ଦାରିଙ୍ଗବାଡ଼ି ଉତ୍ସବମୁଖର: ବର୍ଷାକୁ ଖାତିର ନ କରି ପ୍ରଭୁ ଯୀଶୁଙ୍କ ପାଇଁ କଲେ ପ୍ରାର୍ଥନା

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଆଜି ସାରା ବିଶ୍ୱ ପାଳନ କରୁଛି ବଡ଼ଦିନ। ପ୍ରଭୁ ଯୀଶୁଖ୍ରୀଷ୍ଟ କରିଛନ୍ତି ଧରାବତରଣ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୂମ୍‌ଧାମ ଓ ଶାନ୍ତିଶୃଙ୍ଖଳାର ସହ ପାଳନ କରାଯାଇଛି। ଏହି ପର୍ବ ପାଇଁ ଖ୍ରୀଷ୍ଟପ୍ରେମୀଙ୍କ ମଧ୍ୟରେ ଦେଖାଯାଇଛି ଖୁସି। ଚାରିଆଡ଼େ କେବଳ ଶାନ୍ତି, ସଦ୍‌ଭାବନା ଓ ମୈତ୍ରୀର ବାର୍ତ୍ତା ଦିଆଯାଇଛି। ଘରେ ଘରେ ଦେଖାଯାଇଛି ଉତ୍ସବମୁଖର। ଚର୍ଚ୍ଚ ସମେତ ପ୍ରାର୍ଥନା ଗୃହରେ ଚାଲିଛି ହୋମ, ଯଜ୍ଞ ଓ ବାଇବେଲ ପଠନରେ ପ୍ରକମ୍ପିତ ହେଉଛି ଚର୍ଚ୍ଚ ଗୃହ। ଯୀଶୁଙ୍କ ଜନ୍ମ ଖୁସିରେ କେକ୍‌ କାଟିବା ସହ ପିଠପଣାର ଆସର ଜମିଛି।

ଅନ୍ୟପକ୍ଷରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି। ଏହାକୁ ଖାତିର ନ କରି ପରିବାର ଲୋକଙ୍କ ସହ ପହଞ୍ଚିଯାଇଛନ୍ତି ଖ୍ରୀଷ୍ଟ ଶ୍ରଦ୍ଧାଳୁ ଆଉ ସମସ୍ତେ ସାମିଲ ହୋଇ ନିଜ ପରିବାର ଓ ସମାଜ ରେ ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି। ସିମନବାଡ଼ି, ଦାରିଙ୍ଗବାଡ଼ି, ବ୍ରାହ୍ମଣୀଗାଁ, ତାଜୁଙ୍ଗିଆ, କାଟିଙ୍ଗିଆ, ଗଦାପୁର, ସରାମୁଳି, ହାତୀମୁଣ୍ଡା ଭଳି ସମସ୍ତ ପଞ୍ଚାୟତରେ ରହିଥିବା ଶତାଧିକ ଚର୍ଚ୍ଚ ଗୃହରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ସ୍ଥାନୀୟ ବିଡିଓ ପ୍ରୀତିରଞ୍ଜନ ରଥ, ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ତଥା ତହସିଲଦାର ଶରତ ଶବର, ଆଇଆଇସି ଅଶୋକ କୁମାର ହାଁସଦା ପ୍ରମୁଖ ବିଭିନ୍ନ ଚର୍ଚ୍ଚ ବୁଲି ଶାନ୍ତିଶୃଙ୍ଖଳାର ତଦାରଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉମା ଶଙ୍କର ବେହେରା ହେଲେ ଭଞ୍ଜନଗର ଉପ ଜିଲାପାଳ

ଭଞ୍ଜନଗର,୧୪।୨(ବାବୁଲା ପ୍ରଧାନ): ଭଞ୍ଜନଗର ତହସିଲଦାର ଉମା ଶଙ୍କର ବେହେରା ପ୍ରମୋଶନ ପାଇ ଭଞ୍ଜନଗର ଉପ ଜିଲାପାଳ ଭାବେ ନିଯୁକ୍ତି ପାଇଛନ୍ତି। ଏ ନେଇ ଶୁକ୍ରବାର ବିଜ୍ଞପ୍ତି...

ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ରାଇକିଆ,୧୪।୨: (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଠାରେ ଭାରତ ନିର୍ମାଣ ଆଜାଦି ସେବା ସଙ୍ଗଠନ ପକ୍ଷରୁ ଶୁକ୍ରବାର ସାରେ ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ...

ଆରପାରିରେ ପୂର୍ବତନ ଏମ୍‌ପି ଜୟରାମ ପାଙ୍ଗୀ ଝିଅ

ପଟ୍ଟାଙ୍ଗି,୧୪ା୨(ଶରତ କୁମାର ଧଳ):କୋରାପୁଟ ପୂର୍ବତନ ଏମ୍‌ପି ଜୟରାମ ପାଙ୍ଗୀଙ୍କ ତୃତୀୟ ଝିଅ ରାଜଲକ୍ଷ୍ମୀଙ୍କ ଗୁରୁବାର ବିଳମ୍ବିତ ରାତିରେ ବିଶାଖାପାଟଣାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ...

ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ରଖିଲେ ବିଧାୟକ

ବରଗଡ଼,୧୪।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମା ଗ୍ରାମରେ ରହିଥିବା ଅଷ୍ଟଶମ୍ଭୁ ମଧ୍ୟରେ  ଅନ୍ୟତମ ଶୈବପୀଠ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିର ବିକାଶ ପାଇଁ ଶୁକ୍ରବାର ବରଗଡ଼...

ଅଶୁଭ! ଭାଙ୍ଗିଲା ଶ୍ରୀମନ୍ଦିର ଉପରେ ଥିବା ଅକ୍ଷୟ ଦଣ୍ଡ

ପୁରୀ,୧୪।୨: ନୀଳଚକ୍ର ବାନାକୁ ଧାରଣ କରୁଥିବା ଅକ୍ଷୟ ଦଣ୍ଡ ଭାଙ୍ଗି ଯାଇଛି । jagannath temple ଚୁଡ଼ାରେ ଆଜି ଏହି ଘଟଣା ଘଟିଥିବା ଦେଖିବାକୁ ମିଳିଛି...

ଜାଣନ୍ତୁ କିଏ ହେଲେ ଭଞ୍ଜନଗର ବିଡିଓ , ମିଳିଲା ଦାୟିତ୍ୱ

ଭଞ୍ଜନଗର,୧୪ା୨(ବାବୁଲା ପ୍ରଧାନ): ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଶୁକ୍ରବାର ବିଡିଓ ବଦଳି ତାଲିକା ପ୍ରକାଶ ପାଇଛି। ଏଥିରେ ଭଞ୍ଜନଗର ବିଡିଓ ଭାବେ...

କାର୍ଯ୍ୟରେ ଯୋଗଦେଲେ ନୂତନ ଥାନା ଅଧିକାରୀ

ଭଞ୍ଜନଗର,୧୪ା୨(ବାବୁଲା ପ୍ରଧାନ)- ଭଞ୍ଜନଗର ଥାନାର ନୂତନ ଥାନା ଅଧିକାରୀ ଭାବେ ଜୀବନାନନ୍ଦ ଜେନା ଶୁକ୍ରବାର ସନ୍ଧ୍ୟାରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କୁ ସହରର ବହୁ ଅନୁଷ୍ଠାନର...

ଚଳନ୍ତା କାରରୁ ହଠାତ୍‌ ହୁତୁହୁତୁ ହୋଇ ଜଳିଲା ନିଆଁ, ଭିତରେ ଥିଲେ ୩ଜଣ

ହିଞ୍ଜିଳିକାଟୁ ୧୪।୨( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ଆର ଏମ ସି ଛକ ନିକଟ ଉପଖଣ୍ଡ ଚିକିତ୍ସାଳୟର ରାସ୍ତାରେ ଶୁକ୍ରବାର ଅପରାହ୍ନରେ ହଠାତ ଏକ ଚଳନ୍ତା କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri