Odisha Elections 2024
Posted inଫୁରସତ

ଋତୁସ୍ରାବଜନିତ କଷ୍ଟରୁ ବର୍ତ୍ତିବାକୁ ଗର୍ଭଧାରଣ

ତାଲାହାସି: ଯୁବତୀମାନଙ୍କ କ୍ଷେତ୍ରରେ ଋତୁସ୍ରାବ ଏକ ମାସିକିଆ ପ୍ରକ୍ରିୟା। ଏହା ଯୁବତୀଙ୍କୁ ଭବିଷ୍ୟତରେ ଗର୍ଭଧାରଣ କରିବାରେ ସାହାଯ୍ୟ କରେ। ପ୍ରତି ମାସରେ ହେଉଥିବା ଏହି ପ୍ରକ୍ରିୟା ଦ୍ୱାରା ଅନେକଙ୍କୁ କଷ୍ଟ ସହିବାକୁ ପଡ଼ିଥାଏ। ଜଣେ ମହିଳା ଏହି ଋତୁସ୍ରାବଜନିତ କଷ୍ଟରୁ ବର୍ତ୍ତିବାକୁ ଗର୍ଭଧାରଣ କରୁଥିବା ଜଣାପଡ଼ିଛି। ଏହି କାରଣରୁ ସେ ୨୦୧୪ରୁ ଲଗାତର ଗର୍ଭଧାରଣ କରୁଛନ୍ତି। ରିପୋର୍ଟ ମୁତାବକ, ଫ୍ଲୋରିଡ଼ା ୟୁସଟିସ୍‌ର ବାସିନ୍ଦା ୨୫ ବର୍ଷୀୟା ମାଡିଶନ ଚାଭେଜ୍‌ ଓ ଜୋସ୍‌ ଚାଭେଜ୍‌ ପିଲାବେଳ ସାଥୀ ହୋଇଥିବାବେଳେ ପରେ ସେମାନେ ବିବାହ କରିଛନ୍ତି। ୨୦୧୪ରେ ଉଭୟଙ୍କ ପ୍ରଥମ ସନ୍ତାନ ଜନ୍ମ ହୋଇଥିଲା। ୨୦୧୭ରେ ତାଙ୍କ ୨ୟ ସନ୍ତାନ ଜନ୍ମ ହେଲା। ପରେ ୨୦୨୦ରେ ସେମାନଙ୍କ ପ୍ରଥମ କନ୍ୟା ସନ୍ତାନ ଏବଂ ୨୦୨୨ରେ ତାଙ୍କ ଦ୍ୱିତୀୟ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ଏବେ ମାଡିଶନ ୨୦୨୪ରେ ତାଙ୍କ ୫ମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଏପରି ବାରମ୍ବାର ଗର୍ଭବତୀ ହେବା କ୍ଷେତ୍ରରେ ସ୍ବାମୀ ଜୋସ୍‌ ତାଙ୍କୁ ସମର୍ଥନ ଜଣାଇଛନ୍ତି। ଜୋସ୍‌ ଚାହାନ୍ତିନି କି ପ୍ରତି ମାସରେ ମାଡିଶନଙ୍କୁ ଋତୁସ୍ରାବଜନିତ କଷ୍ଟ ସହିବାକୁ ପଡୁ। ସେଥିପାଇଁ ଦମ୍ପତି ଏହି କଷ୍ଟରୁ ବଞ୍ଚତ୍ବାକୁ ସନ୍ତାନ ଜନ୍ମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିକଟରେ ଦମ୍ପତି ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଭିଡିଓରେ ମାଡିଶନ ତାଙ୍କର ଏପରି ଗର୍ଭଧାରଣ ପଛର କାରଣ କହିବା ସହ ୫ମ ଗର୍ଭଧାରଣ କରିଥିବା କହିଥିଲେ। ଏଥିପାଇଁ ଲୋକେ ସେମାନଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କୁ ଭେଟିବା ପାଇଁ ୧୫୦୦ କିଲୋମିଟର ଗଲେ ଯୁବତୀ, ବିମାନରୁ ଓହ୍ଲାଇବା ପରେ ଯାହା ଘଟିଲା, ଜାଣିଲେ…

ଅନଲାଇନ ଡେଟିଂ ସବୁବେଳ ପାଇଁ ବିପଦପୂର୍ଣ୍ଣ ଅଟେ। ଅନେକ ଯୁବତୀ/ଯୁବକଙ୍କ ପାଇଁ ଏହା ବହୁତ ମଜାଦାର ହୋଇଥିବା ବେଳେ ଆଉ କିଛି ଯୁବତୀ ଯୁବକ ଏଥିରେ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

ପ୍ରଥମ ରୋଜଗାରର ଶିହରଣ ଏବେ ବି ଅନୁଭବ କରେ:ସୌମ୍ୟଶ୍ରୀ ପାଣିଗ୍ରାହୀ

ସବୁବେଳେ ନାହିଁ ନାହିଁର ଜୀବନ ଜିଇଆସିଥିବା, ସବୁକଥାରେ କାଣ୍ଟଛାଣ୍ଟ କରୁଥିବା, ଅୟସର ସ୍ବପ୍ନ ଦେଖିବାକୁ ନିଜ ମନକୁ ହାଲ୍‌କା ଭାବେ ଆକଟ କରୁଥିବା ୨୦/୨୨ ବର୍ଷର...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ଶିର୍ଲି

ସିଙ୍ଗାପୁର: ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି। ତାଙ୍କର ୧୭...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

ବଟର ଚିକେନ୍‌ ଉଦ୍ଭାବକ କିଏ

ନୂଆଦିଲ୍ଲୀ,୧୮ା୫: ବଟର ଚିକେନ୍‌ ହେଉଛି ତନ୍ଦୁରରେ ରନ୍ଧାଯାଉଥିବା ଚିକେନ୍‌ ପିସ୍‌ଗୁଡ଼ିକୁ ଟମାଟୋ, କ୍ରିମ୍‌ ଓ ବଟର ସହ ମିଶ୍ରଣ କରି ପ୍ରସ୍ତୁତ କରାଯାଉଥିବା ଏକ ବ୍ୟଞ୍ଜନ।...

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ…

ନୂଆଦିଲ୍ଲୀ,୧୭ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରଚାରରେ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ବିବାହ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri