ଆଜି ହୋଇପାରେ ପ୍ରଶାନ୍ତଙ୍କ ଜାମିନ ଶୁଣାଣି

ଖୋର୍ଦ୍ଧା ଅଫିସ,୧୮ା୧୦: ବାଲୁଗାଁ ଭାଜପା ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଜାତିଆଣ ଆକ୍ଷେପ ସହ ଆକ୍ରମଣ ମାମଲାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନର ଶୁଣାଣି ୧୮ (ସୋମବାର) କିମ୍ବା ୨୧ ତାରିଖରେ ହୋଇପାରେ। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ନିମନ୍ତେ ପ୍ରଶାନ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଚିଠି ନଂ-୪୧୮୧୭/ତା ୧୧ା୧୦ା୨୦୨୧ ଅନୁଯାୟୀ ବାଲୁଗାଁ ଥାନାର ତଦନ୍ତ ଅଧିକାରୀ (ଆଇଓ) ଏହି ମାମଲାରେ ଅଭିଯୋଗକାରୀ ସେଠୀଙ୍କୁ ହାଇକୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିବାକୁ ନୋଟିସ ଜାରି କରିଛନ୍ତି।
ଆକ୍ଷେପ ସହ ଆକ୍ରମଣ ମାମଲାରେ ଗିରଫଦାରିକୁ ଏଡ଼ାଇବା ପାଇଁ ବିଧାୟକ ଜଗଦ୍ଦେବ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ହାଇକୋର୍ଟ ଶୁଣାଣି କରି ତଳକୋର୍ଟରେ ଆତ୍ମସମର୍ପଣ ସହ ଜାମିନ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅନୁଯାୟୀ ପ୍ରଶାନ୍ତ ଗତ ୮ ତାରିଖରେ ଖୋର୍ଦ୍ଧା ଅତିରିକ୍ତ ଜିଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ଆତ୍ମସମର୍ପଣ ସହ ଜାମିନ ଆବେଦନ କରିଥିଲେ। କୋର୍ଟ ଜାମିନ ଖାରଜ କରିବାରୁ ପୋଲିସ ତାଙ୍କୁ ନିଜ ହେପାଜତକୁ ନେଇ ସବ୍‌ଜେଲକୁ ପଠାଇ ଦେଇଥିଲା। ଜେଲ ହାଜତକୁ ଯିବାର କିଛି ସମୟ ପରେ ଜଗଦ୍ଦେବ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ଏବେ ସେଠାରେ ସେ ଚିକିତ୍ସାଧୀନ ଅଛନ୍ତି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କୁ ଜାମିନ ପ୍ରଦାନ କରିବାକୁ ସେ ହାଇକୋର୍ଟରେ ଆବେଦନ କରିଛନ୍ତି।
ଗତ ସେପ୍ଟେମ୍ବର ୮ରେ ବାଲୁଗାଁ ଏନ୍‌ଏସି କାର୍ଯ୍ୟାଳୟରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଥିଲା। ତେବେ ବିଳମ୍ବ ଘଟିବାରୁ ନିରଞ୍ଜନ ବାଲୁଗାଁ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ଏହି ସମୟରେ ପ୍ରଶାନ୍ତ ପହଞ୍ଚି ନିରଞ୍ଜନଙ୍କୁ ଜାତିଆଣ ଆକ୍ଷେପ କରି ମାଡ଼ ମାରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଏକ ମାମଲା (ନଂ ୧୫୬/୨୧) ରୁଜୁ କରିଥିଲା। ଏହି ଘଟଣା ପରେ ପ୍ରଶାନ୍ତଙ୍କୁ ବିଜେଡିରୁ ନିଲମ୍ବନ କରାଯିବା ସହ ଜିଲା ଯୋଜନା କମିଟି ଅଧ୍ୟକ୍ଷ ପଦବୀରୁ ହଟାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

AIକୁ ନେଇ ବିଲ ଗେଟ୍ସଙ୍କ ଚେତାବନୀ, କହିଲେ ‘କୋଟି କୋଟି ଲୋକଙ୍କର ହେବ ମୃତ୍ୟୁ’, ଚିନ୍ତାରେ ସାରା ବିଶ୍ୱ!

ଓ୍ବାଶିଂଟନ,୨୭।୯: କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବୃଦ୍ଧି ପାଉଥିବା ଶକ୍ତି ଏବଂ ଏହାର ବିପଦପୂର୍ଣ୍ଣ ପରିଣାମ ସମ୍ପର୍କରେ ସାରା ବିଶ୍ୱରେ ପୁଣି ଥରେ ଏକ ବଡ଼ ବିତର୍କ…

ପିତୃ ପକ୍ଷରେ ଚମକିବ ଏହି ୫ ରାଶିର ଭାଗ୍ୟ, ଧନ ସହ ମିଳିବ କ୍ୟାରିୟରରେ ବଡ଼ ସଫଳତା

ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, ପିତୃ ପକ୍ଷର ସମୟ ପିତୃପୁରୁଷଙ୍କ ତର୍ପଣ ଏବଂ ଶ୍ରାଦ୍ଧ ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ପିତୃ ପକ୍ଷ ୨୬ ସେପ୍ଟେମ୍ୱରରୁ…

ନାବାଳକଙ୍କୁ ହତ୍ୟା କରି ଦୁଇ କୋଠା ମଝିରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ସମ୍ବଲପୁର,୨୭ା୯(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଢିପାପଡ଼ା ଅଞ୍ଚଳରେ ରବିବାର ସକାଳେ ଏକ ନାବାଳିକଙ୍କ ମୃତଦେହକୁ ଠାବ କରିଛି ପୋଲିସ। ଉଦ୍ଧାର ମୃତଦେହଟି ଓ୍ବାନ୍‌ ଆର୍‌ କଲୋନୀର…

ଯାଜପୁରରୁ ଭାସି ଆସି ପଟ୍ଟାମୁଣ୍ଡାଇରୁ ଉଦ୍ଧାର ହେଲେ ବୃଦ୍ଧା, ପ୍ରବଳ ସ୍ରୋତ ସତ୍ତ୍ୱେ…

ପଟ୍ଟାମୁଣ୍ଡାଇ,୨୭ା୯(କଳ୍ପତରୁ ): କଥାରେ ଅଛି ରଖେ ହରି ତ ମାରେ କିଏ। ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ଜଣେ ୮୦ ବର୍ଷୀୟା ବୃଦ୍ଧା। ନଦୀର ପ୍ରଖର ସ୍ରୋତରେ…

ଗୁରୁ-ଚନ୍ଦ୍ରଙ୍କ ଯୁତିରେ ଗଜକେଶରୀ ରାଜଯୋଗ: ଅଧିକ ଫାଇଦାରେ ରହିବେ ମୀନ ରାଶି; ଆଉ ୩ ରାଶିଙ୍କୁ ଚାକିରିରେ ମିଳିବ…

ଚନ୍ଦ୍ର ୪ ଅକ୍ଟୋବର ୨୦୨୬ ସଂଧ୍ୟା ୬ଟା ୩୧ ମିନିଟରେ କର୍କଟ ରାଶିରେ ପ୍ରବେଶ କରିବେ। ଏହି ରାଶିରେ ପୂର୍ୱରୁ ହିଁ ବୃହସ୍ପତି (ଗୁରୁ) ବିରାଜମାନ ଅଛନ୍ତି।…

ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ବୃଦ୍ଧ, ମୃତଦେହ ଉଦ୍ଧାର କରି…

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାଛ ଧରିବାକୁ ଯାଇ ନାଳର ଗଭୀର ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ…

CJP ବିକ୍ଷୋଭର ଉଦାହରଣ ଦେଇ ସରକାରଙ୍କ ଉପରେ ବର୍ଷିଲେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ,୨୭।୯: ପରିବେଶ କର୍ମୀ ସୋନମ ୱାଙ୍ଗଚୁକ ୨୦୨୫ ସେପ୍ଟେମ୍ବର ୨୪ରେ ଲଦାଖରେ ଘଟିଥିବା ହିଂସାକାଣ୍ଡ ଏବଂ ପୋଲିସ ଗୁଳିଚାଳନା ଘଟଣାର ପ୍ରଥମ ବାର୍ଷିକୀ ଅବସରରେ ଅନେକ ପ୍ରଶ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?