ସରକାରୀ ସ୍ତରରେ ହୋଇନି ପ୍ରସ୍ତୁତି

ସାକ୍ଷୀଗୋପାଳ, ୧୮ା୬ (ପ୍ରଶାନ୍ତ ବାରିକ/କିଶୋର ମହାପାତ୍ର) ପୁରୀ ଜିଲା ସାକ୍ଷୀଗୋପାଳସ୍ଥିତ ସୁଆଣ୍ଡୋର ସୁଯୋଗ୍ୟ ପୁତ୍ର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଦ୍ଧବାର୍ଷିକୀ ରବିବାର ପାଳନ ହେବାକୁ ଯାଉଛି। ଏ ନେଇ ବିଭିନ୍ନ ସଂଗଠନ, ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି। କିନ୍ତୁ ସରକାର ପକ୍ଷରୁ କୌଣସି ପ୍ରସ୍ତୁତି ହୋଇ ନ ଥିବା ଦେଖିବାକୁ ମିଳିଛି। ପଣ୍ଡିତ ଗୋପବନ୍ଧୁଙ୍କ ତ୍ୟାଗ ଓ ସେବା ଦ୍ୱାରା ଓଡ଼ିଶାର ସମୃଦ୍ଧି ଏବଂ ସାହିତ୍ୟ କ୍ଷେତ୍ରରେ ଉଚ୍ଚକୋଟୀର ହୋଇପାରିଛି। ସେ ଏକା ଧାରାରେ ଜଣେ ସ୍ବାଧୀନତା ସଂଗ୍ରାମୀ, କବି, ଲେଖକ ସହ ଦୈନିକ ଖବରକାଗଜ ସମାଜ ଏବଂ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା ଥିଲେ। ସେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବାରୁ ଗରିବଙ୍କ ବେଦନା, ଅସହାୟଙ୍କ ଦୁଃଖ ଜାଣିପାରି ସହାୟତା ପାଇଁ ଆଗେଇ ଆସୁଥିଲେ। ଏଥିସହ ସେ ଓଡ଼ିଆ ଭାଷାକୁ ଉଚ୍ଚସ୍ତରକୁ ନେବା ସହ ଓଡ଼ିଶାବାସୀଙ୍କୁ ସ୍ବାଧୀନତା ଦେବା ପାଇଁ ସଂଘର୍ଷ ଚଳାଇଥିଲେ। ତାଙ୍କ ନେତୃତ୍ୱରେ ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ର, ପଣ୍ଡିତ ନୀଳକଣ୍ଠ ଦାସ ପ୍ରମୁଖ ପଞ୍ଚସଖା ମିଶି ସତ୍ୟବାଦୀ ଏବଂ ଓଡ଼ିଶାକୁ ଶିକ୍ଷିତ କରିବା ପାଇଁ ପୁଣ୍ୟତୋୟା ନଦୀ ଭାର୍ଗବୀ କୂଳରେ ମା’ ତାରିଣୀଙ୍କ ମନ୍ଦିରରେ ନଦୀ ବାଲି ଧରି ଶପଥ କରିଥିଲେ ଏବଂ ବକୁଳବନରେ ଏକାଠି ହୋଇ ଗଢ଼ିଥିଲେ ବନ ବିଦ୍ୟାଳୟ। ଶେଷରେ ସମାଜ ସେବାରେ ନିଜକୁ ନିୟୋଜିତ କରିଥିବା ପଣ୍ଡିତ ଗୋପବନ୍ଧୁ ଦାସଙ୍କର ୧୯୨୮ ଜୁନ ୧୭ ତାରିଖ ଶ୍ରୀଜଗନ୍ନାଥଙ୍କ ନେତ୍ରୋତ୍ସବ ଦିନ ତାଙ୍କ କର୍ମ ଭୂମି ସତ୍ୟବାଦୀ ବିଦ୍ୟାଳୟ ପରିସରରେ ପରଲୋକ ଘଟିଥିଲା। ଗୋପବନ୍ଧୁ ଦାସଙ୍କ ସେବା, ଆଦର୍ଶ ପ୍ରତିଟି ଓଡ଼ିଆଙ୍କ ପାଇଁ ଆଦର୍ଶ ଥିବାରୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଗତବର୍ଷ ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଜନ୍ମପୀଠ ସୁଆଣ୍ଡୋକୁ ଐତିହ୍ୟ ପ୍ରକଳ୍ପ ଭାବେ ଗଢି ତୋଳିଛନ୍ତି। ସାରା ରାଜ୍ୟରୁ ପଣ୍ଡିତଙ୍କ ଜନ୍ମ ପୀଠକୁ ଦର୍ଶନ ନିମନ୍ତେ ଦୈନନ୍ଦିନ ଗୋପବନ୍ଧୁପ୍ରେମୀ ଆସୁଛନ୍ତି। ଏହାକୁ ଲକ୍ଷ୍ୟ ରଖି ବିଭିନ୍ନ ସଂଗଠନ, ଅନୁଷ୍ଠାନ ପକ୍ଷରୁ ରବିବାର ମହାପ୍ରଭୁଙ୍କ ନେତ୍ରୋତ୍ସବରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଉତ୍ସବ ବେଶ୍‌ ଆଡ଼ମ୍ବର ସହକାରେ ପାଳନ ହେବ। ଏଥିରେ ସ୍କୁଲ, କଲେଜ ଛାତ୍ରୀଛାତ୍ର, ବରିଷ୍ଠ ନାଗରିକ, ଆତ୍ମୀୟ ଯୋଗଦେଇ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଅପରପକ୍ଷେ ଗୋପବନ୍ଧୁଙ୍କ ଜୟନ୍ତୀ ଉତ୍ସବକୁ ସରକାର ଅତି ଜାକଜକମରେ ପାଳନ କରୁଥିବା ବେଳେ ଶ୍ରାଦ୍ଧ ଉତ୍ସବ ପାଳନ ନେଇ ପ୍ରସ୍ତୁତି ହୋଇ ନ ଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରୁଛନ୍ତି। ସେହିପରି ଗୋପବନ୍ଧୁଙ୍କ ଜୟନ୍ତୀ, ଶ୍ରାଦ୍ଧ ଉତ୍ସବ ସହ ଅଗଷ୍ଟ୧୫ ଓ ଜାନୁୟାରୀ ୨୬ରେ ଗୋପବନ୍ଧୁ ସଂଗ୍ରହାଳୟ, ଷଠିଘରକୁ ପ୍ରବେଶ ଶୁଳ୍କ ଛାଡ଼ ନିମନ୍ତେ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ ପଣ୍ଡା, ଜିଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ବିଷ୍ଣୁପ୍ରିୟା ବରାଳ ପ୍ରମୁଖ ଦାବି କରିଛନ୍ତି। ତେବେ ସରକାରୀସ୍ତରରେ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଉତ୍ସବ ପାଳନ ସମ୍ପର୍କରେ କୌଣସି ପ୍ରସ୍ତାବ ଆସିନାହିଁ। କିନ୍ତୁ ଆମ ତରଫରୁ ପାଳନ କରିବୁ ବୋଲି ବିଡିଓ ଲୋଚନ ଦାସ ଏବଂ ସତ୍ୟବାଦୀ ଆଇଆଇସି ବିଜୟ କେତନ ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?