Posted inଫୁରସତ

ରାଷ୍ଟ୍ରପତି ଭବନ

ଆମ ଦେଶର ରାଷ୍ଟ୍ରପତିଙ୍କ ଅଫିସିଆଲ ବାସସ୍ଥଳୀ ହେଉଛି ରାଷ୍ଟ୍ରପତି ଭବନ। ଏହା ହେଉଛି ପୃଥିବୀର ଦ୍ୱିତୀୟ ବୃହତ୍ତମ ବାସସ୍ଥଳି ବା ରେସିଡେନ୍ସ। ଯେଉଁଠାରେ ରହିଛି ଗାର୍ଡେନ, ମ୍ୟୁଜିୟମ୍‌, ସେରେମୋନିଆଲ୍‌ ହଲ୍‌ ଏବଂ ବଡିଗାର୍ଡ ଓ ଷ୍ଟାଫ୍‌ମାନଙ୍କ ପାଇଁ କ୍ୱାଟର୍ସ। ଜାଣିବା ଏହା ସମ୍ପର୍କରେ ଆହୁରି କିଛି ତଥ୍ୟ…
ଦିଲ୍ଲୀ ରାଜପଥର ପଶ୍ଚିମ ଭାଗ ଶେଷରେ ରହିଛି ରାଷ୍ଟ୍ରପତି ଭବନ, ଯାହାକି ରାଇସିନା ହିଲ୍ସ ଉପରେ ନିର୍ମାଣ କରାଯାଇଛି। ସ୍ବାଧୀନତା ପୂର୍ବରୁ ଏହାକୁ ଭାଇସ୍‌ରୟ ହାଉସ୍‌ ବୋଲି କୁହାଯାଉଥିଲା।
ଏହି ଭବ୍ୟ ଭବନକୁ ନିର୍ମାଣ କରିବା ଲାଗି ୨୯,୦୦୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କୁ ପ୍ରାୟ ୧୭ ବର୍ଷ ସମୟ ଲାଗିଥିଲା।
ସ୍ବାଧୀନତା ପୂର୍ବରୁ ରାଷ୍ଟ୍ରପତିଙ୍କୁ ମିଳୁଥିବା ଉପହାରକୁ ତୋଷଖାନାରେ ବା ଷ୍ଟୋର୍‌ ହାଉସ୍‌ରେ ରଖାଯାଉଥିଲା ଏବଂ ପରେ ଗିଫ୍ଟ ଗ୍ୟାଲେରିରେ ପ୍ରଦର୍ଶନ କରାଯାଉଥିଲା। ହେଲେ ୨୦୧୪ ଜୁଲାଇ ୨୫ରେ ରାଷ୍ଟ୍ରପତି ଭବନ ମ୍ୟୁଜିୟମ୍‌ କମ୍ପ୍ଲେକ୍ସ ଉଦ୍‌ଘାଟନ କରାଗଲା ଏବଂ ରାଷ୍ଟ୍ରପତିଙ୍କୁ ମିଳୁଥିବା ଉପହାରକୁ ଏଠାରେ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶନ କରାଗଲା।
ଏହା ମଧ୍ୟରେ ୩୪୦ଟି କୋଠରି ଥିବା ବେଳେ କୌଣସି ବିଶେଷ କାର୍ଯ୍ୟକ୍ରମ ପାଇଁ ବ୍ୟବହାର ହେଉଥିବା ଅଶୋକ ହଲ୍‌ ସବୁଠୁ ସୁନ୍ଦର। ଯେଉଁଠାରେ ଅନେକ ଆକର୍ଷଣୀୟ ପେଣ୍ଟିଂ ରହିଛି।
ଏଠାରେ ରହିଛି ୧୦୪ ଫୁଟ ଲମ୍ବ ଏବଂ ୩୪ ଫୁଟ ଚଉଡ଼ା ବିଶିଷ୍ଟ ବାଙ୍କ୍ବେଟ୍‌ ହଲ୍‌, ଯାହାକୁ ଷ୍ଟେଟ୍‌ ଡାଇନିଂ ରୁମ୍‌ ବୋଲି ମଧ୍ୟ କୁହାଯାଇଥାଏ। ଯେଉଁଠାରେ ଏକାଥରେ ୧୦୪ ଜଣ ବସି ଖାଇପାରିବେ। ଏଠାରେ ଖାଇବା ବେଳେ ଅତିଥିମାନଙ୍କ ମନୋରଞ୍ଜନ ପାଇଁ ଏକ ମ୍ୟୁଜିସିଆନ୍‌ ଗ୍ୟାଲେରି ରହିଛି।
୧୫ ଏକର ପରିବ୍ୟାପ୍ତ ମୁଗଲ୍‌ ଗାର୍ଡେନ ହେଉଛି ରାଷ୍ଟ୍ରପତି ଭବନର ମୁଖ୍ୟ ଆକର୍ଷଣ। ଫେବୃୟାରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ଏକ ବାର୍ଷିକ ଉଦ୍ୟାନୋତ୍ସବ ପାଳନ କରାଯାଇ ଏହା ସର୍ବସାଧାରଣଙ୍କ ଦେଖିବା ପାଇଁ ଖୋଲା ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

‘ତୁମର ଜାତି କ’ଣ, ତୁମେ କୋଭିଡ ଟିକା କେଉଁଠାରୁ ନେଇଛ…’; ଜନଗଣନାରେ ପଚରାଯିବ ଏମିତି ୪୦ ପ୍ରଶ୍ନ, ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସରକାର ୨୦୨୭ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪୦ଟି ପ୍ରଶ୍ନ ଚୂଡ଼ାନ୍ତ କରିଛନ୍ତି। ଏହି ପ୍ରକ୍ରିୟା ସମୟରେ, ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

ବରାଳ ବାଲୁଙ୍କେଶ୍ୱର ମନ୍ଦିର ବିକାଶ ପାଇଁ ୮୫ ଲକ୍ଷ ଟଙ୍କା ମଞ୍ଜୁର

ସାକ୍ଷୀଗୋପାଳ,୧୪ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ବରାଳ ଗ୍ରାମର ପୁରାଣ ପ୍ରସିଦ୍ଧ ବାଲୁଙ୍କେଶ୍ୱର ଦେବ ମନ୍ଦିରକୁ ଦିନକୁ ଦିନ ଶ୍ରଦ୍ଧାଳୁମାନଙ୍କ ସମାଗମ ବୃଦ୍ଧି…

କମାଲ କଲେ ସନ୍ନି-ପ୍ରୀତି ଯୋଡ଼ି: ଦର୍ଶକଙ୍କୁ ଲୁହରେ ଭିଜାଇଲା ବିଭାଜନର ଯନ୍ତ୍ରଣା

ସ୍ବାଧୀନତା ଦିବସର ବିଶେଷ ଅବସରରେ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବଣ୍ଟୱାରା ୧୯୪୭’ ସିନେମା ଘରେ ମୁକ୍ତିଲାଭ କରିଛି। ଭାରତ ବିଭାଜନର କଷ୍ଟକର ଏବଂ…

୭ ଦିନ ବନ୍ଦ ରହିବ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ: ପଛରେ ରହିଛି ଏମିତି କାରଣ

ଭଞ୍ଜନଗର,୧୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ହୋଇଥିବା ରାଜ୍ୟର ଏକ ମାତ୍ର ସରକାରୀ ୱାଟର ପାର୍କକୁ ଗତ ମାସରେ ଅନିର୍ଦ୍ଦିଷ୍ଟ…

ବଢିପାରେ ୨୦ ଟିଏମସି ବିଦ୍ରୋହୀଙ୍କ ସମସ୍ୟା! ବଡ଼ ନିଷ୍ପତ୍ତି ନେଲେ ଦିଦି

କୋଲକାତା,୧୪।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (ଟିଏମସି) ୨୦ ଜଣ ବିଦ୍ରୋହୀ ଲୋକ ସଭା ସାଂସଦଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି।…

ରାଇକିଆରେ ସ୍ବାଧୀନତା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଦେଶ ଭକ୍ତିର ନାରା ଦେଇ…

ରାଇକିଆ,୧୪ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ରାଇକିଆ ପଞ୍ଚାୟତ ସମିତି, ବ୍ଲକ ଭାଜପା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri