ବର୍ଷାଦିନେ ଗର୍ଭବତୀଙ୍କ ଯତ୍ନ

କିଛିଦିନ ହେବ ଲାଗିରହୁଛି ପ୍ରବଳ ବର୍ଷା, ଯାହାକି ସଭିଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ବିଶେଷକରି ରୋଗ ପ୍ରତିରୋଧକ ଶକ୍ତି କମ୍‌ଥିବାରୁ ଏହା ଅଧିକ ପ୍ରଭାବିତ କରୁଛି ଭାବୀ ମା’ମାନଙ୍କୁ। ତେଣୁ ଏ ସମୟରେ ଗର୍ଭବତୀ ନାରୀମାନଙ୍କୁ ଉଭୟ ନିଜ ସହ ଗର୍ଭସ୍ଥ ଶିଶୁ ପାଇଁ ବିଶେଷ ଭାବରେ ସତର୍କ ରହିବା ଆବଶ୍ୟକ…

ଖାଦ୍ୟ ପ୍ରତି ଦିଅନ୍ତୁ ବିଶେଷ ଧ୍ୟାନ: ବର୍ଷା ସମୟରେ ଗର୍ଭବତୀ ନାରୀମାନଙ୍କ ଦେହର ରୋଗ ପ୍ରତିରୋଧକ ଶକ୍ତି କମିଯାଉଥିବାରୁ ଝାଡ଼ା, ବାନ୍ତି, ଜଣ୍ଡିସ୍‌, ଜ୍ୱର ଆଦି ଅନେକ ଖାଦ୍ୟଜନିତ ସଂକ୍ରମଣ ରୋଗ ହୋଇଥାଏ। ତେଣୁ ନିଜ ସହ ଗର୍ଭସ୍ଥ ଶିଶୁର ଶରୀରକୁ ଶକ୍ତି ଯୋଗାଇ ଦେବା ଭଳି ସୁଷମ ତଥା ବେଶି ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ। ଏହାଛଡ଼ା ବେଶି ତେଲ ମସଲାଯୁକ୍ତ, ବାସିଖାଦ୍ୟ ଆଦି ନ ଖାଇ ସଦ୍ୟ ପ୍ରସ୍ତୁତ ଗରମ ଖାଦ୍ୟ ଖାଇବା ସହ ଗରମ ସୁପ୍‌ ପିଇବା ଭଲ। ବଜାରରେ ମିଳୁଥିବା ଖାଦ୍ୟ ବି ଏ ସମୟରେ ହାନିକାରକ। କାରଣ ଏଥିରେ ବ୍ୟବହୃତ ହେଉଥିବା ସମସ୍ତ ଜିନିଷରେ ପ୍ରଚୁର ପରିମାଣରେ ତେଲ ଓ ମସଲା ସହ ସଂକ୍ରମିତ ପାଣି ବ୍ୟବହାର ହେଉଥିବାରୁ ସଂକ୍ରମଣଜନିତ ରୋଗ ହେବାର ଆଶଙ୍କା ବେଶି ଥାଏ ା ବେଳେବେଳେ କଟା ହୋଇଥିବା ଫଳ ବହୁତ ସମୟ ବାହାରେ ରହିବା ଦ୍ୱାରା ବି ସଂକ୍ରମଣ ହୋଇଥାଏ। ତେଣୁ ବାହାରେ ରହିଥିବା କଟାଫଳ ଖାଇବା ଅନୁଚିତ। କାକୁଡ଼ି, ଟମାଟୋ ଓ ପିଆଜ ଆଦି ଗରମ ପାଣିରେ ଧୋଇ ସାଲାଡ ପ୍ରସ୍ତୁତ କରିବା ଦରକାର ା ବିଶେଷ ଭାବରେ ଶାଗଜାତୀୟ ଖାଦ୍ୟ ଯଥା- ପାଳଙ୍ଗଶାଗ, ବିଭିନ୍ନ ପ୍ରକାର ଶାଗ, ବନ୍ଧାକୋବି, ଫୁଲକୋବି ଆଦି ପରିବା ପତ୍ରରେ ଛୋଟ ଛୋଟ ପୋକ ଓ ଜୀବାଣୁ ଥିବାରୁ ଏହାକୁ ରାନ୍ଧିବା ପୂର୍ବରୁ ଗରମ ପାଣିରେ ୩-୪ ଥର ଭଲଭାବେ ଧୋଇବା ଆବଶ୍ୟକ। ଏହି ସମୟରେ ମଟନ ଓ ଚିକେନ୍‌ ମଧ୍ୟ ବେଶି ପରିମାଣରେ ଖାଇବା ଠିକ୍‌ ନୁହେଁ- ଏହା ହଜମ ନ ହୋଇ ଅଜୀର୍ଣ୍ଣ ରୋଗ, ଝାଡା ଓ ବାନ୍ତିର କାରଣ ସାଜିଥାଏ।
ପିଅନ୍ତୁ ପର୍ଯ୍ୟାପ୍ତ ପାଣି: ବର୍ଷା ଅଧିକ ହେଲେ ଅନେକେ ଜଳବାୟୁ ଆର୍ଦ୍ର ଥିବାରୁ ପାଣି ପିଇବାରେ ଅବହେଳା କରି ବସନ୍ତି। ହେଲେ ମନେରଖନ୍ତୁ ଏ ସମୟରେ ପରିବେଶର ଉଷ୍ଣତା କମିଯିବାରୁ ବେଶି ପାଣି ପିଇବା ଓ ପାନୀୟ ଜିନିଷ ବ୍ୟବହାର କରିବା ଆବଶ୍ୟକ। ଏ ସମୟରେ କମ୍‌ ପାଣି ପିଇଲେ ଗର୍ଭବତୀଙ୍କୁ ଡିହାଇଡ୍ରେସନ ହୋଇ ବାନ୍ତିି ଲାଗେ, ମୁଣ୍ଡ ବିନ୍ଧେ ଏବଂ ଅଚେତ ହେବା ଭଳି ଲାଗେ- ତେଣୁ ସେମାନେ ଫଳରସ, ପଇଡ଼, ପାଣି, ଲେମ୍ବୁ ସରବତ ଆଦି ପ୍ରଚୁର ପରିମାଣରେ ପିଇବା ଦରକାର। ହେଲେ ବଜାରରେ ମିଳୁଥିବା ଦହି ଓ ଲସି ପିଇବା ଠିକ୍‌ ନୁହେଁ ା
ପରିଚ୍ଛନ୍ନତା ଗୁରୁତ୍ୱପୂର୍ଣ୍ଣ: ଗର୍ଭବତୀମାନେ ସ୍ବାସ୍ଥ୍ୟରକ୍ଷା ନିମନ୍ତେ ସଫାସୁତରା ରହିବା ଆବଶ୍ୟକ। ଭଲ ଭାବରେ ସ୍ନାନ କରିବା ଦ୍ୱାରା ଚର୍ମ ପରିଷ୍କାର ହୁଏ ଓ ଜୀବାଣୁ ଚର୍ମ ଭିତରକୁ ଯାଇପାରେ ନାହିଁ ା ବାହାରେ ବର୍ଷାରେ ଭିଜିଗଲେ ନିଜ ଶରୀରକୁ ଟାୱେଲରେ ପୋଛି ଶୁଖିଲା କରିବା ପରେ ଗରମ ପାଣିରେ ଗାଧୋଇବା ଦ୍ୱାରା ସଂକ୍ରମଣ ହୋଇ ନ ଥାଏ ା କେବଳ ସ୍ନାନ, ଶୌଚ ଠିକ୍‌ ଭାବେ କରିବା ନୁହେଁ ନଖକାଟିବା, ରାନ୍ଧିବା ଓ ଖାଇବା ଆଗରୁ ଡିସ୍‌-ଇନଫ୍ୟାକ୍ଟାଂଟ ହ୍ୟାଣ୍ଡଓ୍ବାଶ୍‌ ଲଗାଇ ହାତ ଧୋଇବା ଆବଶ୍ୟକ, ଯାହାକି ନିଜ ସହ ଗର୍ଭସ୍ଥ ଶିଶୁକୁ ବି ନୀରୋଗ ରଖିଥାଏ। ସେହିପରି ନିଜର ଘରଦ୍ୱାର ଓ ଆଖପାଖ ସ୍ଥାନ ମଧ୍ୟ ପରିଷ୍କାର ରଖନ୍ତୁ। କାର୍ବୋଲିକ୍‌ ସାବୁନର ଦ୍ରବଣରେ ଘରଦ୍ୱାର ପୋଛି ସଫା କରିବା ଦ୍ୱାରା ଜୀବାଣୁମୁକ୍ତ ରହିଥାଏ ା ଏହା ସହ ବିଛଣା ଚଦର ଓ ତଉଲିଆ ଆଦି ସଫା ରଖିବା ଆବଶ୍ୟକ। ମ୍ୟାଲେରିଆ ଓ ଡେଙ୍ଗୁ ରୋଗରୁ ରକ୍ଷା ପାଇଁ ମଶାରି ଟାଣି ଶୁଅନ୍ତୁ। ଆବଶ୍ୟକ ସ୍ଥଳେ ମଶାଧୂପ ଓ ମଶାକ୍ରିମ ବ୍ୟବହାର କରିପାରିବେ। ସର୍ବଦା କଟନ୍‌ ବା ସୂତା କପଡା ପିନ୍ଧିବା ଭଲ
ମନେରଖନ୍ତୁ…
– ଗର୍ଭାବସ୍ଥାରେ ହେଭି ମେକ୍‌ଅପ୍‌ ବା ଗାଢ଼ ପ୍ରସାଧନ ବ୍ୟବହାର କରିବା ଠିକ୍‌ ନୁହେଁ। ବିଶେଷକରି ମସ୍କାରା ଓ ପଫ୍‌, ଆଇ-ଲାଇନର ଓ ଲିପଷ୍ଟିକ୍‌ରୁ ସଂକ୍ରମଣର ଭୟ ଥାଏ, ତେଣୁ ହାଲୁକା ମେକ୍‌ଅପ୍‌ ନିଅନ୍ତୁ।
– ବାହାରକୁ ଯାଉଥିଲେ ପାଖରେ ଛତା, ରେନିକୋଟ ରଖନ୍ତୁ। ଯଦି ପ୍ରସବର ସମ୍ଭାବନା ତାରିଖ ନିକଟରେ ଥାଏ, ତେବେ ସବୁ ପ୍ରକାର ପ୍ରସ୍ତୁତି କରିରଖନ୍ତୁ। ଯଥା- ଡାକ୍ତରଙ୍କର ଫୋନ୍‌ ନମ୍ବର, ହସ୍ପିଟାଲ, ଆମ୍ବୁଲାନ୍ସର ଫୋନ୍‌ ନମ୍ବର ଏବଂ ହସ୍ପିଟାଲ ଯିବା ପାଇଁ ଗାଡ଼ିଠାରୁ ଆରମ୍ଭ କରି ସବୁ ଜିନିଷର ପ୍ରସ୍ତୁତି ଆଗରୁ କରି ରଖନ୍ତୁ।
ବର୍ଷାଦିନକୁ ନ ଡରି ଏହାର ମୁକାବିଲା କରିବା ଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ସହ ସ୍ବାସ୍ଥ୍ୟରକ୍ଷାର ନିୟମ ମାନି ଚଳିଲେ ଗର୍ଭବତୀ ମା’ଟିଏ ନିଜ ସହ ଗର୍ଭସ୍ଥ ଶିଶୁକୁ ବି ସୁରକ୍ଷିତ ରଖିପାରିବ ସେଥିରେ ସନ୍ଦେହ ନାହିଁ।

– ଡା. ସରୋଜିନୀ ଷଡ଼ଙ୍ଗୀ
– ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞା
ଲିଙ୍କ୍‌ରୋଡ଼, କଟକ- ୧୨
ମୋ- ୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri