ଚାଲି ଚାଲି ଶାଶୁଘର ଗାଁ ବୁଲିଲେ ରାଷ୍ଟ୍ରପତି: ପ୍ରୋଟୋକଲ ଭାଙ୍ଗି…

ବାରିପଦା/ ରାଇରଙ୍ଗପୁର, ୬ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ/ ମାନସ ମହାନ୍ତି):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିଛନ୍ତି।  ଶାଶୁଘର ପାହାଡ଼ପୁର ଗ୍ରାମକୁ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ସକାଳେ ଗଁାରେ ପହଞ୍ଚତ୍ବା ପରେ ମହିଳାମାନେ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ। ଆଦିବାସୀ ପରମ୍ପରା ଅନୁଯାୟୀ ମହିଳାମାନେ ରାଷ୍ଟ୍ରପତିଙ୍କ ଗୋଡ଼ ଧୋଇଦେବା ସହ ପ୍ରଣାମ କରିଥିଲେ। ମୁର୍ମୁ ଛକରେ ସ୍ବାମୀ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ରାଷ୍ଟ୍ରପତି ପ୍ରୋଟୋକଲରୁ ବାହାରକୁ ଯାଇ ଗ୍ରାମବାସୀଙ୍କୁ ଭେଟିଥିଲେ। ସେଠାରୁ ଗଁା ଦାଣ୍ଡରେ ଚାଲି ଚାଲି ଯାଇ ପୂଜାସ୍ଥଳ ଗୋଷାଣୀ ଓ ଜାହିରାରେ ପୂଜାର୍ଚ୍ଚନା କରିଥିଲେ। ପରେ ସ୍କିଲ୍‌ ହବ୍‌ ସେଣ୍ଟରରେ ମହିଳାଙ୍କ ସହ ଆଲୋଚନା କରିଥିଲେ। ଏସ୍‌ଏଲ୍‌ଏସ୍‌ ସ୍କୁଲକୁ ଯାଇ ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ଛାତ୍ରୀଛାତ୍ରଙ୍କ ସହ ଭାବବିନିମୟ କରିଥିଲେ। ପାଠ ସହ ଅନ୍ୟାନ୍ୟ କ୍ଷେତ୍ରରେ ନିଜର ଅନ୍ତର୍ନିହିତ ଦକ୍ଷତାକୁ ପ୍ରତିପାଦନ କରି ଆତ୍ମନିର୍ଭର ହେବା ପାଇଁ ଛାତ୍ରୀଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ। ବର୍ତ୍ତମାନ ସମୟରେ ସମସ୍ତଙ୍କୁ ଚାକିରି ମିଳିବା ସହଜ ନୁହେଁ, ତେଣୁ ଚାକିରି ଅନ୍ବେଷଣ ନ କରି ଚାକିରି ଦେବାପାଇଁ ନିଜ ଭିତରେ ଦକ୍ଷତା ବୃଦ୍ଧି କରିବା ନିମନ୍ତେ ଯୁବବର୍ଗଙ୍କୁ ଆହ୍ବାନ ଦେଇଥିଲେ। ଯୁବବର୍ଗ ଆତ୍ମନିର୍ଭର ହେଲେ ଆତ୍ମନିର୍ଭର ଭାରତ ଏବଂ ବିକଶିତ ଭାରତ ସମ୍ଭବ ବୋଲି ରାଷ୍ଟ୍ରପତି କହିଥିଲେ। ସ୍ଥାନୀୟ ଯୁବକମାନଙ୍କ ସହ ଆଲୋଚନା କରି ରାଇରଙ୍ଗପୁରସ୍ଥିତ ଜଗନ୍ନାଥ ମନ୍ଦିରକୁ ଯାଇଥିଲେ। ସେଠାରେ ଦେବଦର୍ଶନ କରିବା ପରେ ପୂଜାର୍ଚ୍ଚନା କରି ୭ଜଣ ବ୍ରାହ୍ମଣଙ୍କୁ ଅନ୍ନବସ୍ତ୍ର ଦାନ କରିଥିଲେ। ମହାପ୍ରଭୁଙ୍କ ପ୍ରସାଦ ସେବନ କରି ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଅପରାହ୍ନ ୪ଟାରେ ଦାଣ୍ଡବୋଷ ହେଲିପ୍ୟାଡ୍‌ରୁ ଶିମିଳିପାଳ ଜାତୀୟ ଉଦ୍ୟାନ ଅଭିମୁଖେ ଯାତ୍ରା କରିଥିଲେ। ଯଶୀପୁରର ଅନୁକୂଳପୁରସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରିବା ପରେ ସଡ଼କପଥରେ ଶିମିଳିପାଳ ଯାଇଥିଲେ। ଗୁଡୁଗୁଡ଼ିଆସ୍ଥିତ ଫରେଷ୍ଟ ଡାକବଙ୍ଗଳାରେ ରାତ୍ରିଯାପନ କରିଥିଲେ। ଶୁକ୍ରବାର ପ୍ରଥମ କରି ଶିମିଳିପାଳ ଅଭୟାରଣ୍ୟର ଗୁଡୁଗୁଡ଼ିଆଠାରେ ନିର୍ମାଣ ହୋଇଥିବା ବିଏସ୍‌ଏନ୍‌ଏଲ୍‌ର ମୋବାଇଲ ଟାୱାରକୁ ରାଷ୍ଟ୍ରପତି ଉଦ୍‌ଘାଟନ କରିବା ସହ ଆଦିବାସୀ ସମ୍ପ୍ରଦାୟ ସହ ଭାବବିନିମୟ କରିବା କାର୍ଯ୍ୟକ୍ରମ ରହିଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

‘ଜନ୍ତର ମନ୍ତର ଭଳି ଝାଡ଼ଖଣ୍ଡରେ ମଧ୍ୟ…’, ଛାତ୍ର ଆନ୍ଦୋଳନକୁ ନେଇ ଅଭିଜିତଙ୍କ ବଡ଼ ବୟାନ, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୧।୮: ଝାଡ଼ଖଣ୍ଡରେ ନିଯୁକ୍ତି ପରୀକ୍ଷାରେ କଥିତ ଅନିୟମିତତା ବିରୋଧରେ ଆନ୍ଦୋଳନ କରୁଥିବା ଛାତ୍ରୀଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା…

ଟ୍ରାଞ୍ଜିଷ୍ଟ ହାଉସ ଭାଙ୍ଗିବା ବେଳେ ଉତ୍ତେଜନା

ଭୁବନେଶ୍ୱର,୧୧।୮: ଭୁବନେଶ୍ୱର ନିଳାଦ୍ରୀ ବିହାର ଅଞ୍ଚଳରେ ମଙ୍ଗଳବାର ଏକ ବଡ଼ଧରଣର ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ବିଏମ୍‌ସି ଏବଂ ବିଡିଏ ପକ୍ଷରୁ ନିଳାଦ୍ରୀ ବିହାର ଅଞ୍ଚଳରେ ଥିବା…

କିଏ ସେହି ଯୁବତୀ, ଯାହାଙ୍କ ପ୍ରେମରେ ଉବୁଟୁବୁ ଗୋବିନ୍ଦା

ଅଭିନେତା ଗୋବିନ୍ଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସ୍ତ୍ରୀ ସୁନିତା ଆହୁଜା ତାଙ୍କ ନାଁରେ ଅନୈତିକ ସମ୍ପର୍କ ରଖିଥିବାର ଅଭିଯୋଗ ଆଣିଛନ୍ତି। ନିକଟରେ ଗୋବିନ୍ଦା…

ଭାଜପାକୁ କଟାକ୍ଷ କଲେ ପ୍ରିୟଙ୍କା କହିଲେ, ‘ପ୍ରଥମ ଥର ପାଇଁ ଶାସକ ଦଳକୁ ସଂସଦରେ ପ୍ରତିବାଦ କରୁଥିବାର ଦେଖିଲି’

ନୂଆଦିଲ୍ଲୀ,୧୧।୮: ମଙ୍ଗଳବାର ସଂସଦର ମୌସୁମୀ ଅଧିବେଶନର ୧୭ତମ ଦିନ, ଯାହାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଅଧିବେଶନ ଆରମ୍ଭ ହେବା ପୂର୍ବରୁ, NDA ସମର୍ଥକମାନେ ଏକ ଶୋଭାଯାତ୍ରା…

ଧୋକା ଦେଇଛନ୍ତି ରାହୁଲ ଗାନ୍ଧୀ: କାହିଁକି ଏମିତି କହିଲେ କଙ୍ଗନା ରାଣାଓ୍ବତ

ନୂଆଦିଲ୍ଲୀ,୧୧।୮: ସଂସଦର ମକର ଦ୍ୱାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ବିତର୍କ ଏଡାଇବା ଅଭିଯୋଗରେ ଏନଡିଏ ଏମ୍‌ପିମାନେ ମଙ୍ଗଳବାର ପ୍ରତିବାଦ ପ୍ରଦର୍ଶନ କରିଥିଲେ। ପ୍ଲାକାର୍ଡ ଧରି…

‘୨୪ ବର୍ଷରେ ଯାହା ହୋଇନି, ୨ ବର୍ଷରେ ତାହା କରୁଛୁ’-୫ ବର୍ଷରେ ଯାହା …

ଭୁବନେଶ୍ୱର,୧୧।୮: ଖୁବଶୀଘ୍ର ଓଡ଼ିଶା ନୂଆ ଲୋକାୟୁକ୍ତ ଦେଖିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଏ ନେଇ ପ୍ରକ୍ରିୟା ଚାଲିଥିବା ସେ କହିଛନ୍ତି। ମନ୍ତ୍ରୀ…

ବିଶ୍ୱର ଶ୍ରେଷ୍ଠ ୫ ଅର୍ଥନୀତିରେ ବେକାରି ସ୍ଥିତି କ’ଣ? କେତେ ନମ୍ବରରେ ଭାରତର ସ୍ଥାନ, ପଢନ୍ତୁ …

ନୂଆଦିଲ୍ଲୀ, ୧୧।୮: ଭାରତରେ ଡିଗ୍ରୀର ଭାର ବୋହି ଯେତେବେଳେ କୌଣସି ଯୁବକ ସକାଳୁ ସକାଳୁ ଚାକିରି ଖୋଜିବା ପାଇଁ ଘରୁ ବାହାରିଥାଏ, ସେତେବେଳେ ତାଙ୍କ ଆଖିରେ କେବଳ…

ଲଞ୍ଚ୍‌ର ୮୫ ସେକେଣ୍ଡ ପରେ ଜୋରଦାର ବିସ୍ଫୋରଣ: ନିଆଁ ପିଣ୍ଡୁଳା ପାଲଟିଲା ବାହୁବଳୀ ରକେଟ୍

ବେଜିଂ,୧୧।୮: ଆକାଶରେ ଉଡ଼ାଣ ଭରିବାର କିଛି ସମୟ ପରେ ଚାଇନାର ଏକ ରକେଟ୍ ଅଗ୍ନି ପୁଣ୍ଡୁଳାରେ ପରିଣତ ହୋଇଛି । ଗତ ସୋମବାର (ଅଗଷ୍ଟ ୧୦) ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri