ପ୍ରାଚୀନ ଐତିହ୍ୟର ସଂରକ୍ଷଣ

ଶୁଭେନ୍ଦୁ କୁମାର ଭୂୟାଁ

ଇତିହାସ  ଆମ ଅତୀତର କଥା କୁହେ। ଐତିହ୍ୟ ଓ ପରମ୍ପରା- ଆମ ବୈଭବମୟ ଅତୀତକୁ ମନେପକାଏ, ତା’ର କୃତି ଓ କୀର୍ତ୍ତିକୁ ରୋମନ୍ଥନ କରେ। ଗୋଟିଏ ଜାତି ଏବଂ ଗୋଟିଏ ରାଷ୍ଟ୍ର ପାଇଁ ସେମାନଙ୍କର ଐତିହ୍ୟ ଏକ ସୁବର୍ଣ୍ଣ ସ୍ମୃତିର ଉଜ୍ଜ୍ୱଳ ପ୍ରତୀକ। ଗୋଟିଏ ଦେଶ ଏବଂ ଜାତିର ଐତିହ୍ୟ ଯେତେ ଗାୈରବମୟ ଓ ବିକଶିତ – ସେହି ଜାତିି ସେତେ ସମୃଦ୍ଧ ଓ ମହାନ୍‌।
ଉତ୍କଳର ପୁରାତନ ଐତିହ୍ୟଗୁଡ଼ିକ ଦିନେ ଥିଲା ଆମ ସମୃଦ୍ଧ ସଭ୍ୟତାର ଗୋଟିଏ ଗୋଟିଏ ସ୍ମରଣୀୟ ଆଲେଖ୍ୟ। ପ୍ରାଚୀନ ଓଡ଼ିଶାରେ ଥିବା ବହୁ ଐତିହ୍ୟମଣ୍ଡିତ ଏବଂ କାରୁକାର୍ଯ୍ୟଶୋଭିତ କଳାକୀର୍ତ୍ତି ଦେଶ ବିଦେଶରେ ମଧ୍ୟ ତା’ର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ବିଭିନ୍ନ ମନ୍ଦିର, ବାୈଦ୍ଧ କୀର୍ତ୍ତିରାଜି, ଶିଳାଲେଖ, ପ୍ରସ୍ତରଲିପି, ପ୍ରାଚୀନ ଗୁମ୍ଫା ଓ ବାୈଦ୍ଧ ମହାବିହାରଗୁଡ଼ିକରେ ଉତ୍‌କୀର୍ଣ୍ଣ ହୋଇଥିଲା ଜାତିର ମହାନ୍‌ ପରମ୍ପରାର ଗାଥା। ହଜାର ହଜାର ବର୍ଷ ତଳର ଏଇସବୁ କୀର୍ତ୍ତିର ସ୍ମାରକୀକୁ ପୁରାତତ୍ତ୍ୱବିତ୍‌ମାନେ ପ୍ରତ୍ନ ଉତ୍‌ଖନନ କରି ତା’ର ପୁନରୁଦ୍ଧାର କରିଛନ୍ତି। ଏଥିରେ ବର୍ଣ୍ଣିତ ଶିଳାଲିପିର ଆଲେଖ୍ୟ ପ୍ରମାଣ କରିଛି ଯେ, ପୁରାତନ ଉତ୍କଳର ଏଇସବୁ ବିଭବ ଦିନେ ଏ ରାଜ୍ୟକୁ କରିଥିଲା ଅଧିକ ଗାୈରବମଣ୍ଡିତ। ଆମେ କାହିଁକି, ଆମର ଗାୈରବମଣ୍ଡିତ ଏହି ଐତିହ୍ୟ ଓ ସଂସ୍କୃତିକୁ ଗୁରୁତ୍ୱ ଦେବା? କାହିଁକି ମନେପକାଇବା ଆମର ବହୁ ପ୍ରାଚୀନ ଏଇସବୁ କଳାକୀର୍ତ୍ତି ଓ ସାଂସ୍କୃତିକ ବିଭବଗୁଡ଼ିକୁ? କାରଣ ଏଇଆ ଯେ, ଆମ ଅତୀତର ଏଇ ଐତିହ୍ୟ ସବୁ ଥିଲା ଆମ ଜାତିର ଏକ ସ୍ପର୍ଦ୍ଧିତ ପରିଚୟ। ଆମର ସମୃଦ୍ଧ ପରମ୍ପରାର ଇଏ ଏକ ସମୁଜ୍ଜ୍ୱଳ ପ୍ରତୀକ। ଆମର ଅତୀତ ଯେ, ଦିନେ ସମୃଦ୍ଧ ଥିଲା, ବିକଶିତ ଥିଲା- ତାହାର ମୂକସାକ୍ଷୀ ଏଇସବୁ ଇତିହାସର କୃତି। କଳା, ସ୍ଥାପତ୍ୟ, କୀର୍ତ୍ତିରାଜି କ୍ଷେତ୍ରରେ ଆମ ପୂର୍ବସୁରୀମାନେ ଯେଉଁ ଅପୂର୍ବ ପରାକାଷ୍ଠା ଦେଖାଇଥିଲେ- ତାହାକୁ ମନେପକାଇବା ସହିତ ତା’ର ଉପଯୁକ୍ତ ସଂରକ୍ଷଣ ପାଇଁ ମଧ୍ୟ ଆମେ ସମ୍ମିଳିତ ଉଦ୍ୟମ କରିବା ଆବଶ୍ୟକ।
କେବଳ ଆମ ରାଜ୍ୟ କିମ୍ବା ଦେଶ ନୁହେଁ – ଭାରତ ବାହାରେ ଅଧିକାଂଶ ବିକଶିତ ରାଷ୍ଟ୍ର ସମୂହ- ସେମାନଙ୍କର ଐତିହ୍ୟକୁ ସଂରକ୍ଷିତକରି ରଖିଛନ୍ତି। କାରଣ ଉତ୍କର୍ଷ ଲାଭ କରିଥିବା ସ୍ଥାପତ୍ୟ, କଳାକୃତିଗୁଡ଼ିକ ସବୁବେଳେ ପରବର୍ତ୍ତୀ ପିଢ଼ି ପାଇଁ ପ୍ରେରଣା ଦେଇଥାଏ। ନୂତନ ଯୁଗର ଭାସ୍କର୍ଯ୍ୟ ଶିଳ୍ପୀମାନଙ୍କୁ ନୂଆ ନୂଆ କୀର୍ତ୍ତିର ମୁଖଶାଳା ଗଢ଼ିବାକୁ ଅନୁପ୍ରେରିତ କରିଥାଏ- ଏଇସବୁ ପୁରାତନ କୃତିଗୁଡ଼ିକ। ଏଇ ଐତିହ୍ୟ ଓ ସଂସ୍କୃତି- ସବୁବେଳେ ଆଉ ଏକ ନୂଆ ସଂସ୍କୃତି ଓ ସଭ୍ୟତା ସହିତ ନିଜକୁ ଯୋଡ଼ିଥାଏ। ପ୍ରାଚୀନ ରାଜ୍ୟ ଓଡ଼ିଶାର ପୁରପଲ୍ଲୀଠାରୁ ସହର, ଦୁର୍ଗମ ବନାଞ୍ଚଳରୁ ଉପକୂଳ ଅଞ୍ଚଳ, ସବୁଠି ଭରି ରହିଛିି ହଜାର ହଜାର ବର୍ଷ ତଳର ମନ୍ଦିରମାଳା। କେଉଁ ବନକାନ୍ତାରର ଗିରିଗୁମ୍ଫାରେ ଉତ୍‌କୀର୍ଣ୍ଣ ହୋଇଛି ପ୍ରାଚୀନ ଲିପିର ଗାୈରବ ଗାଥା। କେଉଁ ପୁରାତନ ବାୈଦ୍ଧ ପଲ୍ଲୀରେ ମାଟି ତଳୁ ଉତ୍‌ଖନନ ପରେ ବାହାରିଛି ବାୈଦ୍ଧ ସଭ୍ୟତାର ନିଦର୍ଶନ ବାୈଦ୍ଧ ମହାବିହାର, ପ୍ରାଚୀନ ବାୈଦ୍ଧ ବିଶ୍ୱବିଦ୍ୟାଳୟ, ବର୍ଷାବାସ ବାୈଦ୍ଧ ଶ୍ରମଣମାନଙ୍କ ବାୈଦ୍ଧଗୁମ୍ଫା, ବୁଦ୍ଧସ୍ତୂପ । କେଉଁଠି ମିଳିଛି ପ୍ରାଚୀନ ମୁଦ୍ରା, ବହୁ ପୁରାତନ ମୂର୍ତ୍ତି ସମୂହ, କେଉଁଠି ବହୁ ପୁରାତନ ଉତ୍କଳୀୟ ମଠ-ମନ୍ଦିର, ବ୍ରିଟିଶ ସମୟର ବତିଘର। କେଉଁଠି ସନ୍ଧାନ ମିଳିଛି ପୁରାତନ ନଗର ସଭ୍ୟତାର ନିଦର୍ଶନ ତ କେଉଁଠି ରାଜାରାଜୁଡ଼ା କାଳର ଭବ୍ୟ ରାଜପ୍ରସାଦଗୁଡ଼ିକ। ଏକବିଂଶ ଶତାବ୍ଦୀରେ ଓଡ଼ିଶାରେ ଥିବା ହଜାର ହଜାର କୀର୍ତ୍ତିସମୂହର ଉପଯୁକ୍ତ ସୁରକ୍ଷା ଓ ସଂରକ୍ଷଣ କରାଯିବା ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ।
ଅନେକ ସମୟରେ ଦେଖାଯାଉଛି ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଚିହ୍ନିତ ଐତିହ୍ୟସ୍ଥଳୀ ଗୁଡ଼ିକ ପ୍ରତ୍ନ ଉତ୍‌ଖନନ ପରେ ଉପଯୁକ୍ତ ସଂରକ୍ଷଣ ଏବଂ ସୁରକ୍ଷା ଅଭାବରୁ ଅବହେଳିତ ହୋଇ ପଡ଼ିରହିଛି। ବିଶ୍ୱ ବାୈଦ୍ଧ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ ଓଡ଼ିଶାର ବହୁ ପୁରାତନ ‘ହୀରକ ତ୍ରିଭୁଜ’ ର ବାୈଦ୍ଧ ସର୍କିଟ ଅନ୍ତର୍ଭୁକ୍ତ ଲଳିତଗିରି-ରତ୍ନଗିରି-ଉଦୟଗିରିକୁ ଏକ ଉଦାହରଣ ଭାବେ ନିଆଯାଇପାରିବ। ଖନନର ଦୀର୍ଘ ୩୫ବର୍ଷ ପରେ ମଧ୍ୟ ଏବେ ବି ଯାଜପୁର ଜିଲା ଅନ୍ତର୍ଗତ ବିଶ୍ୱ ବିଖ୍ୟାତ ଉଦୟଗିରି ବାୈଦ୍ଧପୀଠରୁ ଆବିଷ୍କୃତ ବାୈଦ୍ଧ ସ୍ମାରକୀ ଭୁବନେଶ୍ୱର ସର୍କଲ କାର୍ଯ୍ୟାଳୟର ଅନ୍ଧାର ପ୍ରକୋଷ୍ଠରେ ପଡ଼ିରହିଛି। ତାତ୍ପର୍ଯ୍ୟର ବିଷୟ ହେଲା, ଉତ୍ତର ଭାରତରେ ଥିବା ବୋଧଗୟା, ସାରନାଥ ଓ ନାଳନ୍ଦା ଭଳି ବାୈଦ୍ଧ ସଂସ୍କୃତିର ନିଦର୍ଶନ ଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଯେଉଁଭଳି ବିକାଶ କରାଯାଇଛି- ଓଡ଼ିଶାରେ ଥିବା ବିଶ୍ୱବିଖ୍ୟାତ ବାୈଦ୍ଧ ଐତିହ୍ୟସ୍ଥଳ ଲଳିତଗିରି-ରନତ୍ଗିରି-ଉଦୟଗିରିକୁ ସେଭଳି ବିକଶିତ କରାଯାଇ ପାରିନାହିଁ। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ବହୁ ପୁରାତନ ମନ୍ଦିର ଓ ଅନ୍ୟ ଐତିହ୍ୟସ୍ଥଳ ମଧ୍ୟ ନିରାପଦ ନୁହେଁ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ସୁଦୃଷ୍ଟି ପଡ଼ିନାହିଁ ଏହିସବୁ କୀର୍ତ୍ତିରାଜି ଉପରେ।
ସଦସ୍ୟ,ଜିଲା ସଂସ୍କୃତି ପରିଷଦ, ଯାଜପୁର
ମୋ : ୯୪୩୭୨୨୬୭୯୭


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri