Posted inଜାତୀୟ

ଜମ୍ମୁ-କଶ୍ମିରରୁ ଉଠିଲା ରାଷ୍ଟ୍ରପତି ଶାସନ: ସରକାର ଗଠନ ପାଇଁ ଫିଟିଲା ବାଟ

ନୂଆଦିଲ୍ଲୀ,୧୩|୧୦: ଜମ୍ମୁ କଶ୍ମିରରୁ ରାଷ୍ଟ୍ରପତି ଶାସନକୁ ଉଠାଇ ଦେଇଛନ୍ତି କେନ୍ଦ୍ର ସରକାର। ଏନେଇ ରବିବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପରେ ଏଠାରେ ନୂତନ ସରକାର ଗଠନ କରିବା ପାଇଁ ରାସ୍ତା ସଫା ହୋଇଛି।

ନ୍ଯାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ଶୁକ୍ରବାର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ସହ ସାକ୍ଷାତ କରି ଜମ୍ମୁ ଏବଂ କାଶ୍ମୀରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ପରେ ଏକ ନୂତନ ସରକାର ଗଠନ କରିବାକୁ ଦାବି କରିଛନ୍ତି।

ଜମ୍ମୁ କଶ୍ମିର ବିଧାନସଭା ନିର୍ବାଚନରେ ​​ନ୍ଯାସନାଲ କନଫରେନ୍ସ (ଏନସି) ୪୨ ଟି ସିଟ୍ ଜିତିଥିବାବେଳେ କାଶ୍ମୀରରେ କଂଗ୍ରେସ ମାତ୍ର ୬ ଟି ଏବଂ ଜମ୍ମୁରେ ଗୋଟିଏ ଆସନ ହାସଲ କରିଛି। ଦୁଇ ଦଳ ନିର୍ବାଚନ ପୁର୍ବରୁ ମେଣ୍ଟ ଗଠନ କରିଥିଲେ। ଚାରିଜଣ ସ୍ୱାଧୀନ ବିଧାୟକ ଏବଂ ଆମ୍ ଆଦମୀ ପାର୍ଟି (ଏଏପି) ଙ୍କ ସମର୍ଥନ ଦ୍ୱାରା ସେମାନଙ୍କର ସ୍ଥିତି ମଜବୁତ ହୋଇଛି । ଭାରତୀୟ ଜନତା ପାର୍ଟି ୨୯ ଟି ସିଟ୍ ବିଶିଷ୍ଟ ଦ୍ୱିତୀୟ ବୃହତ୍ତମ ଦଳ ଭାବରେ ଉଭା ହୋଇଛି।

୧୦ ବର୍ଷ ବ୍ୟବଧାନ ପରେ ଚଳିତ ବର୍ଷ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ କରାଯାଇଥିଲା। ଜୁନ୍ ୧୯,୨୦୧୮ରେ ପିଡିପି-ଭାଜପା ମେଣ୍ଟ ଭାଙ୍ଗିଯିବା ପରେ ଏହି ଅଞ୍ଚଳରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା। ପରେ ୨୦୧୯ ରେ, କେନ୍ଦ୍ର ସରକାର ସମ୍ବିଧାନର ଧାରା ୩୭୦ ରଦ୍ଦ କରି ରାଜ୍ୟକୁ କେନ୍ଦ୍ର ଶାସିତ ଅଞ୍ଚଳ କରିଥିଲେ।

ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଏବଂ ଅକ୍ଟୋବର ୧ ରେ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ଏହି ନିର୍ବାଚନ ଧାରା ୩୭୦ ରଦ୍ଦ ହେବା ପରେ ପ୍ରଥମ ଥିଲା, ଯାହା ଏହାକୁ ଏକ ଐତିହାସିକ ଘଟଣା କରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଯୁବପିଢିଙ୍କ ପାଇଁ ବଡ଼ ଘୋଷଣା କଲେ ସୀତାରମଣ, Gen Z ପ୍ରସ୍ତୁତ କରିବେ ବଜେଟ୍‌

ନୂଆଦିଲ୍ଲୀ,୧୭।୧୧: କେନ୍ଦ୍ରୀୟ ବଜେଟ ୨୦୨୭-୨୮ ର ପ୍ରସ୍ତୁତି ଜୋରସୋରରେ ଚାଲିଛି ଏବଂ ଏଥର ବଜେଟ ନିର୍ମାଣ ପ୍ରକ୍ରିୟାରେ ଏକ ଐତିହାସିକ ପରିବର୍ତ୍ତନ ଦେଖିବାକୁ ମିଳିବ। ‘ଦି ଇକୋନୋମିକ…

ପ୍ରଶଂସକଙ୍କୁ ବଡ଼ ଝଟ୍‌କା: IPLରୁ ଅବସର ଘୋଷଣା କଲେ ଧୋନୀ, ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୧୭।୧୧: ଏମଏସ ଧୋନୀ IPLରୁ ଅବସର ଘୋଷଣା କରିଛନ୍ତି। ସେ ଏବେ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ମେଣ୍ଟର ହୋଇଛନ୍ତି। ଧୋନୀ IPLରୁ ଅବସର ନେବା ସହ…

ସରକାରୀ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବଢିଲା ମହଙ୍ଗା ଭତ୍ତା, ଜାଣନ୍ତୁ କେତେ…

ଭୁବନେଶ୍ୱର, ୧୭।୧୧: ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ହୋଇଛି। ସମୁଦାୟ ମହଙ୍ଗା ଭତ୍ତା…

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, କହିଲେ ମା’ଙ୍କ ସମ୍ପତ୍ତିରେ ନାହିଁ ପୁଅଙ୍କ ଅଧିକାର!

ଚେନ୍ନାଇ,୧୭।୧୧: ଅନେକ ଲୋକଙ୍କର ଏପରି ଧାରଣା ଥାଏ ଯେ, ଆଇନଗତ ଉତ୍ତରାଧିକାରୀ ଭାବରେ ମାତାପିତାଙ୍କ ମୃତ୍ୟୁ ପରେ ସେମାନଙ୍କ ସନ୍ତାନମାନେ ସ୍ବତଃ ହିଁ ମାତାପିତାଙ୍କ ସମ୍ପତ୍ତି ଉପରେ…

ସରକାରଙ୍କ ବଡ଼ ଘୋଷଣା, ଏଣିକି ସରକାରୀ ଚାକିରି ପାଇଁ ମାଗଣା ଆବେଦନ!

କୋଲକାତା,୧୭।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସୋମବାର (ନଭେମ୍ବର ୧୬, ୨୦୨୬) ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ସରକାରୀ ନିଯୁକ୍ତି ପରୀକ୍ଷାରେ ଅଂଶଗ୍ରହଣ…

ବିଳମ୍ବିତ ରାତିରେ କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି: ହଠାତ୍‌ ବଢିଲା….

ନୂଆଦିଲ୍ଲୀ,୧୭।୧୧: ତେଲ କମ୍ପାନୀଗୁଡ଼ିକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସୋମବାର ବିଳମ୍ବିତ ରାତିରେ ସରକାର ଡିଜେଲ ଓ ବିମାନ ଇନ୍ଧନ (ATF) ରପ୍ତାନି…

QUAD ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି-ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଚାଇନାକୁ ଲାଗିପାରେ ଝଟକା

ନୂଆଦିଲ୍ଲୀ,୧୭।୧୧: ଆମେରିକା, ଚାଇନା ଏବଂ ରୁଷିଆକୁ ନେଇ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକଗୁଡ଼ିକ ପୂର୍ବରୁ, ‘କ୍ୱାଡ’ (Quad) ସଦସ୍ୟ ରାଷ୍ଟ୍ରଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ…

ପୋଲିସ ଏନ୍‌କାଉଣ୍ଟର

ପଶ୍ଚିମବଙ୍ଗର ବୀରଭୂମ ଜିଲାରେ ୧୫ ନଭେମ୍ବରରେ ପୋଲିସ ଗୁଳିରେ ରତନ ଶେଖ୍‌ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହି ହତ୍ୟାକୁ ଏନ୍‌କାଉଣ୍ଟର ଆଖ୍ୟା ଦିଆଯାଇଛି। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?