ହୋଇଥିବ ଯେ, ଫାଇଟୋପ୍ଲାଙ୍କଟନ୍‌ମାନଙ୍କ ଭାଶେଷଣ (ଫଟୋସିନ୍ଥସିସ୍‌) ପ୍ରକ୍ରିୟା ଗୋଳମାଳିଆ ହୋଇଯିବ, ଅମ୍ଳଜାନ ଉତ୍ପାଦନ ବନ୍ଦ ହୋଇଯିବ। (ବୈଜ୍ଞାନିକମାନଙ୍କ ହିସାବ ଯେ ପୃଥିବୀରେ ଅମ୍ଳଜାନର ଦୁଇ ତୃତୀୟାଂଶ ଫାଇଟୋପ୍ଲାଙ୍କଟନ୍‌ଠାରୁ ଆସୁଛି)ା ତା’ ମାନେ ଆଉ ୭୭ ବର୍ଷ ପରେ ପୃଥିବୀ ପ୍ରାଣୀଶୂନ୍ୟ ହୋଇଯିବ: ଅନ୍ୟ ପ୍ରାଣୀମାନଙ୍କୁ ଇତର ଅଥବା ‘ଗଡ୍‌ ହାଜ୍‌ କ୍ରିଏଟେଡ୍‌ ମାନ୍‌ ଇନ୍‌ ହିଜ୍‌ ଓନ୍‌ ଇମେଜ୍‌’ ବୋଲି କହୁଥିବା ମଣିଷ ୨୦୩୦ ବେଳକୁ ପରିବେଶଠାରୁ ଚେଁଖେ (ଚେତାବନୀ) ପାଇଯାଇଥିବ! ବାୟୁମଣ୍ଡଳରେ ଶତାଂଶ ହିସାବରେ ଅମ୍ଳଜାନ ଯେତିକି କମିଯିବ, ଅଙ୍ଗାରକାମ୍ଳ ତା’ ସ୍ଥାନ ପୂରଣ କରିବ ତ ମଣିଷର ମତିଭ୍ରମ ହେବ, ବୁଦ୍ଧିଭ୍ରମତା ଆସିବ! ବାୟୁମଣ୍ଡଳର ଲକ୍ଷେ ଭାଗରୁ ଶହେ ଭାଗକୁ ଅମ୍ଳଜାନ କମିଗଲେ (ଯାହା କି ୨୧୦୦ ବେଳକୁ ହୋଇଯାଇଥିବ ଯଦି ଉପସ୍ଥିତ ହାରରେ ତାପ ବଢ଼ିଚାଲେ) ଆମର କଗ୍ନିଟିଭ୍‌ ଏବିଲିଟି (ଯୁକ୍ତିଯୁକ୍ତ ଚିନ୍ତା କରିବାର ଶକ୍ତି) କମିଯାଏ – ମଣିଷ ତା’ର ଭାବିବା ଶକ୍ତି ହରାଏ, ବିପଦର ସାମ୍ନା କରିପାରେ ନାହିଁ। ଉଦାହରଣ ସ୍ବରୂପ କହିବା ଯେ, ଓଡ଼ିଶା ଲୋକେ ଦିଲ୍ଲୀ କଥା ଭାବି ପାରିବେ ନାହିଁ କି ଦିଲ୍ଲୀ ଲୋକେ ଓଡ଼ିଶା କଥା ଚିନ୍ତାକୁ ନେଇପାରିବେ ନାହିଁ।
ତାପ ଗୋଟିଏ ଡିଗ୍ରୀ ବଢ଼ିଲା ବେଳକୁ ବର୍ଷା ଏକତୃତୀୟାଂଶ କମିଯାଏ। ଶସ୍ୟ ଉତ୍ପାଦନ କମିବାର ଅନ୍ୟ କାରଣ ମଧ୍ୟ ଆସେ। ୨୦୧୮ ଜୁନ୍‌ରେ ଆମେରିକା ୟୁକ୍ତରାଷ୍ଟ୍ରରେ ଗବେଷକମାନେ ଦେଖିଲେ ଯେ ୨ ଡିଗ୍ରୀ ସେଲ୍‌ସିଅସ୍‌ ତାପ ବଢ଼ିଲେ ମକା ଉପତ୍ାଦନ ୧୮% କମିଯାଉଛି, କାରଣ ପରାଗସଙ୍ଗମ କାଳରେ ଗୋଟିଏ ସପ୍ତାହ କାଳ ଉଚ୍ଚ ତାପ ରହିଲେ ପରାଗସଙ୍ଗମ ଘଟେ ନାହିଁ। ମକାର ଗୁଣ ହେଲା- ଥରେ ମାତ୍ର ପରାଗସଙ୍ଗମ ଘଟେ, ଗୋଟିଏ ମଉକାରେ କୋଟି କୋଟି ମକା ମଞ୍ଜି ନିଷିକ୍ତ ହୋଇଥାଏ। ଶୁଷ୍କ ଜଳବାୟୁରେ ବଢ଼ୁଥିବା ବାଜରା ବି ନିଷ୍ଫଳା ହୁଏ, କାରଣ ବେଶି ଗରମ ପବନ ପାଇଲେ ବାଜରା କାଣ୍ଡରେ ବାଷ୍ପ-ଚାପ କମିଯାଏ ତ ପତ୍ର ଭିତରେ ଥିବା ଜଳୀୟ ବାଷ୍ପ ଓ ପତ୍ର ବାହାରର ବାୟୁର ଶୁଷ୍କତା ମଧ୍ୟରେ ପାର୍ଥକ୍ୟ ବଢ଼ିଯାଏ। ତେଣୁ ବାଜରା ଗଛ ବାୟୁମଣ୍ଡଳକୁ ବେଶି ଜଳୀୟ ବାଷ୍ପ ଛାଡ଼େ, ବାଜରା ଶସ୍ୟ ମାଡ଼ ଖାଇଯାଏ। ବାଜରାଠାରୁ ବେଶି ଶୁଖିଲା ପାଗରେ ବଢ଼ିବାର ଶସ୍ୟ ନାହିଁ- ପୃଥିବୀର ତାପ ୨ ଡିଗ୍ରୀ ବଢ଼ିଗଲେ ବାଜରା ଉତ୍ପାଦନ ୧୭% କମିଯାଏ, ୫ ଡିଗ୍ରୀ ସେଲସିଅସ୍‌ ବଢ଼ିଗଲେ ଉତ୍ପାଦନ ୬୦% କମିଯାଏ ବୋଲି ଯୁକ୍ତରାଷ୍ଟ୍ରର ଗବେଷକମାନେ କହିଛନ୍ତି। ଆଉ ଆମ ଧାନ କଥା କ’ଣ କହିବା! ୨ ଡିଗ୍ରୀ ସେଲ୍‌ସିଅସ ବଢ଼ିଗଲେ ଧାନ ଉତ୍ପାଦନ ୨୦% କମିଯାଏ। ତାପବୃଦ୍ଧି ରୋକା ନଗଲେ ଖାଦ୍ୟ କମ୍‌ ମିଳିବ ତ ୨୧୦୦ ବେଳକୁ ପୃଥିବୀରେ ୭୫% ମଣିଷ ଖାଦ୍ୟାଭାବ ଯୋଗୁ ନଷ୍ଟ ହୋଇଯିବେ। ଯାହା ରହିବେ ସେମାନେ ନୂଆ ରୋଗରେ ମରିଯିବେ। ୨୦୧୬ରେ ସାଇବେରିଆରେ ଆର୍କଟିକ ସର୍କଲ ଉପରକୁ ଏକ ତାପ-ଢେଉ ପ୍ରବାହିତ ହୋଇ ଦୀର୍ଘକାଳ ବରଫ ହୋଇ ରହିଥିବା ଏକ ଭୂଖଣ୍ଡକୁ (ଯାହାକୁ ବୈଜ୍ଞାନିକମାନେ ପର୍ମାଫ୍ରଷ୍ଟ କହନ୍ତି) ତରଳାଇଦେଲା। ତା’ ଭିତରୁ ପୋତି ହୋଇ ରହିଥିବା ଏକ ରେନ୍‌ଡିଅର୍‌ର ଶବ ମିଳିଲା, ତାକୁ ଗବେଷକମାନେ ଅନୁଧ୍ୟାନ କରି ଜାଣିଲେ ଯେ ପ୍ରାୟ ଦଶ ହଜାର ବର୍ଷ ତଳେ ୨୦୦୦ ପାଖାପାଖି ରେନ୍‌ଡିଅର୍‌ର ଏକ ଗୋଠ ଆନ୍ଥ୍ରାକ୍ସ ରୋଗରେ ମରିଛନ୍ତି। କିଛି ଲୋକ ବି ସଂକ୍ରମିତ ହୋଇଛନ୍ତି ବୋଲି ଏକ ଖୋଳା ହୋଇଥିବା ୧୨ ବର୍ଷୀୟ ପୁଅର ଶବରୁ ଜାଣିଲେ। ଆନ୍ଥ୍ରାକ୍ସ ରୋଗର ଜୀବାଣୁ ନିକଟସ୍ଥ ଜଳାଶୟ ଓ ମାଟିରେ ବ୍ୟାପୀ ଯାଇଥିବ ଓ ପର୍ମାଫ୍ରଷ୍ଟରେ ପୋତି ହୋଇ ରହିଥିବ। ପର୍ମାଫ୍ରଷ୍ଟ ଏକ ପ୍ରକାଣ୍ଡକାୟ ରେଫ୍ରିଜରେଟର ଭଳି କାମ କରେ। ପ୍ରାଚୀନ କାଳର ଜୀବାଣୁ, ଭାଇରସ୍‌ ଆଦି ତା’ ଭିତରେ ଶବ ହୋଇ ରହିଥାଇପାରନ୍ତି। ପର୍ମାଫଷ୍ଟ ଭିତରେ ଅମ୍ଳଜାନ ନ ଥାଏ, ସେଠି ଅନ୍ଧାର ହିଁ ଅନ୍ଧାର। ଏମିତି ଏକ ପର୍ମାଫେଷ୍ଟରୁ ବୈଜ୍ଞାନିକମାନେ ୮୦ ଲକ୍ଷ ବର୍ଷ ତଳର କେତେକ ବ୍ୟାକ୍ଟେରିଆ ଶବ ପାଇ ବୈଜ୍ଞାନିକମାନେ ଦେଖିଲେ ଯେ ତହିଁରେ ସ୍ପାନିସ୍‌ ଫ୍ଲୁ ଭାଇରସ୍‌, ବସନ୍ତ ଓ ବୁବୋନିକ୍‌ ପ୍ଲେଗ୍‌ ଆଦିର ରୋଗକାରୀ ଟୁକୁରା ରହିଛି। ତେଣୁ ମେରୁ ଅଞ୍ଚଳର ବରଫଖଣ୍ଡ ତରଳିଲେ ବହୁତ ଅଜଣା ଜୀବାଣୁ ଓ ଭୂତାଣୁ ବାହାରି ଆସି ପର୍ମାଫ୍ରଷ୍ଟରୁ ଆସି ନୂଆ ନୂଆ ରୋଗ ଆଣି ମଣିଷଜୀବନକୁ ଲିଭାଇ ଦେଇପାରନ୍ତି।
ବରଫ ଖଣ୍ଡ ତରଳିବାର ଅନ୍ୟ ପରିଣାମ ବି ଅଛି। ପର୍ମାଫ୍ରଷ୍ଟର ଓଜନ ଭୂପୃଷ୍ଠକୁ ଚାପି ରଖିଛି। ତା’ ତରଳିଗଲେ ଚାପ ଉଭେଇଯିବ, ତଳର ଭୂମି ଉପରକୁ ଫୁଲି ଉଠିବ ତ ପାଖଆଖରେ ଭୂକମ୍ପ ସୃଷ୍ଟି ହେବ, ଯେମିତି ଏବେ ଗ୍ରୀନ୍‌ଲାଣ୍ଡ ଓ ଆଲାସ୍କାରେ ଭୂମିକମ୍ପ ହେଉଛି। ଅପରପକ୍ଷରେ ପାଖର ସମୁଦ୍ରରେ ମିଶୁଥିବା ଜଳରାଶିର ଓଜନ ମହାସାଗର ତଳକୁ ବଙ୍କେଇଦିଏ, ତେଣୁ ଭୂଖଣ୍ଡ ଚଳନ କ୍ରିୟା (ଟେକ୍ଟୋନିକ୍‌ ମୁଭ୍‌ମେଣ୍ଟ) ତ୍ୱରାନ୍ବିତ ହୁଏ, ତରଳ ଲାଭାର ପ୍ରବାହକ୍ରିୟା ଜୋର୍‌ରେ ହୁଏ, ସମୁଦ୍ର ତଳ ଭୁଶୁଡ଼ି ପଡ଼େ, ସୁନାମି ଆସେ, ଏମିତି କେତେ ଅଘଟଣ ଘଟେ! ଗତ ବରଫ ଯୁଗ ଅପସରି ଗଲା ବେଳେ ପ୍ରାୟ ୮୦୦୦ ବର୍ଷ ତଳେ ନରୱେ ଉପକୂଳରୁ ଗ୍ରୀନ୍‌ଲାଣ୍ଡଯାଏ ଉପକୂଳର (ପ୍ରାୟ ଓଡ଼ିଶା ଆକାରର) ଭୂଖଣ୍ଡରେ ଜୀବସତ୍ତା ରହିଲା ନାହିଁ। ବିଲାତ ସହିତ ଯେଉଁ ଭୂଖଣ୍ଡ ହଲାଣ୍ଡ, ଡେନ୍‌ମାର୍କ ଓ ଜର୍ମାନୀକୁ ଯୋଡ଼ୁଥିଲା ତା’ ଉଭେଇଗଲା। ସେତେବେଳର ଢେଉ ସେଟ୍‌ଲାଣ୍ଡ ପାଖରେ ପହଞ୍ଚତ୍ଲାବେଳକୁ ୬୫ ଫୁଟ୍‌ ଉଚ୍ଚ ହୋଇଥିଲା।
ବଡ଼ ଢେଉ ଆସିବ ବା ବସନ୍ତ ଜୀବାଣୁ ଡେଇଁପାରେ ଏ ଆଶଙ୍କାଠାରୁ ବେଶି ଚିନ୍ତା ଯେ ୨୦୫୦ ବେଳକୁ ଖାଦ୍ୟଶସ୍ୟରେ ଯଥେଷ୍ଟ ପ୍ରୋଟିନ୍‌ ମିଳିବ ନାହିଁ। ଅଙ୍ଗାରକାମ୍ଳ ସ୍ତରର ବୃଦ୍ଧି ସଙ୍ଗେ ସଙ୍ଗେ ଶସ୍ୟଗୁଡ଼ିକରେ ପ୍ରୋଟିନ୍‌ ପରିମାଣ ହ୍ରାସ ହେବାରେ ଲାଗିଛି, କୃଷି ବିଜ୍ଞାନୀମାନେ କହିଲେଣି, କ୍ୟାଲ୍‌ସିୟମ୍‌ ଓ ଲୌହ ଭଳି ଖଣିଜ ଦ୍ରବ୍ୟମାନ ବି ୮% କମିଯାଇଥିବ। ଉଦ୍ଭିଦ ଉପରେ ନିର୍ଭର କରୁଥିବା ନିରାମିଷାଶୀମାନେ ବହୁ ପରିମାଣରେ ପୁଷ୍ଟିହୀନତା ରୋଗରେ ପଡ଼ିବେ। ଭାରତୀୟଙ୍କ ଭିତରୁ ୫% ବା ୭ କୋଟି ଲୋକ କୁପୁଷ୍ଟିଜନିତ ରୋଗରେ ପଡ଼ିବେ, କଙ୍କାଳସାର ପିଲାଙ୍କ ଅକାଳମୃତ୍ୟୁ ଘଟିବ। ମିନେରାଲ୍‌ ଭାବରେ ଯେଉଁ ଜିଙ୍କ୍‌ ମା’ ଓ ସନ୍ତାନର ସ୍ବାସ୍ଥ୍ୟ ପାଇଁ ଅତି ଦରକାରୀ ତା’ର ଅଭାବ ଘଟିବ, ଏହା ପୃଥିବୀସାରା ୧୪ କୋଟି ଲୋକଙ୍କୁ ବିପଦରେ ପକାଇବ। ଆମେ ଜୈବିକ ତଥା ଭୌତିକ ପରିସ୍ଥିତିକୁ ଏପରି ବଦଳାଇ ଦେଉଛୁ ଯେ ଖାଦ୍ୟ ବ୍ୟବସ୍ଥାରେ ଏଭଳି ଆଶ୍ଚର୍ଯ୍ୟଜନକ ପରିଣାମ ଦେଖିବାକୁ ମିଳୁଛି, ଖାଦ୍ୟ କମ୍‌ରୁ କମ୍‌ ପୁଷ୍ଟିକର ହେବା ସାଙ୍ଗକୁ କୀଟମାନଙ୍କଉତ୍ପାତ ବଢ଼ିବ। ତାପ ବଢ଼ିଲେ ଆଫିଡ୍‌ ଓ ବୋରର୍‌ ଭଳି କୀଟଙ୍କ ଭୋକ ବଢ଼େ, ସେମାନେ ବେଶି ଖାଆନ୍ତି, ସେମାନଙ୍କ ପ୍ରଜନନ ପ୍ରକ୍ରିୟା ବୃଦ୍ଧି ପାଏ। ତାପ-ବୃଦ୍ଧି ଓ କୀଟ-ଉତ୍ପାତ ଚାଲୁ ରହିଲେ ୨୦୩୦ ବେଳକୁ ତିନୋଟି ମୁଖ୍ୟ ଶସ୍ୟର ଉତ୍ପାଦନ କମିଯିବ- ଗହମ ୪୬%, ମକା ୩୨% ଓ ଧାନ ୧୯%। ଆମ ଦିଗ୍‌ବଳୟରେ ଏବେ ଦିଶିଲାଣି ଏକ କଣ୍ଢେଇନାଚ- ନିଦାର୍ଘ ବାସହରା ଭୋକିଲା ଓ କୁପୋଷଣଭୋଗୀ ମଣିଷର ଧାଡିର!

  • ସହଦେବ ସାହୁ
    sahadevas@yahoo.com

Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri