ସରକାରୀ ସ୍ତରରେ ହୋଇନି ପ୍ରସ୍ତୁତି

ସାକ୍ଷୀଗୋପାଳ, ୧୮ା୬ (ପ୍ରଶାନ୍ତ ବାରିକ/କିଶୋର ମହାପାତ୍ର) ପୁରୀ ଜିଲା ସାକ୍ଷୀଗୋପାଳସ୍ଥିତ ସୁଆଣ୍ଡୋର ସୁଯୋଗ୍ୟ ପୁତ୍ର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଦ୍ଧବାର୍ଷିକୀ ରବିବାର ପାଳନ ହେବାକୁ ଯାଉଛି। ଏ ନେଇ ବିଭିନ୍ନ ସଂଗଠନ, ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି। କିନ୍ତୁ ସରକାର ପକ୍ଷରୁ କୌଣସି ପ୍ରସ୍ତୁତି ହୋଇ ନ ଥିବା ଦେଖିବାକୁ ମିଳିଛି। ପଣ୍ଡିତ ଗୋପବନ୍ଧୁଙ୍କ ତ୍ୟାଗ ଓ ସେବା ଦ୍ୱାରା ଓଡ଼ିଶାର ସମୃଦ୍ଧି ଏବଂ ସାହିତ୍ୟ କ୍ଷେତ୍ରରେ ଉଚ୍ଚକୋଟୀର ହୋଇପାରିଛି। ସେ ଏକା ଧାରାରେ ଜଣେ ସ୍ବାଧୀନତା ସଂଗ୍ରାମୀ, କବି, ଲେଖକ ସହ ଦୈନିକ ଖବରକାଗଜ ସମାଜ ଏବଂ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା ଥିଲେ। ସେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବାରୁ ଗରିବଙ୍କ ବେଦନା, ଅସହାୟଙ୍କ ଦୁଃଖ ଜାଣିପାରି ସହାୟତା ପାଇଁ ଆଗେଇ ଆସୁଥିଲେ। ଏଥିସହ ସେ ଓଡ଼ିଆ ଭାଷାକୁ ଉଚ୍ଚସ୍ତରକୁ ନେବା ସହ ଓଡ଼ିଶାବାସୀଙ୍କୁ ସ୍ବାଧୀନତା ଦେବା ପାଇଁ ସଂଘର୍ଷ ଚଳାଇଥିଲେ। ତାଙ୍କ ନେତୃତ୍ୱରେ ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ର, ପଣ୍ଡିତ ନୀଳକଣ୍ଠ ଦାସ ପ୍ରମୁଖ ପଞ୍ଚସଖା ମିଶି ସତ୍ୟବାଦୀ ଏବଂ ଓଡ଼ିଶାକୁ ଶିକ୍ଷିତ କରିବା ପାଇଁ ପୁଣ୍ୟତୋୟା ନଦୀ ଭାର୍ଗବୀ କୂଳରେ ମା’ ତାରିଣୀଙ୍କ ମନ୍ଦିରରେ ନଦୀ ବାଲି ଧରି ଶପଥ କରିଥିଲେ ଏବଂ ବକୁଳବନରେ ଏକାଠି ହୋଇ ଗଢ଼ିଥିଲେ ବନ ବିଦ୍ୟାଳୟ। ଶେଷରେ ସମାଜ ସେବାରେ ନିଜକୁ ନିୟୋଜିତ କରିଥିବା ପଣ୍ଡିତ ଗୋପବନ୍ଧୁ ଦାସଙ୍କର ୧୯୨୮ ଜୁନ ୧୭ ତାରିଖ ଶ୍ରୀଜଗନ୍ନାଥଙ୍କ ନେତ୍ରୋତ୍ସବ ଦିନ ତାଙ୍କ କର୍ମ ଭୂମି ସତ୍ୟବାଦୀ ବିଦ୍ୟାଳୟ ପରିସରରେ ପରଲୋକ ଘଟିଥିଲା। ଗୋପବନ୍ଧୁ ଦାସଙ୍କ ସେବା, ଆଦର୍ଶ ପ୍ରତିଟି ଓଡ଼ିଆଙ୍କ ପାଇଁ ଆଦର୍ଶ ଥିବାରୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଗତବର୍ଷ ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଜନ୍ମପୀଠ ସୁଆଣ୍ଡୋକୁ ଐତିହ୍ୟ ପ୍ରକଳ୍ପ ଭାବେ ଗଢି ତୋଳିଛନ୍ତି। ସାରା ରାଜ୍ୟରୁ ପଣ୍ଡିତଙ୍କ ଜନ୍ମ ପୀଠକୁ ଦର୍ଶନ ନିମନ୍ତେ ଦୈନନ୍ଦିନ ଗୋପବନ୍ଧୁପ୍ରେମୀ ଆସୁଛନ୍ତି। ଏହାକୁ ଲକ୍ଷ୍ୟ ରଖି ବିଭିନ୍ନ ସଂଗଠନ, ଅନୁଷ୍ଠାନ ପକ୍ଷରୁ ରବିବାର ମହାପ୍ରଭୁଙ୍କ ନେତ୍ରୋତ୍ସବରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଉତ୍ସବ ବେଶ୍‌ ଆଡ଼ମ୍ବର ସହକାରେ ପାଳନ ହେବ। ଏଥିରେ ସ୍କୁଲ, କଲେଜ ଛାତ୍ରୀଛାତ୍ର, ବରିଷ୍ଠ ନାଗରିକ, ଆତ୍ମୀୟ ଯୋଗଦେଇ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଅପରପକ୍ଷେ ଗୋପବନ୍ଧୁଙ୍କ ଜୟନ୍ତୀ ଉତ୍ସବକୁ ସରକାର ଅତି ଜାକଜକମରେ ପାଳନ କରୁଥିବା ବେଳେ ଶ୍ରାଦ୍ଧ ଉତ୍ସବ ପାଳନ ନେଇ ପ୍ରସ୍ତୁତି ହୋଇ ନ ଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରୁଛନ୍ତି। ସେହିପରି ଗୋପବନ୍ଧୁଙ୍କ ଜୟନ୍ତୀ, ଶ୍ରାଦ୍ଧ ଉତ୍ସବ ସହ ଅଗଷ୍ଟ୧୫ ଓ ଜାନୁୟାରୀ ୨୬ରେ ଗୋପବନ୍ଧୁ ସଂଗ୍ରହାଳୟ, ଷଠିଘରକୁ ପ୍ରବେଶ ଶୁଳ୍କ ଛାଡ଼ ନିମନ୍ତେ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ ପଣ୍ଡା, ଜିଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ବିଷ୍ଣୁପ୍ରିୟା ବରାଳ ପ୍ରମୁଖ ଦାବି କରିଛନ୍ତି। ତେବେ ସରକାରୀସ୍ତରରେ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଉତ୍ସବ ପାଳନ ସମ୍ପର୍କରେ କୌଣସି ପ୍ରସ୍ତାବ ଆସିନାହିଁ। କିନ୍ତୁ ଆମ ତରଫରୁ ପାଳନ କରିବୁ ବୋଲି ବିଡିଓ ଲୋଚନ ଦାସ ଏବଂ ସତ୍ୟବାଦୀ ଆଇଆଇସି ବିଜୟ କେତନ ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri