୪ କିମି ଭାରରେ ବୁହା ହେଲେ ଗର୍ଭବତୀ

ଚିତ୍ରକୋଣ୍ଡା,୫ା୯(ଡି.ଏନ.ଏ.): ଏବେବି ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ ହୋଇ ରହିଛି। ଉପଯୁକ୍ତ ସଚେତନତା ଓ ବିଭିନ୍ନ ସ୍ବାସ୍ଥ୍ୟ ସେବା ସମ୍ପର୍କରେ ପରାମର୍ଶର ଅଭାବ ଯୋଗୁ ବିଭିନ୍ନ ସମୟରେ ରୋଗୀଙ୍କ ମୃତ୍ୟୁ ଘଟୁଛି। ଏଇଭଳି ଏକ ଘଟଣା ଘଟିଛି ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ କପାତୁଟି ପଞ୍ଚାୟତର ତିଆଲୁମା ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମକୁ ରାସ୍ତା ନାହିଁ। କେବଳ ଛୋଟଛୋଟ ପାହାଡି ଝରଣା ଦେଇ ଯାତାୟାତ କରିବାକୁ ହୁଏ। ଗ୍ରାମର ମାରଗେଲ ଆମୟାଙ୍କ ସ୍ତ୍ରୀ ମାରଗେଲ ଲଛମି ଗର୍ଭବତୀ ଥିଲେ। ତାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହେବାରୁ ପରିବାର ଓ ଗ୍ରାମବାସୀ ବହୁ କଷ୍ଟରେ ଆମ୍ବୁଲାନ୍ସକୁ ଡାକିଥିଲେ। ମାତ୍ର ଗ୍ରାମକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି କପାତୁଟିଠାରେ ରହିଥିଲା। ପରିବାର ଲୋକେ ଓ ପଡୋଶୀ ତାଙ୍କୁ ତିଆଲୁମାମୁଡିରୁ ବେଡ଼ସିଟରେ ଭାର କରି ଗର୍ଭବତୀଙ୍କୁ ବୋହିବୋହି ୪ କମି ଦୂରରେ କପାତୁଟିରେ ଥିବା ଆମ୍ବୁଲାନ୍ସକୁ ଆଣିଥିଲେ। ସେଠାରୁ ତାଙ୍କୁ ପାପୁଲୁର ପେଟାଲ ମେଡିକାଲକୁ ପରେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଲୟକୁ ନେଇଥିଲେ। ସେଠାରେ ପ୍ରସବ ପରେ ଏକ ମୃତ ସନ୍ତାନ ମିଳିଥିଲା। ଫଳରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡମ୍ପିଂୟାର୍ଡ଼ ପ୍ରକଳ୍ପ ବୁଲିଲେ ଜିଲାପାଳ

ଅନୁଗୋଳ ଅଫିସ, ୧୨।୬- ଅନୁଗୋଳ ସହରର ପ୍ରସ୍ତାବିତ ଡମ୍ପିଂୟାର୍ଡ଼ ସ୍ଥାନ କୁଶାସିଂହାକୁ ମଙ୍ଗଳବାର ଜିଲାପାଳ ମନୋଜ କୁମାର ମହାନ୍ତି ପରିଦର୍ଶନ କରିଛନ୍ତି। ଡମ୍ପିଂୟାର୍ଡ଼ ନିର୍ମାଣରେ କେଉଁଠି...

ରାଜ୍ୟରେ ପ୍ରତିଷ୍ଠା ହେବ ୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ: ୩୬ ହଜାର ପାଇବେ ନିଯୁକ୍ତି

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ରାଜ୍ୟରେ ପ୍ରତିଷ୍ଠା ହେବ ୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ। ସେଥିରୁ ଧାମରାରେ କୋଟିଏ ଟେକ୍ସଟାଇଲ ଓ ଢେଙ୍କାନାଳରେ ମେଡିକାଲ ପାର୍କ ହେବ। ଉଭୟ ପାର୍କ...

ଭୁବନେଶ୍ୱରରୁ ଆଜି ୩୭୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୮।୯(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ମଙ୍ଗଳବାର ଆଉ ୩୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରାଣ୍ଟାଇନରୁ ୧୪୫ ଓ ଲୋକାଲ କଣ୍ଟାକ୍ଟ କେସ ୨୩୧ ରହିଛି। ଏ...

ଡଙ୍କଲପାଡୁରେ ବସ୍‌ ଟ୍ରାଜେଡି: ଦ୍ରୌପଦୀଙ୍କୁ ସହାୟତା ପ୍ରତିଶ୍ରୁତି ଦେଲେ ଜିଲାପାଳ

ଗୋପାଳପୁର,୧୨ା୨-ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଡଙ୍କଲପାଡୁ ରାସ୍ତାରେ ଗତ ରବିବାର ନିର୍ବନ୍ଧ ପାଇଁ ଯାଉଥିବା ଏକ ବସ୍‌ ୧୧ କେଭି ବିଦ୍ୟୁତ୍‌ ତାରରେ ଲାଗିଯିବାରୁ ୧୦...

କାଠ ବୋଝେଇ ଗାଡ଼ି ଜବତ : ୨ ଗିରଫ

ବାଙ୍ଗିରିପୋଷ,୪ା୧୦(ଡି.ଏନ୍‌.ଏ.)- ବାଙ୍ଗିରିପୋଷି ବନାଞ୍ଚଳ ଅଧୀନ ଶୀର୍ଷା ବିଟର ଜାଲଦା ଛକଠାରେ ବନ ବିଭାଗ କର୍ମଚାରୀମାନେ ଏକ କାଠ ବୋଝେଇ ପିକ୍‌ଅପ ଭ୍ୟାନ ଜବତ କରିଛନ୍ତି। ଏହି...

ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଏସବୁ ଜିଲାରେ ହୋଇପାରେ ବର୍ଷା

ଭୁବନେଶ୍ୱର,୧।୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ। କେତେକ ଜିଲାର ତାପମାତ୍ରା ୪୦ ଡିଗ୍ରୀ...

ଭାରତୀୟ ସଂସଦରେ ବକ୍ତବ୍ୟ ରଖିଲେ ବିକାଶ ଛାତ୍ରୀ

ବରଗଡ଼ ଅଫିସ୍‌,୨୨।୧୧: ନିଜ ସଂସଦକୁ ଜାଣିବା ସକାଶେ ଯୁବ ପ୍ରତିଭାମାନଙ୍କ ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ, ଖେଳ ଓ ଯୁବ ମନ୍ତ୍ରାଳୟ ଏବଂ ପାର୍ଲାମେଣ୍ଟ...

ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ

ଭୁବନେଶ୍ୱର,୬।୭(ବ୍ୟୁରୋ): ଚଳିତ ମୌସୁମୀ ଅଧିବେଶନର ପ୍ରଥମ ପର୍ଯ୍ୟାୟ ବୁଧବାର ଶେଷ ହୋଇଛି। ବଜେଟ୍‌ ଆଲୋଚନା ବିରତି ପାଇଁ ଜୁଲାଇ ୭ରୁ ୧୨ ଯାଏ ବିଧାନସଭା ସାମୟିକ...

Advertisement
Archives

Model This Week