Posted inଜାତୀୟ

ତିରୁପତିର ପ୍ରସାଦ ବିବାଦ: କଡ଼ା ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୦।୯: ତିରୁପତିର ଶ୍ରୀଭେଙ୍କଟେଶ୍ୱର ମନ୍ଦିରର ପ୍ରସାଦ ଭାବେ ଶ୍ରଦ୍ଧାଳୁମାନଙ୍କୁ ମିଳୁଥିବା ଲଡୁରେ ଗୋରୁ ଚର୍ବି, ମାଛ ତେଲ ରହିଥିବା ଏକ ଲାବରେଟୋରି ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଏହାକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡା ଏହି ପ୍ରସଙ୍ଗରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।

ତିରୁପତି ପ୍ରସାଦ ବିବାଦ ଉପରେ ସେ କହିଛନ୍ତି, ଆଜି ମୁଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହ କଥା ହୋଇଛି। ମୁଁ ତାଙ୍କଠାରୁ ରିପୋର୍ଟ ମାଗିଛି। ଆମେ ସେଗୁଡିକର ଅନୁସନ୍ଧାନ କରିବୁ। FSSAI ଏହାର ଅନୁସନ୍ଧାନ କରିବ। ମୋଦି ସରକାରଙ୍କ ୧୦୦ ଦିନ ପୂରଣ ହେବାପରେ ତାଙ୍କ ମନ୍ତ୍ରଣାଳୟର କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ଦେବାବେଳେ ସେ ଏହି ବିବୃତ୍ତି ଦେଇଛନ୍ତି।

ଲାବରେଟୋରି ରିପୋର୍ଟରୁ ରିପୋର୍ଟ ଅନୁଯାୟୀ ତିରୁପତି ଲଡ଼ୁରେ ବ୍ୟବହୃତ ଘିଅରେ ଗୋରୁ ଓ ଘୁଷୁରି ଚର୍ବି, ମାଛ ତେଲ ଏବଂ ତାଳତେଲ ରହିଛି। ଏହି ଖବର ପ୍ରକାଶ ପାଇବା ପରେ ଭକ୍ତଙ୍କ ମହଲରେ ହଇଚଇ ସୃଷ୍ଟି ହୋଇଛି।

ଆନ୍ଧ୍ରପ୍ରଦେଶର ଓ୍ବାଇଏସ୍‌ଆର୍‌ସିପି ସରକାର ସମୟରେ ତିରୁପତି ଲଡୁ ପ୍ରସ୍ତୁତିରେ ପ୍ରାଣୀ ଚର୍ବି ଓ ନିମ୍ନମାନର ଉପାଦାନ ବ୍ୟବହାର କରାଯାଉଥିଲା ବୋଲି ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ ଆଣିବା ପରେ ଏହି ବିବାଦ ସାମ୍‌ନାକୁ ଆସିଥିଲା। ଏବେ ଏନ୍‌ଡିଡିବି ସିଏଏଲ୍‌ଏଫ୍‌ ନାମକ ଏକ ଘରୋଇ ଗବେଷଣାଗାର ରିପୋର୍ଟରୁ ଲଡ଼ୁରେ ଗୋରୁ ଚର୍ବି ଓ ମାଛ ତେଲ ରହିଥିବା ଜଣାପଡ଼ିଛି। ଏହି ଲାବ୍‌ ପ୍ରାଣୀ ଖାଦ୍ୟ ଓ ଦୁଗ୍ଧଜାତ ଦ୍ରବ୍ୟଗୁଡ଼ିକର ପରୀକ୍ଷା କରିଥାଏ। ତିରୁପତି ପ୍ରସାଦମ୍‌ରେ ଘିଅ ବଦଳରେ ପ୍ରାଣୀ ଚର୍ବି ବ୍ୟବହାର କରାଯାଉଥିବା ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ସରକାରଙ୍କୁ ଆନ୍ଧ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ନର ଲୋକେଶ ଟାର୍ଗେଟ କରିଛନ୍ତି। ତିରୁପତିର ତିରୁମାଲାଠାରେ ଥିବା ଭେଙ୍କଟେଶ୍ୱର ସ୍ବାମୀ ମନ୍ଦିର ଆମର ସବୁଠୁ ପବିତ୍ର ମନ୍ଦିର। ସେଠାରେ ପ୍ରସ୍ତୁତ ଲଢ଼ୁରେ ଓ୍ବାଇଏସ୍‌ଆର୍‌ସି ସରକାର ପ୍ରାଣୀ ଚର୍ବି ବ୍ୟବହାର କରୁଥିବା ଜାଣି ମର୍ମାହତ ବୋଲି ଲୋକେଶ ଏକ୍ସ’ରେ ଲେଖିଛନ୍ତି।

ବିଶ୍ୱହିନ୍ଦୁ ପରିଷଦର ରାଷ୍ଟ୍ରୀୟ ମୁଖପାତ୍ର ବିନୋଦ ବଂଶଲ ଏଥିପାଇଁ ଜଗନମୋହନଙ୍କୁ ନିନ୍ଦା କରିଛନ୍ତି। ଆନ୍ଧ୍ରପ୍ରଦେଶର ପୂର୍ବତନ ସରକାର ହିନ୍ଦୁ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ସମସ୍ତେ ଜାଣନ୍ତି। ତେବେ ତାହା ଏତେ ତଳ ସ୍ତରକୁ ଖସିଯିବ ବୋଲି କେହି ଆଶା କରିପାରିବେ ନାହିଁ। ଲଡୁରେ ଗୋରୁ ଚର୍ବି ବ୍ୟବହାର କରୁଥିବା ଲୋକମାନଙ୍କୁ ଦଣ୍ଡିତ କରାଯାଉ ବୋଲି ବଂଶଲ ଦାବି କରିଛନ୍ତି। ଲଡୁରେ ପ୍ରକୃତରେ ପ୍ରାଣୀ ଚର୍ବି ବ୍ୟବହାର ହେଉଥିଲା କି ନାହିଁ ତାହା ନିଶ୍ଚିତ କରିବା ପାଇଁ ସିବିଆଇ ତଦନ୍ତ କରାଯିବାକୁ ପ୍ରଦେଶ କଂଗ୍ରେସ କମିଟି ସଭାନେତ୍ରୀ ଓ୍ବାଇ.ଏସ୍‌. ଶର୍ମିଲା ଦାବି କରିଛନ୍ତି। ଏହା ଅତି ଗମ୍ଭୀର ପ୍ରସଙ୍ଗ। ଅନ୍ୟପକ୍ଷରେ ରାଜନୈତିକ ଫାଇଦା ପାଇଁ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ଯେକୌଣସି ସ୍ତରକୁ ଯାଇପାରିବେ ବୋଲି ଓ୍ବାଇଏସ୍‌ଆର୍‌ସିପିର ବରିଷ୍ଠ ନେତା ତଥା ରାଜ୍ୟ ସଭା ସଦସ୍ୟ ଓ୍ବାଇ.ଭି. ସୁବ୍ବାରେଡ୍ଡୀ ପାଲଟା ଅଭିଯୋଗ କରିଛି। ଚନ୍ଦ୍ରବାବୁଙ୍କ ଏଭଳି ଫମ୍ପା ଅଭିଯୋଗ ଭକ୍ତମାନଙ୍କ ଭାବାବେଗକୁ ଆଘାତ ଦେଇଥିବା ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ iPhone 18 Pro, 18 Pro Max ବିକ୍ରି ଆରମ୍ଭ, ଅଧରାତିରୁ ଷ୍ଟୋର୍‌ ବାହାରେ ଲମ୍ବା ଲାଇନ୍‌

ନୂଆଦିଲ୍ଲୀ,୧୮ା୯: ଭାରତରେ ଆପଲ୍‌ iPhone 18 Pro ଓ iPhone 18 Pro Maxର ଅଫିସିଆଲ୍‌ ବିକ୍ରି ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ନୂଆ iPhone କିଣିବା…

ପାସପୋର୍ଟ ନିୟମରେ ବଡ଼ ପରିବର୍ତ୍ତନ, ୧୫ ବର୍ଷରୁ କମ୍‌ ପିଲାଙ୍କ ପାଇଁ…

ନୂଆଦିଲ୍ଲୀ,୧୮।୯: ପାସପୋର୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି ।ବିଦେଶ ମନ୍ତ୍ରଣାଳୟ (MEA) ପାସପୋର୍ଟ ନିୟମରେ କିଛି ପରିବର୍ତ୍ତନ ଘୋଷଣା କରିଛି । ‘ପାସପୋର୍ଟ (ସଂଶୋଧନ) ନିୟମ,…

ବୈଜ୍ଞାନିକଙ୍କୁ ବଡ଼ ସଫଳତା, ମୂଷା ମସ୍ତିଷ୍କରେ ଲାବ୍‌-ନିର୍ମିତ ମାନବ କୋଷିକା ପ୍ରତିରୋପଣ

ନୂଆଦିଲ୍ଲୀ,୧୮।୯ (ପି.ଟି.): ପ୍ରୟୋଗଶାଳାରେ ପ୍ରସ୍ତୁତ ମାନବ ମସ୍ତିଷ୍କର ନରମ କୋଷିକାକୁ ମୂଷା ମସ୍ତିଷ୍କରେ ସଫଳତାର ସହ ପ୍ରତିରୋପଣ କରାଯାଇପାରିଛି। ପ୍ରତିରୋପଣ ପରେ ଏହି ମାନବ କୋଷିକାଗୁଡ଼ିକ ମୂଷା…

କମିବ ଧାନ ଅମଳ, ବଢ଼ିପାରେ ଚାଉଳ ଦର! ଏବର୍ଷ ୬.୫% ଉତ୍ପାଦନ ହ୍ରାସ ଆଶଙ୍କା

ମୁମ୍ବାଇ,୧୮।୯(ରଏଟର୍ସ): ରାଇସ୍‌ ଏକ୍ସପୋର୍ଟର୍ସ ଆସୋସିଏଶନ (ଚାଉଳ ରପ୍ତାନିକାରୀ ସଂଘ)ର ସଭାପତି ବି.ଭି. କୃଷ୍ଣା ରାଓଙ୍କ ସୂଚନା ଅନୁଯାୟୀ, କମ୍‌ ବର୍ଷା ଯୋଗୁ ଅମଳ ହ୍ରାସ ପାଇବ। ଆକଳନ…

ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ଉପନିର୍ବାଚନ ପୂର୍ବରୁ ଇସିଙ୍କ ପଦକ୍ଷେପ; ତୃଣମୂଳ କଂଗ୍ରେସର ନାମ, ଚିହ୍ନ ଉପରେ ରୋକ

ନୂଆଦିଲ୍ଲୀ,୧୮।୯(ପି.ଟି.): ପଶ୍ଚିମବଙ୍ଗର ଆଗାମୀ ବିଧାନସଭା ଉପନିର୍ବାଚନ ପୂର୍ବରୁ ‘ଅଲ୍‌ ଇଣ୍ଡିଆ ତୃଣମୂଳ କଂଗ୍ରେସ’ (ଏଆଇଟିସି)ରେ ସୃଷ୍ଟ ତୀବ୍ର ଗୋଷ୍ଠୀ କନ୍ଦଳକୁ ନେଇ ନିର୍ବାଚନ କମିଶନ (ଇସି) ଗୁରୁତ୍ୱପୂର୍ଣ୍ଣ…

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଦୋକାନୀମାନେ UPI ଶୁଳ୍କର ବୋଝ ଗ୍ରାହକଙ୍କ ଉପରେ ଲଦି ପାରିବେ ନାହିଁ; ସରକାର ପ୍ରସ୍ତୁତ କରିଛନ୍ତି ମାଷ୍ଟର ପ୍ଲାନ

ନୂଆଦିଲ୍ଲୀ,୧୭।୯: UPI କାରବାର ଉପରେ ଶୁଳ୍କ ଲାଗୁ ହେବା ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ, ସରକାର ଏହା ସୁନିଶ୍ଚିତ କରିବାକୁ କାର୍ଯ୍ୟ କରୁଛନ୍ତି ଯେ ୨,୦୦୦…

ଉଜ୍ଜୈନରୁ ଅହମଦାବାଦ, ବଙ୍ଗଳାରୁ ଓଡ଼ିଶା ପର୍ଯ୍ୟନ୍ତ ଝଲସିଲା ସାରା ଦେଶ; ମୋଦିଙ୍କ ଜନ୍ମଦିନରେ ଜଳିଲା କୋଟି କୋଟି ଦୀପ

ନୂଆଦିଲ୍ଲୀ,୧୭।୯: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ସ୍ବତନ୍ତ୍ର ଅବସରକୁ ପାଳନ କରିବା ପାଇଁ ସାରା ଦେଶରେ ‘ସେବା-ସଂକଳ୍ପ ଅଭିଯାନ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?