ପ୍ରଣବଙ୍କ ଆଗୁଆ ଜାମିନ ହାଇକୋର୍ଟରେ ଖାରଜ

ଭୁବନେଶ୍ୱର,୪।୭(ବ୍ୟୁରୋ): ସୁବର୍ଣ୍ଣପୁର ଜାତୀୟ ମିଶନ (ଏନଏଚ୍‌ଏମ୍‌) ବ୍ୟାଙ୍କ ଆକାଉଣ୍ଟରୁ ୫ କୋଟି ୧ଲକ୍ଷ ୫୦ ହଜାର ଟଙ୍କା ଠକେଇ ଘଟଣାରେ ଅନ୍ୟତମ ଅଭିଯୁକ୍ତ ନୟାପଲ୍ଲୀର ପ୍ରଣବ କୁମାର ରାଏ ଏବେ ବି ଫେରାର ଅଛନ୍ତି। କ୍ରାଇମବ୍ରାଞ୍ଚର ଗିରଫଦାରିରୁ ନିଜକୁ ବଞ୍ଚାଇବା ପାଇଁ ପ୍ରଣବ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ତେବେ ତାଙ୍କ ଜାମିନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଏହା ଏକ ବଡ଼ ଧରଣର ଆର୍ଥିକ ଠକେଇ। ଏଥିପାଇଁ ଉପଯୁକ୍ତ ତଦନ୍ତର ଆବଶ୍ୟକତା ରହିଛି। ଏଭଳି କ୍ଷେତ୍ରରେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଗଲେ ତଦନ୍ତରେ ବାଧା ସୃଷ୍ଟି ହେବ ବୋଲି ଆଶଙ୍କା କରି ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଏସ୍‌.କେ. ମିଶ୍ର ପ୍ରଣବଙ୍କ ଆଗୁଆ ଜାମିନକୁ ଅଗ୍ରାହ୍ୟ କରିଦେଇଛନ୍ତି।

ଗତ ଏପ୍ରିଲ୍‌ ୭ରେ ସୁବର୍ଣ୍ଣପୁର ଜିଲା ସ୍ବାସ୍ଥ୍ୟ ସମିତି ଓ ଏନଏଚ୍‌ଏମ୍‌ ଆକାଉଣ୍ଟରୁ ୫ କୋଟି ୧ଲକ୍ଷ ୫୦ହଜାର ଟଙ୍କାକୁ ବେଆଇନ ଭାବେ ଅନ୍ୟଏକ ଆକାଉଣ୍ଟକୁ ଟ୍ରାନ୍ସଫର କରି ଉଠାଇ ନିଆଯାଇଥିଲା। ସୁବର୍ଣ୍ଣପୁର ଏସ୍‌ଡିପିଓ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ରେ ଅଭିଯୋଗ କରିବା ପରେ ନଂ.୮/୨୧ରେ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ ହୋଇଥିଲା। ଉକ୍ତ ଟଙ୍କା ଏମ୍‌/ଏସ୍‌ ନାଚୁରାଲ୍ସ ନାମରେ ଥିବା ଆକାଉଣ୍ଟକୁ ପଠାଯାଇଥିବା ଇଓଡବ୍ଲ୍ୟୁ ତଦନ୍ତରୁ ଜାଣିବାକୁ ପାଇଥିଲା। ଏନେଇ ଏମ୍‌/ଏସ୍‌ ନାଚୁରାଲ୍ସର କର୍ମଚାରୀ ସମୀର କୁମାର ପାଟୀଙ୍କୁ ଗିରଫ କରାଯାଇଥିଲା। ଏନଏଚ୍‌ଏମ୍‌ କାର୍ଯ୍ୟାଳୟର ପୂର୍ବତନ ଆକାଉଣ୍ଟାଣ୍ଟ ରାଜକିଶାର ନାୟକ ଏହି ଠକେଇ ଘଟଣାର ମୁଖ୍ୟ କାର୍ପଟଦାର ଥିବା ଜଣାପଡିବା ପରେ ତାଙ୍କ ସହ ଅନ୍ୟ ଜଣେ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଇଓଡବ୍ଲ୍ୟୁ ଅଭିଯୁକ୍ତଙ୍କ ଆକାଉଣ୍ଟ ଅଚଳ କରି ସେଥିତ୍ରୁ ୩ କୋଟି ୩୦ ଲକ୍ଷ ଟଙ୍କା ଜବତ କରିଥିଲା। ବାକି ୧ କାଟି ୭୧ ଲକ୍ଷ ଟଙ୍କା ବିଭିନ୍ନ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଯାଇଥିବାବେଳେ କିଛି ଟଙ୍କା ନଗଦ ଭାବେ ଉଠାଯାଇଥିଲା। ଏଥିରୁ ୧କୋଟି ୫୦ ଲକ୍ଷ ପ୍ରଣବଙ୍କ ଆକାଉଣ୍ଟକୁ ପଠାଯାଇଥିବାରୁ ଇଓଡବ୍ଲ୍ୟୁ ତାଙ୍କ ନାମରେ ମାମଲା ରୁଜୁ କରି ଗିରଫ ପାଇଁ ଉଦ୍ୟମ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri