ଭୋଟ ଗଣତି ପାଇଁ ପ୍ରସ୍ତୁତି ଶେଷ:ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

କେନ୍ଦୁଝର,୩।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଗତ ମେ ମାସ ୨୫ରେ ଶାନ୍ତିପୂର୍ଣ ଭାବେ ମତଦାନ ହେବା ପରେ ଶୃଙ୍ଖଳିତ ଏବଂ ତ୍ରୁଟିଶୂନ୍ୟ ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ଓ ରାଜ୍ୟ ପୋଲିସଙ୍କ ତ୍ରିସ୍ତରୀୟ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆସନ୍ତା ୪ରେ ଜିଲାର ତିନୋଟି ସ୍ଥାନରେ ଥିବା ୬ଟି କେନ୍ଦ୍ରରେ ଭୋଟ ଗଣତି ହେବ। ଚମ୍ପୁଆ ଓ ପାଟଣା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ଚନ୍ଦ୍ରଶେଖର ମହାବିଦ୍ୟାଳୟ, ଚମ୍ପୁଆଠାରେ ହେବାକୁ ଥିବା ବେଳେ, କେନ୍ଦୁଝର ଓ ତେଲକୋଇ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ଓ ଖଣି ଯାନ୍ତ୍ରିକ ବିଦ୍ୟାଳୟଠାରେ ଏବଂ ଆନନ୍ଦପୁର ଓ ଘଷିପୁରା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି କନକ ମଞ୍ଜରୀ ମହିଳା ବିଦ୍ୟାଳୟ ରେ ଅନୁଷ୍ଠିତ ହେବା ଲାଗି ସ୍ଥିର କରାଯାଇଛି ବୋଲି ଜିଲାପାଳ ବିଶାଲ ସିଂହ ଏକ ଖବରଦଦାତା ସମ୍ମିଳନୀରେ କହିଛନ୍ତି । ଏଥିସହିତ ଏହି ସବୁ ଗଣତି କେନ୍ଦ୍ରରେ ବିଧାନସଭା ସହିତ କେନ୍ଦୁଝର ସଂସଦୀୟ କ୍ଷେତ୍ର ଲାଗି ମଧ୍ୟ ସମାନ୍ତରାଳ ଭାବେ ଭୋଟ ଗଣତି ହେବ।
କେନ୍ଦୁଝର ସଂସଦୀୟ କ୍ଷେତ୍ରର ଇଭିଏମ ଭୋଟ ଗଣତି ନିମନ୍ତେ କେନ୍ଦୁଝର ଜିଲାର ୬ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଇଭିଏମ ଭୋଟ ଗଣତି ନିମନ୍ତେ କେବଳ ଆନନ୍ଦପୁରରେ ୧୨ ଟେବୁଲ ଓ କେନ୍ଦୁଝର ଜିଲାର ଅନ୍ୟ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୧୪ ଟି ଲେଖାଏ ଟେବୁଲ ଏବଂ ଏହି ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ମୟୂରଭଞ୍ଜ ଜିଲା କରଞ୍ଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ୧୪ଟି ଟେବୁଲ ବ୍ୟବସ୍ଥା କରାଯାଇ ସମୁଦାୟ ୯୬ ଗୋଟି ଇଭିଏମ ଟେବୁଲର ବ୍ୟବସ୍ଥା କରାଯାଇଛି। ଆହୁରି ମଧ୍ୟ ସମସ୍ତ ପୋଷ୍ଟାଲ ବାଲଟ ଗଣତି ପାଇଁ ଜିଲାର ୩ଟି ଓ ମୟୂରଭଞ୍ଜ କରଞ୍ଜିଆ ଗଣତି କେନ୍ଦ୍ରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ଢ଼ଙ୍ଗରେ ସଂସଦୀୟ କ୍ଷେତ୍ର ଏବଂ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ନିମନ୍ତେ ସମୁଦାୟ ନିଯୁକ୍ତ ୭୫୯ କର୍ମଚାରୀଙ୍କ ମଧ୍ୟରୁ ୨୪୦ ମାଇକ୍ରୋ ଅବଜରଭର, ୨୪୦ କାଉଣ୍ଟିଙ୍ଗ ସୁପରଭାଇଜର ଏବଂ ୨୭୯ କାଉଣ୍ଟିଙ୍ଗ ଆସିଷ୍ଟାଣ୍ଟଙ୍କୁ ସର୍ବୋକୃଷ୍ଟ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଭାରତ ର୍ନିବାଚନ ଆୟୋଗଙ୍କ ଦାରା ନିଯୁକ୍ତ ୪ ଜଣ ପର୍ଯ୍ୟବେକ୍ଷକ ଇତିମଧ୍ୟରେ ଭୋଟ ଗଣତିର ନିରୀକ୍ଷଣ କରୁଛନ୍ତି।
ଉଭୟ ୦୪- କେନ୍ଦୁଝର ସଂସଦୀୟ କ୍ଷେତ୍ର ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ପାଇଁ ତେଲକୋଇ ଲାଗି ୨୩ ରାଉଣ୍ଡ, ଘଷିପୁରା ପାଇଁ ୨୨ ରାଉଣ୍ଡ, ଆନନ୍ଦପୁର ପାଇଁ ୨୫ ରାଉଣ୍ଡ, ପାଟଣା ପାଇଁ ୨୦ ରାଉଣ୍ଡ, କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨୧ ରାଉଣ୍ଡ, ଚମ୍ପୁଆ ପାଇଁ ୧୯ ରାଉଣ୍ଡ ଓ କରଞ୍ଜିଆ ଲାଗି ୧୮ ରାଉଣ୍ଡ ଭୋଟ ଗଣତି କରାଯିବା ପାଇଁ ସ୍ଥିର କରାଯାଇଛି।
ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଗଣତି ସମ୍ବନ୍ଧିତ ସୂଚନା ପ୍ରଦାନ କରିବା ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ଜିଲାପାଳ ସୂଚନା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

PM Kisan କୁ ନେଇ ବଡ଼ ଖବର, ଅକ୍ଟୋବରରୁ ଏମାନଙ୍କୁ ମିଳିବନି କିସ୍ତି ଟଙ୍କା; ଲିଷ୍ଟରୁ କଟିଲା ନାଁ!

ନୂଆଦିଲ୍‌ଲୀ,୨୨।୮: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନା ଏକ ବଡ଼ ସାହାଯ୍ୟରୁ କମ ନୁହେଁ। ୨୩ତମ କିସ୍ତି ମିଳିବା…

ଏସିଆନ୍ ଗେମ୍ସରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଟିମ୍‌, ଶ୍ରୀଲଙ୍କାକୁ ହରାଇ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୨।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛି ମହିଳା କ୍ରିକେଟ୍ ଟିମ୍ । ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ହରାଇ…

ଘୁଞ୍ଚିଲା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା, ଜାଣନ୍ତୁ ପୁଣି କେବେ ହେବ…

ଖୋର୍ଦ୍ଧା,୨୨।୯(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ବୃତ୍ତି ପରୀକ୍ଷା ସେପ୍ଟେମ୍ବର ୨୪ରେ ହେବା…

ରାଜନୀତିରେ ହଇଚଇ! ଗରବାକୁ ନେଇ ଭାଜପା ବିଧାୟକଙ୍କ ବିବାଦୀୟ ବୟାନ, ଭଉଣୀ-ଝିଅଙ୍କୁ…

ନୂଆଦିଲ୍ଲୀ,୨୨।୯: ନବରାତ୍ରି ପୂର୍ବରୁ ଗରବା କାର୍ଯ୍ୟକ୍ରମରେ ମୁସଲିମଙ୍କ ପ୍ରବେଶକୁ ନେଇ ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ମୁମ୍ବାଇର ବୋରିଭଲିରେ ହେବାକୁ ଥିବା ଏକ…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଫସିଲା ଆନ୍ଧ୍ରପ୍ରଦେଶ ଟ୍ରଲର: ସହଯୋଗର ହାତ ବଢ଼ାଇଲା ଗଞ୍ଜାମ ପ୍ରଶାସନ

ଛତ୍ରପୁର,୨୨।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତ ଜନିତ ପ୍ରତିକୂଳ ପାଗ ଯୋଗୁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳରେ ଆନ୍ଧ୍ରପ୍ରଦେଶର…

ରାସ୍ତା ଅବସ୍ଥା ଶୋଚନୀୟ: ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ, ମନ୍ତ୍ରୀ କହିଲେ…

ଗୁଡାରି,୨୨।୯(ପ୍ରମୋଦ କୁମାର ପତି): ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥର ମରାମତି ନେଇ ମଙ୍ଗଳବାର ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। UDAQ ୬୪:ରେ ବିଧାୟକ…

ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ୯୭ ବର୍ଷୀୟ କନ୍ଦ ବାବୁ: ଅତୁଟ ରହିଛି ବ୍ଲକ ବିଜେଡି ଅଧ୍ୟକ୍ଷ

ମହାକାଳପଡ଼ା,୨୨।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ କେନ୍ଦ୍ରାପଡା ଜିଲାରେ ପରିଚିତ ମହାକାଳପଡା ବ୍ଲକ ବିଜେଡି ସଭାପତି ଶ୍ରୀଧର ସାମଲ(୯୭) ଓରଫ୍‌ କନ୍ଦ ବାବୁ ।…

ଗାଁରେ ଏମିତି ଜୀବନ କାଟୁଛନ୍ତି କ୍ୟାଟ୍ରିନାଙ୍କ ମା’, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ମା’ ସୁଜାନ ଟର୍କୋଟ ନିଜ ଝିଅ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏକ ଜୀବନଶୈଳୀ ପସନ୍ଦ କରନ୍ତି। ଯେଉଁଠାରେ କ୍ୟାଟ୍ରିନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?