ଜନ୍ମବେଦିରେ ଦାରୁଦିଅଁ: ଆଜିଠୁ ଭକ୍ତ ପାଇବେ ଆଡ଼ପ ଅବଢ଼ା

ପୁରୀ,୩୦ା୬ (ଅଜିତ୍‌ କୁମାର ମହାନ୍ତି):ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ରଥାରୂଢ଼ ହୋଇ କର୍ମବେଦି ଶ୍ରୀମନ୍ଦିର ଛାଡ଼ି ନବଦିନ ଯାତ୍ରାରେ ଆସି ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚତ୍ଛନ୍ତି। ରଥତ୍ରୟ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ରହିଛି। ରବିବାର ରଥ ଉପରେ ନୀତିକାନ୍ତି ସରି ଚାରମାଳ ବନ୍ଧାହେବା ପରେ ଗୋଟିପହଣ୍ଡିରେ ଶ୍ରୀବିଗ୍ରହମାନେ ଆଡ଼ପମଣ୍ଡପକୁ ବିଜେ କରିଛନ୍ତି। ସୋମବାରଠାରୁ ଭକ୍ତଙ୍କୁ ଆଡ଼ପମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ଦେବେ। ସେହିପରି ସୋମବାରଠାରୁ ଭକ୍ତମାନେ ଆଡ଼ପ ଅବଢ଼ା ପାଇବେ।
ଆଡ଼ପ ପହଣ୍ଡି ନିମନ୍ତେ ରବିବାର ରଥ ଉପରେ ଶ୍ରୀବିଗ୍ରହମାନଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟୁଷ ୬ଟା ୧୫ରୁ ୬ଟା ୨୫ ମଙ୍ଗଳ ଆଳତି, ମଇଲମ ୬ଟା ୨୫ରୁ ୬ଟା ୩୫, ତଡ଼ପଲାଗି ୬ଟା ୩୦ରୁ ୬ଟା ୪୫ ମଧ୍ୟରେ ସମ୍ପନ୍ନ ହୋଇଥିଲା। ତିନିରଥରେ ଅବକାଶ ନୀତି ୬ଟା ୫୦ରୁ ୭ଟା ୧୫, ବେଶ ଶେଷ ୭ଟା ୧୦ରୁ ୭ଟା ୪୦, ଗୋପାଳ ବଲ୍ଲଭ ୮ଟା ୩୦ରୁ ୯ଟା ୦୫, ସକାଳଧୂପ ଶେଷ ୯ଟା ୨୦ରୁ ୧୦ଟା ୩୦, ମଇଲମ ୧୦ଟା ୩୦ରୁ ୧୦ଟା ୫୦, ଯାତ୍ରାଙ୍ଗୀ ମହାସ୍ନାନ ଶେଷ ୧୧ଟା ୩୦, ସର୍ବାଙ୍ଗ ୧୧ଟା ୩୫, ବେଶ ୧୧ଟା ୪୦, ତିନି ରଥର ମଧ୍ୟାହ୍ନ ଧୂପ ଶେଷ ୧୨ଟା ୫୦, ସନ୍ଧ୍ୟା ଆଳତି ୧ଟା ୨୫, ସନ୍ଧ୍ୟାଧୂପ ୨ଟା ୪୫, ସିଂହାସନ ମାଜଣା ପରେ ତିନି ରଥର ଘୋଡ଼ାଫିଟା ଓ ଚାରମାଳ ବନ୍ଧା ହୋଇଥିଲା। ମୁଦିରସ୍ତଙ୍କ ଦ୍ୱାରା ତିନି ରଥରେ ପୁଷ୍ପାଞ୍ଜଳି ପ୍ରଦାନ ପରେ ଶ୍ରୀବିଗ୍ରହଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ୭ ପହଣ୍ଡି ନିମନ୍ତେ ବିଜେ କାହାଳୀ ବାଜିଥିଲା। ପ୍ରଥମେ ମଦନମୋହନ, ପରେ ରାମକୃଷ୍ଣ ଓ ଶେଷରେ ଚକ୍ରରାଜ ଶ୍ରୀସୁଦର୍ଶନ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ। ସେହିପରି ପ୍ରଥମେ ବଡ଼ଠାକୁର ପ୍ରଭୁ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଗୋଟିପହଣ୍ଡିରେ ଆଡ଼ପମଣ୍ଡପକୁ ବିଜେ କରାଯାଇଥିଲା। ପରମ୍ପରା ଅନୁଯାୟୀ, ଠାକୁରମାନେ ପହଣ୍ଡି ପାଇଁ ରଥ ସିଂହାସନ ଛାଡ଼ି ହଂସପଟା ନିକଟକୁ ଆସିବା ପରେ ଟାହିଆ ଲାଗି କରାଯାଇଥିଲା। ପତିମହାପାତ୍ର ସେବକ ଘଷା ଓ ବିଡ଼ିଆ ମଣୋହୀ ସହ ଆଳତି କରିଥିଲେ। ପରେ ପହଣ୍ଡି ହୋଇ ଠାକୁରମାନେ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ। ଘଣ୍ଟ, ସଂକୀର୍ତ୍ତନ, ହରିବୋଲ, ହୁଳହୁଳି ଧ୍ୱନିରେ ଶରଧାବାଲି ପ୍ରକମ୍ପିତ ହୋଇଉଠିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଝି ଆକାଶରେ ବନ୍ଦ ହୋଇଗଲା ଇଣ୍ଡିଗୋ ବିମାନ ଇଞ୍ଜିନ, ମୁମ୍ବାଇରେ…

ମୁମ୍ବାଇ,୧୬।୭: ଦିଲ୍ଲୀରୁ ଗୋଆ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ (ଫ୍ଲାଇଟ୍‌ ନମ୍ବର 6E 6271) ବୁଧବାର ରାତିରେ ଏକ ଇଞ୍ଜିନ୍‌ରେ ତ୍ରୁଟି ଯୋଗୁଁ ମୁମ୍ବାଇର ଛତ୍ରପତି...

୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପୂର୍ବରୁ ରାଜ୍ୟ ସରକାରଙ୍କ କଡ଼ା ସୁରକ୍ଷା ବ୍ୟବସ୍ଥା: ଜିଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୬ା୭: ବାଲେଶ୍ବର ଫକୀର ମୋହନ (FM) ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ କଂଗ୍ରେସ ଦଳ ଆସନ୍ତାକାଲି (ଜୁଲାଇ ୧୭) ୧୨...

ବାଲେଶ୍ବର FM କଲେଜ ଘଟଣା: ଆହତ ଛାତ୍ର ଜ୍ୟୋତିପ୍ରକାଶଙ୍କୁ ଭେଟିଲେ ଉଚ୍ଚଶିକ୍ଷା ମନ୍ତ୍ରୀ, ବିଧାୟକ

ଭୁବନେଶ୍ୱର,୧୬।୭: ବାଲେଶ୍ବର ଫକୀର ମୋହନ (FM) ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣା ସମୟରେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ଗୁରୁତର...

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବେ ଏହି ଖ୍ୟାତନାମା କ୍ରିକେଟର, ହଠାତ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୬।୭: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି୨୦ ଆନ୍ତର୍ଜାତୀୟ ସିରିଜ ପାଇଁ ୧୬ ଜଣିଆ ଦଳ ଘୋଷଣା...

୨୩ ଯାଏ ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ୧୫ ଜିଲାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୧୬ା୭(ଅନୁରାଧା ମହାରଣା)- ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଲାଗିରହିଥିବାବେଳେ ସପ୍ତାହେ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ...

ବାଲେଶ୍ବର FM ଟ୍ରାଜେଡି: ସରକାରଙ୍କଠୁ ଟଙ୍କା ନେଇ ଡିଲ୍‌ କରିବା ଅପପ୍ରଚାର, ଥାନାରେ ଏତଲା

ବାଲେଶ୍ବର,୧୬।୭: ବାଲେଶ୍ବର ଜିଲାର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ (FM କଲେଜ)ର ଜଣେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟରେ ତୀବ୍ର ଅସନ୍ତୋଷ...

ରାଜ୍ୟ କ୍ୟାବିନେଟ୍‌ରେ ୧୩ଟି ପ୍ରସ୍ତାବକୁ ମଞ୍ଜୁରୀ: ଏସବୁ ଯୋଜନାରେ ସୃଷ୍ଟି ହେବ ୪,୧୯୫ ନିଯୁକ୍ତି

ଭୁବନେଶ୍ୱର,୧୬।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୧ଟି ବିଭାଗର ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଏହି ସୂଚନା ପ୍ରଦାନ...

ସବୁଠି ସୌମ୍ୟାଶ୍ରୀ ତାତି: ଦିଗପହଣ୍ଡିରେ ମହିଳା ବିଜେଡି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ଦିଗପହଣ୍ଡି,୧୬।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ମହିଳା ବିଜେଡି ପକ୍ଷରୁ ବୁଧବାର ସଂଧ୍ୟାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri