ପ୍ରାଚୀନ ଐତିହ୍ୟର ସଂରକ୍ଷଣ

ଶୁଭେନ୍ଦୁ କୁମାର ଭୂୟାଁ

ଇତିହାସ  ଆମ ଅତୀତର କଥା କୁହେ। ଐତିହ୍ୟ ଓ ପରମ୍ପରା- ଆମ ବୈଭବମୟ ଅତୀତକୁ ମନେପକାଏ, ତା’ର କୃତି ଓ କୀର୍ତ୍ତିକୁ ରୋମନ୍ଥନ କରେ। ଗୋଟିଏ ଜାତି ଏବଂ ଗୋଟିଏ ରାଷ୍ଟ୍ର ପାଇଁ ସେମାନଙ୍କର ଐତିହ୍ୟ ଏକ ସୁବର୍ଣ୍ଣ ସ୍ମୃତିର ଉଜ୍ଜ୍ୱଳ ପ୍ରତୀକ। ଗୋଟିଏ ଦେଶ ଏବଂ ଜାତିର ଐତିହ୍ୟ ଯେତେ ଗାୈରବମୟ ଓ ବିକଶିତ – ସେହି ଜାତିି ସେତେ ସମୃଦ୍ଧ ଓ ମହାନ୍‌।
ଉତ୍କଳର ପୁରାତନ ଐତିହ୍ୟଗୁଡ଼ିକ ଦିନେ ଥିଲା ଆମ ସମୃଦ୍ଧ ସଭ୍ୟତାର ଗୋଟିଏ ଗୋଟିଏ ସ୍ମରଣୀୟ ଆଲେଖ୍ୟ। ପ୍ରାଚୀନ ଓଡ଼ିଶାରେ ଥିବା ବହୁ ଐତିହ୍ୟମଣ୍ଡିତ ଏବଂ କାରୁକାର୍ଯ୍ୟଶୋଭିତ କଳାକୀର୍ତ୍ତି ଦେଶ ବିଦେଶରେ ମଧ୍ୟ ତା’ର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ବିଭିନ୍ନ ମନ୍ଦିର, ବାୈଦ୍ଧ କୀର୍ତ୍ତିରାଜି, ଶିଳାଲେଖ, ପ୍ରସ୍ତରଲିପି, ପ୍ରାଚୀନ ଗୁମ୍ଫା ଓ ବାୈଦ୍ଧ ମହାବିହାରଗୁଡ଼ିକରେ ଉତ୍‌କୀର୍ଣ୍ଣ ହୋଇଥିଲା ଜାତିର ମହାନ୍‌ ପରମ୍ପରାର ଗାଥା। ହଜାର ହଜାର ବର୍ଷ ତଳର ଏଇସବୁ କୀର୍ତ୍ତିର ସ୍ମାରକୀକୁ ପୁରାତତ୍ତ୍ୱବିତ୍‌ମାନେ ପ୍ରତ୍ନ ଉତ୍‌ଖନନ କରି ତା’ର ପୁନରୁଦ୍ଧାର କରିଛନ୍ତି। ଏଥିରେ ବର୍ଣ୍ଣିତ ଶିଳାଲିପିର ଆଲେଖ୍ୟ ପ୍ରମାଣ କରିଛି ଯେ, ପୁରାତନ ଉତ୍କଳର ଏଇସବୁ ବିଭବ ଦିନେ ଏ ରାଜ୍ୟକୁ କରିଥିଲା ଅଧିକ ଗାୈରବମଣ୍ଡିତ। ଆମେ କାହିଁକି, ଆମର ଗାୈରବମଣ୍ଡିତ ଏହି ଐତିହ୍ୟ ଓ ସଂସ୍କୃତିକୁ ଗୁରୁତ୍ୱ ଦେବା? କାହିଁକି ମନେପକାଇବା ଆମର ବହୁ ପ୍ରାଚୀନ ଏଇସବୁ କଳାକୀର୍ତ୍ତି ଓ ସାଂସ୍କୃତିକ ବିଭବଗୁଡ଼ିକୁ? କାରଣ ଏଇଆ ଯେ, ଆମ ଅତୀତର ଏଇ ଐତିହ୍ୟ ସବୁ ଥିଲା ଆମ ଜାତିର ଏକ ସ୍ପର୍ଦ୍ଧିତ ପରିଚୟ। ଆମର ସମୃଦ୍ଧ ପରମ୍ପରାର ଇଏ ଏକ ସମୁଜ୍ଜ୍ୱଳ ପ୍ରତୀକ। ଆମର ଅତୀତ ଯେ, ଦିନେ ସମୃଦ୍ଧ ଥିଲା, ବିକଶିତ ଥିଲା- ତାହାର ମୂକସାକ୍ଷୀ ଏଇସବୁ ଇତିହାସର କୃତି। କଳା, ସ୍ଥାପତ୍ୟ, କୀର୍ତ୍ତିରାଜି କ୍ଷେତ୍ରରେ ଆମ ପୂର୍ବସୁରୀମାନେ ଯେଉଁ ଅପୂର୍ବ ପରାକାଷ୍ଠା ଦେଖାଇଥିଲେ- ତାହାକୁ ମନେପକାଇବା ସହିତ ତା’ର ଉପଯୁକ୍ତ ସଂରକ୍ଷଣ ପାଇଁ ମଧ୍ୟ ଆମେ ସମ୍ମିଳିତ ଉଦ୍ୟମ କରିବା ଆବଶ୍ୟକ।
କେବଳ ଆମ ରାଜ୍ୟ କିମ୍ବା ଦେଶ ନୁହେଁ – ଭାରତ ବାହାରେ ଅଧିକାଂଶ ବିକଶିତ ରାଷ୍ଟ୍ର ସମୂହ- ସେମାନଙ୍କର ଐତିହ୍ୟକୁ ସଂରକ୍ଷିତକରି ରଖିଛନ୍ତି। କାରଣ ଉତ୍କର୍ଷ ଲାଭ କରିଥିବା ସ୍ଥାପତ୍ୟ, କଳାକୃତିଗୁଡ଼ିକ ସବୁବେଳେ ପରବର୍ତ୍ତୀ ପିଢ଼ି ପାଇଁ ପ୍ରେରଣା ଦେଇଥାଏ। ନୂତନ ଯୁଗର ଭାସ୍କର୍ଯ୍ୟ ଶିଳ୍ପୀମାନଙ୍କୁ ନୂଆ ନୂଆ କୀର୍ତ୍ତିର ମୁଖଶାଳା ଗଢ଼ିବାକୁ ଅନୁପ୍ରେରିତ କରିଥାଏ- ଏଇସବୁ ପୁରାତନ କୃତିଗୁଡ଼ିକ। ଏଇ ଐତିହ୍ୟ ଓ ସଂସ୍କୃତି- ସବୁବେଳେ ଆଉ ଏକ ନୂଆ ସଂସ୍କୃତି ଓ ସଭ୍ୟତା ସହିତ ନିଜକୁ ଯୋଡ଼ିଥାଏ। ପ୍ରାଚୀନ ରାଜ୍ୟ ଓଡ଼ିଶାର ପୁରପଲ୍ଲୀଠାରୁ ସହର, ଦୁର୍ଗମ ବନାଞ୍ଚଳରୁ ଉପକୂଳ ଅଞ୍ଚଳ, ସବୁଠି ଭରି ରହିଛିି ହଜାର ହଜାର ବର୍ଷ ତଳର ମନ୍ଦିରମାଳା। କେଉଁ ବନକାନ୍ତାରର ଗିରିଗୁମ୍ଫାରେ ଉତ୍‌କୀର୍ଣ୍ଣ ହୋଇଛି ପ୍ରାଚୀନ ଲିପିର ଗାୈରବ ଗାଥା। କେଉଁ ପୁରାତନ ବାୈଦ୍ଧ ପଲ୍ଲୀରେ ମାଟି ତଳୁ ଉତ୍‌ଖନନ ପରେ ବାହାରିଛି ବାୈଦ୍ଧ ସଭ୍ୟତାର ନିଦର୍ଶନ ବାୈଦ୍ଧ ମହାବିହାର, ପ୍ରାଚୀନ ବାୈଦ୍ଧ ବିଶ୍ୱବିଦ୍ୟାଳୟ, ବର୍ଷାବାସ ବାୈଦ୍ଧ ଶ୍ରମଣମାନଙ୍କ ବାୈଦ୍ଧଗୁମ୍ଫା, ବୁଦ୍ଧସ୍ତୂପ । କେଉଁଠି ମିଳିଛି ପ୍ରାଚୀନ ମୁଦ୍ରା, ବହୁ ପୁରାତନ ମୂର୍ତ୍ତି ସମୂହ, କେଉଁଠି ବହୁ ପୁରାତନ ଉତ୍କଳୀୟ ମଠ-ମନ୍ଦିର, ବ୍ରିଟିଶ ସମୟର ବତିଘର। କେଉଁଠି ସନ୍ଧାନ ମିଳିଛି ପୁରାତନ ନଗର ସଭ୍ୟତାର ନିଦର୍ଶନ ତ କେଉଁଠି ରାଜାରାଜୁଡ଼ା କାଳର ଭବ୍ୟ ରାଜପ୍ରସାଦଗୁଡ଼ିକ। ଏକବିଂଶ ଶତାବ୍ଦୀରେ ଓଡ଼ିଶାରେ ଥିବା ହଜାର ହଜାର କୀର୍ତ୍ତିସମୂହର ଉପଯୁକ୍ତ ସୁରକ୍ଷା ଓ ସଂରକ୍ଷଣ କରାଯିବା ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ।
