ପାଣ୍ଡିଆନ, ବବି ଦାସଙ୍କ ପାଇଁ ବିଜେଡି ହାରିଲା ପ୍ରଶ୍ନରେ ପ୍ରସନ୍ନ ଆଚାର୍ଯ୍ୟ ଦେଲେ ବଡ଼ ବୟାନ

ଭୁବନେଶ୍ୱର,୧୮।୬: ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପାଇଁ ଦଳର ତୃଣମୂଳଠୁ ଆରମ୍ଭ କରି ଶୀର୍ଷସ୍ତରର ନେତା ପର୍ଯ୍ୟନ୍ତ ସମସ୍ତେ ଭିକେ ପାଣ୍ଡିଆନ, ଡିଏସ କୁଟ୍ଟେ, ପ୍ରଣବପ୍ରକାଶ ଦାସ(ବବି) ଓ ମାନସ ମଙ୍ଗରାଜଙ୍କୁ ଦାୟୀ କରିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି । ଏହି ସମୟରେ ପ୍ରସନ୍ନ ଆଚାର୍ଯ୍ୟ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଦଳର ଆନୁଷ୍ଠାନିକ ବୈଠକରେ ପରାଜୟର ତର୍ଜମା ହେବ। ସଭାପତି ନବୀନ ପଟ୍ଟନାୟକ ସମସ୍ତଙ୍କ ସହ ଅଣଆନୁଷ୍ଠାନିକ ବୈଠକ କରୁଛନ୍ତି। ଆନୁଷ୍ଠାନିକ ଭାବେ ବୈଠକ ହେଲା ବେଳେ ସବୁ କଥା ଜଣାପଡ଼ିଯିବ।

ଅନ୍ୟପଟେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍କ୍ରିୟତା ଓ ସଂଗଠନକୁ କ୍ରିୟାଶୀଳ ପାଇଁ ଉଦ୍ୟମ ହେଉନଥିବାରୁ ଦଳୀୟ ନେତା, କର୍ମୀ ଓ ବିଧାୟକମାନଙ୍କ ମଧ୍ୟରେ ଅସନ୍ତୋଷ ବିବାରେ ଲାଗିଛି । ଏପଟେ ନିର୍ବାଚନରେ ପରାଜୟର କାରଣର ସମୀକ୍ଷା କରିବାକୁ ଏପର୍ଯ୍ୟନ୍ତ ଆଗ୍ରହ ଦେଖାଉନଥିବା ନବୀନ ପଟ୍ଟନାୟକଙ୍କୁ ଭରସା କରି ଆଉ ଦଳରେ ରହିବାକୁ ବିଜେଡିର ଏକ ବୃହତ୍‌ ଗୋଷ୍ଠୀ ଚାହୁଁନଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁ, ସ୍ତ୍ରୀଙ୍କୁ ଶାବଳ ଭୁସି ମାରିଦେଲେ: ଦେଢ଼  ବର୍ଷର ପୁଅକୁ ଧରି ଥାନାରେ ପହଞ୍ଚିଲେ 

ଭୁବନେଶ୍ୱର,୨୨।୭: ଶାଶୁ ଓ ସ୍ତ୍ରୀଙ୍କୁ ହତ୍ୟା ପରେ ଦେଢ଼ ବର୍ଷର ପୁଅକୁ ଧରି ଥାନାରେ ଆତ୍ମସମର୍ପଣ କରିଛନ୍ତି ଜ୍ୱାଇଁ। ସୋମବାର ଏପରି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି...

ଆଇରନ୍‌ ବଟିକା ଖାଇ ୩୦ ଛାତ୍ରୀଛାତ୍ର ଅସୁସ୍ଥ

ପାରାଦୀପ,୨୨।୭: ଜଗତ୍‌ସିଂହପୁର ଜିଲା ଅଠରବାଙ୍କି ତଳଗଡ଼ ଯୁପି ସ୍କୁଲରେ ସୋମବାର ଏକ ଅଘଟଣ ଘଟିଛି। ସ୍କୁଲରେ ଦିଆଯାଇଥିବା ଆଇରନ୍‌ ବଟିକା ଖାଇ ୩୦ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର...

ବିଧାନସଭାରେ ନବୀନ କହିବା ବେଳେ ବନ୍ଦ କରିଦେଲେ ମାଇକ! ବିଜେଡି କହିଲା…

ଭୁବନେଶ୍ୱର,୨୨।୭: ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ସୋମବାର ଆରମ୍ଭ ହୋଇଛି। ୨୪ ବର୍ଷ ଧରି ଶାସନ କାଳରେ ବିଜେଡି ଆଜି ପ୍ରଥମ ଥର ପାଇଁ ବିରୋଧୀ...

ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

ସୁନ୍ଦରଗଡ଼,୨୨ା୭: ରାଉରକେଲା ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍‌ ହୋଇଛି। ବିଧାନସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ସୋମବାର ହାଇକୋର୍ଟ ସାରଦାଙ୍କୁ ଏହି ନୋଟିସ୍‌ କରିଛନ୍ତି...

ବର୍ଷିଲେ ପ୍ରମିଳା, କହିଲେ ରାଜନୀତି ଛାଡି ଜ୍ୟୋତିଷ ହୋଇଗଲେଣି କି ଜୟନାରାୟଣ…

ଭୁବନେଶ୍ୱର,୨୨।୭: ଭାଜପା ନେତା ଜୟନାରାୟଣ ମିଶ୍ର ବିଜେଡ଼ିକୁ ନେଇ ଭବିଷ୍ୟବାଣୀ କରି କହିଛନ୍ତି, ବିଜେଡିର ଆୟୁଷ ବହୁତ କମ୍‌। ବିଜେଡ଼ି ସରକାରକୁ ଫେରିବ ବୋଲି କହୁଛି,...

ଜୟନାରାୟଣଙ୍କ ବଡ଼ ଭବିଷ୍ୟବାଣୀ, କହିଲେ ବିଜେଡି ସରକାରକୁ ଫେରିବା ପାଇଁ ହେଲେ…

ଭୁବନେଶ୍ୱର,୨୨।୭: ଭାଜପା ନେତା ଜୟନାରାୟଣ ମିଶ୍ର ବିଜେଡିକୁ ଟାର୍ଗେଟ୍‌ କରିଛନ୍ତି। ଜୟନାରାୟଣ କହିଛନ୍ତି, ବିଜେଡିର ଆୟୁଷ ବହୁତ କମ୍‌। ସରକାରକୁ ଫେରିବା ପାଇଁ ହେଲେ ସେ...

୨୪ରେ ଉପବାଚସ୍ପତି ନିର୍ବାଚନ: ୨୫ରେ ଉପସ୍ଥାପିତ ହେବ ପୂର୍ଣ୍ଣାଙ୍ଗ ବଜେଟ

ଭୁବନେଶ୍ୱର,୨୨।୭: ସୋମବାର ଆରମ୍ଭ ହୋଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ। ବଜେଟ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ରଘୁବର ଦାସ ଅଭିଭାଷଣ ରଖିଥିଲେ। ରାଜ୍ୟପାଳଙ୍କ ଅଭିଭାଷଣ...

ନୂଆ ମିଡିଆ ଟିମ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁ ନେତାଙ୍କୁ ମିଳିଲା ସୁଯୋଗ

ଭୁବନେଶ୍ୱର,୨୨।୭: ସୋମବାର ବିଜେଡି ନୂଆ ମିଡିଆ ଟିମ ଘୋଷଣା କରିଛି। ଏଥିରେ ୧୬ ଜଣଙ୍କୁ ସାମିଲ କରାଯାଇଛି। ନୂଆ କରି ଘୋଷଣା କରାଯାଇଥିବା ଏହି ଟିମରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri