ପୋଲିସ ବସ୍‌ ଧକ୍କାରେ ଗଲା ପ୍ରିଜାଉଡିଂ ଅଫିସରଙ୍କ ଜୀବନ

ବଲାଙ୍ଗୀର ଅଫିସ, ୨୫ା୨: ଶେଷ ପର୍ଯ୍ୟାୟ ନିର୍ବାଚନ ସାରି ଘରକୁ ଫେରୁଥିବା ପ୍ରିଜାଇଡିଂ ଅଫିସର ଶିକ୍ଷକ ସୁଦାମ ଚରଣ ପୁରୋହିତ(୫୨)ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଟିଟିଲାଗଡ଼ ବ୍ଳକ ଖୋଲାନ ନିର୍ବାଚନ ବୁଥରେ ପ୍ରିଜାଇଡିଂ ଅଫିସର ଭାବେ ଦାୟିତ୍ୱ ନିର୍ବାହ କରି ନିଜ ଘର ଛନଛଡା ଫେରୁଥିବା ବେଳେ ଗୋଏଲଭାଡି ଛକ ନିକଟରେ ପଛ ପଟରୁ ଆସୁଥିବା ଏକ ବସ୍‌ ତାଙ୍କୁ ଧକ୍କା ଦେଇଥିଲା। ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଶିକ୍ଷକ ପୁରୋହିତଙ୍କ ସ୍ତ୍ରୀ ନଳିନୀ, ଝିଅ ଅଲିସା ଅଛନ୍ତି । ସେ କୁଆଁରଗାଁ ହାଇସ୍କୁଲରେ କଳା ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ମୃତ୍ୟୁ ଖବର ପାଇବା ପରେ ବଲାଙ୍ଗୀର ଉପଜିଲାପାଳ ଲମ୍ବୋଦର ଧରୁଆ, ଜିଲା ଶିକ୍ଷା ଅଧିକାର ଧ୍ରୁବଚରଣ ବେହେରା ଓ ବହୁ ଶିକ୍ଷକ ଉପସ୍ଥିତ ଥିଲେ । ଶୁକ୍ରବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଦୁର୍ଘଟଣା ଘଟାଇଥିବା ବସରେ ପୋଲିଂ କାର୍ଯ୍ୟରେ ନିୟୋଜିତ ପୋଲିସ କର୍ମଚାରୀ ଫେରୁଥିବା ଜଣାପଡିଛି। ଅନ୍ୟପକ୍ଷେ ମୃତ ଶିକ୍ଷକଙ୍କ ପରିବାରର ଜଣଙ୍କୁ ଚାକିରୀ ଏବଂ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବେକ୍‌ ହେଲେ ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର

ବ୍ରହ୍ମପୁର ଅଫିସ,୮।୪: ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି ଇ ବିବେକ୍‌ ରେଡ୍ଡି। ସେ ୩୪ଟି ଭୋଟ ପାଇ ଶୁକ୍ରବାର ଡେପୁଟି...

ଭାରସାମ୍ୟ ହରାଇ ମହିଳା ଶ୍ରମିକଙ୍କ ଉପରେ ମାଡ଼ିଗଲା କାର୍‌, ୫ ମୃତ

ସୁନ୍ଦରଗଡ଼,୨୨।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରମାବାହାଲ ବସଷ୍ଟାଣ୍ଡ ନିକଟ ବିଜୁ ଏକ୍ସପ୍ରେସ୍‌ ଓ୍ବେରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାଜଗାଙ୍ଗପୁରରୁ ରାଉରକେଲା ପଟକୁ ଯାଉଥିବା...

ମଦ ବିକି ଗିରଫ ହେଲେ ମଦବିରୋଧୀ ଆନ୍ଦୋଳନର ନେତା

ଭଦ୍ରକ ଅଫିସ,୯।୭: ମଦବିରୋଧୀ ଆନ୍ଦୋଳନରେ ସେ ନେତା ସାଜିଥିଲେ। ହେଲେ ମଦକୁ ବିରୋଧ କରୁଥିବା ସମ୍ପୃକ୍ତ ଯୁବକ ମଦ ବେପାର କରୁଥିବା ବେଳେ ପୋଲିସ ଦ୍ୱାରା...

ଆଦିବାସୀଙ୍କ ନିଆରା ଚିତ୍ରକଳା: ମାଟି କାନ୍ଥରେ କାନଭାସ୍‌

ଆଦିବାସୀ ସଂସ୍କୃତିରେ ରଙ୍ଗୀନ ଘର ଓ ପାରମ୍ପାରିକ ଚିତ୍ର କଳା ବହୁ ଆଗରୁ ଜଡ଼ିତ। ଆଧୁନିକତାର ଚାକଚକ୍ୟ ସତ୍ତ୍ୱେ ଏବେ ମଧ୍ୟ କେନ୍ଦୁଝର ଜିଲାର ଅନେକ...

ଗାଁ ଦାଣ୍ଡରେ ପରିବା ବିକାଳିଙ୍କୁ ହତ୍ୟା

ଠାକୁରମୁଣ୍ଡା,୩୦।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମହୁଲଡ଼ିହା ଥାନା ସାତକୋଶିଆ ପଞ୍ଚାୟତ ପ୍ରଧାନସାହି ଗାଁ ରାସ୍ତାରେ ଗୁରୁବାର ରାତିରେ ଜଣେ ପରିବା ବିକାଳିଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା...

ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ : ମେଡିକାଲରେ ପଶି ଭଙ୍ଗାରୁଜା

ହାଟଡିହୀ,୬ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ଜଳକଳଙ୍ଗ ଗ୍ରାମର ସନ୍ନ୍ୟାସୀ ମାଝୀଙ୍କ ପୁଅ ରାଜୁ (୪୦) ଅତ୍ୟଧିକ ମଦ୍ୟପାନ କରି ବୁଧବାର ଅପରାହ୍ନରେ ହାଟଡିହୀ...

ରାସ୍ତା ମଝିରେ ଗର୍ଭବତୀ ୨ ଘଣ୍ଟା ଛଟପଟ

କାଳିଆପାଣି,୩୧ା୧୦(ଡି.ଏନ.ଏ.): କାଳିଆପାଣି ଖଣି ଅଞ୍ଚଳରେ ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଟ୍ରକଗୁଡ଼ିକ ବେଆଇନ ଧାଡ଼ି ଲଗାଇବା ଯୋଗୁ ଏକ ଆମ୍ବୁଲାନ୍ସ ରବିବାର ସକାଳ ୮ରୁ ପୂର୍ବାହ୍ନ...

ଛୁଞ୍ଚି ଭାଙ୍ଗି ଅଣ୍ଟାରେ ଅଟକିବା ଘଟଣା: ଜିଲା ଚିକିତ୍ସାଳୟରେ ଶିଶୁର ଚିକିତ୍ସା

ଅନୁଗୋଳ ଅଫିସ, ୩।୧୦ – ଇଞ୍ଜେକସନ ନେବାବେଳେ ଅଣ୍ଟାରେ ଛୁଞ୍ଚି ଭାଙ୍ଗି ରହିଯାଇଥିବା ତାଳଚେର କଣ୍ଢାଳ ପଞ୍ଚାୟତ ବାଲୁଗଁ। ର ଜଣେ ୫ ବର୍ଷିୟା ଶିଶୁ...

Advertisement
Archives

Model This Week