କୋଭିଡ ଟୀକାକରଣ ପାଇଁ ପୂର୍ବାଭାସ: ଡ୍ରାଏ ରନ୍‌ରେ ଯୋଗଦେଲେ ୨୫ ଜଣ

ବଲାଙ୍ଗୀର ଅଫିସ,୨।୧: ଜାନୁୟାରୀ ପହିଲାରୁ କରୋନା ଟୀକାକରଣକୁ ନେଇ ସର୍ବସାଧାରଣରେ ଅନେକ ଆଶା ଓ ଉତ୍ସୁକତା ଦେଖାଦେଇଛି ା ଶନିବାର ବଲାଙ୍ଗୀର କନ୍ଧପାଲିପଡା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ କୋଭିଡ-୧୯ ଟୀକାକାରଣ ପାଇଁ ଡ୍ରାଏ-ରନ୍‌ ବା ପୂର୍ବାଭାସ କାର୍ଯ୍ୟକ୍ରମ ସମାପ୍ତ ହୋଇଛି। ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିଡିଏମ୍‌ଓ ଡା. ଭୀମ ସାହୁ, ଏଡିପିଚ୍‌ଓ ଡା. ଦିବ୍ୟକିଶୋର ପତି, ଏନ୍‌ଏଚ୍‌ଏମ୍‌ ଡିପିଏମ୍‌ ମୃତ୍ୟୁଞ୍ଜୟ ମୁଣ୍ଡ, ଆଞ୍ଚଳିକ ଟୀକା ଏବଂ ଶୀତଳ ଶିକୁଳୀ(ରିଜିଓନାଲ ଭେକ୍‌ସିନ୍‌ ଆଣ୍ଡ କୋଲ୍ଡ ଚେନ୍‌) ପରିଚାଳକ ପିଟରସନ୍‌ ଭୋଇ, ଆସିଷ୍ଟାଣ୍ଡ ପ୍ରୋଗ୍ରାମ୍‌ ମ୍ୟାନେଜର ରାମାନୁଜ୍‌ ପଣ୍ଡା, ଇମ୍ୟୁନାଇଜେସନ୍‌ କମ୍ପ୍ୟୁଟର ଆସିଷ୍ଟାଣ୍ଡ ସୁଦାମ ପଧାନ ଉପସ୍ଥିତ ଥିଲେ। କୋଭିଡ ଟୀକାକରଣ ସକାଶେ ପୂର୍ବାଭାସ କାର୍ଯ୍ୟକ୍ରମ ପାଇଁ ପ୍ରଥମେ ୨୫ ଜଣ କୋଭିଡ ଯୋଦ୍ଧାଙ୍କୁ ନିୟମାନୁଯାୟୀ ମୋବାଇଲ ଯୋଗେ ବାର୍ତ୍ତା ପଠାଯାଇଥିଲା। ମୋବାଇଲ ବାର୍ତ୍ତା ଅନୁଯାୟୀ ସେମାନେ କୋଭିଡ ଟୀକାଦାନ କେନ୍ଦ୍ରରେ ପହଞ୍ଚତ୍ଥିଲେ । ସେଠାରୁ ପର୍ଯ୍ୟାୟକ୍ରମେ ଜଣେ ଜଣେ କରି ଟୀକାଦାନ ଗୃହକୁ ନିଆଯାଇଥିଲା। ଟୀକାଦାନ ପରେ ପାର୍ଶ୍ୱପ୍ରତିକ୍ରିୟା ନିରୀକ୍ଷଣ ପାଇଁ ତିଆରି ହୋଇଥିବା ନିରୀକ୍ଷଣ ଗୃହ (ଅବ୍‌ଜାରଭେସନ୍‌ ରୁମ୍‌)କୁ ନିଆଯାଇଥିଲା। ସେଠାରେ ଅଧଘଣ୍ଟା ପର୍ଯ୍ୟନ୍ତ ଟୀକା ନେଇଥିବା ବ୍ୟକ୍ତିଙ୍କୁ ନିରୀକ୍ଷଣ ପାଇଁ ରଖାଯାଇଥିଲା। କୌଣସି ପାର୍ଶ୍ୱପ୍ରତିକ୍ରିୟା ଦେଖାଦେଲେ କିଭଳି ଚିକିତ୍ସା କରାଯିବ ସେଥିପାଇଁ ପ୍ରସ୍ତୁତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ପ୍ରସ୍ତୁତି କରିଥିଲେ। ଜିଲାରେ ପ୍ରଥମ ପର୍ଯ୍ୟାୟରେ ୧୧ ହଜାର କୋଭିଡ ଯୋଦ୍ଧାଙ୍କୁ ଟୀକାକରଣ କରାଯିବ। ସେ ସମସ୍ତଙ୍କ ପଞ୍ଜୀକରଣ ସରିଛି ା ବଲାଙ୍ଗୀରରେ ଥିବା ଆଞ୍ଚଳିକ ଟୀକା ଭଣ୍ଡାରରୁ ବଲାଙ୍ଗୀର, ସୁବର୍ଣ୍ଣପୁର, କଳାହାଣ୍ଡି ଓ ନୂଆପଡା ଜିଲାକୁ ଟୀକା ଯୋଗାଣ କରାଯିବ। ଟୀକା ପାଇଁ ଆବଶ୍ୟକ ଶୀତଳ ଶିକୁଳୀ ପରିଚାଳନା କିଭଳି ଠିକ୍‌ ଭାବେ ହୋଇପାରିବ ସେନେଇ ମଧ୍ୟ ସୁବ୍ୟବସ୍ଥା ହୋଇଛି। ଡ୍ରାଏ-ରନ୍‌ ସଫଳତାର ସହ ସମ୍ପନ୍ନ ହେବା ପରେ ଅତିରିକ୍ତ ଜିଲାପାଳ ଲାଗୁରୀ ସମସ୍ତ ଟୀକାକରଣ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଯେକୌଣସି ସମୟରେ କୋଭିଡ ଟୀକା ପହଞ୍ଚତ୍ଲେ କିଭଳି ସୁଚାରୁରୂପେ ଟୀକାଦାନ ସମ୍ପନ୍ନ ହୋଇପାରିବ ସେଦିଗରେ ସମୀକ୍ଷା କରାଯାଇଥିଲା। ଟୀକାଦାନ ପାଇଁ ଜିଲାର ସମସ୍ତ ସ୍ବାସ୍ଥ୍ୟକର୍ମୀ ପ୍ରସ୍ତୁତ ରହିଥିବା ସିଡିଏମ୍‌ଓ ଡା ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲରେ ଇଥାନଲ ମିଶାଇଲେ ଗାଡ଼ିର ମାଇଲେଜ କମିଯାଏ କି? କେନ୍ଦ୍ରମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ,୩।୭: ପେଟ୍ରୋଲରେ ଇଥାନଲ ବ୍ୟବହାର ନେଇ ଦେଶରେ ବର୍ତ୍ତମାନ ଏକ ଉଷ୍ମ ବିତର୍କ ଚାଲିଛି। ଏହି ପ୍ରସଙ୍ଗକୁ ସମ୍ବୋଧିତ କରି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ…

ପୁଅ ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ବାପାଙ୍କ ମୃତଦେହକୁ ଛୁଇଁଲେନି କେହି: ୧୦ ଘଣ୍ଟା ପରେ…

ପାଟଣାଗଡ଼,୩।୭(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲାର ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ତୁଳସୀଡୁଙ୍ଗରି ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବୃଦ୍ଧାଙ୍କ ପୁଅ ଅନ୍ୟଜାତିର ବାହା…

‘ମୋ ବିବାହ ଜୁଲାଇରେ…’ ଗୌରୀ ସ୍ପ୍ରେଟଙ୍କ ସହିତ ଓ୍ବେଡିଂ ପ୍ଲାନ ପ୍ରକାଶ କଲେ ଆମିର

ମୁମ୍ବାଇ: ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’ ଆମିର ଖାନ ଜୁଲାଇ ୫ରେ ତାଙ୍କ ପ୍ରେମିକା ଗୌରୀ ସ୍ପ୍ରେଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଅଭିନେତା ପୂର୍ବରୁ ଦୁଇଥର ବିବାହ କରିଛନ୍ତି,…

ଆମେରିକା-ଇରାନ ଶାନ୍ତି ଚୁକ୍ତି ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଦାବି, ଇରାନ ସମସ୍ତ ସର୍ତ୍ତ ଗ୍ରହଣ…

ଓ୍ବାଶିଂଟନ,୩ା୭: ଆମେରିକା ଏବଂ ଇରାନ ମଧ୍ୟରେ ଏକ ସମ୍ଭାବ୍ୟ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଆଲୋଚନା ପରେ, ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଦାବି କରିଛନ୍ତି…

ଶାନ୍ତି ଆଲୋଚନା ପାଇଁ ପାକିସ୍ତାନ ଆସିଥିବା ଆରାଘଚିଙ୍କ ସହ ଗାଲିବାଫଙ୍କୁ ହତ୍ୟା କରିବାକୁ ଚାହୁଁଛି ଇସ୍ରାଏଲ! ହତ୍ୟା ଷଡ଼ଯନ୍ତ୍ରର…

ଜେରୁଜେଲମ,୩।୭: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଦାବି ସାମ୍ନାକୁ ଆସିଛି। ଆମେରିକୀୟ ଖବରକାଗଜ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଯେତେବେଳେ…

ପୋଡମପେଟା ସମୁଦ୍ର କୂଳ ଲଂଘିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୩।୭(ଅନାଥ ତରାଇ):  ବିଶ୍ୱତାପନ ଓ ବଙ୍ଗୋପସାଗରରେ କ୍ରମାଗତ ଜଳସ୍ତର ବୃଦ୍ଧି ଯୋଗୁଁ ଗଞ୍ଜାମ ଜିଲା ଉପକୂଳରେ ସ୍ଥିତି ଗମ୍ଭୀର ରହିଛି । ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ…

ଘରୁ ଉଭାନ୍‌ ହୋଇଗଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ: ବାପା କହିଲେ…

ଭବାନୀପାଟଣା,୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହର ସ୍ଥିତ ଭୈରବନଗର ପଡ଼ାରେ ରହୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅପହରଣ ହୋଇଥିବା ନେଇ ଅଭିଯୋଗ ଆସିଛି।…

ଅଙ୍ଗନଦୀ ସେତୁରୁ ଉଠିଗଲା କଂକ୍ରିଟ: ଦୁର୍ଘଟଣା ଆଶଙ୍କା

ଲୋଇସିଂହା,୩।୭ (ସୁଶାନ୍ତ ବାରିକ):ବଲାଙ୍ଗୀର-ବରଗଡ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ସାଲେଭଟା ଅଙ୍ଗନଦୀ ସେତୁ ମଝି ଅଂଶ ଶୋଚନୀୟ ହୋଇ ପଡିଥିବା ସ୍ଥାନକୁ ଗତ ମଙ୍ଗଳବାର ମରାମତି କରାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri