Posted inଜାତୀୟ

ରାମନାଥଙ୍କ ନୂଆ ଠିକଣା ଜନପଥ ୧୨

ନୂଆଦିଲ୍ଲୀ,୨୪।୬: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେବାକୁ ଯାଉଛି। ରାଷ୍ଟ୍ରପତି ପଦରୁ ଅବସର ନେବା ପରେ ରାମନାଥଙ୍କ ନୂଆ ଠିକଣା ପାଲଟିବ ଜନପଥ ୧୨। ରାଷ୍ଟ୍ରପତି ଭାବେ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କର ନୂତନ ଠିକଣା ଲୁଟିଏନ୍ସ ଦିଲ୍ଲୀର ଜନପଥ ୧୨ ବଙ୍ଗଳା ହୋଇପାରେ। କାରଣ ଦେଶର ପ୍ରଥମ ନାଗରିକରୁ ସାଧାରଣ ନାଗରିକ ପାଲଟିବା ପରେ କୋବିନ୍ଦଙ୍କୁ ରାଇସିନା ହିଲ୍‌ ଛାଡ଼ିବାକୁ ପଡ଼ିବ। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଦେଶର ଏହି ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ହେବାକୁ ଥିବା ନିର୍ବାଚନରେ ବିଜୟୀ ହେବା ପରେ ରାଷ୍ଟ୍ରପତି ଭବନରେ ରହିବେ। ତେଣୁ କୋବିନ୍ଦଙ୍କ ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ରାମବିଳାସ ପାଶ୍ୱାନ ପୂର୍ବରୁ ରହୁଥିବା ବଙ୍ଗଳାରେ ବ୍ୟବସ୍ଥା କରାଯାଇଛି। ରାଜନୈତିକ ପାଣିପାଗ ବିଶେଷଜ୍ଞ ରୂପେ ପରିଚିତ ରାମବିଳାସ ପାଶ୍ୱାନ ୩ ଦଶନ୍ଧି ଧରି ନୂଆଦିଲ୍ଲୀର ୧୨ ଜନପଥ ବଙ୍ଗଳାରେ ରହୁଥିଲେ। ୨୦୨୦ ଅକ୍ଟୋବରରେ ୭୪ ବର୍ଷୀୟ ଦଳିତ ନେତା ପାଶ୍ୱାନଙ୍କ ମୃତ୍ୟୁ ହେବା ପରେ ତାଙ୍କ ପୁଅ ଚିରାଗ ପାଶ୍ୱାନଙ୍କ ଦଖଲରେ ସେହି ବଙ୍ଗଳା ରହିଥିଲା। ସେଠାରେ ସେ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି)ର ଦଳୀୟ କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ। ଦାଦା ପଶୁପତି କୁମାର ପାରସଙ୍କ ସହ ମତଭେଦ ପରେ ଏଲ୍‌ଏଜପିରେ ବିଭାଜନ ହୋଇଥିଲା। ବାରମ୍ବାର ନୋଟିସ କରାଯିବା ପରେ ଗତ ଏପ୍ରିଲରେ ଚିରାଗ ଉକ୍ତ ବଙ୍ଗଳା ଖାଲି କରିଥିଲେ। ସୂଚନା ମୁତାବକ, ଲୁଟିଏନ୍ସ ଦିଲ୍ଲୀର ବଡ଼ ବଙ୍ଗଳାଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହି ଘର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ବୈଷ୍ଣବଙ୍କୁ ପୃଥ୍ବୀରାଜ ରୋଡ୍‌ରେ ଏକ ବଙ୍ଗଳା ଦିଆଗଲା, ଯେଉଁଠି ସେ ଏବେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଭୂକମ୍ପ, ଘଣ୍ଟାକ ଭିତରେ ୩ ଥର ଥରି ଉଠିଲା, ଜାରି ହେଲା ସୁନାମୀ ସତର୍କତା

ମାନିଲା,୮।୬: ସୋମବାର (ଜୁନ ୮) ସକାଳେ ଫିଲିପାଇନ୍ସରେ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଥିଲା। ଗୋଟିଏ ଘଣ୍ଟା ମଧ୍ୟରେ ଭୂମି ତିନିଥର ଥରି ଉଠିଥିଲା। ଭୂମିକମ୍ପର ତୀବ୍ରତା ରିକ୍ଟର…

ପ୍ରେମିକାଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଥିଲେ ପ୍ରେମିକ, ୨୬ ଦିନ ପରେ…

କେନ୍ଦୁଝର/ବଡ଼ବିଲ୭।୬(ନରେଶ ଚନ୍ଦ୍ର ପଟ୍ଟନାୟକ/ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଝାଡ଼ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପ୍ରେମିକାଙ୍କୁ ଗଳାକାଟି ହତ୍ୟା ପରେ ପ୍ରେମିକ ଜଙ୍ଗଲରେ…

କ୍ରଶରରେ ବିସ୍ଫୋରଣ: ଜଣେ ମୃତ, ଏକାଧିକ ଆହତ ଚର୍ଚ୍ଚା

ଢେଙ୍କାନାଳ,୭ା୬(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ତହସିଲ ନିହଲପ୍ରସାଦ ଥାନା କଷ୍ଟିପାଳ ଅଞ୍ଚଳରେ ଥିବା ଏକ କ୍ରଶରରେ ରବିବାର ଅପରାହ୍ନରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

NEET-UG ୨୦୨୬, ପରୀକ୍ଷା ପାଇଁ ସହର ଆଲର୍ଟମେଣ୍ଟ କଲା NTA

ନୂଆଦିଲ୍ଲୀ,୭ା୬(ପି.ଟି.): ଏନ୍‌ଇଇଟି-ୟୁଜି ପରୀକ୍ଷା ଆସନ୍ତା ୨୧ରେ ହେବାକୁ ଯାଉଛି । ଏଥିପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପରୀକ୍ଷା ସହର ଆଲର୍ଟମେଣ୍ଟ କରିଛି । ପରୀକ୍ଷାର୍ଥୀ କେଉଁ…

ବାଘ ଛାଲ ଜବତ, ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ପାତ୍ରପୁର,୭।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ପୋଲିସ ଶନିବାର ୨ଟି କଲରାପତିରିଆ ବାଘ ଛାଲ ଜବତ କରିଛି। ଏପରିକି ପୋଲିସ ବନ୍ଧୁକ ବ୍ୟାଗ, ଧାରୁଆ…

ଇସ୍ରାଏଲର ପାଲଟା ଆକ୍ରମଣ; ହିଜବୋଲାର କମାଣ୍ଡ ସେଣ୍ଟର ଧ୍ବସଂ, ନେତାନ୍ୟାହୁ…

ଜେରୁଜେଲମ, ୭।୬: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବଂ ଉତ୍ତେଜନା ମଧ୍ୟରେ, ରବିବାର ଏକ ନୂତନ ଘଟଣା ସାମ୍ନାକୁ ଆସିଛି । ଇସ୍ରାଏଲୀ ସେନା…

୧୨ ଜିଏମ୍‌ଏପିଭି ବିଦ୍ୟାଳୟ ନୂତନ ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ କଲେ ଆଲୋଚନା

କୋରାପୁଟ,୭ା୬(ଅମିତାଭ ବେହେରା): କୋରାପୁଟ ଜିଲାର ୧୨ ଚୟନିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ(ଜିଏମଏପିଭି)ର ନୂତନ ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ…

ସ୍ବାସ୍ଥ୍ୟକେନ୍ଦ୍ର କୋଠା ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ଛତ୍ରପୁର,୭ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ସୁନ୍ଦରପୁର ଗ୍ରାମରେ ନିର୍ମିତ ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୋଠା ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ବିଧାୟକ କୃଷ୍ଣଚନ୍ଦ୍ର ନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri