ରୋଗଣା ମା’ଙ୍କୁ ନଦୀକୂଳରେ ଛାଡ଼ିଲେ ପୁଅ

ସୋନପୁର,୧୯।୮(ନି.ପ୍ର.):ସମାଜରୁ କୁସଂସ୍କାର ଏବେ ବି ଦୂର ହୋଇନି। ରୋଗ ଭଲ ନ ହେଲେ ଗ୍ରାମାଞ୍ଚଳରେ ଜାତିଭାଇଙ୍କ ସାମାଜିକ ବାସନ୍ଦର ଭୟ ରହୁଛି। ଏଭଳି ବାସନ୍ଦ ଭୟରେ ଜଣେ ରୋଗଣା ବୃଦ୍ଧାଙ୍କୁ ମହାନଦୀ କୂଳ ଶ୍ମଶାନରେ ଏକୁଟିଆ ରହିବାକୁ ପଡ଼ିଥିଲା। ଘଟଣାଟି ପ୍ରଚାରିତ ହେବା ପରେ ସମ୍ପୃକ୍ତା ମହିଳାଙ୍କୁ ଏବେ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ମହଦା ଗ୍ରାମର ସ୍ବର୍ଗତ ରାମ ସାହୁଙ୍କ ସ୍ତ୍ରୀ ଚଞ୍ଚଳା(୫୫)। ଚଞ୍ଚଳାଙ୍କର ଗୋଟିଏ ଝିଅ ଓ ପୁଅ। ମଧୁମେହ ରୋଗ କାରଣରୁ ଗତ ୪ବର୍ଷ ହେବ ଚଞ୍ଚଳାଙ୍କ ଦେହ ଭଲ ରହୁନି। ଅର୍ଥାଭାବ ଯୋଗୁ ଠିକ୍‌ ଭାବେ ଚିକିତ୍ସିତ ହୋଇ ପାରୁ ନ ଥିଲେ। ଏଭଳି ସମୟରେ ତାଙ୍କ ବାମଗୋଡ଼ରେ ୩ମାସ ତଳେ ଘା ହୋଇଥିଲା। ପରିବାର ଲୋକେ ଡାକ୍ତରଙ୍କୁ ଦେଖାଇ ଔଷଧ ଦେଇଥିଲେ। ତେବେ ମଧୁମେହ ନିୟନ୍ତ୍ରଣରେ ରହୁ ନ ଥିବାରୁ ଚଞ୍ଚଳାଙ୍କ ଘା ଶୁଖି ନ ଥିଲା। କିଛିଦିନ ହେବ ଗୋଡ଼ରେ ପୋକ ହୋଇଯାଇଥିଲା। ଜାତି ସମାଜର ଲୋକେ ନାକ ଟେକିଲେ। ବୈଠକ କରି ସମାଜରୁ ବାସନ୍ଦ କରିବାକୁ ଧମକ ଦେଲେ। ରୋଗ ଭଲ ହେଉ ନ ଥିବାରୁ ଚଞ୍ଚଳା ନିଷ୍ପତ୍ତି ନେଲେ ସେ ଗାଁଠୁ ଦୂରରେ ରହିବେ। ବୁଧବାର ପୂର୍ବାହ୍ନରେ ପୁଅ ବଶିଷ୍ଟ(୧୮)ଘରଠାରୁ ୨କିଲୋମିଟର ଦୂର ମହାନଦୀ କୂଳରେ ପଲିଥିନ ଢାଙ୍କି ଏକ ଅସ୍ଥାୟୀ ଛାଉଣି ତିଆରି କଲେ। ଗ୍ରାମର କେତେକ ଲୋକଙ୍କ ସହାୟତାରେ ମା’ଙ୍କୁ ଖଟିଆରେ ନେଇ ସେଠାରେ ରଖିଲେ। ମହାନଦୀରେ ବନ୍ୟା ଆସିଥିବା ବେଳେ କୂଳରେ ନିଛାଟିଆ ସ୍ଥାନରେ ତାଙ୍କୁ ରଖାଯାଇଥିଲା। ଗାଁର କେତେକ ଲୋକ ଏହା ଜାଣିପାରି ବିନିକା ବିଡିଓ ହେମସାଗର ଭୋଇ ଓ ମହଦା ସରପଞ୍ଚ ଆନନ୍ଦିନୀ ଶତପଥୀଙ୍କୁ ଜଣାଇଥିଲେ। ବିଡିଓ ଓ ସରପଞ୍ଚଙ୍କ ହସ୍ତକ୍ଷେପ ପରେ ଚଞ୍ଚଳାଙ୍କୁ ରାତିରେ ନଦୀକୂଳରୁ ମହଦା ଅଣାଯାଇଥିଲା। ରାତି ୧୨ଟାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି। ଚଞ୍ଚଳାଙ୍କ କହିବାନୁସାରେ ରୋଗ ଭଲ ହେଉନି, ଡାକ୍ତର କହୁଛନ୍ତି ତୁମର କିଡ୍‌ନୀ ଖରାପ ହୋଇଯାଇଛି। ଅନ୍ୟ କିଛି ରୋଗ ମଧ୍ୟ ଅଛି। ଆମେ ଗରିବ ଲୋକ, ଟଙ୍କା କେଉଁଠୁ ପାଇବୁ ଚିକିତ୍ସାପାଇଁ। ତେଣୁ ପୁଅକୁ ସମାଜରୁ ବାସନ୍ଦ କରାଯିବା ଭୟରେ ଗାଁଠୁ ଦୂରରେ ରହିବାକୁ ନିଷ୍ପତ୍ତି ନେଇଥିଲି। ବିଡିଓ ଭୋଇ କୁହନ୍ତି, ଏହା ଦୁର୍ଭାଗ୍ୟଜନକ ଘଟଣା। ବର୍ତ୍ତମାନ ସମାଜରେ ଏପରି ହେବା କଥା ନୁହେଁ। ଜଣେ ବିଧବା ବୃଦ୍ଧାଙ୍କୁ ନଦୀକୂଳ ଶ୍ମଶାନ ଘାଟରେ ଏକୁଟିଆ ଛାଡିଦେବା ନିନ୍ଦନୀୟ। ସୂଚନା ପାଇବା ପରେ ସରପଞ୍ଚଙ୍କୁ କହି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା କରିଛୁ। ସରକାରୀ ସହାୟତା ଯାହା ଯୋଗାଇ ହେବ ତାହା ନିଶ୍ଚିତ କରିବୁ। ସରପଞ୍ଚ ଆନନ୍ଦିନୀ ଶତପଥୀଙ୍କୁ ପଚାରିବାରୁ ଆମେ ଘଟଣା ସମ୍ପର୍କରେ ଜାଣି ନ ଥିଲୁ। ଜାଣିବା ପରେ ସହାୟତା ପୂର୍ବକ କିଛି ଅର୍ଥ ରାଶି ପ୍ରଦାନ କରି ତାଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ପଠାଇଛୁ। ଗାଁରେ ମହିଳାଙ୍କୁ ରହିବା ପାଇଁ କେହି ମନା କରିନାହାନ୍ତି। ଜାତି ଭାଇଙ୍କ ବାସନ୍ଦ ଭୟରେ ସେ ନଦୀକୂଳରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ଆମେ ସମସ୍ତଙ୍କୁ ବୁଝାଇବା ସହ ସଚେତନ କରିବୁ ବୋଲି ସରପଞ୍ଚ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri