Posted inଜାତୀୟ

ପ୍ରୟାଗରାଜ ହିଂସା ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ଘରେ ଚଢିଲା ବୁଲ୍‌ଡୋଜର୍‌

ପ୍ରୟାଗରାଜ,୧୨।୬: ପ୍ରୟାଗରାଜ ହିଂସା ଘଟଣାରେ ଯୋଗୀ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଜାଭେଦ ପମ୍ପଙ୍କ ଘରେ ବୁଲଡୋଜର ଚଢିଛି। ଜାଭେଦଙ୍କ ବିଳାସପୂର୍ଣ୍ଣ ବଙ୍ଗଳା ଅଳ୍ପ ସମୟ ମଧ୍ୟରେ ମାଟିରେ ମିଶିଯାଇଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସେଠାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହାପୂର୍ବରୁ ଜାଭେଦଙ୍କ ଘରେ ଏକ ନୋଟିସ ଦିଆଯାଇଥିଲା। ଏଥିରେ ରବିବାର ୧୧ଟା ସମୟରେ ବୁଲଡୋଜର କାର୍ଯ୍ୟ ବିଷୟରେ ସୂଚନା ଦିଆଯାଇଥିଲା।
ସୂଚନାଯୋଗ୍ୟ ଯେ, ଅଟଲାରେ ଶୁକ୍ରବାର ପ୍ରାର୍ଥନା ପରେ ପ୍ରୟାଗରାଜରେ ହିଂସା ଘଟଣା କରିଥିଲା। ଏହି ଘଟଣାର ମାଷ୍ଟରମାଇଣ୍ଡ ଜାଭେଦ ପମ୍ପକୁ ଶନିବାର ପୋଲିସ ଗିରଫ କରିଥିଲା। ଏହି ଘଟଣାରେ ଅନ୍ୟ ୬୮ ଜଣଙ୍କୁ ଗିରଫ କରାଯାଇଛି। ଭିଡିଓ ଏବଂ ସିସିଟିଭି ଫୁଟେଜ ସାହାଯ୍ୟରେ ଅଜ୍ଞାତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ପ୍ରଦୂଷଣ ରୋକିବାକୁ ସରକାର ଯଜ୍ଞ କରନ୍ତୁ, ଇନ୍ଦ୍ର ଭଗବାନ ସବୁ ଠିକ୍‌ କରିଦେବେ: ଭାଜପା ମନ୍ତ୍ରୀ

ଲକ୍ଷ୍ନୌ,୩।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଗମ୍ଭୀର ରୂପ ଧାରଣ କରିଛି। ଏହାକୁ ହ୍ରାସ କରିବା ଲାଗି ଭାଜପାର ଜଣେ ମନ୍ତ୍ରୀ ଏକ ଅଜବ ଯୁକ୍ତି...

ପ୍ରବଳ ତୁଷାରପାତ: ଘୋଡ଼ା ଚଢ଼ି ପାର୍ସଲ ବାଣ୍ଟୁଛନ୍ତି ଡେଲିଭରୀ ବୟ

ଶ୍ରୀନଗର,୧୬।୧: ଆଜିକାଲି ଜମ୍ମୁ-କଶ୍ମୀରରେ ପ୍ରବଳ ତୁଷାରପାତ ହେଉଛି। ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇପଡ଼ିଛି। ଏପରି ସ୍ଥିତିରେ ଲୋକେ ଅନ୍‌ଲାଇନ୍‌ରେ ଜିନିଷ ମଗାଉଛନ୍ତି। ମାତ୍ର ସବୁଠୁ...

୨ କୋଟି କ୍ଷତିପୂରଣ ଦେବେ ଦେବେଗୌଡ଼ା

ବେଙ୍ଗାଲୁରୁ, ୨୩ା୬: ଏକ କମ୍ପାନୀକୁ ବଦନାମ କଲା ଭଳି ମନ୍ତବ୍ୟ ଦେଇଥିବାରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌. ଡି. ଦେବେଗୌଡ଼ା ୨ କୋଟି ଟଙ୍କା କ୍ଷତିପୂରଣ...

ଦୋମୁହାଁ ସାପର ଦାମ୍‌ ଅମୂଲ ମୂଲ

ମୁମ୍ବାଇ,୨୯।୫: ମହାରାଷ୍ଟ୍ରର ଠାଣେ ଜିଲ୍ଲାରୁ ଚୋରା ଚାଲାଣ କରାଯାଉଥିବା ୨ଟି ଦୋମୁହାଁ ସାପକୁ ଜବତ କରାଯାଇଛି। ଏଥିସହ ଏହି ମାମଲାରେ ୨ଜଣଙ୍କୁ ଗିରଫ କରିଛି ନବଘର...

ରାଜୀବ ଗାନ୍ଧୀ ହତ୍ୟା ମାମଲା: ନଳିନୀଙ୍କୁ ମିଳିଲା ୩୦ ଦିନର ପାରୋଲ

ଚେନ୍ନାଇ,୫।୭: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନଙ୍କୁ ମାଡ୍ରାସ ହାଇକୋର୍ଟ ୩୦ ଦିନର...

ଘରୁ ବାହାରିବା ଟାଇଗରଙ୍କୁ ପଡ଼ିଲା ମହଙ୍ଗା

ମୁମ୍ବାଇ,୨।୬ : କୋଭିଡ୍‌-୧୯ କଟକଣା ଉଲ୍ଲଂଘନ କରିବାରୁ ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫଙ୍କ ନା’ରେ ବୁଧବାର ଥାନାରେ ମାମଲା ରୁଜୁ ହୋଇଛି। ସେ ବିନା କାରଣରେ...

ମହାରାଷ୍ଟ୍ର-କର୍ନାଟକ ସୀମା ବିବାଦ ନେଇ ଫଡନାଭିସ-ବୋମ୍ମାଇ ମୁହାଁମୁହିଁ…

ମୁମ୍ବାଇ/ବେଙ୍ଗାଲୁରୁ,୨୪।୧୧ : କର୍ନାଟକ ଏବଂ ମହାରାଷ୍ଟ୍ର ମଧ୍ୟରେ ଦୀର୍ଘ ଦଶନ୍ଧି ଧରି ଚାଲିଥିବା ସୀମା ବିବାଦ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଥିବାରୁ ଭାଜପା ଅସୁବିଧାରେ...

ନିର୍ବାଚନ କମିଶନର ନିରପେକ୍ଷତା ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୮।୧୨: ଯଦି ନିର୍ବାଚନ କମିଶନ(ଇସି) ଭଳି ଏକ ନିରପେକ୍ଷ ତଥା ସ୍ବତନ୍ତ୍ର ସାମ୍ବିଧାନିକ ସଂସ୍ଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ବୈଠକ କରେ, ତେବେ ନିର୍ବାଚନ କିପରି...

Advertisement
Archives

Model This Week