ଅନେକ ସମୟରେ ଦେଖାଯାଉଛି ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଚିହ୍ନିତ ଐତିହ୍ୟସ୍ଥଳୀ ଗୁଡ଼ିକ ପ୍ରତ୍ନ ଉତ୍‌ଖନନ ପରେ ଉପଯୁକ୍ତ ସଂରକ୍ଷଣ ଏବଂ ସୁରକ୍ଷା ଅଭାବରୁ ଅବହେଳିତ ହୋଇ ପଡ଼ିରହିଛି। ବିଶ୍ୱ ବାୈଦ୍ଧ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ ଓଡ଼ିଶାର ବହୁ ପୁରାତନ ‘ହୀରକ ତ୍ରିଭୁଜ’ ର ବାୈଦ୍ଧ ସର୍କିଟ ଅନ୍ତର୍ଭୁକ୍ତ ଲଳିତଗିରି-ରତ୍ନଗିରି-ଉଦୟଗିରିକୁ ଏକ ଉଦାହରଣ ଭାବେ ନିଆଯାଇପାରିବ। ଖନନର ଦୀର୍ଘ ୩୫ବର୍ଷ ପରେ ମଧ୍ୟ ଏବେ ବି ଯାଜପୁର ଜିଲା ଅନ୍ତର୍ଗତ ବିଶ୍ୱ ବିଖ୍ୟାତ ଉଦୟଗିରି ବାୈଦ୍ଧପୀଠରୁ ଆବିଷ୍କୃତ ବାୈଦ୍ଧ ସ୍ମାରକୀ ଭୁବନେଶ୍ୱର ସର୍କଲ କାର୍ଯ୍ୟାଳୟର ଅନ୍ଧାର ପ୍ରକୋଷ୍ଠରେ ପଡ଼ିରହିଛି। ତାତ୍ପର୍ଯ୍ୟର ବିଷୟ ହେଲା, ଉତ୍ତର ଭାରତରେ ଥିବା ବୋଧଗୟା, ସାରନାଥ ଓ ନାଳନ୍ଦା ଭଳି ବାୈଦ୍ଧ ସଂସ୍କୃତିର ନିଦର୍ଶନ ଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଯେଉଁଭଳି ବିକାଶ କରାଯାଇଛି- ଓଡ଼ିଶାରେ ଥିବା ବିଶ୍ୱବିଖ୍ୟାତ ବାୈଦ୍ଧ ଐତିହ୍ୟସ୍ଥଳ ଲଳିତଗିରି-ରନତ୍ଗିରି-ଉଦୟଗିରିକୁ ସେଭଳି ବିକଶିତ କରାଯାଇ ପାରିନାହିଁ। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ବହୁ ପୁରାତନ ମନ୍ଦିର ଓ ଅନ୍ୟ ଐତିହ୍ୟସ୍ଥଳ ମଧ୍ୟ ନିରାପଦ ନୁହେଁ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ସୁଦୃଷ୍ଟି ପଡ଼ିନାହିଁ ଏହିସବୁ କୀର୍ତ୍ତିରାଜି ଉପରେ।
ସଦସ୍ୟ,ଜିଲା ସଂସ୍କୃତି ପରିଷଦ, ଯାଜପୁର
ମୋ : ୯୪୩୭୨୨୬୭୯୭


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?